Posted inଖେଳ

ଟି୨୦ ଲିଗ୍ ଇତିହାସରେ ନୂଆ ରେକର୍ଡ କଲା ସନରାଇଜର୍ସ ହାଇଦ୍ରାବାଦ

ନୂଆଦିଲ୍ଲୀ,୨୦ା୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ଟି୨୦ ଲିଗ୍ ଇତିହାସରେ ପାୱାର୍ ପ୍ଲେ ମଧ୍ୟରେ ସର୍ବାଧିକ ସ୍କୋର କରିବାର ରେକର୍ଡ କରିଛି। ହାଇଦ୍ରାବାଦ ପାଇଁ ଓପନ କରିଥିବା ଟ୍ରାଭିସ୍ ହେଡ୍ ଏବଂ ଅଭିଷେକ ଶର୍ମା ମାତ୍ର ୬ ଓଭରରେ ୧୨୫ ରନ୍ ସ୍କୋର କରିଛନ୍ତି।

ଉଭୟ ଓପନର୍ ହେଡ୍ (୮୯) ଏବଂ ଅଭିଷେକ ଶର୍ମା (୪୬) ନିଜ ଦଳ ପାଇଁ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୬ ଓଭରରେ ଉଭୟ ଓପନର ମୋଟ ୧୧ ଛକା ଓ ୧୩ ଟି ବାଉଣ୍ଡ୍ରି ମାରିଥିଲେ।

ପୂର୍ବ ମ୍ୟାଚ୍ ତଥ୍ୟକୁ ଦେଖିଲେ ଅଷ୍ଟ୍ରେଲୀୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ହେଡ୍ ସିଜିନର ଦ୍ରୁତତମ ଅର୍ଦ୍ଧଶତକକୁ ମାତ୍ର ୧୬ ବଲରେ ପୁରାଣ କରିଥିଲେ। ଅଭିଷେକ ଶର୍ମା ମଧ୍ୟ ଚଳିତ ସିଜିନରେ ୧୬ ବଲ୍ରୁ ଅର୍ଦ୍ଧଶତକ ପୁରଣ କରିଛନ୍ତି।

ଏହା କେବଳ ଆଇପିଏଲ୍ ୨୦୨୪ ର ସର୍ବୋଚ୍ଚ ପାୱାର୍ ପ୍ଲେ ସ୍କୋର ନୁହେଁ, ବରଂ ସମଗ୍ର ଆଇପିଏଲ୍ ଟୁର୍ନାମେଣ୍ଟର ତଥା ଟି -୨୦ କ୍ରିକେଟ୍ ରେ ଏହା ସର୍ବାଧିକ ପାୱାର୍ ପ୍ଲେ ସ୍କୋର ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଇଟି ରେଡ କଲେ ୨୦ ଟିମ୍‌

ଭୁବନେଶ୍ୱର,୧୯।୬: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ବିଜେଡିର ଟାଣୁଆ ନେତା ଥିବା ସ୍ବର୍ଗତ ନବ ଦାସଙ୍କ ଘରେ ଗୁରୁବାର ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏକାଥରକେ...

ଅପରେଶନ ସିନ୍ଧୁ: ଦିଲ୍ଲୀ ପହଞ୍ଚିଲେ ଇରାନରେ ଫସିଥିବା ୧୧୦ ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୧୯।୬: ଇରାନରେ ଫସି ରହିଥିବା ୧୧୦ ଜଣ ଭାରତୀୟ ଛାତ୍ରୀଛାତ୍ର ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଜମ୍ମୁ କଶ୍ମୀରର।...

୬ ଦିନରେ ୬୦୦ ଇରାନୀୟ ମୃତ

ତେହରାନ୍‌/ଓ୍ବାଶିଂଟନ୍‌,୧୯ା୬: ଇସ୍ରାଏଲ୍‌-ଇରାନ୍‌ ଯୁଦ୍ଧ ବୁଧବାର ଷଷ୍ଟ ଦିନରେ ପହଞ୍ଚତ୍ଛି। ଏଥିସହ ଇସ୍ରାଏଲ୍‌ ଆକ୍ରମଣରେ ଇରାନ୍‌ରେ ମୃତ୍ୟୁସଂଖ୍ୟା ୬୦୦ ଅତିକ୍ରମ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତେହରାନ୍‌କୁ...

ସରେଣ୍ଡର କରିବନି ଇରାନ୍‌, ଆମେରିକା ଆକ୍ରମଣ କଲେ ପରିଣାମ ଖରାପ ହେବ; ପାଲଟା ଧମକ ଦେଲେ…

ତେହରାନ୍‌/ଓ୍ବାଶିଂଟନ୍‌,୧୮ା୬: ଇସ୍ରାଏଲ୍‌-ଇରାନ୍‌ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଣ୍ଟ୍ରି ମାରି ଖୋଲାଖୋଲି ଧମକ ଦେଇଛନ୍ତି। ମଙ୍ଗଳବାର ସେ ଇରାନ୍‌ ସୁପ୍ରିମଲିଡର ଆୟାତୋଲ୍ଲା ଅଲୀ...

ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ, ଓଡ଼ିଶାବାସୀଙ୍କୁ କଲେ ଏହି ଅନୁରୋଧ…

ଭୁବନେଶ୍ୱର, ୧୮।୬: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଚିକିତ୍ସା ପାଇଁ ମୁମ୍ବାଇ ଯାତ୍ରା କରିବେ। ଆସନ୍ତା ୨୨...

ରାଫେଲ ନିର୍ମାଣକାରୀ କମ୍ପାନୀ ସହିତ ହାତ ମିଶାଇଲା ରିଲାଏନ୍ସ ଇନଫ୍ରା, ଶେୟାର ବଜାରରେ ଚମକିଲେ ଅନିଲ ଅମ୍ବାନୀ

ମୁମ୍ବାଇ,୧୮।୬: ଅନିଲ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର ଲିମିଟେଡ ଏକ ଐତିହାସିକ ଚୁକ୍ତି ଜରିଆରେ ପୁଣି ଥରେ ଶେୟାର ବଜାରରେ ଚର୍ଚ୍ଚାରେ ରହିଛି। କମ୍ପାନୀର ସହାୟକ...

ବିସିସିଆଇକୁ ବଡ଼ ଝଟକା: ଏହି IPL ଦଳକୁ ୫୩୮ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

ନୂଆଦିଲ୍ଲୀ,୧୮।୬: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପାଇଁ ଏକ ବଡ଼ ଝଟକା ଭାବେ ବମ୍ବେ ହାଇକୋର୍ଟ ନିଷ୍କ୍ରିୟ ଆଇପିଏଲ ଦଳ କୋଚି ଟସ୍କର୍ସ କେରଳକୁ...

ଏୟାରଷ୍ଟ୍ରାଇକରେ ଇରାନରେ ୫୮୫, ଇସ୍ରାଏଲରେ ୨୪ ଜଣଙ୍କର ମୃତ୍ୟୁ; ତେଲ ଅଭିଭରେ ୪୦୦ କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ,୧୮।୬: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଛି କାରଣ ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ବିମାନ ଆକ୍ରମଣ ଓ କ୍ଷେପଣାସ୍ତ୍ର ହମଲାରେ ଉଭୟ ଦେଶରେ ବହୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri