ମା’ଙ୍କ ଆଶିଷ ପାଇଁ ୪୫ ବର୍ଷର ପ୍ରତୀକ୍ଷା ଅନ୍ତ: ଜମିଲା ଆଦିବାସୀଙ୍କ ‘ଟୋକିମରା’ ପର୍ବ, ଦେଖିବାକୁ ହଜାର ହଜାର ଭକ୍ତଙ୍କ ସମାଗମ

ଥୁଆମୂଳ ରାମପୁର, ୨୯।୧୨ (ଦୁର୍ଗା କୀର୍ତ୍ତି): ବଣ ପାହାଡ଼ ଘେରା କଳାହାଣ୍ଡିର ଶାନ୍ତ ପରିବେଶ ଏବେ ମାଦଳର ତାଳେ ତାଳେ ଉତ୍ସବମୁଖର। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୋପାଳପୁରର ବେନ୍ଦାଝୋଲା ଗ୍ରାମରେ ଚଳିତ ବର୍ଷ ଏକ ଇତିହାସ ସୃଷ୍ଟି ହୋଇଛି। ଦୀର୍ଘ ୪୫ ବର୍ଷର ପ୍ରତୀକ୍ଷା ପରେ ପାରମ୍ପରିକ ରୀତିନୀତିରେ ଆଦିବାସୀଙ୍କ ଆଧ୍ୟାତ୍ମିକ ଗଣପର୍ବ ‘ଟୋକିମରା’ ରବିବାର ମହାସମାରୋହରେ ପାଳିତ ହୋଇଯାଇଛି। ହଜାର ହଜାର ବର୍ଷର ସଂସ୍କୃତି ଓ ମାଟି ମା’ଙ୍କ ପ୍ରତି ଥିବା ଅତୁଟ ବିଶ୍ୱାସର ଏହି ନିଆରା ସଙ୍ଗମକୁ ଦେଖିବା ପାଇଁ ହଜାର ହଜାର ଜନସାଧାରଣଙ୍କ ସମାଗମ ହୋଇଥିଲା। ବ୍ଲକ ଆଦିବାସୀ ସଂଘ ସଭାପତି ସନାତନ ମାଝୀଙ୍କ ପ୍ରତିକ୍ରିୟା ଅନୁଯାୟୀ, ଏହି ପର୍ବ କେବଳ ଏକ ଉତ୍ସବ ନୁହେଁ, ବରଂ ପ୍ରକୃତି ଓ ମଣିଷ ମଧ୍ୟରେ ଥିବା ସମ୍ପର୍କର ଏକ ସେତୁ। ପ୍ରତିବର୍ଷ ପୌଷ ମାସରେ ଧରିତ୍ରୀ ମାତାଙ୍କୁ ପୂଜା କଲେ ରୋଗବ୍ୟାଧି ଦୂର ହେବା ସହ ସୁଖ, ଶାନ୍ତି ଓ ସମୃଦ୍ଧି ପ୍ରାପ୍ତି ହୁଏ ବୋଲି ଆଦିବାସୀ ଭଉଣୀଭାଇଙ୍କ ମଧ୍ୟରେ ଦୃଢ଼ ବିଶ୍ୱାସ ରହିଛି। ପୂର୍ବପୁରୁଷଙ୍କ ପଦାଙ୍କ ଅନୁସରଣ କରି ପାରମ୍ପରିକ ଟାଙ୍ଗୀରେ ମେଣ୍ଢା ବା ଗଡ଼ରା ବଳି ଦିଆଯାଇଥାଏ ଏବଂ ସେହି ପବିତ୍ର ଅଂଶକୁ ଚାଷ ଜମିରେ ପୋତି ଉତ୍ତମ ଫସଲ ପାଇଁ ପ୍ରାର୍ଥନା କରାଯାଏ। ବେନ୍ଦାଝୋଲା ସମେତ ଗୋପାଳପୁର, ବିରିକୋଟ, ବାଗଡିଆଣି, ଅଡାଯୋର, ଥୁଆମୂଳ, କୋଷାବରା, ଥୁଆମୂଳ ରାମପୁର ଓ ସିନ୍ଧିପଦର ଆଦି ବିଭିନ୍ନ ଗ୍ରାମରୁ ହଜାର ହଜାର ଲୋକଙ୍କ ସମାଗମରେ ଅଞ୍ଚଳଟି ଜନସମୁଦ୍ରରେ ପରିଣତ ହୋଇଥିଲା। ଏହି ଅବସରରେ ୫୩ ଖଣ୍ଡ ପାରମ୍ପରିକ ଟାଙ୍ଗୀରେ ‘ଗଡରା ତୁପୁକା’ ବିଧି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ସେହିପରି ସୋମବାର ତଳଝାପି ପଞ୍ଚାୟତର ମସ୍କାଗୁଡ଼ା (ମୁନୁସ ପଡ଼ା) ଠାରେ ମଧ୍ୟ ‘ଖୋରି ସୁଙ୍ଗେନ’ ପର୍ବ ଶାନ୍ତିଶୃଙ୍ଖଳାର ସହ ସମ୍ପୂର୍ଣ୍ଣ ହୋଇଛି। ଏହି ମହାନ ପର୍ବର ପରମ୍ପରାକୁ ଆଗକୁ ବଢ଼ାଇ ଆସନ୍ତା ମଙ୍ଗଳବାର ଡାକକୋଟା ସ୍ଥିତ ‘ଭାରତ ଯାତ୍ରା’ ପଡ଼ିଆରେ ‘ବାଲିପଟା’ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ଡାକକୋଟା ସ୍ଥିତ ସୱାମୀ ବିବେକାନନ୍ଦ ଯୁବ ଅନୁଷ୍ଠାନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଥୁଆମୂଳ ରାମପୁର ଥାନା ଅଧିକାରୀ କୈବଲ୍ୟ ସେଠଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୋଲିସ ପ୍ରଶାସନ ମୁତୟନ ହୋଇଛନ୍ତି। ବେନ୍ଦାଝୋଲାଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଦିଶାରୀ ପାଟଶାଇ ମାଝୀ, ଯାନୀ ବାମନ ମାଝୀ, ରାପିଆ ଲେମୁ ମାଝୀ, ଲହରା ଚୁନ୍ଦୁର ସିଂ ପରାଭୋଇ ଏବଂ କମିଟି ସଭାପତି ଦୟା ସିଂ ମାଝୀଙ୍କ ସମେତ ସମସ୍ତ ଅଞ୍ଚଳବାସୀ ଓ ସ୍ଥାନୀୟ ଯୁବ ଅନୁଷ୍ଠାନର କର୍ମକର୍ତ୍ତାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ଉଦ୍ୟମ ଘଟଣା: ବର୍ଷେ ପରେ ୨ ନାବାଳକ ଜେଜେବିରେ ହାଜର

ଦିଗପହଣ୍ଡି, ୭।୯ (ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମର ବେନୁ ସାହୁଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ପ୍ରାୟ ଏକ ବର୍ଷ…

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ଦାଦାବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୭।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଦାଦାବଟି ମାଗି ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରି ହତ୍ୟା ଉଦ୍ୟମ ଓ ଟଙ୍କା ଛଡ଼ାଇ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri