Posted inଜାତୀୟ

‘ଏନ୍‌କାଉଣ୍ଟର ମୋ ପୁଅ ପାଇଁ ଏକ ଶ୍ରଦ୍ଧାଞ୍ଜଳି’

ପ୍ରୟାଗରାଜ,୧୩।୪: ଉମେଶ ପାଲ ହତ୍ୟା ମାମଲାରେ ଅଭିଯୁକ୍ତ ଅସଦ ଅହମ୍ମଦଙ୍କୁ ଗୁରୁବାର ଝାନ୍ସିରେ ଏନ୍‌କାଉଣ୍ଟର କରାଯାଇଛି। ଏହି ଏନ୍‌କାଉଣ୍ଟର ଖବର ପାଇବା ପରେ ଓକିଲ ଉମେଶ ପାଲଙ୍କ ମା’ ଶାନ୍ତି ଦେବୀ ଏହା ମୋ ପୁଅ ପାଇଁ ଏକ ଶ୍ରଦ୍ଧାଞ୍ଜଳି ବୋଲି କହିଛନ୍ତି। ଏପରି କି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କୁ ନ୍ୟାୟ ମିଳିବ ବୋଲି ଉତ୍ତରପ୍ରଦେଶ ସରକାରଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରହିଥିଲା। ଏନେଇ ସେ ପୋଲିସ ବିଭାଗକୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି।

ଅନ୍ୟପକ୍ଷେ ଉମେଶ ପାଲଙ୍କ ସ୍ତ୍ରୀ ମଧ୍ୟ ଅପରାଧୀଙ୍କ ବିରୋଧରେ ଜିରୋ ଟଲରେନ୍ସ ନିଷ୍ପତ୍ତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ସେ ତାଙ୍କ ଝିଅର ସ୍ବାମୀ ହତ୍ୟାକାରୀଙ୍କୁ ଦଣ୍ଡ ଦେଇଛନ୍ତି। ମୁଁ ଆଶା କରୁଛି ଯେ, ମୁଖ୍ୟମନ୍ତ୍ରୀ ଯାହା କରିବେ ତାହା ଭଲ ହିଁ କରିବେ। ସେ ଜଣେ ପିତାଙ୍କ ପରି ବୋଲି କହିଛନ୍ତି।

ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ରାଜ୍ୟର ଏସ୍‌ଟିଏଫ୍‌ ଫୋର୍ସକୁ ଶୁଭେଚ୍ଛା ଜଣାଇଛନ୍ତି। ଅସଦ ଏବଂ ତାଙ୍କ ସହଯୋଗୀ ପୋଲିସ ଉପରକୁ ଗୁଳି ଚଳାଇଥିଲେ। ଫଳରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ସୁଜାତା ସାମିଲ ହେବା ପରେ ଶଙ୍ଖ ଭବନରୁ ଆସିଲା ବଡ଼ ଖବର: ରାଜନୀତିରେ ଚହଳ

ଭୁବନେଶ୍ୱର, ୨୫।୬: ବିଜେଡିରେ ସାମିଲ ହେଲେ ସୁଜାତା କାର୍ତ୍ତିକେୟନ। ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ସେ ଦଳରେ ଯୋଗ ଦେଇଛନ୍ତି। ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ…

ପ୍ରେମ ବିବାହର ଭୟଙ୍କର ଅନ୍ତ! ପତ୍ନୀଙ୍କୁ କାର୍‌ରେ ବସାଇ କେନାଲକୁ ଗାଡ଼ି ଖସାଇଦେଲେ…

ଚଣ୍ଡିଗଡ଼,୨୫ା୬: ପଞ୍ଜାବର ପଟିଆଲାରୁ ଏକ ଗଭୀର ଦୁଃଖଦ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଏକ ପ୍ରେମ ବିବାହ ମୃତ୍ୟୁରେ ପରିଣତ ହୋଇଛି। ଭାରତୀୟ ସେନାର…

ସୁଜାତା ବିଜେଡିରେ ମିଶିବା ପରେ ନବୀନ ଦେଲେ ସ୍ପଷ୍ଟୀକରଣ, କହିଲେ ଆସନ୍ତା ନିର୍ବାଚନରେ ମୁଁ…

ଭୁବନେଶ୍ୱର,୨୫ା୬: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ସ୍ତ୍ରୀ ତଥା ପୂର୍ବତନ ଆଇଏଏସ୍‌ ଅଫିସର ସୁଜାତା କାର୍ତ୍ତିକେୟନ ଗୁରୁବାର ବିଧିବଦ୍ଧ ଭାବେ ବିଜେଡିରେ ମିଶିଛନ୍ତି।…

ରାସ୍ତା ନାହିଁ, ଅସରାଏ ବର୍ଷା ହେଲେ ରୋଗୀଙ୍କୁ ବାଉଁଶ ଦୋଳା ଭରସା

ମହାକାଳପଡ଼ା,୨୫ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଅନ୍ତର୍ଗତ ସାନ୍ତାଳୀ ଗାଁ ପାଣିଖିଆକୁ ଭଲ ରାସ୍ତା ନାହିଁ। ଅସରାଏ ବର୍ଷା…

ଏଲନ ମସ୍କଙ୍କୁ ଶକ୍ତ ଝଟକା: ହାତରୁ ଗଲା…

ନ୍ୟୁୟର୍କ,୨୫।୬: ଦୁନିଆର ପ୍ରଥମ ଟ୍ରିଲିୟନେୟାର (Trillionaire) ଭାବେ ଏଲନ ମସ୍କଙ୍କ ସଂକ୍ଷିପ୍ତ ସମୟ ଶେଷ ହୋଇଯାଇଛି। ସ୍ପେସଏକ୍ସ (SpaceX – SPCX) ଏବଂ ଟେସଲା (Tesla –…

ଦାବି ପୂରଣ ନ ହେଲେ ଜୁଲାଇ ୧ରୁ ସାମୂହିକ ଛୁଟି: ଚେତାବନୀ ଦେଲା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ

ନବରଙ୍ଗପୁର,୨୫।୬(ସଦାଶିବ ପ୍ରହରାଜ): ଓଡ଼ିଶାର ରାଜସ୍ବ ପ୍ରଶାସନର ମେରୁଦଣ୍ଡ ଆର୍‌ଆଇ, ଏଆର୍‌ଆଇ, ରେଭିନ୍ୟୁ ସୁପରଭାଇଜରମାନେ ୨୨ ତାରିଖରୁ ମିଶନ୍‌ ସ୍ବାଭିମାନ ଅଧୀନରେ ବ୍ୟାପକ ପ୍ରତିବାଦ ଆରମ୍ଭ କରିଛନ୍ତି। ଏନେଇ…

ଜନ ସଂପର୍କ ଅଭିଯାନ, ମୋହନ ସରକାରଙ୍କ ଉପଲବ୍ଧି-ଲକ୍ଷ୍ୟ ବଖାଣିଲେ ଏମପି

ପାଟଣା,୨୫ା୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ମୁଖ୍ୟାଳୟ ସଂରା ପଶି ଲକ୍ଷ୍ମୀ ପଣ୍ଡପରେ ଗୁରୁବାର କେନ୍ଦୁଝର ଏମପି ଅନନ୍ତ ନାୟକ ନିର୍ବାଚନ ମଣ୍ଡଳୀର ବରିଷ୍ଠ…

ଗ୍ରାହକଙ୍କ ପାଇଁ ଖୁସି ଖବର!ହଜାର ହଜାର ଟଙ୍କା ଶସ୍ତା ହେଲା ସୁନା, କିଣିବା ପୂର୍ବରୁ ଜାଣନ୍ତୁ ରେଟ୍

ନୂଆଦିଲ୍ଲୀ,୨୫।୬: ଗୁରୁବାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଏବଂ ରୁପା ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହେଉଛି। ସୁନା ମୂଲ୍ୟ ପ୍ରାୟ ୧,୪୫୦–୧,୯୦୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri