ବିଦ୍ୟୁତ୍‌ଚାଳିତ ଟ୍ରେନ୍‌ର ଟ୍ରାଏଲ ରନ୍‌

କେନ୍ଦ୍ରାପଡ଼ା ଅଫିସ/ ଚଣ୍ଡିଖୋଲ,୨୫ା୭(ଡି.ଏନ.ଏ.): ହରିଦାସପୁର-ପାରାଦୀପ ନୂଆ ବ୍ରଡ୍‌ଗେଜ୍‌ ରେଳପଥରେ ଶୁକ୍ରବାର ପ୍ରଥମଥର ପାଇଁ ବିଦ୍ୟୁତ୍‌ ଚାଳିତ ଟ୍ରେନର ଟ୍ରାଏଲ ରନ ହୋଇଛି। ଏଥିରେ ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ହରିଦାସପୁରଠାରୁ ପାରାଦୀପ ପର୍ଯ୍ୟନ୍ତ ଯାଇଥିଲେ। ୨୦୧୯ ଜୁନ ୨୯ରେ ପ୍ରଥମେ ଟାୱାର କାର କେନ୍ଦ୍ରାପଡ଼ା ଷ୍ଟେଶନ ପର୍ଯ୍ୟନ୍ତ ଆସିଥିଲା। ପୂର୍ବତଟ ରେଳ ବିଭାଗ ମୁଖ୍ୟ ସୁରକ୍ଷା ଅଧିକାରୀ ଶୈଲେନ୍ଦ୍ର କପିଲ, ରେଳବିକାଶ ନିଗମ ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସରୋଜ କାନ୍ତ ପାତ୍ର, ମୁଖ୍ୟ ଟ୍ରାକ ଇଞ୍ଜିନିୟର ଜଗନ୍ନାଥ ପରିଡା, ମୁଖ୍ୟ ବ୍ରିଜ୍‌ ଇଞ୍ଜିନିୟର କେ.ଜି ଅଗ୍ରୱାଲ, ସିଗନାଲ ଇଞ୍ଜିନିୟର ଭି. ସୋରେନ, ରେଳ ବିକାଶ ନିଗମ ଲିମିଟେଡର ଡିଜିଏମ୍‌ ଆର୍‌.ପି. ପାଣ୍ଡେ, ଅଶୋକ କୁମାର ତ୍ରିପାଠୀ, ଶ୍ରୀନିବାସ ସାହୁ, ଏସ୍‌ଏକେବାସା, ଏସ୍‌.କେ. ପାତ୍ର, ପିକେ ମହାନ୍ତି, ଏସ୍‌.କେ. ପୁରୋହିତ, ରାଜେନ୍ଦ୍ର ଧମ୍ବେଲ, ଡି.ପି. ଦାଶ ପ୍ରମୁଖ ଟ୍ରେନରେ ଯାତ୍ରା କରିଥିଲେ। ଆସନ୍ତା ଅଗଷ୍ଟ ସୁଦ୍ଧା କେନ୍ଦ୍ରାପଡ଼ା ଜିଲା ମଧ୍ୟଦେଇ ରେଳ ଚାଲିବା ସମ୍ଭାବନା ରହିଛି।
ବୁଦ୍ଧିଜୀବୀ ପ୍ରଶାନ୍ତ ନାୟକ କୁହନ୍ତି, ଆମ କେନ୍ଦ୍ରାପଡାବାସୀଙ୍କ ପାଇଁ ଏହା ଏକ ଐତିହାସିକ ଦିନ। ଜିଲାକୁ ପ୍ରଥମଥର ପାଇଁ ରେଳ ଇଞ୍ଜିନ ଗଡିଥିବାରୁ ଦୀର୍ଘ ୨୨ବର୍ଷର ସ୍ବପ୍ନ ପୂରଣ ହେବାକୁ ଯାଉଛି। ସାମାଜିକ କର୍ମୀ ସମୀର ଚାନ୍ଦ କୁହନ୍ତି, ରେଳ ଗଡିଲେ କେନ୍ଦ୍ରାପଡା ଜିଲାର ବିକାଶ ନିଶ୍ଚିତ ହେବ। ଶିଳ୍ପୋଦ୍ୟୋଗୀମାନେ କଞ୍ଚାମାଲ ନେବାଆଣିବା ଅସୁବିଧାକୁ ଦୃଷ୍ଟିରେ ରଖି ଜିଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରୁ ନ ଥିଲେ। ଏବେ ଏହା ସମ୍ଭବ ହେବ। କୃଷକ ନେତା ବିଧୁଭୂଷଣ ମହାପାତ୍ର କୁହନ୍ତି, ରେଳ ଆସିବାକୁ ସ୍ବାଗତ କରୁଛି। ତେବେ ରେଳପଥ ପାଇଁ ଭୋଗୁଥିବା ଚାଷୀଙ୍କ ଯନ୍ତ୍ରଣାକୁ ଭୁଲିବା କଷ୍ଟ। ଫାଟକ ବିହୀନ ରେଳପଥ ନିର୍ମାଣ ପାଇଁ ବହୁ କ୍ଷେତରୁ ମାଟି ଉଠାଯାଇଛ। ଫଳରେ ସାମାନ୍ୟ ବର୍ଷାରେ କ୍ଷେତରେ ହୋଇଥିବା ଗାଢ଼ରେ ପାଣି ଜମିରହି ନଷ୍ଟ ହେଉଛି। ସେହିପରି ରେଳପଥ ନିର୍ମାଣ ସମୟରେ ଜିଲା ପ୍ରଶାସନ ଓ ରେଳପଥ ବିଭାଗ କାର୍ଯ୍ୟକର୍ତ୍ତାଙ୍କୁ ବାରମ୍ବାର ସାଇଫନ ନିର୍ମାଣ ପାଇଁ ଅନୁରୋଧ ସତ୍ତ୍ୱେ ଜଳ ନିଷ୍କାସନ ବ୍ୟବସ୍ଥା କରାଗଲା ନାହିଁ। ସହରର ଲକ୍ଷ୍ମୀକାନ୍ତ ନାୟକ କୁହନ୍ତି, ରେଳପଥ ନିର୍ମାଣ ସମୟରେ ବହୁ ଜମି ଚାଲିଯାଇଛି। ତେବେ ଉପଯୁକ୍ତ ମୂଲ୍ୟ ଅଦ୍ୟାବଧି ମିଳିନାହିଁ। ଏ ନେଇ ମାମଲା ଚାଲିଛି। ତେବେ ରେଳ ଚଳାଚଳକୁ ସେ ସ୍ବାଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଢ଼େ ୩ ବର୍ଷ ଶଯ୍ୟାଶାୟୀ ମୋନାଲିସା

କଟକ ଅଫିସ,୧୯ା୧୦: ମାଟ୍ରିକ ପରୀକ୍ଷା ଚାଲିଥିଲା। ଦୁଇଟି ବିଷୟର ପରୀକ୍ଷା ବାକି ଥିବାବେଳେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ ମୋନାଲିସା। ଦେହ, ହାତ ଥରିବାକୁ ଲାଗିଲା।...

ବୁଗୁଡ଼ାରେ ସ୍ବାଧୀନତା ଦିବସ: ଜାଣନ୍ତୁ କେଉଁଠି କିଏ କଲେ ପତାକା ଉତ୍ତୋଳନ

ବୁଗୁଡ଼ା,୧୫।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ାର ବିଭିନ୍ନ ସ୍ଥାନରେ ୭୪ତମ ସ୍ବାଧୀନତା ଦିବସ ଶନିବାର ପାଳିତ ହୋଇଯାଇଛି। ବ୍ଲକ କାର୍ଯ୍ୟାଳୟରେ ବିଡିଓ ତନ୍ମୟ ପାତ୍ରଙ୍କ ଉପସ୍ଥିତିରେ ବ୍ଲକ...

ଦୁର୍ନୀତି ରୋକିବାରେ ଜିରୋ ଟଲରେନ୍ସକୁ ଗୁରୁତ୍ୱ

କଟକ ଅଫିସ, ୬।୮: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ୨୦୧୮ ବ୍ୟାଚ୍‌ର ଗ୍ରେଡ୍‌-ଏ ଅଫିସରଙ୍କ ନିମନ୍ତେ ୨ଦିନିଆ ତାଲିମ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ରାଜ୍ୟ ଭିଜିଲାନ୍ସ ଏକାଡେମୀରେ...

ଘାଟିରେ ଭୂସ୍ଖଳନ: ୧୧ ଦିନ ହେଲା ଯାତାୟାତ ବନ୍ଦ

ଦାରିଙ୍ଗବାଡି,୧।୧୦(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସଂଯୋଗ କରୁଥିବା ୫୯ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟି ବର୍ଷାରେ ଗତ ୧୧ଦିନ ତଳେ ଭୂସ୍ଖଳନ ହୋଇଥିଲା। ହେଲେ ଏବେ...

ତାଲା କାଟି ଦୋକାନରୁ କରୁଥିଲେ ଚୋରି, ଯୁବକଙ୍କୁ ଦେଖି ବାଇକ୍‌ ଛାଡ଼ି ମାରିଲେ ଚମ୍ପଟ

ପାଟଣା,୫ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ବଜାର ଉପରେ ଥିବା ଏକ ଦୋକାନରୁ ଚୋରି ଉଦ୍ୟମ ହୋଇଛି। ଚିରଞ୍ଜୀବ ଦାଶଙ୍କ ଜେରକ୍ସ ଭେରାଇଟି ଷ୍ଟୋରରୁ ଶନିବାର...

ବେଆଇନ ଚିଙ୍ଗୁଡ଼ିଘେରି ଫସଲ ଉଜାଡୁଛି

ରାଜକନିକା, ୧ା୩(ଡି.ଏନ୍‌.ଏ.): ଗଁାଠାରୁ ସହର ଏବେ ଲାଭାନ୍ବିତ ଚାଷ କରିବାକୁ ଆଗ୍ରହ ପ୍ରକାଶ ପାଉଛି। ଚାଷୀମାନେ ଏବେ ଚିଙ୍ଗୁଡ଼ି ଚାଷକୁ ପ୍ରାଧ୍ୟାନ୍ୟ ଦେଉଛନ୍ତି। ହେଲେ ଚିଙ୍ଗୁଡ଼ି...

ନାଗାବଳୀ ନଦୀରୁ ଆନ୍ଧ୍ରକୁ ବାଲି ଚାଲାଣକୁ ବିରୋଧ

ରାୟଗଡ଼ା ଅଫିସ,୧୧।୫-ରାୟଗଡ଼ା ଜିଲା କେରେଡ଼ାରୁ ପ୍ରତିଦିନ ବେଆଇନ ଭାବେ ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶକୁ ବାଲି ଚାଲାଣ କରାଯାଉଛି। ଏ ନେଇ ସୋମବାର କେରେଡ଼ା ଗ୍ରାମ...

ମାଟ୍ରିକ୍‌ ପରୀକ୍ଷା: କପି କରି ଧରାପଡ଼ିଲେ ୧୧୮ ପରୀକ୍ଷାର୍ଥୀ

କଟକ ଅଫିସ,୨୫ା୨: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ମାଟ୍ରିକ ପରୀକ୍ଷାରେ ସୋମବାର ୧୧୮ଜଣ ପରୀକ୍ଷାର୍ଥୀ କପି କରି ଧରା ପଡ଼ିବା ସହ ମାଲପ୍ରାକ୍ଟିସ(ଏମ୍‌ପି)...

Advertisement
Archives

Model This Week