Posted inଜାତୀୟ

ସ୍ଥଗିତ ହେବନି ତ୍ରିପୁରା ପୌର ନିର୍ବାଚନ

ନୂଆଦିଲ୍ଲୀ, ୨୪।୧୧: ତ୍ରିପୁରା ପୌର ନିର୍ବାଚନ ଗୁରୁବାର ଅନୁଷ୍ଠିତ ହେବାକୁ ଯାଉଛି। ନିର୍ବାଚନ ସ୍ଥଗିତ ରଖିବା ପାଇଁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ତ୍ରିପୁରା ହିଂସାକାଣ୍ଡ ଘଟଣାକୁ ନେଇ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପକ୍ଷରୁ ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ପିଟିଶନ ଦାଏର ହୋଇଥିଲା। ନିର୍ବାଚନ ପୂର୍ବରୁ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଖରାପ ହେବାରେ ଲାଗିଛି। ତେଣୁ ପୌର ନିର୍ବାଚନକୁ ସ୍ଥଗିତ ରଖିବା ଲାଗି ଆବେଦନ କରାଯାଇଥିଲା। ସୁପ୍ରିମକୋର୍ଟ ମଙ୍ଗଳବାର ଉକ୍ତ ଆବେଦନକୁ ଖାରଜ କରିଦେଇଛନ୍ତି। ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ସହ ପ୍ରଚାର ଶେଷ ହୋଇସାରିଲାଣି। ୨୫ ତାରିଖରେ ଭୋଟ ଏବଂ ୨୮ ତାରିଖରେ ଗଣତି କରାଯିବ। ନିର୍ବାଚନ ସ୍ଥଗିତ ରଖିବା ଚୂଡ଼ାନ୍ତ ଓ ଚରମ ପଦକ୍ଷେପ ବୋଲି ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଏ.ଏସ୍‌. ବୋପାନ୍ନାଙ୍କ ଖଣ୍ଡପୀଠ କହିଛନ୍ତି। ଆଇନ ଶୃଙ୍ଖଳା ସ୍ଥିତିରେ ଉନ୍ନତି ସହ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ପାଇଁ ତ୍ରିପୁରା ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବାରୁ ଟିଏମ୍‌ସି ଯେଉଁ ଆଶଙ୍କା କରୁଥିଲା ତାହା ଦୂର ହୋଇପାରିବ ବୋଲି ଅଦାଲତ କହିଛନ୍ତି।
ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ତ୍ରିପୁରା ପୋଲିସ ଡିଜି ଏବଂ ଆଇଜି (ଆଇନ ଶୃଙ୍ଖଳା) ବୁଧବାର ସକାଳେ ରାଜ୍ୟ ନିର୍ବାଚନ କମିଶନଙ୍କ ସହ ମିଳିତ ବୈଠକ କରିବେ। ଅବଶିଷ୍ଟ ପର୍ଯ୍ୟାୟ ନିର୍ବାଚନରେ ଶାନ୍ତି ରକ୍ଷା ଲାଗି ରାଜ୍ୟରେ ଉପଲବ୍ଧ ଅର୍ଦ୍ଧସାମରିକ ବଳ ସମ୍ପର୍କରେ ସମୀକ୍ଷା କରାଯିବ। ରିପୋର୍ଟ ଅନୁଯାୟୀ ତ୍ରିପୁରାରେ ଫିଲ୍ଡ ଡ୍ୟୁଟି ପାଇଁ ୩ ବାଟାଲିୟନ ସିଆର୍‌ପିଏଫ୍‌ ଯବାନ ରହିଥିବାବେଳେ ନିର୍ବାଚନ ଡ୍ୟୁଟିରେ ୧୭ କମ୍ପାନୀ ଯବାନ ନିୟୋଜିତ ହେବାର ଅଛି। ଏଥିସହିତ ଆଉ ୧୨ ସେକ୍ସନ ଯବାନଙ୍କ ଆବଶ୍ୟକତା ରହିଛି। ତୃଣମୂଳ ସ୍ତରରେ ସ୍ଥିତି ଅନୁଧ୍ୟାନ କରାଯିବା ପରେ ଆବଶ୍ୟକ ଯବାନ ଯୋଗାଇ ଦେବା ଲାଗି ସିଆର୍‌ପିଏଫ୍‌କୁ କୁହାଯିବ। ଏହା ଭୋଟ ଦିନ ବ୍ୟତୀତ ଶାନ୍ତିପୂର୍ଣ୍ଣ ଓ ଅବାଧ ନିର୍ବାଚନ ପରିଚାଳନା ଲାଗି ଡିଜି ଏବଂ ଆଇଜି ସମସ୍ତ ପଦକ୍ଷେପ ନେବେ। ଚତୁର୍ଥରେ ନିର୍ବାଚନ ସମ୍ପର୍କିତ ସମସ୍ତ ଅଭିଯୋଗ, ଏତଲା, କାର୍ଯ୍ୟାନୁଷ୍ଠାନ ରିପୋର୍ଟ ରାଜ୍ୟ ସରକାର କୋର୍ଟରେ ଦାଖଲ କରିବେ। ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ନିରପେକ୍ଷ କର୍ତ୍ତବ୍ୟ ସମ୍ପାଦନ କରିବା ଲାଗି ସୁପ୍ରିମକୋର୍ଟ କହିଛନ୍ତି।
ନଭେମ୍ବର ୨୫ରେ ଅଗରତାଲା ପୌର ନିଗମ ସମେତ ୨୦ଟି ପୌର ସଂସ୍ଥାରେ ଭୋଟ ପାଇଁ ରାଜ୍ୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଥିଲେ। ନିର୍ବାଚନ ହେବାକୁ ଥିବା ମୋଟ ୩୩୪ ଆସନ ମଧ୍ୟରୁ ଭାଜପା ୧୧୨ଟିରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛି। ଅବଶିଷ୍ଟ ୨୨୨ ଆସନ ଲାଗି ନିର୍ବାଚନ ରଣାଙ୍ଗନରେ ୭୮୫ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି।
ସୂଚନାଯୋଗ୍ୟ, ବାଂଲାଦେଶରେ ଏକ ଦୁର୍ଗାପୂଜା ପେଣ୍ଡାଲରେ କୋରାନକୁ ଦେବୀଙ୍କ ପାଦ ନିକଟରେ ରଖାଯିବାକୁ କେନ୍ଦ୍ରକରି ସାମ୍ପ୍ରଦାୟିକ ହିଂସା ଘଟିଥିଲା। ଏହାର ପ୍ରଭାବ ତ୍ରିପୁରାରେ ପଡ଼ିଥିଲା। ଅକ୍ଟୋବର ୧୯ରୁ ୨୬ ମଧ୍ୟରେ ତ୍ରିପୁରାର କେତେକ ଅଞ୍ଚଳରେ ମସ୍‌ଜିଦ୍‌ ସମେତ ମୁସଲମାନଙ୍କ ଦୋକାନ ଉପରେ ଆକ୍ରମଣ ହୋଇଥିଲା। ସ୍ଥିତି ସୁଧୁରିଥିଲେ ମଧ୍ୟ ସୋସିଆଲ ମିଡିଆରେ ଏହାର ଫଟୋ ଓ ଭିଡିଓ ଶେୟାର କରାଯାଇ ହିଂସାକୁ ଉସୁକାଯାଇଥିଲା। ଗତ ଶନିବାର ରାତିରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ଏକ ସଭାରେ ଯୋଗ ଦେଇଥିବାବେଳେ ଟିଏମ୍‌ସି ନେତ୍ରୀ ସାୟନୀ ଘୋଷ ସେଠାରେ ‘ଖେଲା ହୋବେ’ ସ୍ଲୋଗାନ ଦେବା ସହ ବିଶୃଙ୍ଖଳା ସୃଷ୍ଟି ଲାଗି ଉଦ୍ୟମ କରିଥିଲେ। ପୋଲିସ ତାଙ୍କୁ ଗିରଫ କରିଥିଲା। ତାଙ୍କ ଗିରଫଦାରି ପ୍ରତିବାଦରେ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବାହାରେ ଦଳର ଏମ୍‌ପିମାନେ ଧାରଣା ଦେବା ସହ ତ୍ରିପୁରା ହିଂସା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କଠାରୁ ଜବାବ ଚାହିଁଥିଲେ। ପରେ ଅମିତ ଶାହା ଏମ୍‌ପିମାନଙ୍କ ପ୍ରତିନିଧି ଦଳକୁ ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି। ପୌର ନିର୍ବାଚନ ପ୍ରଚାରବେଳେ ବିରୋଧୀ ଦଳଗୁଡ଼ିକ ପ୍ରତି ହିଂସା ଘଟଣା ରୋକିବାରେ ସରକାର ବିଫଳ ହୋଇଛନ୍ତି। ନଭେମ୍ବର ୧୧ରେ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିଗୁଡ଼ୁଥିବାରୁ ସରକାରଙ୍କ ବିରୋଧରେ ଅଦାଲତ ଅବମାନନା କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଟିଏମ୍‌ସି ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?