ଘରେ ବସି ହ୍ବାଟ୍ସଆପ୍‌ ଜରିଆରେ ଡାକଘରୁ ଅର୍ଡର କରିପାରିବେ ତ୍ରିରଙ୍ଗା

ଭୁବନେଶ୍ୱର,୪ା୮(ବ୍ୟୁରୋ): ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ହେଉଥିବା ବେଳେ ଏହାକୁ ସ୍ମରଣୀୟ କରିବା ପାଇଁ ୧୩ରୁ ୧୫ ଅଗଷ୍ଟ ୩ଦିନ ପର୍ଯ୍ୟନ୍ତ ଘରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ସରକାର ଭାରତବର୍ଷର ସମସ୍ତ ନାଗରିକଙ୍କୁ ନିବେଦନ କରିଛନ୍ତି। ଭାରତୀୟ ଡାକ ବିଭାଗ ତାର ବିସ୍ତୃତ ୧ ଲକ୍ଷ ୫୯ ହଜାରରୁ ଅଧିକ ଡାକଘର ଏବଂ ଉତ୍ସର୍ଗୀକୃତ କର୍ମଚାରୀଙ୍କ ଶକ୍ତି ସହାୟତାରେ ସ୍ଥାନୀୟ ତଥା ଗ୍ରାମାଞ୍ଚଳର ଲୋକମାନଙ୍କୁ ସଚେତନ କରିବା ସହିତ ସଂସ୍କୃତି ମନ୍ତ୍ରଣାଳୟ ସହାୟତାରେ ଜାତୀୟ ପତାକା ସମସ୍ତ ଡାକଘରେ ଉପଲବ୍ଧି କରାଇପାରିିଛି। ଏଥିସହିତ ଏହି ଜାତୀୟ ଉତ୍ସବରେ ଗର୍ବିତ ଭାବେ ଅଂଶଗ୍ରହଣ କରିଛି। ସମସ୍ତ ନାଗରିକଙ୍କ ପାଇଁ ପ୍ରତ୍ୟେକ ଡାକଘରେ ମାତ୍ର ୨୫ ଟଙ୍କାରେ ଜାତୀୟ ପତାକା ଉପଲବ୍ଧ ହେବ।
ସେହି ନିର୍ଦ୍ଦେଶ ଅନୁସାରେ ଭୁବନେଶ୍ୱର ଡାକମଣ୍ଡଳ ସମସ୍ତ ଡାକଘରେ ଜାତୀୟ ପତାକା ଉପଲବ୍ଧ କରାଇଛି। ମାତ୍ର ୨୫ ଟଙ୍କା ଦେଇ ନିକଟସ୍ଥ ଡାକଘରୁ ଜାତୀୟ ପତାକାଟିଏ ସଂଗ୍ରହ କରିବାକୁ ଭୁବନେଶ୍ୱର ଡାକମଣ୍ଡଳର ବରିଷ୍ଠ ଡାକ ଅଧୀକ୍ଷକ ବସନ୍ତ କୁମାର ପଣ୍ଡା ଅନୁରୋଧ କରିଛନ୍ତି। ଭୁବନେଶ୍ୱରବାସୀ ଘରେ ବସି ହ୍ବାଟ୍ସଆପ୍‌ ଜରିଆରେ ମଧ୍ୟ ତ୍ରିରଙ୍ଗା ଅର୍ଡର କରିପାରିବେ। ଏଥିପାଇଁ ଜାରି କରାଯାଇଥିବା ନମ୍ବରଟି ହେଉଛି ୮୩୨୮୮୪୯୭୦୫। ସମ୍ପୃକ୍ତ ଅଞ୍ଚଳର ପୋଷ୍ଟମ୍ୟାନ୍‌ ପତାକାକୁ ତାଙ୍କ ଘରେ ନେଇ ବିତରଣ କରି ଆସିବେ। ଏହା ବ୍ୟତୀତ ଡାକଘର ସମ୍ମୁଖରେ ସେଲ୍ଫି ଜୋନ ମଧ୍ୟ କରାଯାଇଛି। ଯେଉଁ ଗ୍ରାହକମାନେ ଡାକଘରୁ ତ୍ରିରଙ୍ଗା କିଣିବେ, ସେମାନେ ସେଲ୍ଫି ଉଠାଇ ସୋସିଆଲ ମିଡ଼ିଆରେ ତାହାକୁ ଶେୟାର କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ପୋଷ୍ଟର ବିବାଦ: ଭାଇରାଲ ଅଡିଓକୁ ନେଇ ଧମକ ଦେଲେ ଦୂତୀ

ଭୁବନେଶ୍ୱର,୨୧।୮(ବ୍ୟୁରୋ): ଗଣେଶ ପୂଜାରେ ରିଲିଜ ହେବାକୁ ଥିବା ଓଡ଼ିଆ ଫିଲ୍ମ ‘ମିଷ୍ଟର କହ୍ନେୟା’ ପୋଷ୍ଟରକୁ ନେଇ ବିବାଦ ଥମି ନ ଥିବାବେଳେ ପୁଣି ଆଉ ଏକ...

ଜାନୁୟାରୀରୁ କଡ଼ାକଡ଼ି ହେବ ଟ୍ରାଫିକ୍‌ ନିୟମ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ଆସନ୍ତା ଜାନୁୟାରୀ ପହିଲାରୁ ଟ୍ରାଫିକ୍‌ ନିୟମ କଡ଼ାକଡ଼ି କରାଯିବ। ୩ ମାସ ଅବଧି ପରେ ଏହି ନିୟମକୁ ଆହୁରି କଠୋର ଭାବେ ଲାଗୁ କରାଯିବ।...

ରାଜ୍ୟରୁ ପୁଣି ୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୮।୯(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ଆଉ ୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୧୮୭କୁ ବୃଦ୍ଧି ପାଇଛି। ୭ ମୃତକଙ୍କ...

ମିସେସ୍‌ ଇଣ୍ଡିଆ ୟୁନିଭର୍ସ ୨୦୧୯କୁ ନେଇ ବିବାଦ : ପ୍ରତିଯୋଗୀଙ୍କୁ କହିଲେ ‘ପେ ଅର୍‌ ସ୍ଲିପ୍‌’

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ) : ବ୍ୟୁଟି ପାଜେଣ୍ଟ୍‌, ମଡେଲିଂ, ଆକ୍ଟିଂ, ରିୟାଲିଟି ଶୋ। ଶୁଣିବାକୁ ଓ ବାହାରୁ ଦେଖିବାକୁ ଏସବୁ ଗ୍ଲାମର ଲାଗେ। ମିସ୍‌ ଇଣ୍ଡିଆ, ମିଷ୍ଟର ଇଣ୍ଡିଆ,...

୧୧ ଜିଲାକୁୁ ଗଲେ ପୋଲିଂ ପାର୍ଟି

ଭୁବନେଶ୍ୱର,୧୪।୨(ବ୍ୟୁରୋ): ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ଜୋରଦାର ହୋଇଛି। ସୋମବାର ୧୧ ଜିଲାକୁୁ ପୋଲିଂ ପାର୍ଟି ପଠାଯାଇଥିବା ବେଳେ ମଙ୍ଗଳବାର...

CORONAVIRUS UPDATE: ରାଜ୍ୟରେ ଆଉ ୩ ପଜିଟିଭ୍‌ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨କୁ ବୃଦ୍ଧି

ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜ୍ୟରେ ଆଉ ୩ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାପରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୨କୁ ବୃଦ୍ଧି ପାଇଛି। ନୂଆ ପଜିଟିଭ୍‌ମାନେ...

୩ ନାଗୁଣୀ ସହ ୫୭ ଅଣ୍ଡା ଉଦ୍ଧାର

ଭୁବନେଶ୍ୱର,୨୫।୪(ବ୍ୟୁରୋ)- ପୁରୀ ଜିଲା କଣାସ ବ୍ଲକ ଗଡ଼ିଶାଗଦା ପଞ୍ଚାୟତର ବିଲପାଟଣା ଗ୍ରାମରୁ ବୁଧବାର ୩ ନାଗୁଣୀ ସହ ୫୭ ଅଣ୍ଡା ଉଦ୍ଧାର କରାଯାଇଛି। ଗ୍ରାମର ରଶ୍ମିକାନ୍ତ ପରିଡ଼ା...

ଦିନକୁ ଘଣ୍ଟାଏ ଖୋଲିବ କୋର୍ଟ

କଟକ ଅଫିସ୍‌,୧୭ା୪: ଆସନ୍ତା ୨୦ ତାରିଖରୁ ସକାଳୁଆ କୋର୍ଟ ଚାଲିବ। କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ହାଇକୋର୍ଟଙ୍କ ତରଫରୁ ନିମ୍ନ ଅଦାଲତଗୁଡ଼ିକୁ ନିର୍ଦ୍ଦେଶନାମା ଜାରି କରାଯାଇଛି।...

Advertisement
Archives

Model This Week