ମହାକାଶରେ ଗଛ ଲାଗିବ

ଓ୍ବାଶିଂଟନ୍‌, ୨୨।୨: ମହାକାଶରେ ବିନା ମାଟିରେ ଗଛ ଲାଗିବ। ଏହି ଗବେଷଣା ନିମନ୍ତେ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ନର୍ଥରୋପ୍‌ ଗ୍ରୁମ୍‌ମ୍ୟାନ୍‌(ଏନ୍‌ଜି)ର ସିଗ୍‌ନସ୍‌ ସ୍ପେସ୍‌କ୍ରାଫ୍ଟକୁ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେଶନ (ଆଇଏସ୍‌ଏସ୍‌)କୁ ପଠାଇଛି। ଏଥିରେ ପ୍ରାୟ ୩,୭୬୪ କେ.ଜିର କାର୍ଗୋ ରହିଥିବାବେଳେ ସୋମବାର ତାହା ଆଇଏସ୍‌ଏସ୍‌ରେ ପହଞ୍ଚିଛି। ଏଥିରେ ମହାକାଶଚାରୀଙ୍କ ନିମନ୍ତେ ସ୍ନାକ୍ସ ରହିବା ସହ ଅନ୍ୟାନ୍ୟ ବୈଜ୍ଞାନିକ ସାମଗ୍ରୀ ପଠାଯାଇଛି। ମହାକାଶରେ ବିନା ମାଟିରେ ଗଛ ଲଗାଯିବା, ସ୍ତନ ଓ ପ୍ରୋଷ୍ଟେଟ୍‌ କ୍ୟାନ୍ସର ସେଲ ଉପରେ ଏକ ଡ୍ରଗ୍ସର ପ୍ରଭାବ ଏବଂ ଅତ୍ୟଧିକ ତାପମାତ୍ରାରେ ଲିଥିୟମ-ଆୟନ ସେକେଣ୍ଡାରୀ ବ୍ୟାଟେରିର କ୍ଷମତା ପରୀକ୍ଷଣ ପାଇଁ ପ୍ରଯୁକ୍ତିବିଦ୍ୟା ବ୍ୟବହାର ନିମନ୍ତେ ନାସା ଏହି ପେଲୋଡ୍‌ ପଠାଇଛି। ବୃଦ୍ଧାବସ୍ଥାକୁ ରୋକିବା ଏବଂ ଅମ୍ଳଜାନ ଉତ୍ପାଦନ ନିମନ୍ତେ ଏହି ପେଲୋଡ୍‌ରେ ଥିବା ଟେକ୍ନୋଲୋଜି ପରୀକ୍ଷା କରାଯିବ। ଚନ୍ଦ୍ର ଓ ମଙ୍ଗଳରେ ଚାଷ ସହ ମନୁଷ୍ୟ ରହିବା ଉପଯୋଗୀ ପରିବେଶ ପ୍ରସ୍ତୁତ ନିମନ୍ତେ ଏପରି ଗବେଷଣା କରାଯାଉଥିବା ନାସା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ଶରୀରରେ ୨୧୬ ଦିନ ରହି ୩୦ ଥର ମ୍ୟୁଟେଶନ କଲା କରୋନା ଭୂତାଣୁ …

ଜୋହାନ୍ସବର୍ଗ,୬।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ କରୋନା ଭୂତାଣୁ କିଭଳି ଜଣେ ୩୬ ବର୍ଷ ବୟସ୍କା ଏଚ୍‌ଆଇଭି ପଜିଟିଭ୍‌...

ବଜାରରେ ମିଳିବ ପିଇ ହେଉଥିବା କରୋନା ଟିକା…

ଓ୍ବାଶିଂଟନ,୨୪।୧ : କରୋନା ମହାମାରୀ ପରଠାରୁ ଏହାକୁ ଦୂର କରିବା ପାଇଁ ଦେଶ ତଥା ବିଦେଶରେ ଅନୁସନ୍ଧାନ କାର୍ଯ୍ୟ ଚାଲିଛି। କରୋନାକୁ ନିୟନ୍ତ୍ରଣ କରିବା ପାଇଁ...

୫ରୁ ୧୧ ବର୍ଷର ପିଲା ନେବେ ଫାଇଜର ଟିକା

ଓ୍ବାଶିଂଟନ, ୩୧।୧୦: ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫ୍‌ଡିଏ) ଫାଇଜର-ବାୟୋଏନ୍‌ଟେକ୍‌ ପ୍ରସ୍ତୁତ କୋଭିଡ୍‌ ଟିକାକୁ ୫ରୁ ୧୧ ବର୍ଷ ବୟସ ବର୍ଗର ପିଲାମାନଙ୍କ ନିମନ୍ତେ...

ଭାରତ ଆମର ପୁରାତନ ବନ୍ଧୁ: ଫିଜି ପ୍ରଧାନମନ୍ତ୍ରୀ…

ସୁଭା,୧୬।୨ : ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଫିଜି ଗସ୍ତରେ ଅଛନ୍ତି। ସେଠାରେ ଗୁରୁବାର ଫିଜିର ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି। ଏକ ବୈଠକରେ ଦୁଇ...

ଅଲ-ଜୱାହିରିଙ୍କ ମୃତ୍ୟୁର ପ୍ରତିଶୋଧ ନେଲା ଆଫଗାନିସ୍ତାନ, ଉଡାଇଲା ସରଫରାଜଙ୍କ ହେଲିକପ୍ଟର!

କାବୁଲ,୨ ।୮: ଆତଙ୍କବାଦୀ ସଙ୍ଗଠନ ଅଲ କାଏଦାର ମୁଖ୍ୟ ଅୟମାନ ଅଲ-ଜୱାହିରିଙ୍କୁ ଆମେରିକା ନିହତ କରିଥିବା ଖବର ମଙ୍ଗଳବାର ସକାଳେ ମିଳିଥିଲା । ଆମେରିକା ଆତଙ୍କବାଦୀ...

କାନାଡାର ଏୟାରସ୍ପେସ୍‌ରେ ପଶିଲା ରୁଷିଆ ଫ୍ଲାଇଟ୍‌

ଟୋରୋଣ୍ଟୋ,୨୮।୨: ରୁଷିଆନ ଏୟାରଲାଇନ୍‌ ଏରୋଫ୍ଲଟ୍‌ ରବିବାର କାନାଡାର ଏୟାରସ୍ପେସ୍‌ ବ୍ୟବହାର କରି ପ୍ରତିବନ୍ଧକ ଉଲ୍ଲଂଘନ କରିଛି। ଏ ନେଇ ରେଗୁଲେଟର ଟ୍ରାନ୍ସପୋର୍ଟ କାନାଡା ପକ୍ଷରୁ ରବିବାର...

ବିବାହ ନ କଲେ ଏଠି ଦେବାକୁ ପଡୁଥିଲା ଟ୍ୟାକ୍ସ

ସରକାର ବିଭିନ୍ନ ପ୍ରକାରର ଟ୍ୟାକ୍ସ ଆଦାୟ କରିଥାଆନ୍ତି। ହେଲେ ଆମେରିକାର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବିବାହ ନକଲେ ଟ୍ୟାକ୍ସ ଦେବାକୁ ପଡୁଥିଲା। ଇତିହାସ କହେ ୧୮୨୧...

‘ମୋତେ ଲୁହ ପୋଛିବାକୁ ପଡ଼ିବ’

କାବୁଲ୍‌,୧୬ା୮: ଆଫଗାନିସ୍ତାନର ସ୍ଥିତି ବହୁତ ଖରାପ ଆଡ଼କୁ ଗତି କରୁଛି। ତାଲିବାନ ଆଫଗାନିସ୍ତାନକୁ ନିଜ ଅକ୍ତିଆରକୁ ନେବା ପରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ଲୋକେ ଜୀବନ...

Advertisement
Archives

Model This Week