Posted inଜାତୀୟ

ବିଜ୍ଞାପନ ଖର୍ଚ୍ଚରେ ଭାଜପାକୁ ପଛରେ ଛାଡ଼ିଲେ ଦିଦି

କୋଲକାତା,୨୫।୩ : ଆସନ୍ତା ୨୭ ତାରିଖରୁ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ଚଳିତ ବର୍ଷ ଫେସବୁକରେ ରାଜନୈତିକ ବିଜ୍ଞାପନ ବାବଦକୁ ଖର୍ଚ୍ଚ କରିବାରେ ଶୀର୍ଷରେ ରହିଛି ପଶ୍ଚିମବଙ୍ଗ। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଉପଲବ୍ଧ ଥିବା ତଥ୍ୟ ଏହା ଦର୍ଶାଯାଇଛି। ଚଳିତ ମାସ ୨୨ ତାରିଖ ସୁଦ୍ଧା ଗତ ୯୦ ଦିନରେ ଏହି ରାଜ୍ୟରେ ନିର୍ବାଚନ ସମ୍ପର୍କିତ ବିଜ୍ଞାପନ ଲାଗି ଖର୍ଚ୍ଚ କରାଯାଇଛି ୩.୭୪ କୋଟି ଟଙ୍କା। ଏହି ତାଲିକାରେ ତାମିଲନାଡୁ (୩.୩ କୋଟି ଟଙ୍କା), ଆସାମ (୬୧.୭୭ ଲକ୍ଷ), କେରଳ (୩୮.୬୬ ଲକ୍ଷ) ଓ ପୁଡୁଚେରୀ (୩.୩୪ ଲକ୍ଷ) ରହିଛନ୍ତି।

ପଶ୍ଚିମବଙ୍ଗରେ ସରକାରକୁ ଫେରିବାକୁ ଚାହୁଁଥିବା ତୃଣମୂଳ କଂଗ୍ରେସ ଫେସବୁକରେ ବିଜ୍ଞାପନ ବାବଦରେ ଭାଜପାକୁ ପଛରେ ଛାଡ଼ି ଦେଇଛି। ଅନ୍ୟ ରାଜନୈତିକ ଦଳ ଅପେକ୍ଷା ତୃଣମୂଳ କଂଗ୍ରେସ ଖର୍ଚ୍ଚ କରିଛି ସର୍ବାଧିକ ୧.୬୯ କୋଟି ଟଙ୍କା। ଫେସବୁକରେ ଟିମ୍‌ଏମ୍‌ସି ପକ୍ଷରୁ ‘ବାଂଲାର ଗର୍ବ ମମତା’ ଅଭିଯାନ ଚାଲିଛି। ଏହି ଦଳର ଡିଜିଟାଲ ବିଜ୍ଞାପନକୁ ପରିଚାଳନା କରୁଛି ଇଣ୍ଡିଆନ ପଲିଟିକାଲ ଆକଶନ କମିଟି (ଆଇ-ପାକ୍‌)। ଏହି ୯୦ ଦିନର ଅବଧିରେ ଫେସବୁକ୍‌ ପେଜ ‘କ୍ଷତିକାରକ ମୋଦି’ରେ ୩୩.୧୨ ଲକ୍ଷ ବିଜ୍ଞାପନ ବାବଦକୁ ଖର୍ଚ୍ଚ କରାଯାଇଛି। ଏହି ରାଜ୍ୟର ଭାଜପାର ଫେସବୁକରେ କେବଳ ୨୫.୩୧ ଲକ୍ଷ ଟଙ୍କା ହିଁ ଖର୍ଚ୍ଚ କରିଛି। ଏହି ଧାରାରେ ମାତ୍ର ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି କଂଗ୍ରେସ। ତେବେ ଟିଏମ୍‌ସିର ଫେସବୁକ ପେଜରେ ୧.୩ ନିୟୁତ ଫଲୋଅର୍ସ ଥିବାବେଳେ ପଶ୍ଚିମବଙ୍ଗ ଭାଜପା ପେଜର ଫଲୋଅର୍ସ ସଂଖ୍ୟା ୧.୭ ନିୟୁତ।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇରେ ଦିଗପହଣ୍ଡି ଦାଦନ ଶ୍ରମିକଙ୍କ ମୃତ୍ୟୁ; ବିଧାୟକ ଙ୍କ ହସ୍ତକ୍ଷେପ ପରେ ଅଣାଯାଉଛି ମୃତଦେହ, ଗାଁରେ ଶୋକାକୁଳ ପରିବେଶ 

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଦାଦନ ଖଟିବାକୁ ଯାଇ ମୁମ୍ବାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି…

‘ମୁଁ କନଭର୍ଟ ହେବାକୁ ଚାହୁଁଛି…’ କଙ୍ଗନାଙ୍କ ଗୋଟିଏ ବୟାନ ସୋସିଆଲ ମିଡିଆରେ ଲଗାଇଲା ନିଆଁ, ଜାଣନ୍ତୁ ମାମଲା

ନୂଆଦିଲ୍ଲୀ,୩।୮: ବଲିଉଡ୍‌ ଅଭିନେତ୍ରୀ BJP ସାଂସଦ କଙ୍ଗନା ରଣାୱତ ପୁଣି ଥରେ ନିଜର ସ୍ପଷ୍ଟବାଦୀ ଅନ୍ଦାଜ ପାଇଁ ଚର୍ଚ୍ଚାରେ। ଏଥର କାରଣ ହେଉଛି ତାଙ୍କର ସୋସିଆଲ୍‌ ମିଡିଆ…

ବଦଳିଲା ୟୁପିଆଇ ପେମେଣ୍ଟ ନିୟମ, ଟ୍ରାଞ୍ଜାକ୍ସନ୍ ପୂର୍ବରୁ ବ୍ୟାଙ୍କ ପଚାରିବ Yes/No ପ୍ରଶ୍ନ…

ନୂଆଦିଲ୍ଲୀ,୩।୮: ଆପଣଙ୍କର ପରବର୍ତ୍ତୀ UPI ପେମେଣ୍ଟ (Payment) ହୁଏତ ସବୁବେଳେ ଗୋଟିଏ ଟ୍ୟାପ୍‌ରେ ସମ୍ପୂର୍ଣ୍ଣ ନହୋଇପାରେ। ଦେଶରେ ବୃଦ୍ଧି ପାଉଥିବା ଡିଜିଟାଲ୍‌ ପେମେଣ୍ଟ ଠକେଇକୁ ରୋକିବା ଏବଂ…

ଭାଜପା ହାତରୁ ଛଡାଇନେଲେ ଆସନ, ବାଙ୍କିପୁରରେ କେମିତି କାମ କଲା ପ୍ରଶାନ୍ତ କିଶୋରଙ୍କ ମାଷ୍ଟରଷ୍ଟ୍ରୋକ୍‌? ଜାଣନ୍ତୁ…

ପାଟନା,୩।୮: ତିନି ଦଶନ୍ଧି ପରେ ନିଜ ଗଡ଼ରେ ଭାଜପାକୁ ବଡ଼ ପରାଜୟର ସାମ୍ନା କରିବାକୁ ପଡ଼ିଛି। ପରିବର୍ତ୍ତନର ଲହରୀରେ ବିହାରର ବାଙ୍କିପୁର ବିଧାନସଭା ଆସନ, ଯାହା ଭାଜପାର…

ଭାଜପାକୁ ଶକ୍ତ ଝଟ୍‌କା: ଶୋଚନୀୟ ଭାବେ ପରାସ୍ତ କଲା କଂଗ୍ରେସ

ଭୋପାଳ,୩।୮: ମଧ୍ୟପ୍ରଦେଶର ଦତିଆ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଫଳାଫଳ ସୋମବାର ଘୋଷଣା କରାଯାଇଛି। ଏହି ଉପନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା)କୁ ଏକ…

ଧରିତ୍ରୀର ପ୍ରଭାବ: ପିଲାସାଲୁଙ୍କି କେନାଲରେ ଛଡ଼ାଯିବ ପାଣି

ଖଜୁରୀପଡ଼ା,୩।୮(ବିଦୁର ବେହେରା): ପିଲାସାଲୁଙ୍କି ଡ୍ୟାମ କେନାଲ ପାଣିକୁ ନେଇ ଚାଷୀଙ୍କ ଅସନ୍ତୋଷ ଏବଂ ସମସ୍ୟା ସମ୍ପର୍କରେ ଗତ ଜୁଲାଇ ୩୧ ତାରିଖରେ ’ଧରିତ୍ରୀ’ରେ ଖବର ପ୍ରକାଶ ପାଇବା…

ବାଙ୍କିପୁର ଉପନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କୁ ସହଯୋଗ କଲେ ନୀତିଶ କୁମାର, ଜାଣନ୍ତୁ କ’ଣ ଥିଲା ପିକେଙ୍କ ରଣନୀତି

ପାଟନା,୩।୮: ବାଙ୍କିପୁର ବିଧାନସଭା ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଜନ ସୁରାଜର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ବିଜୟ ହାସଲ କରିଛନ୍ତି। ବଡ଼ ବ୍ୟବଧାନରେ ସେ ଭାଜପା ପ୍ରାର୍ଥୀ…

ଛାତିଥରା ଘଟଣା…ସ୍କୁଲରେ ପଶି ଶିକ୍ଷୟିତ୍ରୀଙ୍କୁ ଛୁରାମାଡ଼ କଲେ ଦୁର୍ବୃତ୍ତ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୩।୮: ହରିୟାଣାର ଫରିଦାବାଦ ଜିଲାର ସିକରୌନା ଗାଁରେ ଥିବା ଏକ ସ୍କୁଲରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ଜଣେ ମୁଖା ପିନ୍ଧିଥିବା ଯୁବକ ସ୍କୁଲ ପରିସରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri