Posted inଫୁରସତ

ଟ୍ରେଣ୍ଡି ରାଖୀ

ଭାଇ ହାତରେ ରାଖୀ ବାନ୍ଧିବାକୁ ଭଉଣୀ ମନରେ ଯେଉଁ ଉତ୍କଣ୍ଠା ଥାଏ, ତାହାକୁ ଲକ୍ଷ୍ୟ କରି ଏବେ କେତେ ନୂଆ ନୂଆ ଡିଜାଇନ୍‌ର ରାଖୀ ମିଳିଲାଣି। ତନ୍ମଧ୍ୟରୁ କେତୋଟି ଟ୍ରେଣ୍ଡି ରାଖୀ ସମ୍ପର୍କରେ…

ରାଖୀ ପୂର୍ଣ୍ଣିମା। ପ୍ରତିଟି ଭାଇଭଉଣୀଙ୍କ ପାଇଁ ଏହା ହେଉଛି ଏକ ଖାସ୍‌ ଦିନ। ପରସ୍ପର ଭିତରେ ଯେତେ ମାନଅଭିମାନ, ରାଗରୁଷା, ବାଦବିବାଦ ଥାଉନା କାହିଁକି ସବୁକୁ ପଛରେ ପକାଇ ଭାଇ ହାତରେ ରାଖୀ ବାନ୍ଧିବାକୁ ଭଉଣୀଟିଏ ବେଶ୍‌ ଉତ୍ସାହର ସହ ଅପେକ୍ଷା କରି ରହିଥାଏ ଏହି ଶୁଭ ଦିନକୁ। ଏହି ପବିତ୍ର ମୁହୂର୍ତ୍ତରେ ଭାଇ ହାତରେ ରାଖୀ ବାନ୍ଧି ତା’ର ଶୁଭ ମନାସିବା ସହ ନିଜର ସୁରକ୍ଷା ପାଇଁ ବି ଭାଇଠାରୁ ପ୍ରତିଶ୍ରୁତି ନେଇଥାଏ ଭଉଣୀଟିଏ। ସେଥିପାଇଁ ତ ସିଏ କେତେ ସରାଗରେ ରାଖୀଟିଏ କିଣି ଆଣିଥାଏ ବଜାରରୁ। ଅନ୍ୟପକ୍ଷେ ଏହି ଅବସରକୁ ଆଖି ଆଗରେ ରଖି ବଜାରରେ ବି ବିକ୍ରି ହୋଇଥାଏ ନାନାଦି ଡିଜାଇନ୍‌ର ରାଖୀ। ତେଣୁ ଏଠାରେ ସେମିତି କେତୋଟି ଟ୍ରେଣ୍ଡି ରାଖୀ ସମ୍ପର୍କରେ ଉଲ୍ଲେଖ କରାଗଲା।

* ଫଟୋ ଥିବା ରାଖୀ: ଏବେ ବଜାରରେ ଏକ ନୂଆ ଧରଣର ରାଖୀ ମିଳୁଛି; ଯେଉଁଥିରେ କେବଳ ଭାଇ ହେଉ ଅବା ଭଉଣୀ କିମ୍ବା ଉଭୟ ଭାଇଭଉଣୀଙ୍କର ଫଟୋ ଲାଗିପାରିବ। ଏହି ଫଟୋ ଥିମ୍‌ବାଲା ରାଖୀ ଦେଖିବାକୁ ଯେମିତି ସୁନ୍ଦର ଲାଗେ ଏହାକୁ ଭାଇ ହାତରେ ବାନ୍ଧିଲେ ବି ସେମିତି ଆକର୍ଷଣୀୟ ଲୁକ୍‌ ମିଳିଥାଏ। ତା’ଛଡ଼ା ଏହି ଷ୍ଟାଇଲ୍‌ର ରାଖୀକୁ ନିଜ ପାଖେ ସ୍ମୃତି କରି ସାଇତି ରଖିବାକୁ ମଧ୍ୟ ଇଚ୍ଛା ହୋଇଥାଏ।

* ନାମ ଲେଖାଥିବା ରାଖୀ: ଏହି ପବିତ୍ର ଦିବସ ଅବସରରେ ଆପଣ ଚାହିଁଲେ ଭାଇ ହାତରେ ତାଙ୍କ ନାମ ଲେଖାଥିବା ରାଖୀ ବି ବାନ୍ଧି ପାରିବେ। ଏଥିପାଇଁ ବଜାରରେ ଏବେ ବହୁତ ପ୍ରକାରର ସୁବିଧା ଉପଲବ୍ଧ ହେଲାଣି। ନିଜ ନାମ ଲେଖା ଥିବା ରାଖୀ ଦେଖିଲେ ଭାଇମାନେ ନିଶ୍ଚୟ ଖୁସି ହେବେ, ଏଥିରେ ସନ୍ଦେହ ନାହିଁ।

*ଭାଇ ଲେଖା ଥିବା ରାଖୀ: ହିନ୍ଦୀ ଅକ୍ଷରରେ ଭାଇ ଲେଖା ହୋଇଥିବା ରାଖୀ ବି ଦେଖିବାକୁ ବେଶ୍‌ ଟ୍ରେଣ୍ଡି ଲାଗିଥାଏ। ରାଖୀ ଅବସରରେ ଭାଇମାନଙ୍କ ହାତରେ ବାନ୍ଧିବା ପାଇଁ ଏହି ଷ୍ଟାଇଲ୍‌ର ରାଖୀ ଏକ ଭଲ ବିକଳ୍ପ ।

* ବଡ଼ା ଭାଇ, ଛୋଟା ଭାଇ ରାଖୀ: ହିନ୍ଦୀରେ ବଡ଼ ଭାଇ ହୋଇଥିଲେ ‘ବଡ଼ା ଭାଇ’ ଆଉ ସାନ ଭାଇ ହୋଇଥିଲେ ‘ଛୋଟା ଭାଇ’ ବୋଲି କୁହାଯାଇଥାଏ। ଆଉ ଏହି ଥିମ୍‌କୁ ନେଇ ତିଆରି ହୋଇଥିବା ରାଖୀ ବି ଭାଇମାନଙ୍କ ହାତରେ ବାନ୍ଧିବା ପାଇଁ ଭଲ ବିକଳ୍ପ ହୋଇଥାଏ। କୁହାଯାଏ, ରାଖୀ ଅବସରରେ ଯଦି ଏହି ଷ୍ଟାଇଲ୍‌ର ରାଖୀ ଭାଇମାନଙ୍କ ହାତରେ ବନ୍ଧାଯାଏ ତା’ହେଲେ ସେମାନଙ୍କୁ ଖାସ୍‌ ଲାଗିବା ସହ ଖୁବ୍‌ ଆନନ୍ଦ ବି ମିଳିଥାଏ।

*ବ୍ରୋ ଲେଖାଥିବା ରାଖୀ: ଭାଇ ବା ବ୍ରଦର୍‌କୁ ଏବେ ଷ୍ଟାଇଲ୍‌ରେ ଅନେକେ କେବଳ ବ୍ରୋ କହୁଥିବା ଶୁଣିବାକୁ ମିଳୁଛି। କେବଳ ଶୁଣାଯାଉନି ରାଖୀ ପୂର୍ଣ୍ଣିମା ପାଇଁ ବି ଏବେ ବଜାରରେ ଇଂଲିଶ ଅକ୍ଷରରେ ବ୍ରୋ ଲେଖା ହୋଇଥିବା ଏକ ସ୍ବତନ୍ତ୍ର ଧରଣର ରାଖୀ ବି ମିଳୁଛି; ଯାହା ଦେଖିବାକୁ ଖୁବ୍‌ ଟ୍ରେଣ୍ଡି ମଧ୍ୟ ଲାଗୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଗେମ୍ ବି ମାନିଲା ହାର୍! କ୍ୟାଣ୍ଡି କ୍ରଶ୍‌ର ‘The End’ କରି ବିଶ୍ୱ ରେକର୍ଡ କଲେ ବିହାର ଯୁବକ

ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍‌ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?