Posted inଜାତୀୟ

ଶୌଚ ପାଇଁ ବାହାରକୁ ଯାଇଥିବା ନାବାଳିକା ୧୦ ଜଣଙ୍କ ଦ୍ୱାରା ଗଣବଳାତ୍କାର ଶିକାର

ରାଞ୍ଚି, ୮ା୬: ଝାଡ଼ଖଣ୍ଡର ଗୋଡ଼ଡା ଜିଲାରେ ଜଣେ ୧୭ ବର୍ଷୀୟ ଆଦିବାସୀ ନାବାଳିକା ଶୌଚ ପାଇଁ ଯାଇଥିବା ବେଳେ ୧୦ ଜଣ ପୁରୁଷ ଦ୍ୱାରା ଗଣବଳାତ୍କାର ଶିକାରହୋଇଥିବା ଅଭିଯୋଗ ହୋଇଛି।

ଶୁକ୍ରବାର ସୁନ୍ଦର ପାହାଡ଼ୀ ଥାନା ଅଞ୍ଚଳରେ ଘଟିଥିବା ଏହି ଘଟଣା ସହ ଜଡ଼ିତ ୮ ଜଣ ଅଭିଯୁକ୍ତଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇଛି, ବୋଲି ପୋଲିସ କହିଛି।

ଏହି ଘଟଣା ଘଟିଥିଲା ଯେତେବେଳେ ଝିଅଟି ଜଣେ ସମ୍ପର୍କୀୟଙ୍କ ଘରେ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲା। ସେଠାରେ ସେ ଶୌଚ ପାଇଁ ଘରୁ ବାହାରକୁ ଯାଇଥିବା ବେଳେ ଜଣେ ଯୁବକ ତାଙ୍କୁ ଧରି, ତାଙ୍କ ମୁଖରେ କପଡ଼ା ବାନ୍ଧି ଏକ ନିର୍ଜନ ସ୍ଥାନକୁ ନେଇଥିଲା, ବୋଲି ତାଙ୍କ ବୟାନକୁ ଉଦ୍ଧୃତ କରି ପୋଲିସ କହିଛି।ତା’ପରେ ତାଙ୍କୁ ୧୦ ଜଣଙ୍କ ଦ୍ୱାରା ଗଣବଳାତ୍କାର କରାଯାଇଥିଲା, ବୋଲି ପୋଲିସ କହିଛି।

ନାବାଳିକାଙ୍କ ପରିବାର ଅଭିଯୋଗ କରିଛି ଯେ ଶନିବାର ଏହି ଘଟଣାକୁ ଗୋପନ ରଖିବା ପାଇଁ ସ୍ଥାନୀୟ ପଞ୍ଚାୟତର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

“ତେବେ ପୀଡ଼ିତାଙ୍କ ପରିବାର ରବିବାର ୧୦ ଜଣଙ୍କ ବିରୁଦ୍ଧରେ ଏଫଆଇଆର ଦାୟର କରିଛନ୍ତି। ୮ ଜଣଙ୍କୁ ଗିରଫ କରାଯାଇଛି। ବାକି ଦୁଇ ଅଭିଯୁକ୍ତଙ୍କୁ ଖୋଜା ଜାରି ରହିଛି,” ପୋଲିସ ଅଧୀକ୍ଷକ ମୁକେଶ କୁମାର କହିଛନ୍ତି। ପୀଡ଼ିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଛି, ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ପରମାଣୁ ବୈଜ୍ଞାନିକଙ୍କୁ କାହିଁକି ଟାର୍ଗେଟ କରୁଛି ଇସ୍ରାଏଲ? ହେଲା ବଡ଼ ଖୁଲାସା

ଆଟଲାଣ୍ଟା,୨୦।୬: ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ସାମରିକ କ୍ଷମତାକୁ ନଷ୍ଟ କିମ୍ବା ଦୁର୍ବଳ କରିବା ପାଇଁ ଜୁନ ୧୩ ତାରିଖରେ ଆରମ୍ଭ ହୋଇଥିବା ଇସ୍ରାଏଲର ‘ଅପରେସନ...

୧୨ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ବଡ଼ ଆଲର୍ଟ କଲା ଭାରତୀୟ ପାଣିପାଗ ବିଭାଗ

ଭୁବନେଶ୍ୱର, ୨୦।୬: ଭାରତୀୟ ପାଣିପାଗ ବିଭାଗ (IMD) ଓଡ଼ିଶା ପାଇଁ ଆଗାମୀ ସପ୍ତାହକର ପାଣିପାଗ ପୂର୍ବାନୁମାନ ଜାରି କରିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ମୌସୁମୀ ବର୍ଷା...

କେମିତି ହୋଇଥିଲା ଏୟାର ଇଣ୍ଡିଆ ପ୍ଲେନ କ୍ରାଶ୍‌, ଜଣାପଡିଲା ସବୁଠୁ ବଡ଼ କାରଣ!

ଅହମଦାବାଦ, ୨୦।୬: ଗୁଜରାଟର ଅହମଦାବାଦ ଆନ୍ତର୍ଜାତିକ ବିମାନବନ୍ଦରରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମଲାଇନର ବିମାନ (ଫ୍ଲାଇଟ AI-171) ଗତ ୧୨...

ଅଟା ମିଲ୍‌ରୁ କେମିତି କୋଟିପତି ହେଲେ ସୋନମଙ୍କ ବାପା? ଝିଅର ପ୍ରେମିକଙ୍କ ସହ ରହିଛି ଲିଙ୍କ୍‌…

ନୂଆଦିଲ୍ଲୀ,୨୦।୬: ଏକ ସାଧାରଣ ଅଟା ମିଲରେ ବ୍ୟବସାୟ ଆରମ୍ଭ କରିଥିବା ପରିବାର ଆଜି ଗମ୍ଭୀର ଅଭିଯୋଗର ସମ୍ମୁଖୀନ ହେଉଛି। ଏହା ଦେବୀ ସିଂହ ରଘୁବଂଶୀଙ୍କ କାହାଣୀ,...

ଶେଖ ହାସିନାଙ୍କୁ ଅଲ୍ଟିମେଟମ୍‌, ୨୪ ଜୁନ୍‌ ମଧ୍ୟରେ ସରେଣ୍ଡର ନ କଲେ…

ଢାକା,୨୦।୬: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ଲଗାତାର ଭାବେ ବାଂଲାଦେଶର ଆଇନ କଠୋର ହେବାରେ ଲାଗିଛି। ସଦ୍ୟତମ ଘଟଣାକ୍ରମରେ, ବାଂଲାଦେଶ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ...

ଓଡ଼ିଶା ପାଇଁ ଟ୍ରମ୍ପଙ୍କ ଆମନ୍ତ୍ରଣକୁ ମନା କଲେ ମୋଦି, ଭୁବନେଶ୍ୱରରୁ କହିଦେଲେ…

ଭୁବନେଶ୍ୱର,୨୦।୬: ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତିରେ ଭୁବନେଶ୍ୱର ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ଅବସରରେ ସେ ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଛନ୍ତି। ସେ...

ସମ୍ପୂର୍ଣ୍ଣ ନୂଆ ମୋଡ଼ ନେଲା ସୋନମ-ରାଜା ହତ୍ୟା ମାମଲା! ଏଣ୍ଟ୍ରି ମାରିଲେଣି ମିଷ୍ଟ୍ରି ଗର୍ଲ ଅଳକା

ଇନ୍ଦୋର,୨୦।୬: ମେଘାଳୟରେ ରାଜା ରଘୁବଂଶୀଙ୍କ ହତ୍ୟା ମାମଲାରେ ଏକ ନଆ ମୋଡ଼ ଆସିଛି। ଏହି ଚାଞ୍ଚଲ୍ୟକର ମାମଲାରେ ଜଣେ ରହସ୍ୟମୟ ଯୁବତୀ ପ୍ରବେଶ କରିଛନ୍ତି, ଯାହାଙ୍କ...

ଦେବାଳିଆ ସ୍ଥିତିକୁ ଯାଉଛିକି ଏୟାର ଇଣ୍ଡିଆ? ଅହମଦାବାଦ ବିମାନ ଦୁର୍ଘଟଣା ପରେ ରଦ୍ଦ ହେଉଛି ଅନେକ ଉଡାଣ

ନୂଆଦିଲ୍ଲୀ,୨୦।୬: ଶୁକ୍ରବାର (୨୦ ଜୁନ) ଏୟାର ଇଣ୍ଡିଆ ଏହାର ୮ ଟି ଉଡ଼ାଣ ବାତିଲ କରିଛି। ଏଥିରେ ୪ ଟି ଆନ୍ତର୍ଜାତୀୟ ଏବଂ ୪ ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri