Posted inଜାତୀୟ

କେସିଆର୍‌ଙ୍କ ନୂଆ ଦଳ ଘୋଷଣା ପୂର୍ବରୁ ଲୋକଙ୍କୁ ମଦ-କୁକୁଡ଼ା ବାଣ୍ଟିଲେ ଟିଆରଏସ୍‌ ନେତା ରାଜନାଲା ଶ୍ରୀହରି…

ହାଇଦ୍ରାବାଦ,୪।୧୦ : ତେଲେଙ୍ଗାନା ରାଷ୍ଟ୍ର ସମିତି ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ବିଷୟରେ ଦୀର୍ଘ ଦିନ ଧରି କଳ୍ପନା ଜଳ୍ପନା ଚାଲିଛି ଯେ ସେ ଖୁବ ଶୀଘ୍ର ଜାତୀୟ ରାଜନୀତିରେ ପ୍ରବେଶ କରିବେ। ଟିଆରଏସ ମୁଖ୍ୟଙ୍କ ପୂର୍ବ ଘୋଷଣା ଅନୁଯାୟୀ ସେ ବୁଧବାର ଅର୍ଥାତ ବିଜୟାଦଶମୀ ଅବସରରେ ଏକ ଜାତୀୟ ଦଳର ଶୁଭାରମ୍ଭ କରିପାରନ୍ତି। ତେବେ ଏହାର ଗୋଟିଏ ଦିନ ପୂର୍ବରୁ ମଙ୍ଗଳବାର ଟିଆରଏସ ନେତା ରାଜନାଲା ଶ୍ରୀହରି ଏକ ଅଜବ କାର୍ଯ୍ୟ କରିଛନ୍ତି ।

କେସିଆର ୱାରଙ୍ଗାଲରେ ଏକ ଜାତୀୟ ପାର୍ଟି ଆରମ୍ଭ କରିବା ପୂର୍ବରୁ ଟିଆରଏସ ନେତା ରାଜନାଲା ଶ୍ରୀହରି ସ୍ଥାନୀୟ ଲୋକଙ୍କୁ ମଦ ବୋତଲ ଏବଂ କୁକୁଡ଼ା ବଣ୍ଟନ କରିଛନ୍ତି। ତାଙ୍କର ଏହି ପଦକ୍ଷେପ ଚର୍ଚ୍ଚାର ବିଷୟ ପାଲଟିଛି।

ଟିଆରଏସ ପାର୍ଟିର ସାଧାରଣ ବୈଠକ ଅକ୍ଟୋବର ୫ ତାରିଖରେ ତେଲେଙ୍ଗାନା ଭବନରେ ଅନୁଷ୍ଠିତ ହେବ। ସୋମବାର କେ ଚନ୍ଦ୍ରଶେଖର ରାଓଙ୍କ କାର୍ଯ୍ୟାଳୟରୁ ଏକ ସରକାରୀ ପ୍ରକାଶନରେ ଏହି ସୂଚନା ଦିଆଯାଇଛି। ତେବେ ପ୍ରକାଶନରେ ଏଜେଣ୍ଡା ବିଷୟରେ ଉଲ୍ଲେଖ କରାଯାଇ ନାହିଁ। ଏହା କୁହାଯାଉଛି ଯେ ଟିଆରଏସ ଅଧ୍ୟକ୍ଷ ଜାତୀୟ ରାଜନୀତି ସମ୍ବନ୍ଧରେ ନିଜର ମତ ରଖିବେ ଏବଂ ତାଙ୍କ ଦଳର କାର୍ଯ୍ୟାଳୟର ଅଧିକାରୀଙ୍କ ସହ ଆଲୋଚନା କରିବେ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁନ ମାସରେ ଟିଆରଏସ ନେତାଙ୍କ ସହ ଏକ ଜାତୀୟ ଦଳ ଗଠନ କରିବାର ଧାରଣା ଉପରେ କେସିଆର ଆଲୋଚନା କରିଥିଲେ। ତେବେ ସେତେବେଳେ ଏକ ନୂତନ ଦଳର ଧାରଣା ଉପରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନ ଥିଲା। ସେହି ସମୟରେ ଟିଆରଏସ ସୂତ୍ରରୁ ପ୍ରକାଶିତ ହୋଇଥିଲା ଯେ ଏକ ନୂତନ ପାର୍ଟି ପାଇଁ ଭାରତ ରାଷ୍ଟ୍ରୀୟ ସମିତି (ବିଆରଏସ), ଉଜ୍ଜଳ ଭାରତ ପାର୍ଟି ଏବଂ ନୟା ଭାରତ ପାର୍ଟି ଭଳି କିଛି ନାମ ନେଇ ଆଲୋଚନା କରାଯାଉଛି। ତେବେ ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସିଏଏ-ଏନ୍‌ଆର୍‌ସିକୁ ନେଇ ବଢିଲା ରାଜନୈତିକ ଉଷ୍ମତା

ନୂଆଦିଲ୍ଲୀ,୧୯।୧୨: ସିଟିଜେନଶିପ୍‌ ଆମେଣ୍ଡମେଣ୍ଟ ଆକ୍ଟ(ସିଏଏ) ଓ ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆର୍‌ସି)କୁ ନେଇ ଏବେ ଉଷ୍ମ ହୋଇଛି ରାଜନୀତି। ସାରା ଦେଶରେ ଏହାକୁ ଏବେ ବିରୋଧ...

ଘରୋଇ-ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ଜାରି ହେଲା ନୂଆ କ୍ୱାରାଣ୍ଟାଇନ୍‌ ମାର୍ଗଦର୍ଶିକା

ନୂଆଦିଲ୍ଲୀ,୨୪।୫: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ଘରୋଇ ତଥା ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ନୂଆ କ୍ୱାରାଣ୍ଟାଇନ୍‌ ମାର୍ଗଦର୍ଶିକା ଜାରି କରାଯାଇଛି। ନୂଆ...

ମଣିପୁର ହିଂସାଠାରୁ ଦୂରେଇ ରୁହ: ହିମନ୍ତଙ୍କୁ ଚିଦାମ୍ବରମଙ୍କ ପରାମର୍ଶ…

ନୂଆଦିଲ୍ଲୀ,୨।୭ : କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ରବିବାର ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ମଣିପୁରର ସ୍ଥିତି...

ହଠାତ୍‌ ଫାଟିଲା ଜେସିବି ଟାୟାର, ଚାଲିଗଲା ୨ ଜୀବନ

ରାୟପୁର,୫।୫: ଛତିଶଗଡର ରାୟପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଜେସିବି ଟାୟାର୍‌ରେ ପମ୍ପ ଦିଆଯାଉଥିବାବେଳେ ତାହା ହଠାତ୍‌ ଫାଟିବାରୁ ୨ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।...

ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ପୁଞ୍ଚ,୭।୯: ଜମ୍ମୁ-କଶ୍ମୀର ପୁଞ୍ଚ ଜିଲାର କ୍ରିଷ୍ଣା ଘାଟି ସେକ୍ଟରେ ଶନିବାର ସକାଳେ ପାକିସ୍ତାନ ପୁଣି ଥରେ ଅସ୍ତ୍ରବିରିତି ଉଲ୍ଲଂଘନ କରିଛି। ହେଲେ ଏହାର କଡା ଜବାବ...

ଲମ୍ବା କୁର୍ତ୍ତି ପିନ୍ଧିବାକୁ ରାଜି ନୁହେଁ କଲେଜ ଛାତ୍ରୀ

ହାଇଦ୍ରାବାଦ,୧୬।୯: ଆନ୍ଧ୍ରପ୍ରଦେଶ ରାଜଧାନୀ ହାଇଦ୍ରାବାଦର ଏକ କଲେଜରେ ପ୍ରଶାସନ ପକ୍ଷରୁ ଆଣ୍ଠୁ ତଳକୁ କୁର୍ତ୍ତି ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସର୍ଟ କୁର୍ତ୍ତି, ସ୍ଲିବଲେସ୍‌ ଆଦି ପିନ୍ଧିବାକୁ...

କର୍ନାଟକ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କଲା ଭାଜପା, ମୋଦିଙ୍କ ସମେତ ୪୦ ଜଣଙ୍କ ନାମ ସାମିଲ

ବେଙ୍ଗାଲୁରୁ,୧୯।୪: କର୍ନାଟକ ବିଧାନସଭାର ସମୟ ପାଖେଇ ଆସୁଛି। ଏହାକୁ ଦୃଷ୍ଟିରେ ରଖି ଶାସକ ଭାରତୀୟ ଜନତା ପାର୍ଟି(ଭାଜପା) ତା’ର ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କରିଛି।...

ମହିଳାଙ୍କୁ ସାଲ୍ୟୁଟ କଲେ ରାହୁଲ

ନୂଆଦିଲ୍ଲୀ,୧୯।୫: ଲୋକ ସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ଅବସରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଶର ସମସ୍ତ ମହିଳାଙ୍କୁ ସାଲ୍ୟୁଟ କରିଛନ୍ତି। ସେ ଟୁଇଟ୍‌...

Advertisement
Archives

Model This Week