୨୦୨୭ରେ ଏତିକି ଦିନ ରହିବ ସରକାରୀ ଛୁଟି: ଆସିଲା ଲିଷ୍ଟ୍‌

ଭୁବନେଶ୍ୱର,୩୧ା୧୦(ସୌମ୍ୟରଞ୍ଜନ ରାଉତ):ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୭ ବର୍ଷ ପାଇଁ ସରକାରୀ ଛୁଟି ତାଲିକା ପ୍ରକାଶ ପାଇଛି। ରାଜସ୍ବ ବିଭାଗ ପକ୍ଷରୁ ଜାରି ତାଲିକା ଅନୁଯାୟୀ, ବର୍ଷକ ମଧ୍ୟରେ ୬ଟି ସ୍ବତନ୍ତ୍ର ଦିନରେ ଛୁଟି ବାଦ୍‌ ଦେଇ ମୋଟ ୨୯ଟି ସରକାରୀ ଛୁଟି ଦିବସ ରହିଛି। ଏହି ୬ଟି ସ୍ବତନ୍ତ୍ର ଦିବସ ଭିତରୁ ସୁଭାଷଚନ୍ଦ୍ର ବୋଷ ଜୟନ୍ତୀ, ସ୍ବାଧୀନତା ଦିବସ, ନୂଆଖାଇ, ବିଜୟା ଦଶମୀ, ରାହାସ ପୂର୍ଣ୍ଣିମା ଏବଂ ବଡଦିନ ୪ର୍ଥ ଶନିବାର ଓ ରବିବାର ଛୁଟି ଦିନରେ ପଡୁଥିବାରୁ ତାଲିକାରୁ ବାଦ୍‌ ଦିଆଯାଇଛି। ତେବେ ଜାନୁଆରୀ ୧୪ରେ ମକର ସଂକ୍ରାନ୍ତିରୁ ଆରମ୍ଭ ହୋଇ ଅକ୍ଟୋବର ୨୯ରେ ଦୀପାବଳିରେ ସରକାରୀ ଛୁଟି ତାଲିକା ଶେଷ ହୋଇଛି।
ଜାନୁଆରୀ ୨୬ରେ ସାଧାରଣତନ୍ତ୍ର ଦିବସ, ଫେବୃଆରୀ ୧୧ରେ ବସନ୍ତ ପଞ୍ଚମୀ, ମାର୍ଚ୍ଚ ୬ରେ ମହାଶିବରାତ୍ରି, ୧୦ରେ ଇଦ୍‌-ଉଲ୍‌-ଫିତର, ୨୨ରେ ଦୋଳପୂର୍ଣ୍ଣିମା, ୨୩ରେ ହୋଲି ଓ ୨୬ରେ ଗୁଡ୍‌ ଫ୍ରାଇଡେ ପାଇଁ ଛୁଟି ରହିଛି। ସେହିପରି ଏପ୍ରିଲ ୧ରେ ଓଡ଼ିଶା ଦିବସ, ୧୪ରେ ମହାବିଷୁବ ସଂକ୍ରାନ୍ତି ତଥା ଡ. ବି.ଆର୍‌. ଆମ୍ବେଡ଼କର ଜୟନ୍ତୀ ଏବଂ ୧୫ରେ ଶ୍ରୀରାମ ନବମୀ ଛୁଟି ରହିଛି। ମେ’ ୧୭ରେ ଇଦ୍‌-ଉଜ୍‌-ଜୁହା, ୨୦ରେ ବୁଦ୍ଧ ଜୟନ୍ତୀ, ବୈଶାଖ ପୂର୍ଣ୍ଣିମା ଓ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ପାଳନ ଅବସରରେ ଛୁଟି ରହିବ। ଜୁନ୍‌ ୪ରେ ସାବିତ୍ରୀ ଅମାବାସ୍ୟା, ୧୪ରେ ପହିଲି ରଜ, ୧୫ରେ ରଜ ସଂକ୍ରାନ୍ତି ଓ ୧୬ରେ ମହରମ ଏବଂ ଜୁଲାଇ ୫ରେ ରଥଯାତ୍ରା, ଅଗଷ୍ଟ ୧୭ରେ ଝୁଲଣ ପୂର୍ଣ୍ଣିମା ଓ ୨୪ରେ ଜନ୍ମାଷ୍ଟମୀ ଛୁଟି ରହିବ। ସେହିପରି ସେପ୍ଟେମ୍ବର ୪ରେ ଗଣେଶ ପୂଜା, ୬ରେ ନୂଆଖାଇ, ୩୦ରେ ମହାଳୟା, ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ, ୬ରୁ ୮ ପର୍ଯ୍ୟନ୍ତ ଦୁର୍ଗାପୂଜା (ମହାସପ୍ତମୀ, ମହାଷ୍ଟମୀ ଓ ମହାନବମୀ), ୧୫ରେ କୁମାର ପୂର୍ଣ୍ଣିମା ଏବଂ ୨୯ରେ ଦୀପାବଳି ଛୁଟି ରହିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ବଢ଼ିଲା ଟିମଇଣ୍ଡିଆର ଟେନ୍‌ସନ୍‌: ପୁଣି ଫେଲ ମାରିଲେ..

ନୂଆଦିଲ୍ଲୀ,୩୧।୧୦: ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦଳର ଷ୍ଟାର୍‌ ଓପନର ଯଶସ୍ବୀ ଜୟସ୍ବାଲଙ୍କ ଖରାପ ଫର୍ମ ଏବେ ଟିମ ଇଣ୍ଡିଆର ଚିନ୍ତା ବଢ଼ାଇଛି। ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ଦ୍ୱିତୀୟ…

ବଡ଼ ରେକର୍ଡ କରିଦେଲେ ଶ୍ରେୟସ ଆୟର: ରୋହିତ ଶର୍ମାଙ୍କୁ ପକାଇଲେ ପଛରେ

ନୂଆଦିଲ୍ଲୀ,୩୧।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ରେ ଭାରତୀୟ ଦଳକୁ ଚତୁର୍ଥ ମ୍ୟାଚ୍‌ରେ ବଡ଼ ପରାଜୟର ସାମ୍ନା କରିବାକୁ ପଡ଼ିଛି। ପ୍ରଥମ ୩ଟି ମ୍ୟାଚ…

ଭୋଟ ଦେବାକୁ ଆନ୍ଧ୍ର କରୁଛି ବ୍ଲାକ୍‌ମେଲ୍‌: ଲୋକଙ୍କୁ ବୁଝାଇଲେ ବିଧାୟକ

ନନ୍ଦପୁର,୩୧ା୧୦(ତୁଷାର କାନ୍ତ ମହାନ୍ତି):ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ଆନ୍ଧ୍ର ସୀମାନ୍ତକୁ ଲାଗି ରହିଥିବା ପଞ୍ଚାୟତଗୁଡ଼ିକରେ ରାଜନୈତିକ ଓ ପ୍ରଶାସନିକ…

ସରକାର ଆଗୁଆ ପ୍ରସ୍ତୁତ ହୋଇଥିଲେ ଏତେ ଖରାପ ଅବସ୍ଥା ହୋଇ ନ ଥାଆନ୍ତା: ବିଜେଡି

ଭୁବନେଶ୍ୱର, ୩୧।୧୦(ସୁନିତ୍‌ ମିଶ୍ର): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସମ୍ପର୍କରେ ଆଗୁଆ ସତର୍କ ସୂଚନା ଜାରି ହୋଇଥିବା ସତ୍ତ୍ୱେ ଗଞ୍ଜାମ…

ଆଜି ଅବପାତ, ୩ ଯାଏ ବର୍ଷା ସମ୍ଭାବନା, ଏହି ସବୁ ଜିଲାକୁ…

ଭୁବନେଶ୍ୱର, ୩୧ା୧୦ (ବନ୍ଦନା ସେଠୀ): ବାତ୍ୟା ‘ଅର୍ଣ୍ଣବ’ ପରେ ଜାରି ରହିଥିବା ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶାରେ ବନ୍ୟା ବିଭୀଷିକା ଲାଗି ରହିଛି। ଶୁକ୍ରବାର ବର୍ଷା ପରିମାଣ…

ମ୍ୟାଚ୍ ହାରିଲା ଟିମ୍ ଇଣ୍ଡିଆ, କିନ୍ତୁ ଇତିହାସ ରଚିଲେ ଅଲରାଉଣ୍ଡର ଅକ୍ଷର ପଟେଲ

ନୂଆଦିଲ୍ଲୀ,୩୦।୧୦: ଭାରତୀୟ ଅଲରାଉଣ୍ଡର ଅକ୍ଷର ପଟେଲ ଟି-୨୦ କ୍ରିକେଟରେ ଏକ ନୂଆ ଇତିହାସ ରଚିଛନ୍ତି। ଟି-୨୦ କ୍ରିକେଟ ଫର୍ମାଟରେ ୩,୦୦୦ ରନ୍ ଏବଂ ୩୦୦ ଉଇକେଟର ‘ଡବଲ୍‌’…

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଜଣେ ଗିରଫ

ଦିଗପହଣ୍ଡି,୩୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ଗୁହାଳପୁର ଗ୍ରାମର ଧବଳେଶ୍ୱର ପ୍ରଧାନ ଏବଂ ତାଙ୍କ ସାଙ୍ଗ କୃଷ୍ଣ ଗୌଡ଼ ଓରଫ କାଳିଆଙ୍କୁ…

ଧରାଶାୟୀ ହେଲା ରୂପା, ଫିକା ପଡ଼ିଲା ସୁନା ଚମକ: ୧୧ ମାସର ରେକର୍ଡ ଭାଙ୍ଗି ୮୩୦୦ ଟଙ୍କା ଶସ୍ତା ହେଲା…

ନୂଆଦିଲ୍ଲୀ,୩୦।୧୦: ସାରା ଦେଶରେ ଅକ୍ଟୋବର ୩୦ ତାରିଖରେ ସୁନା ଓ ରୂପା (ଚାନ୍ଦି) ଦରରେ ଏକ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରାଫା ବଜାରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?