Advertisement

ଡୋକ୍ରା ହସ୍ତଶିଳ୍ପରେ ଜନଜାତି ସଂସ୍କୃତିର କଥା

ରାୟଗଡ଼ା(ଭାଗ୍ୟଶ୍ରୀ ମିଶ୍ର): ରାୟଗଡ଼ା ଜିଲା ନିୟମଗିରି ପାଦଦେଶରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆଙ୍କ କଳା, ସଂସ୍କୃତି, ପରମ୍ପରା ଏବଂ ଜୀବନଶୈଳୀ ନିଆରା। ସ୍ବତନ୍ତ୍ର ବେଶଭୂଷା ଏବଂ ଅଳଙ୍କାର ପାଇଁ ଡଙ୍ଗରିଆମାନେ ରାଜ୍ୟ, ଦେଶ ଏବଂ ବିଦେଶରେ ପରିଚିତ। ଉକ୍ତ ଅଳଙ୍କାର ଏବଂ ଘରୋଇ ଉପକରଣ(ଡୋକ୍ରା ହସ୍ତଶିଳ୍ପ)ରେ ଜନଜାତିଙ୍କ ସଂସ୍କୃତି ଓ ଜୀବନଶୈଳୀର ଛବି ଦେଖିବାକୁ ମିଳିଥାଏ। ବିଷମକଟକ ବ୍ଲକ ଝିଗିଡ଼ି ଗ୍ରାମରେ ରହିଛି ଡଙ୍ଗରିଆଙ୍କ ସ୍ବତନ୍ତ୍ର ‘ଅଳଙ୍କାର ହାଟ’। ଏଠାରେ ମହିଳାଙ୍କ ଅଳଙ୍କାର ସହ ଅନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବିକ୍ରି ହୋଇଥାଏ। ଓଡ଼ିଶାରେ ଆଦିବାସୀଙ୍କ ଅଳଙ୍କାର ଏବଂ ସାମଗ୍ରୀ ବିକ୍ରି ନିମନ୍ତେ ଟିଡିସିସି ପକ୍ଷରୁ ଭୁବନେଶ୍ୱର, ନବରଙ୍ଗପୁର, କୋରାପୁଟ, ମୟୂରଭଞ୍ଜ ସମେତ ୧୩ଟି ଷ୍ଟଲ୍‌ ତଥା ଆଉଟଲେଟ ମଧ୍ୟ ରହିଛି। ଝିଗିଡ଼ି ଗ୍ରାମରୁ ଅଳଙ୍କାର ଓ ଘରୋଇ ବ୍ୟବହାର୍ଯ୍ୟ ସାମଗ୍ରୀ ନେଇ ଉକ୍ତ ଷ୍ଟଲ୍‌ଗୁଡ଼ିକରେ ବିକ୍ରି କରାଯାଉଛି। ବିଶେଷକରି ବିଦେଶୀ ପର୍ଯ୍ୟଟକ ଏସବୁ ଅଳଙ୍କାର ଏବଂ ସାମଗ୍ରୀ କିଣିବା ପାଇଁ ଅଧିକ ଆକୃଷ୍ଟ ହୋଇଥାନ୍ତି ବୋଲି ଟିଡିସିସିର ପରିଚାଳକ ଅଶୋକ ପାତ୍ର କହିଛନ୍ତି।
ଝିଗିଡ଼ି ଗ୍ରାମରେ ୩୫ରୁ ଊର୍ଦ୍ଧ୍ୱ ଅଳଙ୍କାର କାରିଗର ପରିବାର ବସବାସ କରୁଛନ୍ତି। ଡୋକ୍ରା ହସ୍ତକଳା ତଥା ଅଳଙ୍କାର ଗୁରୁ କବିରାଜ ଉଲାକା(୫୮) ନିଜେ ଅଳଙ୍କାର ପ୍ରସ୍ତୁତ କରିବା ସହ ଅନ୍ୟମାନଙ୍କୁ ଏହାର ତାଲିମ ଦେଉଛନ୍ତି। ୩୫ରୁ ଊର୍ଦ୍ଧ୍ୱ ବର୍ଷ ଧରି ସେ ଅଳଙ୍କାର ତିଆରି କରୁଥିବାବେଳେ ତାଙ୍କଠାରୁ ଅନୁପ୍ରାଣୀତ ହୋଇ ଅନେକ ଯୁବତୀଯୁବକ ମଧ୍ୟ ଏହି କାର୍ଯ୍ୟରେ ସାମିଲ ହୋଇଛନ୍ତି। ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଋଣର ସୁବିଧା ନେଇ ଏହି କାରିଗରମାନେ ଅଳଙ୍କାର ଏବଂ ଅନ୍ୟ ସାମଗ୍ରୀ ପ୍ରସ୍ତୁତ ଏବଂ ବ୍ୟବସାୟ କରୁଥିବା କବିରାଜ କୁହନ୍ତି। ଏହି ଅଳଙ୍କାରକୁ ଦେଶିଆ, ଡଙ୍ଗରିଆ, ମାଳୁଆ, କୁଟିଆମାନେ ବ୍ୟବହାର କରନ୍ତି। ୧୦ ଟଙ୍କାର ଲକେଟଠାରୁ ଆରମ୍ଭ କରି ୮ ଲକ୍ଷ ଟଙ୍କାର ଡଙ୍ଗରିଆ ମୂର୍ତ୍ତି ଏଠାରେ ତିଆରି କରାଯାଏ।
ଚିଡ଼ିଆ ମାଳି, ଡବଲ ଲକେଟ ମାଳି, ୩୦ ଇଞ୍ଚିିଆ ଲକେଟ ମାଳି, ଚମ୍ପା କଢ଼ିଆ ଲକେଟ ମାଳି, ବାଘ ନଟି ଲକେଟ, ପେନ୍‌ ଷ୍ଟାଣ୍ଡ, ଚାବି ଷ୍ଟାଣ୍ଡ, ମାଛ, କଇଁଛ, ଡଙ୍ଗରିଆ ଦମ୍ପତି, ଡଙ୍ଗରିଆଙ୍କ କଟୁରି, ଶଗଡ଼ ଗାଡ଼ି, ବିହନ ରଖିବା ପାତ୍ର, ଡଙ୍ଗରିଆଙ୍କ ମନ୍ଦିର, କାନ୍ଥଚିତ୍ର ଶୈଳୀ, ସୂର୍ଯ୍ୟ, ହେଡ୍‌କ୍ଲିପ, ଡଙ୍ଗରିଆଙ୍କ ମୁହଁ, ଗିନା, ଖାଦ୍ୟ ଖାଇବା ପାତ୍ର, ଘୁଙ୍ଗୁର, ଅଣ୍ଟା ମାଳ, ଘଣ୍ଟି, କତରିଆ ଶଙ୍ଖା, ବନ୍ଦରିଆ ଶଙ୍ଖା, କେଶକଣ୍ଟା, ଜଙ୍ଗଲରେ ହାଣୁଥିବା ଟାଙ୍ଗିଆ ଇତ୍ୟାଦି ରହିଛି। ପ୍ରଥମେ ମାଟି ଛାଞ୍ଚ ଦେଇ ଏହି ଅଳଙ୍କାର ଏବଂ ସାମଗ୍ରୀ ତିଆରି କରାଯାଏ। ଖରାରେ ଶୁଖିବା ପରେ ବାଘ ଅଠା ମହମରେ ଲେପ ଦିଆଯାଏ। ହୁଙ୍କା ମାଟି ସରୁ ବାଲିରେ ଲେପ ଦିଆଯାଏ। ଏହାପରେ ବିଭିନ୍ନ କାରୁକାର୍ଯ୍ୟ କରି ପିତ୍ତଳକୁ ତରଳାଇ ନିଆଁରେ ପୋଡ଼ାଯାଏ। ଝିଗିଡ଼ିଠାରେ ପ୍ରତ୍ୟେକ ବୁଧବାର ଡଙ୍ଗରିଆଙ୍କ ଅଳଙ୍କାର ହାଟ ବସେ। ଏଠାରେ କାରିଗରମାନେ ଏହି ଅଳଙ୍କାର ନେଇ ବିକ୍ରି କରିଥାନ୍ତି। ରାଜ୍ୟ ଏବଂ ବିଦେଶରୁ ଅସୁଥିବା ପର୍ଯ୍ୟଟକ ଏଠାରୁ ଅଳଙ୍କାର କିଣି ନେଇଥାନ୍ତି। ହେଲେ କରୋନା ପରେ ଏଠାକୁ ପର୍ଯ୍ୟଟକଙ୍କ ଆସିବା ବନ୍ଦ ହୋଇଯାଇଛି। ତେଣୁ କାମ ହିସାବରେ ଲାଭ ମିଳୁ ନ ଥିବା ଅଳଙ୍କାର ଗୁରୁ କବିରାଜ କହିଛନ୍ତି। ଏ ନେଇ କବିରାଜ କୁହନ୍ତି, କୌଳିକ ତଥା ପାରମ୍ପରିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ପ୍ରୟାସ ଜାରି ରହିଛି। ସରକାରଙ୍କ ପକ୍ଷରୁ ଉଚିତ ମୂଲ୍ୟରେ କଞ୍ଚାମାଲ ଯୋଗାଇବା ସହ ପ୍ରଚାର, ପ୍ରସାର ଦିଗରେ ଅଧିକ ପଦକ୍ଷେପ ନେଲେ ଅଞ୍ଚଳର କାରିଗର ଉପକୃତ ହେବା ସହ ଜନଜାତି ସଂସ୍କୃତିର ପ୍ରଚାର ପ୍ରସାର ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀକ୍ଷେତ୍ରରେ ଚାପ କାମ ଆରମ୍ଭ: କେବଳ ମହାପ୍ରଭୁଙ୍କୁ ଅପେକ୍ଷା

ପୁରୀ ଅଫିସ,୨୩ା୪: ଆସନ୍ତା ୨୬ ତାରିଖରେ ଚନ୍ଦନଯାତ୍ରା। ଏହି ଅବସରରେ ବାହାର ଚନ୍ଦନ ଯାତ୍ରାରେ ମହାପ୍ରଭୁ ଶ୍ରୀକ୍ଷେତ୍ରର ପଞ୍ଚମହାଦେବଙ୍କ ସହ ମିଶି ୨୧ ଦିନ ପବିତ୍ର...

ସମୁଦ୍ରରେ ବୁଡ଼ି ଯୁବକ ନିଖୋଜ

ପୁରୀ ଅଫିସ,୧୬।୪: ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଶନିବାର ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ଯୁବକ ଜଣକ ହେଲେ ବାଲେଶ୍ୱର ଜିଲା ସିଙ୍ଗିଳା...

ବରଗଛ ମୂଳେ ବ୍ୟାଙ୍କ ସେବା, ଗ୍ରାମାଞ୍ଚଳରେ ନେଟ୍‌ଓ୍ବର୍କ ସମସ୍ୟା

ପଟ୍ଟାଙ୍ଗୀ୨୩ା୫(ଡି.ଏନ.ଏ.): ବର୍ତ୍ତମାନ ଅନେକ ସରକାରୀ ଓ ବେସରକାରୀ କାର୍ଯ୍ୟ ଅନ୍‌ଲାଇନ ମାଧ୍ୟମରେ ହେଉଛି। ଟେଲି ନେଟୱାର୍କ ସୁବିଧା ଥିବା ଅଞ୍ଚଳରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହେଉଛି।...

୫ ମାସରେ ସରିବ କୁଆଁସ ସେତୁ ନିର୍ମାଣ

ଭଦ୍ରକ ଅଫିସ,୩୦।୧୧: ଭଦ୍ରକ ସହରକୁ ସଂଯୋଗ କରୁଥିବା କୁଆଁସସ୍ଥିତ ଅର୍ଜୁନ ସେତୁକୁ ଭାଙ୍ଗି ନୂତନ ସେତୁ ପାଇଁ ଶିଳାନ୍ୟାସକୁ ପ୍ରାୟ ୧ ବର୍ଷ ବିତିଯାଇଥିବା ବେଳେ...

ନରମିଲେ ବିଷ୍ଣୁ, ଟ୍ରିପଲ୍‌ ତଲାକ୍‌ ମନ୍ତବ୍ୟକୁ ନେଇ ଦୁଃଖ ପ୍ରକାଶ କଲେ

ଭୁବନେଶ୍ୱର, ୨।୮(ବ୍ୟୁରୋ): ଟ୍ରିପଲ୍‌ ତଲାକ୍‌ ଉପରେ ବିବାଦୀୟ ବୟାନ ଲାଗି ଦୁଃଖପ୍ରକାଶ କରିଛନ୍ତି ଭାଜପା ବିଧାୟକ ଦଳ ଉପନେତା ବିଷ୍ଣୁଚରଣ ସେଠୀ। ଗୁରୁବାର ବିଧାନସଭା ଶୂନ୍ୟକାଳରେ...

ଆଜି ରାତିରୁ ପୁରୀକୁ ବସ୍‌, ଟ୍ରେନ୍‌ ଚଳାଚଳ ବନ୍ଦ

ପୁରୀ ଅଫିସ,୩୦।୬: ବାହୁଡ଼ା ଯାତ୍ରା ପାଇଁ ପୁରୀକୁ ବସ୍‌, ଟ୍ରେନ୍‌ ଚଳାଚଳ ବନ୍ଦ କରାଯାଇଛି। ମଙ୍ଗଳବାର ରାତି ୯ଟାରୁ ୨ ତାରିଖ ରାତି ୧୧ଟା ୩୦...

ମଠ ଅସ୍ତିତ୍ୱ ରକ୍ଷା ପାଇଁ ମିଳିତ ପ୍ରୟାସ ଲୋଡ଼ା

ପୁରୀ ଅଫିସ,୪ା୧୨: ପୁରୀର ପ୍ରାଚୀନ ମଠ ଶ୍ରୀଶଙ୍କରାନନ୍ଦ ମଠ ଦୀର୍ଘବର୍ଷ ଧରି ଅବହେଳିତ ଅବସ୍ଥାରେ ରହିଛି। ଏହି ମଠର ଅସ୍ତିତ୍ୱ ଓ ଆଦର୍ଶ ରକ୍ଷା ପାଇଁ...

କ୍ଷେତରେ ଗୋରୁ ଛାଡ଼ିଦେଲେ ଚାଷୀ

ତେଲକୋଇ,୪ା୧୧(ଡି.ଏନ.ଏ): ଧାନ ଥୋଡ଼ ଧରୁଥିବା ବେଳେ ବର୍ଷା ଏକ ପ୍ରକାର ଉଭାନ୍‌ ହୋଇଯାଇଛି। ଫଳରେ ଧାନଗଛ ଶୁଖି ମରିଗଲାଣି। ବର୍ଷକର ପରିଶ୍ରମ ଏବେ ମାଟିରେ ମିଶିବାକୁ...

Advertisement
Archives

Model This Week