ନିଷିଦ୍ଧାଞ୍ଚଳରେ ଚାଲିଛି ଟ୍ରଲର, କଇଁଛ ମରୁଛନ୍ତି

କେନ୍ଦ୍ରାପଡ଼ା ଅଫିସ,୧୦ା୧: ବିଶ୍ୱ ପ୍ରସିଦ୍ଧ ଗହୀରମଥା ଅନ୍ତୁଡ଼ିଶାଳରେ ଦ୍ରୁତଗତିରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ମୃତ୍ୟୁ ହେଉଛି। ଗହୀରମଥା ସାମୁଦ୍ରିକ ଅଞ୍ଚଳର ମାଦଳିରେ ଏକ ଏନ୍‌ଜିଓର ସଦସ୍ୟମାନେ ୨୦ ମୃତ କଇଁଛ ଦେଖିବା ପରେ ବାଲିରେ ରବିବାର ପୋତିଛନ୍ତି। ଅପରପକ୍ଷରେ ନିଷିଦ୍ଧାଞ୍ଚଳରେ ବୋଟ୍‌, ଟ୍ରଲର ପଶି ଆସିଥିବା ଦର୍ଶାଇ ବନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହେଉଛି। କଟକଣାର ୨ମାସ ମଧ୍ୟରେ ୨୦ରୁ ଊର୍ଦ୍ଧ୍ୱ ବୋଟ୍‌, ଟ୍ରଲର ଜବତ ହୋଇଛି। କଟକଣା ସତ୍ତ୍ୱେ ଏହି ନିଷିଦ୍ଧାଞ୍ଚଳ ମାଛ ବ୍ୟବସାୟୀଙ୍କ କବଳକୁ ଚାଲିଯାଇଛି। ପାଟ୍ରୋଲିଂ ବୋଟ୍‌ ଖରାପ ହୋଇଥିବା ବେଳେ ଜବତ ବୋଟ୍‌, ଟ୍ରଲରଗୁଡ଼ିକ କୋର୍ଟରୁ ତୁରନ୍ତ ଖଲାସ ହେଉଛି। ଗହୀରମଥା ସାମୁଦ୍ରିକ ଅଞ୍ଚଳ ଏକ ପ୍ରକାର ଅସୁରକ୍ଷିତ ହୋଇପଡ଼ିଛି ବୋଲି ସ୍ଥାନୀୟ ପରିବେଶବିତ୍‌ମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ ପ୍ରକୃତିପ୍ରେମୀ ମନୋଜ କୁମାର ନାୟକ କହିଛନ୍ତି, ୨୦୨୨ ନଭେମ୍ବରରୁ ଆସନ୍ତା ମେ ମାସ ପର୍ଯ୍ୟନ୍ତ ଗହୀରମଥାର ସାମୁଦ୍ରିକ ଅଞ୍ଚଳକୁ ବିରଳ ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ଡାଦାନ ପାଇଁ କଟକଣା ହୋଇଛି। ଏହି ସମୟରେ ବନ ବିଭାଗ, ସାମୁଦ୍ରିକ ଥାନା ଓ ତଟରକ୍ଷା ବାହିନୀ ପକ୍ଷରୁ ସମୁଦ୍ର ମଧ୍ୟରେ କଇଁଛଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା କଥା। ତେବେ ଏହି ନିଷିଦ୍ଧାଞ୍ଚଳ ମଧ୍ୟରେ ହାଟ ବସୁଥିବା ବେଳେ ମାଛଧରା ସୁରୁଖୁରୁରେ ଚାଲିଛି। ଏହି ବେଆଇନ କାର୍ଯ୍ୟ ପାଇଁ ପ୍ରତିବର୍ଷ କୋଟିଏରୁ ଅଧିକ ଟଙ୍କା ଡିଲ୍‌ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି। ପରିବେଶବିତ ରମେଶ ଚନ୍ଦ୍ର ଜେନା କହିଛନ୍ତି, ବୋଟ୍‌, ଟ୍ରଲର ଚଳାଚଳ ଫଳରେ ସଂଖ୍ୟାଧିକ ଅଲିଭ୍‌ ରିଡ୍‌ଲେ କଇଁଛର ମୃତ୍ୟୁ ହୋଇଛି। ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ସତ୍ତ୍ୱେ ବୋଟ୍‌, ଟ୍ରଲରରେ ଟିଇଡି (ଟର୍ଟଲ ଏକ୍ସକ୍ଲୁଡର ଡିଭାଇସ୍‌) ବ୍ୟବହାର ହେଉନାହିଁ। ସେହିପରି ୬କୋଟି ଟଙ୍କା ବ୍ୟୟରେ କ୍ରୟ ହୋଇଥିବା ବନ ବିଭାଗର ୨ ବୋଟ୍‌ ମଧ୍ୟରୁ ଗୋଟିଏ ଖରାପ ହୋଇ ଦୀର୍ଘଦିନ ଧରି ପଡ଼ିରହିଛି। ପୂର୍ବରୁ କଟକଣା ଅବଧି ମଧ୍ୟରେ ଜବତ ବୋଟ୍‌ ,ଟ୍ରଲର ଛାଡ଼ପାଉ ନ ଥିଲେ। ଏବେ ଜବତ ବୋଟ୍‌, ଟ୍ରଲରଗୁଡିକ କୋର୍ଟରୁ ତୁରନ୍ତ ରିଲିଜ ହେଉଥିବାରୁ ମାଲିକମାନେ ମାଛଧରା କାର୍ଯ୍ୟରେ ଲଗାଇବାକୁ ସକ୍ଷମ ହେଉଛନ୍ତି। ସାମୁଦ୍ରିକ ଜୀବ ସୁରକ୍ଷା ସମିତିର ସଭାପତି ପ୍ରକାଶ ଚନ୍ଦ୍ର ଦାସ କହିଛନ୍ତି, କଇଁଛଙ୍କ ଅଣ୍ଡାଦେବା ସ୍ଥାନ ଏବେ ସଙ୍କଟରେ ଅଛି। ବାବୁବାଲି, ମାଦଳି, ଏକକୁଳା ଆଦିରେ ତଟକ୍ଷୟ ଜାରି ରହିଛି। ବନ ବିଭାଗ ଏହି ଅଞ୍ଚଳର ତଟକ୍ଷୟ ପ୍ରତି ସ୍ବତନ୍ତ୍ର ଯୋଜନା ମାଧ୍ୟମରେ ସୁରକ୍ଷା ଯୋଗାଇବା କଥା। ତେବେ ଏଥିନେଇ କୌଣସି ତପତ୍ରତା ନାହିଁ। ପରିବେଶବିତ ହେମନ୍ତ କୁମାର ରାଉତ କହିଛନ୍ତି, ପୂର୍ବରୁ ଚନ୍ଦ୍ରଭାଗା ଓ ହରଚଣ୍ଡୀ ତଟାଞ୍ଚଳକୁ ଅଲିଭ୍‌ ରିଡ୍‌ଲେ ଆସୁଥିଲେ। ପରିବେଶ ନଷ୍ଟ ଓ ବେଆଇନ ଟ୍ରଲର ଚଳାଚଳ ଯୋଗୁ ୨୦୧୨ ମସିହାରୁ ଏହି ଅଞ୍ଚଳରେ ସମୂହ ଅଣ୍ଡାଦାନ ହେଉନାହିଁ। ପ୍ରାୟ ୧୦୦୦ ଅଣ୍ଡାରୁ ମାତ୍ର ଗୋଟିଏ ଏହି ଅଲିଭ୍‌ ରିଡ୍‌ଲେ ବିରଳ କଇଁଛ ପ୍ରାପ୍ତ ବୟସ୍କ ହେଉଥିବାରୁ ଏହାର ସୁରକ୍ଷା ନିହାତି ଜରୁରୀ। ଭିତରକନିକା ଅଞ୍ଚଳରେ ବେଆଇନ ବସବାସ ଓ ଚିଙ୍ଗୁଡ଼ି ଘେରି ଅଲିଭ୍‌ ରିଡ୍‌ଲେଙ୍କ ପାଇଁ ବିପଦ ହୋଇଛି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଗହୀରମଥା ରେଞ୍ଜ ଅଫିସର ମାନସ ଚନ୍ଦ୍ର ଦାସଙ୍କୁ ପଚାରିବାରେ ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି। ୨ ମାସ ମଧ୍ୟରେ ୨୦ ବୋଟ୍‌, ଟ୍ରଲର ସମେତ ଶତାଧିକ ବେଆଇନ ପ୍ରବେଶକାରୀଙ୍କୁ ଗିରଫ ହୋଇଛନ୍ତି। ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ ହେଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ‘ମିଗ୍‌ଜୋମ’: ପ୍ରବଳ ବର୍ଷା ନେଇ ଚିନ୍ତାରେ ଚାଷୀ

ଛତ୍ରପୁର,୫।୧୨(ଦିଲୀପ ସାମଲ): ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଦକ୍ଷିଣ ଆନ୍ଧ୍ର ଓ ତାମିଲନାଡୁ ଉପକୂଳରେ କେନ୍ଦ୍ରୀଭୂତ ହୋଇଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୋମ’ ଭୟଙ୍କର...

କୋରେଇରେ ଛପି ରହିଛନ୍ତି ନକଲି ଶିକ୍ଷକ

କୋରେଇ,୫ା୧୨(ଚନ୍ଦ୍ରକାନ୍ତ ପତି) : ରାଜ୍ୟରେ ଜାଲ ସାର୍ଟିଫିକେଟ ବଳରେ ଚାକିରିକୁ ନେଇ ତୁମ୍ବିତୋଫାନ ଚାଲିଛି। ରାଜ୍ୟର ବିଭିନ୍ନ ଜିଲାର ଅନେକ ଯୁବତୀଯୁବକ ନକଲି ପ୍ରମାଣପତ୍ର ଦେଇ...

ବାତ୍ୟା ‘ମିଗଜୋମ’ର ପ୍ରଭାବ: ଆସନ୍ତାକାଲି ଗଜପତିରେ ସବୁ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୫।୧୨: ବାତ୍ୟା ‘ମିଗଜୋମ’ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ କୋହଲା ରହିଛି। ଏହାସହ କିଛି ସ୍ଥାନରେ ବର୍ଷା ମଧ୍ୟ ହେଉଛି। ଏହାକୁ ଦୃଷ୍ଟିରେ ରଖି...

ଓଲଟିଲା ପିକଅପ୍‌ ଭ୍ୟାନ: ୧୫ ଗୁରୁତର

ବଲାଙ୍ଗୀର,୫।୧୨: ବଲାଙ୍ଗୀର ଜିଲା ଟିଟିଲାଗଡ଼ କତରକେଲା ରେଲ ଫାଟକ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପିକନିକ୍‌ ଯାଉଥିବା ଏକ ପିକଅପ୍‌ ଭ୍ୟାନ...

ଖୁବଶୀଘ୍ର ଗଠନ ହେବ ପଦ୍ମପୁର ଜିଲା, ଜିଲାପାଳ କାର୍ଯ୍ୟାଳୟ ପାଇଁ ସ୍ଥାନ ନିରୂପଣ

ପଦ୍ମପୁର, ୪ା୧୨(ପ୍ରଦୀପ୍ତ ଦାଶ ) ପଦ୍ମପୁରରେ ନୂତନ ଜିଲାପାଳ କାର୍ଯ୍ୟାଳୟ ସ୍ଥାନ ନିରୂପଣ ପାଇଁ ଉତ୍ତରାଞ୍ଚଳ ଆରଡିସି ଡକ୍ଟର ସୁରେଶ ଚନ୍ଦ୍ର ଦଲାଇଙ୍କ ନେତୃତ୍ୱରେ ଏକ...

ବାଘ ଭୟରେ ଦୋକାନ ବଜାର ବନ୍ଦ

ହାଟଡିହୀ,୪l୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ବାଘ ବୁଲୁଥିବା ଗୁଜବକୁ ନେଇ ଭୟର ବାତାବରଣ ଖେଳିଯାଇଛି। ଏହି ବ୍ଲକ ଅଧୀନ ବିଭିନ୍ନ ଛକ...

ପୂର୍ବତନ ଜିଆରଏସ୍‌ଙ୍କୁ ୩ ବର୍ଷ ଜେଲ

ଫୁଲବାଣୀ, ୪ା୧୨(ରାକେଶ କୁମାର ରାଉତ): ଏକ ଲାଞ୍ଚ ନେବା ମାମଲାର ବିଚାର କରି ସୋମବାର ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ସମର ବିଳାସ ବେହେରାଙ୍କୁ ୩...

ସ୍ବାମୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଜବତ: ଥାନାରେ ଅଭିଯୋଗ କଲେ ସ୍ତ୍ରୀ

ଜଗନ୍ନାଥପ୍ରସାଦ,୪ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମରେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ତାଙ୍କ ଘରୁ ଜବତ କରାଯାଇଛି। ମୃତକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri