Posted inଖେଳ

ମ୍ୟାଚ୍‌ ପୂର୍ବରୁ ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି

ରିଓ ଡି ଜାନେଇରୋ,୧୬।୬: ଚିଲି ବିପକ୍ଷରେ ଆର୍ଜେଣ୍ଟିନା ତା’ର ପ୍ରଥମ ମ୍ୟାଚ୍‌ରେ କିମ୍ବଦନ୍ତୀ ଫୁଟ୍‌ବଲର ଡିଏଗୋ ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲା। ମ୍ୟାଚ୍‌ ପୂର୍ବରୁ ମାରାଡୋନାଙ୍କ ଜୀବନୀକୁ ନେଇ ଲାଇଟ୍‌ ଓ ପ୍ରୋଜେକ୍ସନ ଦ୍ୱାରା ସମ୍ମାନ ପ୍ରଦର୍ଶନ କରାଯାଇଥିଲା। ନିଲଟୋନ ସାଣ୍ଟୋସ ଷ୍ଟାଡିୟମରେ କୌଣସି ଦର୍ଶକ ଉପସ୍ଥିତ ନ ଥିଲେ ମଧ୍ୟ ଦକ୍ଷିଣ ଆମେରିକା ଫୁଟ୍‌ବଲ ପ୍ରଶାସନର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା କନ୍‌ମେବୋଲ ଦ୍ୱାରା ମାରାଡୋନାଙ୍କ ସମ୍ମାନରେ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା। ମାରାଡୋନା ମାତ୍ର ୬୦ ବର୍ଷରେ ମୃତ୍ୟୁବରଣ କରିଥିଲେ। ‘ଲିଭ୍‌ ଇଜ୍‌ ଲାଇଫ୍‌’ ନାମରେ ଏକ ୩ ମିନିଟ୍‌ର ଭିଡିଓ ମଧ୍ୟ କନ୍‌ମେବୋଲ ସୋସିଆଲ ମିଡିଆ ଚ୍ୟାନେଲରେ ପ୍ରସାରିତ କରାଯାଇଥିଲା। ଏହି ଗୀତ ମାରାଡୋନାଙ୍କ ପାଇଁ ବେଶ୍‌ ପ୍ରସିଦ୍ଧ ଥିଲା। ୧୯୮୯ରେ ବେୟନ୍ନ ମ୍ୟୁନିକ ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ରେ ନାପୋଲି ତରଫରୁ ମାରାଡୋନା ପ୍ରତିନିଧିତ୍ୱ କରିଥିଲେ। ଏହି ମ୍ୟାଚ୍‌ ପୂର୍ବରୁ ନାପୋଲି ସହିତ ମାରାଡୋନା ଏହି ଗୀତ ସହିତ ଓ୍ବାର୍କଅପ କରିଥିଲେ। ସବୁ କ୍ଲବ ଓ ଆର୍ଜେଣ୍ଟିନା ତରଫରୁ ମାରାଡୋନା ଖେଳିଥିବା ମ୍ୟାଚ୍‌ର ଶାର୍ଟକୁ ମଧ୍ୟ ଏହି ଭିଡିଓରେ ପ୍ରଦର୍ଶନ କରାଯାଇଥିଲା। ମାରାଡୋନାଙ୍କ କ୍ରୀଡ଼ା ଜୀବନର ସବୁ ଗୌରବମୟ ମୁହୂର୍ତ୍ତକୁ ମଧ୍ୟ ଏଥିରେ ପ୍ରଦର୍ଶନ କରାଯାଇଥିଲା। ୧୯୮୬ରେ ମେକ୍ସିକୋ ରାଷ୍ଟ୍ରପତିଙ୍କଠାରୁ ମାରାଡୋନା ଗ୍ରହଣ କରୁଥିବା ବିଶ୍ୱକପ୍‌ ଟ୍ରଫିର ଦୃଶ୍ୟ ମଧ୍ୟ ଏହି ଭିଡିଓରେ ପ୍ରଦର୍ଶନ କରାଯାଇଥିଲା। ଇତିହାସର ଶ୍ରେଷ୍ଠ ଫୁଟ୍‌ବଲରଙ୍କୁ ଆମେ ସମ୍ମାନ ଜଣାଉଛୁ ବୋଲି କନ୍‌ମେବୋଲ ତରଫରୁ କୁହାଯାଇଛି। ୨୦୦୧ରେ ବୋକା ଜୁନିୟର୍ସ ଛାଡିବା ବେଳେ ମାରାଡୋନା ଦେଇଥିବା ଭାଷଣ ସହ ଏହି ଭିଡିଓ ଶେଷ ହୋଇଥିଲା। ମୋ ସହ ଆପଣଙ୍କର ଥିବା ଭଲ ପାଇବା କେବେ ଶେଷ ନ ହେଉ ବୋଲି ମାରାଡୋନା ତାଙ୍କର ଏହି ଭାଷଣରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ପାଇଁ ଗୌରବ ଆଣିଲେ ଅଭିନେତା ଆର୍‌. ମାଧବନଙ୍କ ପୁଅ

ନୂଆଦିଲ୍ଲୀ,୧୭।୪: ଅଭିନେତା ଆର୍‌. ମାଧବନଙ୍କ ପୁଅ ବେଦାନ୍ତ ମାଧବନ ଅନ୍ତର୍ଜାତୀୟସ୍ତରରେ ଭାରତ ପାଇଁ ଗୌରବ ଆଣିଛନ୍ତି। ଶୁକ୍ରବାର ସେ ଡେନିଶ୍‌ ଓପନ ସନ୍ତରଣ ପ୍ରତିଯୋଗିତାର ପୁରୁଷ...

ପରାଜୟରେ ନିଜକୁ ଉତ୍ତରଦାୟୀ କରିଥାନ୍ତି ଧୋନୀ: ମୋହିତ

ନୂଆଦିଲ୍ଲୀ,୨୬।୫ (ପି.ଟି.): ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ଦ୍ରୁତ ବୋଲର ମୋହିତ ଶର୍ମା। ସେ ଜଣେ ପ୍ରକୃତ ଅଧିନାୟକ।...

ଖୋ ଖୋ ରୋମାଞ୍ଚ

ରୋମାଞ୍ଚ ଆଣିଛି ସ୍ବଦେଶୀ କ୍ରୀଡ଼ା। ପୁଣେର ମହାଲୁଙ୍ଗେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚାଲିଥିବା ଅଲ୍‌ଟିମେଟ ଖୋ ଖୋ ଲିଗ୍‌ ଏବେ କ୍ରୀଡ଼ା ଜଗତରେ...

ସ୍ମିଥ୍‌ଙ୍କୁ ତୃତୀୟ ଆଲାନ ବର୍ଡର ପଦକ

ମେଲବୋର୍ନ, ୭ା୨(ପି.ଟି.)-ପୂର୍ବତନ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ ତୃତୀୟ ଥର ଆଲାନ ବର୍ଡର ପଦକ ଜିତିଛନ୍ତି। ଅନ୍ୟପକ୍ଷରେ ମହିଳା ବିଭାଗରେ ବେଥ୍‌ ମୁନି ପ୍ରଥମ ଥର ପାଇଁ...

କୋହଲିଙ୍କ ଉପରେ ଆଇସିସି ଲଗାଇପାରେ ପ୍ରତିବନ୍ଧକ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୧।୩: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜର ଶେଷ ମ୍ୟାଚ୍‌ରେ ଅତିଥି ଟିମ୍‌ର ବ୍ୟାଟ୍ସମ୍ୟାନ୍‌ ଜୋସ୍‌ ବଟଲରଙ୍କ ସହ ଯୁକ୍ତିତର୍କ...

ପୂର୍ବତନ ବିଶ୍ୱ ଚେସ ଚାମ୍ପିୟନଙ୍କୁ ହରାଇଲେ ପ୍ରଜ୍ଞାନାନନ୍ଦ

ଗିବ୍ରାଲଟର,୨୭।୧- ଯୁବ ଭାରତୀୟ ଗ୍ରାଣ୍ଡ ମାଷ୍ଟର୍ସ ଆର. ପ୍ରଜ୍ଞାନାନନ୍ଦ ୧୮ତମ ଗିବ୍ରାଲଟର ଚେସ ଫେଷ୍ଟିଭାଲରେ ଏକ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି। ପ୍ରଜ୍ଞାନାନନ୍ଦ ପୂର୍ବତନ ବିଶ୍ୱ ଚାମ୍ପିୟନ...

ପାକିସ୍ତାନ ଅଧିନାୟକଙ୍କୁ ଶୀଘ୍ର ବିବାହ କରିବାକୁ ପରାମର୍ଶ ଦେଲେ ରୋହିତ ଶର୍ମା: ଜବାବ ମିଳିଲା ଏମିତି

ଦୁବାଇ,୨୮।୮: ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରଶଂସକଙ୍କ ସହ ଉଭୟ ଦଳର...

ବିଶ୍ୱରେ କେଉଁ ସ୍ଥାନରେ କରିଛନ୍ତି ଶତକ, ତାହା ଦେଖାଇବା ପାଇଁ ଦେହରେ ବିଶ୍ୱ ମ୍ୟାପ ଟାଟୁ

ଅନ୍ତର୍ଜାତୀୟ କ୍ରିକେଟରେ ନିଜ ସଫଳତାକୁ ସର୍ବଦା ମନେ ରଖିବା ପାଇଁ ଦେହରେ ବିଶ୍ୱ ମ୍ୟାପ୍‌ ଟାଟୁ କରିଛନ୍ତି ଇଂଲଣ୍ଡର ପୂର୍ବତନ ଷ୍ଟାଇଲିସ୍‌ ବ୍ୟାଟ୍ସମ୍ୟାନ କେଭିନ ପିଟରସନ।...

Advertisement
Archives

Model This Week