ଖାଦ୍ୟରେ ତ୍ରିରଙ୍ଗା

ଭୁବନେଶ୍ୱର,୧୪ ।୮(ବ୍ୟୁରୋ): ସ୍ବାଧୀନତାର ୭୫ବର୍ଷ ଉପଲକ୍ଷେ ‘ଆଜାଦୀ କା ଅମୃତ ମହୋତ୍ସବ’ ଅବସରରେ ‘ହର୍‌ ଘର୍‌ ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏନେଇ ରାଜଧାନୀର ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ସହର ସାରା ତ୍ରିରଙ୍ଗାମୟ ହୋଇଥିବାବେଳେ ଖାଦ୍ୟରେ ମଧ୍ୟ ଦେଶ ଭକ୍ତିର ଝଲକ ଦେଖିବାକୁ ମିଳିଛି। ରସୁଲଗଡ଼ରେ ରହୁଥିବା ସଫ୍ଟୱେର ଇଞ୍ଜିନିୟର ପ୍ରୀତିଶା ଦାଶ ଘରେ ରହି ସ୍ବାଧୀନତା ଦିବସକୁ ନିଆର ଢ଼ଙ୍ଗରେ ପାଳନ କରିବାକୁ ନିଆରା ପ୍ରୟାସ କରିଛନ୍ତି। ସେ ନାରଙ୍ଗୀ, ଧଳା ଓ ସବୁଜ ରଙ୍ଗ ବ୍ୟବହାର କରି ବିଭିନ୍ନ ସ୍ବାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିଛନ୍ତି। ତ୍ରିରଙ୍ଗାର ତିନି ରଙ୍ଗର ପେଷ୍ଟ୍ରି, ସ୍ମୁଦି ପଲଉ, ଦୋସା, ବରଫି ଭଳି ସ୍ବାଦିଷ୍ଟ ଭୋଜନ ପ୍ରସ୍ତୁତ କରିଛନ୍ତି। ତେବେ ଏହା କୌଣସି ରାସାୟନିକ ରଙ୍ଗରୁ ପ୍ରସ୍ତୁତ ହୋଇନାହିଁ। ସେ ଗ୍ରୀନ୍‌ ଆପଲ୍‌ କ୍ରସ୍‌, ଅରେଞ୍ଜ କ୍ରସ୍‌ ଏବଂ ନଡ଼ିଆ ରସ ବ୍ୟବହାର କରିଛନ୍ତି। ନାରଙ୍ଗୀ ରଙ୍ଗର ପଲଉ ପ୍ରସ୍ତୁତି ପାଇଁ ସେ ଟମାଟୋ ବ୍ୟବହାର କରିଥିବାବେଳେ ସବୁଜରଙ୍ଗର ପଲଉ ପ୍ରସ୍ତୁତିରେ ଧନିଆ ପୋଦିନା ଓ ରସୁଣ ବ୍ୟବହାର କରିଥିବା କହିଛନ୍ତି। ସେହିପରି ଅଶୋକଚକ୍ର ପାଇଁ ସେ ଲବଙ୍ଗର ବ୍ୟବହାର କରିଛନ୍ତି।
ଦୋସାରେ ସେ ସୋଦୁଅର ଉପରି ଭାଗକୁ ଗାଜର କୋରାରେ ରଙ୍ଗାଇଥିବାବେଳେ ନିମ୍ନଭାଗକୁ ଧନିଆ ପୋଦିନା ଓ କଞ୍ଚାଲଙ୍କାରେ ରଙ୍ଗିନ କରିଛନ୍ତି। ମାଟି ମା’ଠାରୁ ଆମେ ଖାଦ୍ୟ ପାଉଥିବାବେଳେ ମାଟି ମା’ ଉଦ୍ଦେଶ୍ୟରେ ସେ ଏହି ସବୁ ଭୋଜନ ପ୍ରସ୍ତୁତ କରିଛନ୍ତି। ସ୍ବାଧୀନତା ଦିବସରେ ଘରେ ରହି ଏଭଳି କିଛି ଖାଦ୍ୟ ତିଆରି କରି ପରିବାର ସହ ସମୟ ବିତାନ୍ତୁ ବୋଲି ସେ ବାର୍ତ୍ତା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri