ଡୋକ୍ରା ହସ୍ତଶିଳ୍ପରେ ଜନଜାତି ସଂସ୍କୃତିର କଥା

ଭାଗ୍ୟଶ୍ରୀ ମିଶ୍ର
ରାୟଗଡ଼ା: ରାୟଗଡ଼ା ଜିଲା ନିୟମଗିରି ପାଦଦେଶରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆଙ୍କ କଳା, ସଂସ୍କୃତି, ପରମ୍ପରା ଏବଂ ଜୀବନଶୈଳୀ ନିଆରା। ସ୍ବତନ୍ତ୍ର ବେଶଭୂଷା ଏବଂ ଅଳଙ୍କାର ପାଇଁ ଡଙ୍ଗରିଆମାନେ ରାଜ୍ୟ, ଦେଶ ଏବଂ ବିଦେଶରେ ପରିଚିତ। ଉକ୍ତ ଅଳଙ୍କାର ଏବଂ ଘରୋଇ ଉପକରଣ(ଡୋକ୍ରା ହସ୍ତଶିଳ୍ପ)ରେ ଜନଜାତିଙ୍କ ସଂସ୍କୃତି ଓ ଜୀବନଶୈଳୀର ଛବି ଦେଖିବାକୁ ମିଳିଥାଏ। ବିଷମକଟକ ବ୍ଲକ ଝିଗିଡ଼ି ଗ୍ରାମରେ ରହିଛି ଡଙ୍ଗରିଆଙ୍କ ସ୍ବତନ୍ତ୍ର ‘ଅଳଙ୍କାର ହାଟ’। ଏଠାରେ ମହିଳାଙ୍କ ଅଳଙ୍କାର ସହ ଅନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବିକ୍ରି ହୋଇଥାଏ। ଓଡ଼ିଶାରେ ଆଦିବାସୀଙ୍କ ଅଳଙ୍କାର ଏବଂ ସାମଗ୍ରୀ ବିକ୍ରି ନିମନ୍ତେ ଟିଡିସିସି ପକ୍ଷରୁ ଭୁବନେଶ୍ୱର, ନବରଙ୍ଗପୁର, କୋରାପୁଟ, ମୟୂରଭଞ୍ଜ ସମେତ ୧୩ଟି ଷ୍ଟଲ୍‌ ତଥା ଆଉଟଲେଟ ମଧ୍ୟ ରହିଛି। ଝିଗିଡ଼ି ଗ୍ରାମରୁ ଅଳଙ୍କାର ଓ ଘରୋଇ ବ୍ୟବହାର୍ଯ୍ୟ ସାମଗ୍ରୀ ନେଇ ଉକ୍ତ ଷ୍ଟଲ୍‌ଗୁଡ଼ିକରେ ବିକ୍ରି କରାଯାଉଛି। ବିଶେଷକରି ବିଦେଶୀ ପର୍ଯ୍ୟଟକ ଏସବୁ ଅଳଙ୍କାର ଏବଂ ସାମଗ୍ରୀ କିଣିବା ପାଇଁ ଅଧିକ ଆକୃଷ୍ଟ ହୋଇଥାନ୍ତି ବୋଲି ଟିଡିସିସିର ପରିଚାଳକ ଅଶୋକ ପାତ୍ର କହିଛନ୍ତି।
ଝିଗିଡ଼ି ଗ୍ରାମରେ ୩୫ରୁ ଊର୍ଦ୍ଧ୍ୱ ଅଳଙ୍କାର କାରିଗର ପରିବାର ବସବାସ କରୁଛନ୍ତି। ଡୋକ୍ରା ହସ୍ତକଳା ତଥା ଅଳଙ୍କାର ଗୁରୁ କବିରାଜ ଉଲାକା(୫୮) ନିଜେ ଅଳଙ୍କାର ପ୍ରସ୍ତୁତ କରିବା ସହ ଅନ୍ୟମାନଙ୍କୁ ଏହାର ତାଲିମ ଦେଉଛନ୍ତି। ୩୫ରୁ ଊର୍ଦ୍ଧ୍ୱ ବର୍ଷ ଧରି ସେ ଅଳଙ୍କାର ତିଆରି କରୁଥିବାବେଳେ ତାଙ୍କଠାରୁ ଅନୁପ୍ରାଣୀତ ହୋଇ ଅନେକ ଯୁବତୀଯୁବକ ମଧ୍ୟ ଏହି କାର୍ଯ୍ୟରେ ସାମିଲ ହୋଇଛନ୍ତି। ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଋଣର ସୁବିଧା ନେଇ ଏହି କାରିଗରମାନେ ଅଳଙ୍କାର ଏବଂ ଅନ୍ୟ ସାମଗ୍ରୀ ପ୍ରସ୍ତୁତ ଏବଂ ବ୍ୟବସାୟ କରୁଥିବା କବିରାଜ କୁହନ୍ତି। ଏହି ଅଳଙ୍କାରକୁ ଦେଶିଆ, ଡଙ୍ଗରିଆ, ମାଳୁଆ, କୁଟିଆମାନେ ବ୍ୟବହାର କରନ୍ତି। ୧୦ ଟଙ୍କାର ଲକେଟଠାରୁ ଆରମ୍ଭ କରି ୮ ଲକ୍ଷ ଟଙ୍କାର ଡଙ୍ଗରିଆ ମୂର୍ତ୍ତି ଏଠାରେ ତିଆରି କରାଯାଏ।
ଚିଡ଼ିଆ ମାଳି, ଡବଲ ଲକେଟ ମାଳି, ୩୦ ଇଞ୍ଚିିଆ ଲକେଟ ମାଳି, ଚମ୍ପା କଢ଼ିଆ ଲକେଟ ମାଳି, ବାଘ ନଟି ଲକେଟ, ପେନ୍‌ ଷ୍ଟାଣ୍ଡ, ଚାବି ଷ୍ଟାଣ୍ଡ, ମାଛ, କଇଁଛ, ଡଙ୍ଗରିଆ ଦମ୍ପତି, ଡଙ୍ଗରିଆଙ୍କ କଟୁରି, ଶଗଡ଼ ଗାଡ଼ି, ବିହନ ରଖିବା ପାତ୍ର, ଡଙ୍ଗରିଆଙ୍କ ମନ୍ଦିର, କାନ୍ଥଚିତ୍ର ଶୈଳୀ, ସୂର୍ଯ୍ୟ, ହେଡ୍‌କ୍ଲିପ, ଡଙ୍ଗରିଆଙ୍କ ମୁହଁ, ଗିନା, ଖାଦ୍ୟ ଖାଇବା ପାତ୍ର, ଘୁଙ୍ଗୁର, ଅଣ୍ଟା ମାଳ, ଘଣ୍ଟି, କତରିଆ ଶଙ୍ଖା, ବନ୍ଦରିଆ ଶଙ୍ଖା, କେଶକଣ୍ଟା, ଜଙ୍ଗଲରେ ହାଣୁଥିବା ଟାଙ୍ଗିଆ ଇତ୍ୟାଦି ରହିଛି। ପ୍ରଥମେ ମାଟି ଛାଞ୍ଚ ଦେଇ ଏହି ଅଳଙ୍କାର ଏବଂ ସାମଗ୍ରୀ ତିଆରି କରାଯାଏ। ଖରାରେ ଶୁଖିବା ପରେ ବାଘ ଅଠା ମହମରେ ଲେପ ଦିଆଯାଏ। ହୁଙ୍କା ମାଟି ସରୁ ବାଲିରେ ଲେପ ଦିଆଯାଏ। ଏହାପରେ ବିଭିନ୍ନ କାରୁକାର୍ଯ୍ୟ କରି ପିତ୍ତଳକୁ ତରଳାଇ ନିଆଁରେ ପୋଡ଼ାଯାଏ। ଝିଗିଡ଼ିଠାରେ ପ୍ରତ୍ୟେକ ବୁଧବାର ଡଙ୍ଗରିଆଙ୍କ ଅଳଙ୍କାର ହାଟ ବସେ। ଏଠାରେ କାରିଗରମାନେ ଏହି ଅଳଙ୍କାର ନେଇ ବିକ୍ରି କରିଥାନ୍ତି। ରାଜ୍ୟ ଏବଂ ବିଦେଶରୁ ଅସୁଥିବା ପର୍ଯ୍ୟଟକ ଏଠାରୁ ଅଳଙ୍କାର କିଣି ନେଇଥାନ୍ତି। ହେଲେ କରୋନା ପରେ ଏଠାକୁ ପର୍ଯ୍ୟଟକଙ୍କ ଆସିବା ବନ୍ଦ ହୋଇଯାଇଛି। ତେଣୁ କାମ ହିସାବରେ ଲାଭ ମିଳୁ ନ ଥିବା ଅଳଙ୍କାର ଗୁରୁ କବିରାଜ କହିଛନ୍ତି। ଏ ନେଇ କବିରାଜ କୁହନ୍ତି, କୌଳିକ ତଥା ପାରମ୍ପରିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ପ୍ରୟାସ ଜାରି ରହିଛି। ସରକାରଙ୍କ ପକ୍ଷରୁ ଉଚିତ ମୂଲ୍ୟରେ କଞ୍ଚାମାଲ ଯୋଗାଇବା ସହ ପ୍ରଚାର, ପ୍ରସାର ଦିଗରେ ଅଧିକ ପଦକ୍ଷେପ ନେଲେ ଅଞ୍ଚଳର କାରିଗର ଉପକୃତ ହେବା ସହ ଜନଜାତି ସଂସ୍କୃତିର ପ୍ରଚାର ପ୍ରସାର ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

ଋଷିକୁଲ୍ୟା ରୟତ ମହାସଭାର ବଡ଼ ଦାବି

ଛତ୍ରପୁର,୧୩ା୯(ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଭାଗଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ସ୍ବତନ୍ତ୍ର ଭାଗଚାଷୀ ଆଇନ ପ୍ରଣୟନ ସହ ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

ଗଣେଶ ପୂଜା-ନୂଆଁଖାଇ, ପୌରକେଲାରେ ସ୍ୱଚ୍ଛତା ଅଭିଯାନ

କର୍ଲାମୁଣ୍ଡା,୧୩।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଳା ନୂଆଁଖାଇ ପର୍ବ ଅବସରରେ ପୌରକେଲା ଗ୍ରାମର ମା ସୁନାମୁଖୀ ଯୁବ ସଂଗଠନ ପକ୍ଷରୁ ରବିବାର ଏକ…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?