ଚାଲିଗଲେ ‘ଗଛର ମଣିଷ’ ବିଶୁ ଭାଇ: କଥା ହେଉ ହେଉ ଟଳିପଡ଼ିଲେ, ଗଞ୍ଜାମ ସହରରେ ଶୋକର ଛାୟା

ଗଞ୍ଜାମ (ବିଦ୍ୟାଧର ସାହୁ): ଏମିତି ବି ଆସେ ମୃତ୍ୟୁ! ନିଜ ଦାଣ୍ଡ ପିଣ୍ଡାରେ ବସି ଗଛ ଲଗାଇବା ଓ ଅଞ୍ଚଳର ଉନ୍ନତି ପାଇଁ ଚର୍ଚ୍ଚା କରୁଥିବା ବେଳେ ହଠାତ୍ ଚାଲିଗଲା ଜୀବନ। ଗଞ୍ଜାମ ସହରର ପ୍ରତିଷ୍ଠିତ ବ୍ୟବସାୟୀ ତଥା ପରିବେଶ ପ୍ରେମୀ ବିଶ୍ୱନାଥ ସାମନ୍ତରା (୫୭), ଯିଏ କି ସ୍ଥାନୀୟ ଅଞ୍ଚଳରେ ‘ଗଛର ମଣିଷ’ ବିଶୁ ଭାଇ ଭାବେ ବେଶ୍ ପରିଚିତ ଥିଲେ, ତାଙ୍କର ବୁଧବାର ସନ୍ଧ୍ୟାରେ ଆକସ୍ମିକ ଦେହାନ୍ତ ହୋଇଯାଇଛି।

ପ୍ରତିଦିନ ଭଳି ବିଶୁ ଭାଇ ନିଜ ଦୋକାନ ପିଣ୍ଡାରେ ବସି ଅଞ୍ଚଳବାସୀଙ୍କ ସହ ଆଲୋଚନା କରୁଥିଲେ। ବିଶେଷ କରି ଋଷିକୁଳ୍ୟା ନଦୀ ପଠାରେ ଥିବା ମଶାଣି ତୁଠର ଉନ୍ନତିକରଣ ଏବଂ ସେଠାରେ କିପରି ଅଧିକରୁ ଅଧିକ ଗଛ ଲଗାଯାଇ ପରିବେଶକୁ ସୁରକ୍ଷିତ ରଖାଯାଇପାରିବ, ସେନେଇ ସେ ଯୋଜନା କରୁଥିଲେ। ଏହି ସମୟରେ ହଠାତ୍ ସେ ଟଳିପଡ଼ିଥିଲେ। ଉପସ୍ଥିତ ଲୋକେ ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇଥିଲେ ହେଁ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବିଶୁ ଭାଇ କେବଳ ଜଣେ ବ୍ୟବସାୟୀ ନ ଥିଲେ, ବରଂ ଜଣେ ସଚ୍ଚୋଟ ପରିବେଶ କର୍ମୀ ଥିଲେ। ସେ ସଂଘ ପରିବାରର ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ ରହି ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ। ଗଛ ଲଗାଇବା ପାଇଁ ତାଙ୍କର ଯେଉଁ ନିଶା ଥିଲା, ସେଥିପାଇଁ ସାରା ସହର ତାଙ୍କୁ ‘ଗଛର ମଣିଷ’ର ଆଖ୍ୟା ଦେଇଥିଲା। ତାଙ୍କ ମୃତ୍ୟୁ ଖବର ପାଇବା ପରେ ସହରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଋଷିକୁଳ୍ୟା ନଦୀ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁରୀ ଶଙ୍କରାଚାର୍ଯ୍ୟ ବେଦ ପାଠଶାଳାର ଛାତ୍ର ତଥା ତାଙ୍କ ବଡ଼ ପୁଅ ଓମ୍ ମୁଖାଗ୍ନି ଦେଇଥିଲେ।

ତାଙ୍କ ବିୟୋଗରେ ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ପୂର୍ବତନ ବିଧାୟକ ଡଃ ପ୍ରିୟାଂଶୁ ପ୍ରଧାନ,ପୂର୍ବତନ ବିଧାୟକ ସୁବାଷ ଚନ୍ଦ୍ର ବେହେରା,ଗଞ୍ଜାମ ପ୍ରେସ କ୍ଲବ ସଭାପତି ଶବର କୁମାର ତରାଇ ଏବଂ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ରାଜନେତା ଓ ସାମାଜିକ କର୍ମୀ ଗଭୀର ଶୋକ ପ୍ରକାଶ କରିବା ସହ ଏହା ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାର ପଳାଉଛି ଛତିଶଗଡ଼: ଚାଷୀ ହତାଶ

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ସର୍ବାଧିକ ଧାନ ଫସଲ ହେଉଥିବା ବରଗଡ଼ ଜିଲାରେ ବର୍ତ୍ତମାନ ସାର ସଙ୍କଟ ଚାଷୀମାନଙ୍କୁ ଚିନ୍ତାରେ ପକାଇଦେଇଛି। ଜିଲାରେ ସାର ମହଜୁଦ ଅଛି, ଅଭାବ…

ଘରୁ ଡାକିନେଇ ଯୁକ୍ତ୨ ଛାତ୍ରଙ୍କୁ ବାଡ଼େଇ ମାରିଦେଲେ ୨ ସାଥୀ: ମଦ ପିଆଇ…

ଡେରାବିଶ, ୫ା୮(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅଞ୍ଚଳର ଜଣେ ଯୁକ୍ତ୨ କଲେଜ ଛାତ୍ରଙ୍କୁ ଘରୁ ଡାକି ନେଇ ତାଙ୍କର ୨ଜଣ ସାଙ୍ଗ ମାଡ଼ମାରି…

ଆବାସିକ ବିଦ୍ୟାଳୟରେ ହିଂସାକାଣ୍ଡ: ୯ମ ଶ୍ରେଣୀ ପିଲାଙ୍କୁ ନିସ୍ତୁକ ପିଟିଲେ ୧୦ମ ଛାତ୍ର

କଲ୍ୟାଣସିଂହପୁର/ରାୟଗଡ଼ା, ୫।୮ (ଦୀପକ କୁମାର ପରିଡ଼ା/ କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ଥିବା ଆବାସିକ ବିଦ୍ୟାଳୟରେ ହିଂସାକାଣ୍ଡ ବଢ଼ିବାରେ ଲାଗିଛି। କୋଲନରା ବ୍ଲକ୍‌ ଅନ୍ତର୍ଗତ ରିଭଲକଣାସ୍ଥିତ…

ସୁନାବେଡ଼ା ଅଞ୍ଚଳରେ କଲରାପତରିଆ ବାଘ ଆତଙ୍କ: ଭିଡିଓ ଭାଇରାଲ ହେବା ପରେ…

ନୂଆପଡ଼ା,୫ା୮ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟରେ କଲରାପତରିଆ ବାଘ ଆତଙ୍କ ଦେଖାଦେଇଛି। ବାଘ ରାସ୍ତାରେ ବୁଲୁଥିବା ଭିଡିଓ ସୋସିଆଲ ମିଡିଆରେ…

ଝାରଖଣ୍ଡର ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ: ଜନସାଧାରଣଙ୍କ ପାଇଁ ସୂଚନା ଜାରି କଲା ନନ୍ଦିପଦା ପୋଲିସ

ହାଟଡିହୀ, ୪।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲାରେ ଝାରଖଣ୍ଡର ଏକ ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ ଥିବା ନେଇ ସୂଚନା ମିଳିବା ପରେ, ନନ୍ଦିପଦା ପୋଲିସ ପକ୍ଷରୁ ଜନସାଧାରଣଙ୍କ…

ଡୁଙ୍ଗୁରିପାଲିରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ: ଜବରଦଖଲମୁକ୍ତ ହେଲା ସମବାୟ ସମିତିର ଗୋଦାମ ଗୃହ

ଡୁଙ୍ଗୁରିପାଲି, ୪।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଆଞ୍ଚଳିକ ସମବାୟ ବାଣିଜ୍ୟ ସମିତି ଲିଃ ର ଏକ ପୁରାତନ ଗୋଦାମ ଗୃହକୁ ଦୀର୍ଘ ବର୍ଷ ଧରି ଜବରଦଖଲ…

ନିୟମିତ ଭାବେ ରାସ୍ତା ଅବରୋଧକୁ କେନ୍ଦ୍ର କରି ମାରପିଟ୍, ଅଭିଯୁକ୍ତ ବାପା-ପୁଅ ଗିରଫ

ବଞ୍ଚୋ, ୪।୮(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ଶିବରାୟଣପୁର ଗ୍ରାମରେ ରାସ୍ତା ଅବରୋଧକୁ କେନ୍ଦ୍ର କରି ଘଟିଥିବା ମାରପିଟ୍ ଘଟଣାରେ ପୋଲିସ ବାପା ଓ ପୁଅଙ୍କୁ ଗିରଫ…

କଳାହାଣ୍ଡି-ନୂଆପଡ଼ା ଲାଇଫ୍ ଲାଇନ୍ ତୁର୍କେଲ ପୋଲ ଅଚଳ: ୧୧ ମାସ ହେଲା ଯୋଗାଯୋଗ ବିଚ୍ଛିନ୍ନ, କଂଗ୍ରେସର ବିଶାଳ ପଦଯାତ୍ରା

ଭବାନୀପାଟଣା, ୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଓ ନୂଆପଡ଼ା ଜିଲାର ‘ଲାଇଫ୍ ଲାଇନ୍’ କୁହାଯାଉଥିବା ଭବାନୀପାଟଣା ବ୍ଲକର ତୁର୍କେଲ ବ୍ରିଜ୍ ବିପଦସଂକୁଳ ହୋଇପଡ଼ିଥିବାରୁ ଗତ ୧୧ ମାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri