Posted inଖେଳ

ଯୁବ ଖେଳାଳିଙ୍କ ପାଇଁ ପରୀକ୍ଷା

ଭାରତୀୟ ଦଳର ୱେଷ୍ଟଇଣ୍ଡିଜ ଗସ୍ତ ସମାପ୍ତ ହୋଇଛି। ଏହି ଗସ୍ତରୁ ଭଲ ଶିକ୍ଷାଲାଭ କରିଛି ଟିମ୍‌ ଇଣ୍ଡିଆ। ଟି୨୦ ସିରିଜ ପରାଜୟ ପାଇଁ ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସୋସିଆଲ ମିଡିଆରେ ବେଶ୍‌ ଟ୍ରୋଲ ହେବାକୁ ପଡିଛି। କ୍ରମାଗତ ଭାବେ ୧୨ଥର ବିଭିନ୍ନ ଦେଶ ସହ ସିରିଜ ଜିତି ରେକର୍ଡ କରିଥିବା ଭାରତୀୟ ଦଳକୁ ୨-୩ରେ ସିରିଜ ହାରିବାକୁ ପଡିଛି। ଯାହାକି ମୁଖ୍ୟ କୋଚ ଏବଂ ଟି୨୦ କ୍ୟାପଟେନ ହାର୍ଦ୍ଦିକଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ଲଗାଇଛି। ଆଗକୁ ଗୁରୁତ୍ୱପୂର୍ଣ୍ଣ ଏସିଆ କପ୍‌ ଆସୁଥିବା ବେଳେ ଅକ୍ଟୋବର ୫ରୁ ଆଇସିସି ଏକଦିବସୀୟ ବିଶ୍ୱକପ ଭାରତରେ ଖେଳାଯିବାକୁ ରହିଛି। ଭାରତ ଯୁବ ଖେଳାଳିମାନଙ୍କୁ ଅଧିକ ପ୍ରାଧାନ୍ୟ ଦେବା ଫଳରେ ଦୀର୍ଘ ୭ ବର୍ଷ ପରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟି୨୦ ସିରିଜ ହାରି ସମାଲୋଚନାର ଶରବ୍ୟ ହୋଇଛି। ଯେଉଁ ଯୁବ ଖେଳାଳିମାନେ ଫ୍ରାଞ୍ଚାଇଜଭିତ୍ତିକ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରିଥିଲେ ଏବଂ ଦଳରେ ସାମିଲ ହେବା ପାଇଁ ଦୃଢ଼ ଦାବିଦାର ରହିଥିଲେ ଗତ ୱେଷ୍ଟଇଣ୍ଡିଜ ସିରିଜରେ ସେମାନଙ୍କୁ ପରୀକ୍ଷା କରାଯାଇଥିଲା। କାରଣ ପୂର୍ବତନ ଭାରତୀୟ ଖେଳାଳିମାନେ ସେମାନଙ୍କୁ ଦଳରେ ସାମିଲ କରିବା ପାଇଁ ବାରମ୍ବାର ଦାବିକରି ଆସୁଥିଲେ। ସେମାନଙ୍କ ମଧ୍ୟରେ କପିଲ ଦେବ, ସୁନୀଲ ଗାଭାସ୍କର, ରବି ଶାସ୍ତ୍ରୀ, ଦିଲୀପ ଭେଙ୍ଗସରକାର ଏପରିକି ସଚିନ ତେନ୍ଦୁଲକର ମଧ୍ୟ ସେପରି ଖେଳାଳିଙ୍କୁ ବିଭିନ୍ନ ଫର୍ମାଟରେ ସୁଯୋଗ ଦେବା ପାଇଁ କହିଥିଲେ। ଟିମ୍‌ ଇଣ୍ଡିଆର ଅନେକ ରେଗୁଲାର ଖେଳାଳି ଶ୍ରେୟସ ଆୟାର, ରିଷଭ ପନ୍ତ, ଲୋକେଶ ରାହୁଲ, ଉମେଶ ଯାଦବ, ଯଶପ୍ରୀତ ବୁମରାଙ୍କ ଅନୁପସ୍ଥିତିରେ ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲ, ଋତୁରାଜ ଗାଏକ୍ୱାର୍ଡ, ଶୁଭମନ ଗିଲ, ସଞ୍ଜୁ ସାମସନ, ତିଳକ ବର୍ମା, ମୁକେଶ କୁମାର, ଅର୍ଶଦୀପ ସିଂ, ରବି ବିଷ୍ଣୋଇ, ଉମ୍ରାନ ମଲ୍ଲିକ, ଜୟଦେବ ଉନାଡକଟ୍‌ଙ୍କୁ ସୁଯୋଗ ଦିଆଯାଇଥିଲା। ୱେଷ୍ଟଇଣ୍ଡିଜ ମାଟିରେ ଖେଳାଯାଇଥିବା ୩ ଫର୍ମାଟକଥା ଦେଖିଲେ କିଛି ଯୁବଖେଳାଳି ସଫଳ ହୋଇଥିବା ନଜରକୁ ଆସେ। ସାମସନ, ଗାଏକ୍ୱାର୍ଡ ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଥିବା ବେଳେ ସୂର୍ଯ୍ୟକୁମାର ଯାଦବ ଟି୨୦ର ୨ଟି ମ୍ୟାଚରେ ସଫଳ ହୋଇଥିଲେ। ଶୁଭମନ ଗିଲ ଗୋଟିଏ ମ୍ୟାଚକୁ ଛାଡିଦେଲେ ଅତି ନୈରାଶ୍ୟଜନକ ଖେଳ ପ୍ରଦର୍ଶନ କରିଥିଲେ। ସ୍ପିନରମାନଙ୍କ ମଧ୍ୟରେ କୁଳଦୀପ ଯାଦବଙ୍କ ଚମକତ୍ାର ସ୍ପିନ ବୋଲିଂ ଦେଖିବାକୁ ମିଳିଥିବା ବେଳେ ତିଲକ ବର୍ମା ତାଙ୍କର ଆଇପିଏଲ୍‌ ଫର୍ମ ଯୋଗୁ କେତେଗୁଡିଏ ଭଲ ଇନିଂସ ଖେଳି ନିଜ ଦକ୍ଷତାର ଉପଯୁକ୍ତ ପ୍ରମାଣ ଦେଇଥିଲେ। ଇଶାନ କିଶନ ଏକଦିବସୀୟ ମ୍ୟାଚରେ ଚମକ ଦେଖାଇଥିବାବେଳେ ମୁକେଶ କୁମାର ଆଖିଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ। ସବୁଠାରୁ ଚର୍ଚ୍ଚାରେ ରହିଥିଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ। ନିଜେ ନୂଆ ବଲରେ ବୋଲିଂ କରିବା, ବୋଲର ରୋଟେଶନରେ ଅସଫଳ, ଯୁବ ବ୍ୟାଟରମାନଙ୍କୁ ଉପଯୁକ୍ତ ଡାଉନରେ ନ ଖେଳାଇବା, ନିଜର ଖରାପ ଫର୍ମ, ଟସ୍‌ ଜିତି ବ୍ୟାଟିଂ କିମ୍ବା ବୋଲିଂ ନେବାର ନିଷ୍ପତ୍ତିରେ ଅପରିପକ୍ୱତା ସହିତ ସିରିଜ ହାରିବା ପରେ ”ବେଳେ ବେଳେ ହାରିବା ଆବଶ୍ୟକ ଏବଂ ସେଥିରୁ ଅନେକ ଶିକ୍ଷା ମିଳିଥାଏ“ ବୋଲି କହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଯେଉଁ ଦଳ ବିଶ୍ୱକପ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିପାରି ନାହିଁ, ଏପରିକି ସ୍କଟ୍‌ଲାଣ୍ଡ, ନେଦରଲାଣ୍ଡ୍ସ ଏବଂ ଜିମ୍ବାୱେଠାରୁ ହାରି ବାଦ୍‌ପଡିଥିବା ସେପରି ଦଳଠାରୁ ସିରିଜ ହାରିବା ନିଶ୍ଚିତ ପରିତାପର ବିଷୟ।
ଟିମ୍‌ ଇଣ୍ଡିଆର ଷ୍ଟ୍ରାଇକ୍‌ ପେସ୍‌ ବୋଲର ଯଶପ୍ରୀତ ବୁମରା ଆଘାତଜନିତ ସମସ୍ୟା ଯୋଗୁ ଗତବର୍ଷ ସେପ୍ଟେମ୍ବରରୁ କୌଣସି ଅନ୍ତର୍ଜାତୀୟ ସିରିଜରେ ଖେଳିପାରି ନାହାନ୍ତି। ତାଙ୍କୁ ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ଅଧିନାୟକ ମନୋନୀତ କରାଯାଇଛି। ଏହି ସିରିଜର ୩ ମ୍ୟାଚରେ ଟିମ୍‌ ଇଣ୍ଡିଆର ଏକ ଭିନ୍ନ ଦଳ ଦେଖିବାକୁ ମିଳିବ। ଦଳରୁ ସମସ୍ତ ସିନିୟର ଖେଳାଳିଙ୍କୁ ବାଦ୍‌ ଦିଆଯାଇଛି। ନୂଆ ଅଧିନାୟକଙ୍କ ନେତୃତ୍ୱରେ ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇବ। ୩ ମ୍ୟାଚବିଶିଷ୍ଟ ଟି୨୦ ସିରିଜର ସମସ୍ତ ମ୍ୟାଚ ଡବଲିନ୍‌ଠାରେ ଖେଳାଯିବ। ଏହା ପରେ ଭାରତୀୟ ଦଳ ଏସିଆ କପ୍‌ ଖେଳିବ। ତେଣୁ ଭାରତର ଆୟର୍ଲାଣ୍ଡ ସିରିଜ ପରେ ଏସିଆ କପ୍‌ ପାଇଁ ଖେଳାଳି ମନୋନୟନ ହେବ। ବୁମରାଙ୍କ ସହିତ କୁଳଦୀପ ଯାଦବ ଏବଂ ତିଳକ ବର୍ମାଙ୍କ ପରି ଖେଳାଳି ଏସିଆ କପଦଳରେ ସ୍ଥାନ ପାଇବେ ବୋଲି ଆଶା କରାଯାଉଛି। ଆୟର୍ଲାଣ୍ଡ ବିପକ୍ଷ ସିରିଜ ପାଇଁ ଦଳରେ ଋତୁରାଜ ଗାଏକ୍ୱାର୍ଡ, ପ୍ରସିଦ୍ଧ କ୍ରିଷ୍ଣା, ଜିତେଶ ଶର୍ମା, ରିଙ୍କୁ ସିଂ, ଶିବମ ଦୁବେ, ୱାଶିଂଟନ ସୁନ୍ଦରଙ୍କ ପରି ଖେଳାଳି ସ୍ଥାନ ପାଇଛନ୍ତି। ବୁମରାଙ୍କ ଚେହେରାରେ ଏକ ଭିନ୍ନ ଖୁସି ଦେଖିବାକୁ ମିଳିଛି। କାରଣ ସେ ପ୍ରଥମ ଥର ପାଇଁ ଟି୨୦ ଅନ୍ତର୍ଜାତୀୟ କ୍ରିକେଟରେ ନେତୃତ୍ୱ ନେବାର ସୁଯୋଗ ପାଇଛନ୍ତି। ସଞ୍ଜୁ ସାମସନଙ୍କ ପାଇଁ ଏହି ସିରିଜ ଶେଷ ସୁଯୋଗ ହୋଇପାରେ। କାରଣ ୱେଷ୍ଟଇଣ୍ଡିଜ ଗସ୍ତରେ ସେ ଅତି ଖରାପ ପ୍ରଦର୍ଶନ କରିବା ସହିତ ସୁଯୋଗ ହାତଛଡା କରି ସାରିଛନ୍ତି। ୨୦୧୫ରୁ ଅନ୍ତର୍ଜାତୀୟ କ୍ରିକେଟ ଖେଳିବାର ସୁଯୋଗ ପାଇଥିବା ଏହି ଖେଳାଳି ଅଧିକାଂଶ ସମୟ ଦଳରୁ ବାହାରେ ରହିଛନ୍ତି ଏବଂ ଠିକଣା ସମୟରେ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ଶାହାବାଦ ଅହମ୍ମଦ ଗତ ଆଇପିଏଲ୍‌ରେ ଭଲ ବୋଲିଂ କରିଥିଲେ। ଅର୍ଶଦୀପ ସିଂ, ମୁକେଶ କୁମାର, ଆଭେଶ ଖାଁ କିପରି ସୁଯୋଗର ସଦ୍‌ବ୍ୟବହାର କରିବେ ତାହା ଦେଖିବାର କଥା।
ରାହୁଲ ଡ୍ରାଭିଡ ଏବଂ ଅନ୍ୟ ସମସ୍ତ କୋଚିଂ ଷ୍ଟାଫ୍‌ଙ୍କୁ ଏହି ସିରିଜରୁ ବାଦ୍‌ ଦିଆଯାଇଛି। ମାତ୍ର ଡ୍ରାଭିଡ ଏସିଆ କପ୍‌ ପାଇଁ କୋଚ ଭାବେ ଟିମ୍‌ ଇଣ୍ଡିଆ ସହିତ ରହିବେ। ଆୟର୍ଲାଣ୍ଡ ଦଳ ମଧ୍ୟ ଟି୨୦ରେ ଏକ ଶକ୍ତିଶାଳୀ ଦଳ। ତେବେ ଏହା ବିପକ୍ଷରେ ଭାରତର ରେକର୍ଡ ବହୁତ ଭଲ। ଉଭୟ ଦଳ ମଧ୍ୟରେ ମୋଟ ୫ଟି ଟି୨୦ ମ୍ୟାଚ ହୋଇଥିବାବେଳେ ଭାରତ ସମସ୍ତ ୫ଟି ଯାକରେ ଜିତିଛି। ୨୦୨୨ରେ ଅନୁଷ୍ଠିତ ଏକ ମ୍ୟାଚ କିନ୍ତୁ ତୀବ୍ର ସଂଘର୍ଷପୂର୍ଣ୍ଣ ହୋଇଥିଲା। ଏଥିରେ ଭାରତ ମାତ୍ର ୪ ରନରେ ବିଜୟୀ ହୋଇଥିଲା। ଦଳରେ ବିରାଟ କୋହଲି, ରୋହିତ ଶର୍ମା, ରବୀନ୍ଦ୍ର ଜାଡେଜା, ସୂର୍ଯ୍ୟକୁମାର ଯାଦବ ଏବଂ ଶୁଭମନ ଗିଲଙ୍କ ପରି ଖେଳାଳି ସ୍ଥାନ ପାଇ ନ ଥିବାବେଳେ ଯୁବଖେଳାଳିମାନେ ସୁଯୋଗର ସଦୁପଯୋଗ କରିବା ଆଶା ରହିଛି। ଏସିଆ କପ୍‌ ଏବଂ ବିଶ୍ୱକପ୍‌ ପାଇଁ ଭାରତୀୟ ଦିନିକିଆ ଦଳ ଗଠନଲାଗି ମନୋନୟନକାରୀଙ୍କ ପାଖରେ ପର୍ଯ୍ୟାପ୍ତ ବିକଳ୍ପ ରହିଛି।

ନିର୍ମଳ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri