ଖାଦ୍ୟରେ ତ୍ରିରଙ୍ଗା

ଭୁବନେଶ୍ୱର,୧୪ ।୮(ବ୍ୟୁରୋ): ସ୍ବାଧୀନତାର ୭୫ବର୍ଷ ଉପଲକ୍ଷେ ‘ଆଜାଦୀ କା ଅମୃତ ମହୋତ୍ସବ’ ଅବସରରେ ‘ହର୍‌ ଘର୍‌ ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏନେଇ ରାଜଧାନୀର ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ସହର ସାରା ତ୍ରିରଙ୍ଗାମୟ ହୋଇଥିବାବେଳେ ଖାଦ୍ୟରେ ମଧ୍ୟ ଦେଶ ଭକ୍ତିର ଝଲକ ଦେଖିବାକୁ ମିଳିଛି। ରସୁଲଗଡ଼ରେ ରହୁଥିବା ସଫ୍ଟୱେର ଇଞ୍ଜିନିୟର ପ୍ରୀତିଶା ଦାଶ ଘରେ ରହି ସ୍ବାଧୀନତା ଦିବସକୁ ନିଆର ଢ଼ଙ୍ଗରେ ପାଳନ କରିବାକୁ ନିଆରା ପ୍ରୟାସ କରିଛନ୍ତି। ସେ ନାରଙ୍ଗୀ, ଧଳା ଓ ସବୁଜ ରଙ୍ଗ ବ୍ୟବହାର କରି ବିଭିନ୍ନ ସ୍ବାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିଛନ୍ତି। ତ୍ରିରଙ୍ଗାର ତିନି ରଙ୍ଗର ପେଷ୍ଟ୍ରି, ସ୍ମୁଦି ପଲଉ, ଦୋସା, ବରଫି ଭଳି ସ୍ବାଦିଷ୍ଟ ଭୋଜନ ପ୍ରସ୍ତୁତ କରିଛନ୍ତି। ତେବେ ଏହା କୌଣସି ରାସାୟନିକ ରଙ୍ଗରୁ ପ୍ରସ୍ତୁତ ହୋଇନାହିଁ। ସେ ଗ୍ରୀନ୍‌ ଆପଲ୍‌ କ୍ରସ୍‌, ଅରେଞ୍ଜ କ୍ରସ୍‌ ଏବଂ ନଡ଼ିଆ ରସ ବ୍ୟବହାର କରିଛନ୍ତି। ନାରଙ୍ଗୀ ରଙ୍ଗର ପଲଉ ପ୍ରସ୍ତୁତି ପାଇଁ ସେ ଟମାଟୋ ବ୍ୟବହାର କରିଥିବାବେଳେ ସବୁଜରଙ୍ଗର ପଲଉ ପ୍ରସ୍ତୁତିରେ ଧନିଆ ପୋଦିନା ଓ ରସୁଣ ବ୍ୟବହାର କରିଥିବା କହିଛନ୍ତି। ସେହିପରି ଅଶୋକଚକ୍ର ପାଇଁ ସେ ଲବଙ୍ଗର ବ୍ୟବହାର କରିଛନ୍ତି।
ଦୋସାରେ ସେ ସୋଦୁଅର ଉପରି ଭାଗକୁ ଗାଜର କୋରାରେ ରଙ୍ଗାଇଥିବାବେଳେ ନିମ୍ନଭାଗକୁ ଧନିଆ ପୋଦିନା ଓ କଞ୍ଚାଲଙ୍କାରେ ରଙ୍ଗିନ କରିଛନ୍ତି। ମାଟି ମା’ଠାରୁ ଆମେ ଖାଦ୍ୟ ପାଉଥିବାବେଳେ ମାଟି ମା’ ଉଦ୍ଦେଶ୍ୟରେ ସେ ଏହି ସବୁ ଭୋଜନ ପ୍ରସ୍ତୁତ କରିଛନ୍ତି। ସ୍ବାଧୀନତା ଦିବସରେ ଘରେ ରହି ଏଭଳି କିଛି ଖାଦ୍ୟ ତିଆରି କରି ପରିବାର ସହ ସମୟ ବିତାନ୍ତୁ ବୋଲି ସେ ବାର୍ତ୍ତା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଠକ ବାପ-ପୁଅଙ୍କୁ ଜାମିନ

ଭୁବନେଶ୍ୱର,(ବ୍ୟୁରୋ)/କଟକ ଅଫିସ, ୨ା୩:ଠକେଇ ମାମଲାରେ ଗିରଫ ହୋଇଥିବା ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶଙ୍କୁ ସୋମବାର ଜାମିନ ମିଳିଛି। ସ୍କାଏ କିଙ୍ଗ...

ଟାର୍ଗେଟ ପୂରୁଛି, ଋଣ ମିଳୁନି

ପୁରୀ ଅଫିସ,୧୭।୬: ପୁରୀ ଜିଲା ଅର୍ଥନୀତି ମୁଖ୍ୟତଃ ପର୍ଯ୍ୟଟନ ଓ କୃଷି ଉପରେ ନିର୍ଭରଶୀଳ। ଉଦ୍ୟୋଗ ଭଳି କ୍ଷେତ୍ରରେ ପୁରୀ ଜିଲା ଅଗ୍ରଣୀ ହୋଇପାରିନାହିଁ। ଉଦ୍ୟୋଗ...

ବଧୂହତ୍ୟା ଅଭିଯୋଗ:ସ୍ବାମୀଙ୍କ ସହ ଶ୍ୱଶୁର ଅଟକ

ଅନୁଗୋଳ ଅଫିସ, ୧୦।୯ ଅନୁଗୋଳ ଜିଲା ନାଲ୍‌କୋ ଥାନା ବଳରାମପ୍ରସାଦରେ ବଧୂହତ୍ୟା ଅଭିଯୋଗ ହୋଇଛି। ସୌମ୍ୟାଶ୍ୱେତା ବାରିକ(୨୩)ଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ବାନାମ୍ବର ବାରିକ...

ବେଦାଙ୍ଗଦାସ ମହାନ୍ତିଙ୍କୁ ‘ଇନ୍‌ଫୋସିସ୍‌ ପ୍ରାଇଜ୍‌’

ଭୁବନେଶ୍ୱର,୩।୧୨(ବ୍ୟୁରୋ): ବିଜ୍ଞାନ ଓ ଅନୁସନ୍ଧାନ କ୍ଷେତ୍ରରେ ଇନ୍‌ଫୋସିସ୍‌ ସାଇନ୍ସ ଫାଉଣ୍ଡେଶନ (ଆଇଏସ୍‌ଏଫ୍‌) ପକ୍ଷରୁ ଗୁରୁବାର ଇନ୍‌ଫୋସିସ୍‌ ପ୍ରାଇଜ୍‌-୨୦୨୧ ଘୋଷଣା କରାଯାଇଛି। ଇଞ୍ଜିନିୟରିଂ ଓ କମ୍ପ୍ୟୁଟର ସାଇନ୍ସ,...

ସୁନା ଚେନ୍‌ ଲୁଟ୍‌ ଘଟଣା, ୪ ଗିରଫ: ୬ ସୁନା ଚେନ, ଏକ ଅଟୋ, ବାଇକ୍‌ ଜବତ

ଫୁଲନଖରା,୧୯।୭(ଡି.ଏନ୍‌.ଏ.)- କଟକ ସଦର ପୋଲିସ ଫୁଲନଖରା ଓଭରବ୍ରିଜଠାରୁ ଗୋପାଳପୁର ମଧ୍ୟରେ ନିୟମିତ ରାସ୍ତାରେ ସୁନାଚେନ ଚୋରି କରୁଥିବା ଦୁଇ ଲୁଟେରାଙ୍କୁ ଓ ଚୋରି ସୁନା କିଣୁଥିବା...

ଖବରଦାତାଙ୍କ ସହ ନୂଆ ଜିଲାପାଳଙ୍କ ସୌଜନ୍ୟମୂଳକ ଆଲୋଚନା: ତହସିଲ, ବ୍ଲକ, ଆର୍‌ଟିଓ କାର୍ଯ୍ୟାଳୟରେ ରହିବ ମତାମତ ବାକ୍ସ

ଜଗତ୍‌ସିଂହପୁର ଅଫିସ,୨୭ା୬: ଏଣିକି ଜଗତ୍‌ସିଂହପୁର ଜିଲାର ସମସ୍ତ ତହସିଲ, ବ୍ଲକ ଓ ଆର୍‌ଟିଓ କାର୍ଯ୍ୟାଳୟରେ ରହିବ ମତାମତ ବାକ୍ସ। ଫଳରେ ଏହି କାର୍ଯ୍ୟାଳୟକୁ ଯାଉଥିବା ଲୋକେ...

ପୁରୀ-ବାରିପଦା ମଧ୍ୟରେ ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ୱର,୫।୧(ବ୍ୟୁରୋ): ନିୟମିତ ଟ୍ରେନ୍‌ରେ ମାତ୍ରାଧିକ ଭିଡ଼ ଯୋଗୁ ପୁରୀଠାରୁ ବାରିପଦାର ଭଞ୍ଜପୁରକୁ ଏକ ସ୍ପେଶାଲ ସାପ୍ତାହିକ ଟ୍ରେନ୍‌ ଚାଲିବ। ପ୍ରତୀକ୍ଷା ତାଲିକା (ଓ୍ବେଟିଂ ଲିଷ୍ଟ)ରେ ରହୁଥିବା...

୯ ଟ୍ରେନ୍‌ରେ ‘ହେଡ୍‌ ଅନ୍‌ ଜେନେରେଶନ’: ୩ମାସରେ ଖର୍ଚ୍ଚ କମିଲା ୩ କୋଟି

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ଟ୍ରେନ୍‌ରେ ଉନ୍ନତ ଯାନ୍ତ୍ରିକ କୌଶଳ ବ୍ୟବହାର କରି ପୂର୍ବତଟ ରେଳପଥ ଖର୍ଚ୍ଚକାଟ୍‌ କରିବାରେ ସଫଳ ହୋଇଛି। ୯ ଟ୍ରେନ୍‌ର ୧୭ଟି ରେକ୍‌ରେ ‘ହେଡ୍‌...

Advertisement
Archives

Model This Week