Posted inଜାତୀୟ

ଶୌଚ ପାଇଁ ବାହାରକୁ ଯାଇଥିବା ନାବାଳିକା ୧୦ ଜଣଙ୍କ ଦ୍ୱାରା ଗଣବଳାତ୍କାର ଶିକାର

ରାଞ୍ଚି, ୮ା୬: ଝାଡ଼ଖଣ୍ଡର ଗୋଡ଼ଡା ଜିଲାରେ ଜଣେ ୧୭ ବର୍ଷୀୟ ଆଦିବାସୀ ନାବାଳିକା ଶୌଚ ପାଇଁ ଯାଇଥିବା ବେଳେ ୧୦ ଜଣ ପୁରୁଷ ଦ୍ୱାରା ଗଣବଳାତ୍କାର ଶିକାରହୋଇଥିବା ଅଭିଯୋଗ ହୋଇଛି।

ଶୁକ୍ରବାର ସୁନ୍ଦର ପାହାଡ଼ୀ ଥାନା ଅଞ୍ଚଳରେ ଘଟିଥିବା ଏହି ଘଟଣା ସହ ଜଡ଼ିତ ୮ ଜଣ ଅଭିଯୁକ୍ତଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇଛି, ବୋଲି ପୋଲିସ କହିଛି।

ଏହି ଘଟଣା ଘଟିଥିଲା ଯେତେବେଳେ ଝିଅଟି ଜଣେ ସମ୍ପର୍କୀୟଙ୍କ ଘରେ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲା। ସେଠାରେ ସେ ଶୌଚ ପାଇଁ ଘରୁ ବାହାରକୁ ଯାଇଥିବା ବେଳେ ଜଣେ ଯୁବକ ତାଙ୍କୁ ଧରି, ତାଙ୍କ ମୁଖରେ କପଡ଼ା ବାନ୍ଧି ଏକ ନିର୍ଜନ ସ୍ଥାନକୁ ନେଇଥିଲା, ବୋଲି ତାଙ୍କ ବୟାନକୁ ଉଦ୍ଧୃତ କରି ପୋଲିସ କହିଛି।ତା’ପରେ ତାଙ୍କୁ ୧୦ ଜଣଙ୍କ ଦ୍ୱାରା ଗଣବଳାତ୍କାର କରାଯାଇଥିଲା, ବୋଲି ପୋଲିସ କହିଛି।

ନାବାଳିକାଙ୍କ ପରିବାର ଅଭିଯୋଗ କରିଛି ଯେ ଶନିବାର ଏହି ଘଟଣାକୁ ଗୋପନ ରଖିବା ପାଇଁ ସ୍ଥାନୀୟ ପଞ୍ଚାୟତର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

“ତେବେ ପୀଡ଼ିତାଙ୍କ ପରିବାର ରବିବାର ୧୦ ଜଣଙ୍କ ବିରୁଦ୍ଧରେ ଏଫଆଇଆର ଦାୟର କରିଛନ୍ତି। ୮ ଜଣଙ୍କୁ ଗିରଫ କରାଯାଇଛି। ବାକି ଦୁଇ ଅଭିଯୁକ୍ତଙ୍କୁ ଖୋଜା ଜାରି ରହିଛି,” ପୋଲିସ ଅଧୀକ୍ଷକ ମୁକେଶ କୁମାର କହିଛନ୍ତି। ପୀଡ଼ିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଛି, ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ଯେତିକି ତେଲ ଆବଶ୍ୟକ ସେତିକି ଯୋଗାଇବାକୁ ଆମେରିକା ପ୍ରସ୍ତୁତ: ମାର୍କୋ ରୁବିଓ

ଓ୍ବାଶିଂଟନ, ୨୨।୫: ଭାରତ ଗସ୍ତ ପୂର୍ବରୁ, ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏକ ବଡ଼ ଘୋଷଣା କରିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ ନୂଆଦିଲ୍ଲୀ…

ଫିଲ୍ମରେ ଅଭିନୟ କରୁଥିଲେ ଫେରାର କଏଦୀ: ୧୨ ବର୍ଷ ପରେ…

ଅହମ୍ମଦାବାଦ, ୨୨/୫ (ପି.ଟି.):ସିନେମା ଜଗତର ଚମକପ୍ରଦ ଦୁନିଆରେ ନିଜ ପରିଚୟ ଲୁଚାଇ ବୁଲୁଥିବା ଜଣେ କଏଦୀକୁ ଶେଷରେ ଗିରଫ କରିଛି ଗୁଜରାଟ ପୋଲିସ। ହତ୍ୟା ମାମଲାରେ ଆଜୀବନ…

ନରୱେର ରାଜଦମ୍ପତିଙ୍କୁ ଓଡ଼ିଶାର କଳାକୃତି ଉପହାର ଦେଲେ ମୋଦି

ନୂଆଦିଲ୍ଲୀ, ୨୨ା୫:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ପାଞ୍ଚ ଦେଶ ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ନରୱେର ମହାରାଜା ହାରାଲ୍ଡ (୫ମ)ଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ସେ ମହାରାଜାଙ୍କୁ…

ଇବୋଲା ଭୟ: ଭାରତ-ଆଫ୍ରିକା ଫୋରମ ସମ୍ମିଳନୀ ସ୍ଥଗିତ

ନୂଆଦିଲ୍ଲୀ, ୨୨ା୫ (ପି.ଟି.):ଆଫ୍ରିକୀୟ ଦେଶଗୁଡ଼ିକରେ କାୟା ମେଲାଇଥିବା ମାରାତ୍ମକ ‘ଇବୋଲା’ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ଏବଂ ଆଫ୍ରିକୀୟ ୟୁନିୟନ (ଏୟୁ) ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।…

କଂସେଇଖାନା ଇଦ୍‌ର ଅଂଶ ନୁହେଁ : ହାଇକୋର୍ଟ

କୋଲକାତା,୨୨।୫: ଗୋହତ୍ୟା କୌଣସି ଧାର୍ମିକ ଉତ୍ସବର ଅଂଶ ହୋଇ ନ ପାରେ । ସର୍ବସାଧାରଣ ସ୍ଥାନରେ ପଶୁହତ୍ୟାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ କହି କଲିକାତା ହାଇକୋର୍ଟ ପଶ୍ଚିମବଙ୍ଗରେ…

ସଂସ୍କାର ଆଣି ଲୋକଙ୍କ ଜୀବନକୁ ସହଜ କର, ମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ, ୨୨।୫(ପି.ଟି.): ଜନସାଧାରଣଙ୍କ ଜୀବନକୁ ଆରାମଦାୟକ କରିବା ପାଇଁ ପରବର୍ତ୍ତୀ ପିଢ଼ିର ସଂସ୍କାରମୂଳକ ପଦକ୍ଷେପ ନେବାକୁ ଗୁରୁବାର ମନ୍ତ୍ରୀ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି…

କସ୍‌ମେଟିକ ଇଞ୍ଜେକ୍ସନ ଉପରେ ରୋକ୍‌, ଉଲ୍ଲଂଘନ କଲେ….

ନୂଆଦିଲ୍ଲୀ, ୨୨।୫ (ପି.ଟି.): ସାମାଜିକ ଗଣମାଧ୍ୟମ ଓ ସହରାଞ୍ଚଳରେ ଚେହେରାକୁ ଅଧିକ ସୁନ୍ଦର ଓ ଚମକଦାର କରିବା ପାଇଁ ବିଉଟି ପାର୍ଲର ଏବଂ ୱେଲନେସ୍‌ ସେଣ୍ଟରଗୁଡ଼ିକରେ ବ୍ୟାପକ…

ତୈଳ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ୮ ସୂତ୍ରୀ ନିର୍ଦ୍ଦେଶ, ଜୁନ୍ ପହିଲାରୁ ସରକାର…

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା): ସରକାରୀ ଅଧିକାରୀମାନେ ଏଣିକି ବିଭିନ୍ନ ସ୍ଥାନକୁ ପରିଦର୍ଶନରେ ଗଲାବେଳେ ବସ୍‌ କିମ୍ବା ରେଳରେ ଯିବେ। ଏହାସହିତ ଜୁନ୍‌ ପହିଲାରୁ ସରକାର କେବଳ ବୈଦ୍ୟୁତିକ ଯାନ(ଇଭି)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri