ଡୋକ୍ରା ହସ୍ତଶିଳ୍ପରେ ଜନଜାତି ସଂସ୍କୃତିର କଥା

ଭାଗ୍ୟଶ୍ରୀ ମିଶ୍ର
ରାୟଗଡ଼ା: ରାୟଗଡ଼ା ଜିଲା ନିୟମଗିରି ପାଦଦେଶରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆଙ୍କ କଳା, ସଂସ୍କୃତି, ପରମ୍ପରା ଏବଂ ଜୀବନଶୈଳୀ ନିଆରା। ସ୍ବତନ୍ତ୍ର ବେଶଭୂଷା ଏବଂ ଅଳଙ୍କାର ପାଇଁ ଡଙ୍ଗରିଆମାନେ ରାଜ୍ୟ, ଦେଶ ଏବଂ ବିଦେଶରେ ପରିଚିତ। ଉକ୍ତ ଅଳଙ୍କାର ଏବଂ ଘରୋଇ ଉପକରଣ(ଡୋକ୍ରା ହସ୍ତଶିଳ୍ପ)ରେ ଜନଜାତିଙ୍କ ସଂସ୍କୃତି ଓ ଜୀବନଶୈଳୀର ଛବି ଦେଖିବାକୁ ମିଳିଥାଏ। ବିଷମକଟକ ବ୍ଲକ ଝିଗିଡ଼ି ଗ୍ରାମରେ ରହିଛି ଡଙ୍ଗରିଆଙ୍କ ସ୍ବତନ୍ତ୍ର ‘ଅଳଙ୍କାର ହାଟ’। ଏଠାରେ ମହିଳାଙ୍କ ଅଳଙ୍କାର ସହ ଅନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବିକ୍ରି ହୋଇଥାଏ। ଓଡ଼ିଶାରେ ଆଦିବାସୀଙ୍କ ଅଳଙ୍କାର ଏବଂ ସାମଗ୍ରୀ ବିକ୍ରି ନିମନ୍ତେ ଟିଡିସିସି ପକ୍ଷରୁ ଭୁବନେଶ୍ୱର, ନବରଙ୍ଗପୁର, କୋରାପୁଟ, ମୟୂରଭଞ୍ଜ ସମେତ ୧୩ଟି ଷ୍ଟଲ୍‌ ତଥା ଆଉଟଲେଟ ମଧ୍ୟ ରହିଛି। ଝିଗିଡ଼ି ଗ୍ରାମରୁ ଅଳଙ୍କାର ଓ ଘରୋଇ ବ୍ୟବହାର୍ଯ୍ୟ ସାମଗ୍ରୀ ନେଇ ଉକ୍ତ ଷ୍ଟଲ୍‌ଗୁଡ଼ିକରେ ବିକ୍ରି କରାଯାଉଛି। ବିଶେଷକରି ବିଦେଶୀ ପର୍ଯ୍ୟଟକ ଏସବୁ ଅଳଙ୍କାର ଏବଂ ସାମଗ୍ରୀ କିଣିବା ପାଇଁ ଅଧିକ ଆକୃଷ୍ଟ ହୋଇଥାନ୍ତି ବୋଲି ଟିଡିସିସିର ପରିଚାଳକ ଅଶୋକ ପାତ୍ର କହିଛନ୍ତି।
ଝିଗିଡ଼ି ଗ୍ରାମରେ ୩୫ରୁ ଊର୍ଦ୍ଧ୍ୱ ଅଳଙ୍କାର କାରିଗର ପରିବାର ବସବାସ କରୁଛନ୍ତି। ଡୋକ୍ରା ହସ୍ତକଳା ତଥା ଅଳଙ୍କାର ଗୁରୁ କବିରାଜ ଉଲାକା(୫୮) ନିଜେ ଅଳଙ୍କାର ପ୍ରସ୍ତୁତ କରିବା ସହ ଅନ୍ୟମାନଙ୍କୁ ଏହାର ତାଲିମ ଦେଉଛନ୍ତି। ୩୫ରୁ ଊର୍ଦ୍ଧ୍ୱ ବର୍ଷ ଧରି ସେ ଅଳଙ୍କାର ତିଆରି କରୁଥିବାବେଳେ ତାଙ୍କଠାରୁ ଅନୁପ୍ରାଣୀତ ହୋଇ ଅନେକ ଯୁବତୀଯୁବକ ମଧ୍ୟ ଏହି କାର୍ଯ୍ୟରେ ସାମିଲ ହୋଇଛନ୍ତି। ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଋଣର ସୁବିଧା ନେଇ ଏହି କାରିଗରମାନେ ଅଳଙ୍କାର ଏବଂ ଅନ୍ୟ ସାମଗ୍ରୀ ପ୍ରସ୍ତୁତ ଏବଂ ବ୍ୟବସାୟ କରୁଥିବା କବିରାଜ କୁହନ୍ତି। ଏହି ଅଳଙ୍କାରକୁ ଦେଶିଆ, ଡଙ୍ଗରିଆ, ମାଳୁଆ, କୁଟିଆମାନେ ବ୍ୟବହାର କରନ୍ତି। ୧୦ ଟଙ୍କାର ଲକେଟଠାରୁ ଆରମ୍ଭ କରି ୮ ଲକ୍ଷ ଟଙ୍କାର ଡଙ୍ଗରିଆ ମୂର୍ତ୍ତି ଏଠାରେ ତିଆରି କରାଯାଏ।
ଚିଡ଼ିଆ ମାଳି, ଡବଲ ଲକେଟ ମାଳି, ୩୦ ଇଞ୍ଚିିଆ ଲକେଟ ମାଳି, ଚମ୍ପା କଢ଼ିଆ ଲକେଟ ମାଳି, ବାଘ ନଟି ଲକେଟ, ପେନ୍‌ ଷ୍ଟାଣ୍ଡ, ଚାବି ଷ୍ଟାଣ୍ଡ, ମାଛ, କଇଁଛ, ଡଙ୍ଗରିଆ ଦମ୍ପତି, ଡଙ୍ଗରିଆଙ୍କ କଟୁରି, ଶଗଡ଼ ଗାଡ଼ି, ବିହନ ରଖିବା ପାତ୍ର, ଡଙ୍ଗରିଆଙ୍କ ମନ୍ଦିର, କାନ୍ଥଚିତ୍ର ଶୈଳୀ, ସୂର୍ଯ୍ୟ, ହେଡ୍‌କ୍ଲିପ, ଡଙ୍ଗରିଆଙ୍କ ମୁହଁ, ଗିନା, ଖାଦ୍ୟ ଖାଇବା ପାତ୍ର, ଘୁଙ୍ଗୁର, ଅଣ୍ଟା ମାଳ, ଘଣ୍ଟି, କତରିଆ ଶଙ୍ଖା, ବନ୍ଦରିଆ ଶଙ୍ଖା, କେଶକଣ୍ଟା, ଜଙ୍ଗଲରେ ହାଣୁଥିବା ଟାଙ୍ଗିଆ ଇତ୍ୟାଦି ରହିଛି। ପ୍ରଥମେ ମାଟି ଛାଞ୍ଚ ଦେଇ ଏହି ଅଳଙ୍କାର ଏବଂ ସାମଗ୍ରୀ ତିଆରି କରାଯାଏ। ଖରାରେ ଶୁଖିବା ପରେ ବାଘ ଅଠା ମହମରେ ଲେପ ଦିଆଯାଏ। ହୁଙ୍କା ମାଟି ସରୁ ବାଲିରେ ଲେପ ଦିଆଯାଏ। ଏହାପରେ ବିଭିନ୍ନ କାରୁକାର୍ଯ୍ୟ କରି ପିତ୍ତଳକୁ ତରଳାଇ ନିଆଁରେ ପୋଡ଼ାଯାଏ। ଝିଗିଡ଼ିଠାରେ ପ୍ରତ୍ୟେକ ବୁଧବାର ଡଙ୍ଗରିଆଙ୍କ ଅଳଙ୍କାର ହାଟ ବସେ। ଏଠାରେ କାରିଗରମାନେ ଏହି ଅଳଙ୍କାର ନେଇ ବିକ୍ରି କରିଥାନ୍ତି। ରାଜ୍ୟ ଏବଂ ବିଦେଶରୁ ଅସୁଥିବା ପର୍ଯ୍ୟଟକ ଏଠାରୁ ଅଳଙ୍କାର କିଣି ନେଇଥାନ୍ତି। ହେଲେ କରୋନା ପରେ ଏଠାକୁ ପର୍ଯ୍ୟଟକଙ୍କ ଆସିବା ବନ୍ଦ ହୋଇଯାଇଛି। ତେଣୁ କାମ ହିସାବରେ ଲାଭ ମିଳୁ ନ ଥିବା ଅଳଙ୍କାର ଗୁରୁ କବିରାଜ କହିଛନ୍ତି। ଏ ନେଇ କବିରାଜ କୁହନ୍ତି, କୌଳିକ ତଥା ପାରମ୍ପରିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ପ୍ରୟାସ ଜାରି ରହିଛି। ସରକାରଙ୍କ ପକ୍ଷରୁ ଉଚିତ ମୂଲ୍ୟରେ କଞ୍ଚାମାଲ ଯୋଗାଇବା ସହ ପ୍ରଚାର, ପ୍ରସାର ଦିଗରେ ଅଧିକ ପଦକ୍ଷେପ ନେଲେ ଅଞ୍ଚଳର କାରିଗର ଉପକୃତ ହେବା ସହ ଜନଜାତି ସଂସ୍କୃତିର ପ୍ରଚାର ପ୍ରସାର ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri