ସୃଷ୍ଟି ହେଲା ଲଘୁଚାପ, ୧୬ରେ ବାତ୍ୟା ଆଶଙ୍କା: ଓଡ଼ିଶାର ଏହି ଜିଲାରେ…

ଭୁବନେଶ୍ୱର, ୧୪ା୧୧ (ବନ୍ଦନା ସେଠୀ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଶନିବାର ସୁଦ୍ଧା ଆହୁରି ସ୍ପଷ୍ଟ ଚିହ୍ନିତ ହେବା ସମ୍ଭାବନା ରହିଛି। ସେହିପରି ୧୫ ତାରିଖ ସକାଳ ସୁଦ୍ଧା ଲଘୁଚାପ ଅବପାତରେ ପରିଣତ ହେବା ସହିତ ପରବର୍ତ୍ତୀ ସମୟରେ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗକୁ ଗତିକରି ୧୬ ତାରିଖ ସା ସୁଦ୍ଧା ବାତ୍ୟାର ରୂପ ନେଇପାରେ। ବିଭିନ୍ନ ପାଣିପାଗ ମଡେଲର ଆକଳନ ଅନୁଯାୟୀ, ନଭେମ୍ବର ୧୯ କିମ୍ବା ୨୦ ବେଳକୁ ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ନିକଟରେ ପହଞ୍ଚତ୍ପାରେ। ଏହାର ଗତିପଥ ଓ ପ୍ରଭାବକୁ ନେଇ ମଧ୍ୟ ବିଭିନ୍ନ ପାଣିପାଗ ମଡେଲ ଭିନ୍ନ ଭିନ୍ନ ଆକଳନ କରିଛନ୍ତି। ୟୁରୋପୀୟ ମଡେଲ ଅନୁସାରେ, ଏହା ଆନ୍ଧ୍ରପ୍ରଦେଶ-ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇପାରେ। ସେହିପରି ଅନ୍ୟ ମଡେଲର ଆକଳନ ଅନୁଯାୟୀ, ଏହା ବାଂଲାଦେଶ କିମ୍ବା ମ୍ୟାନ୍‌ମାର ଆଡ଼କୁ ମୋଡ଼ ନେଇପାରେ ବୋଲି ପୂର୍ବାନୁମାନ କରାଯାଇଛି। ତେବେ ବାତ୍ୟା ସୃଷ୍ଟି ହେବା ପରେ ଏହାର ନାମ ‘ଅକ୍ୱାନ’ ରହିବ।
ଏ ସମ୍ପର୍କରେ ସୂଚନା ଦେଇ ପାଣିପାଗ ବିଶେଷଜ୍ଞ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି, ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ବାତ୍ୟା ରୂପ ନେଇପାରେ। ୧୯ ତାରିଖ ରାତି କିମ୍ବା ୨୦ ତାରିଖ ସକାଳେ ଆନ୍ଧ୍ରର କାଭାଲିରୁ ମଛଲିପଟ୍ଟନମ୍‌ ମଧ୍ୟରେ ଏହା ଉପକୂଳ ଛୁଇଁପାରେ। ଫଳରେ ଓଡ଼ିଶାରେ ୧୭ ରୁ ୧୮ ତାରିଖ ବେଳକୁ ପାଗ ବଦଳିବ। ପ୍ରଥମେ ଗଞ୍ଜାମ, ଗଜପତି, ପୁରୀ ଆଦି ଜିଲାରେ ବର୍ଷା ହୋଇପାରେ। ୧୯ ରୁ ୨୧ ତାରିଖ ଭିତରେ ଦକ୍ଷିଣ ଓଡ଼ିଶାର କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, ଗଜପତିରେ ଅଧିକ ବର୍ଷା ସମ୍ଭାବନା ରହିଛି। ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ବି ହୋଇପାରେ। ତେବେ ଅବପାତ ସୃଷ୍ଟି ହେବା ପରେ ହିଁ ଅଧିକ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ଡ. ସାହୁ କହିଛନ୍ତି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ଏବଂ ଅବପାତ ପ୍ରଭାବରେ ୧୮ ତାରିଖରୁ ବର୍ଷା ଆରମ୍ଭ ହେବ। ବିଶେଷକରି କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଜିଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ଝଡ଼ବର୍ଷା ନେଇ ସତର୍କ ସୂଚନା ଦିଆଯାଇଛି। ସେହିପରି ୧୯ ତାରିଖରେ ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ ଜିଲାରେ ପ୍ରବଳ ଏବଂ ବାଲେଶ୍ୱର, ଭ୍ରଦକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ଝଡ଼ବର୍ଷା ପାଇଁ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ଅନ୍ୟପଟେ ରାଜ୍ୟରେ ଆଗାମୀ ୫ ଦିନ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ। ୧୮ ତାରିଖରୁ ରାତ୍ରି ତାପମାତ୍ରା ୧ରୁ ୨ ଡିଗ୍ରୀ ବୃଦ୍ଧି ପାଇପାରେ ବୋଲି ସୂଚନା ଦିଆଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି: କାର୍ଯ୍ୟକାରୀ ହେବ ଶିକ୍ଷକ, ଅଣଶିକ୍ଷକଙ୍କ ୧୫ ଦାବି

ଭୁବନେଶ୍ୱର,୧୪।୧୧(ସୁନିତ୍‌ ମିଶ୍ର):ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତଥା ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ଶିକ୍ଷାନୁଷ୍ଠାନ, ବେସରକାରୀ ଅନୁଦାନପ୍ରାପ୍ତ ଓ ଅଣ ଅନୁଦାନପ୍ରାପ୍ତ ବେସରକାରୀ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ…

ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଚୌହ୍ବାନ, କାଲି ବାଣ୍ଟିବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା

ଭୁବନେଶ୍ୱର, ୧୩।୧୧(ସୁନିତ୍‌ ମିଶ୍ର): କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ୨ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ବଲାଙ୍ଗୀର ଜିଲାରେ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଚୌହ୍ବାନଙ୍କ ଉପସ୍ଥିତିରେ…

‘ଅକ୍ୱାନ’ ଭୟ: ଓଡ଼ିଶାରେ ୧୮ରୁ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୧୩ା୧୧ (ବନ୍ଦନା ସେଠୀ)- ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଶନିବାର ସୁଦ୍ଧା ଆହୁରି ସ୍ପଷ୍ଟ ଚିହ୍ନିତ…

ପ୍ରକାଶ ପାଇଲା ଦଶମ ଶ୍ରେଣୀ ପରୀକ୍ଷା ତାରିଖ: ଏହି ଦିନ ସକାଳ ୯ଟାରୁ ଆରମ୍ଭ ହେବ ପରୀକ୍ଷା, ଜାଣନ୍ତୁ ସମ୍ପୂର୍ଣ୍ଣ…

ଭୁବନେଶ୍ୱର, ୧୩।୧୧: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ଶିକ୍ଷାବର୍ଷର ଦଶମ ଶ୍ରେଣୀ (ମାଟ୍ରିକ୍) ବୋର୍ଡ ପରୀକ୍ଷା ପାଇଁ ବିସ୍ତୃତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି।…

ପରକୀୟା ପ୍ରୀତିରୁ ବିଭତ୍ସ ହତ୍ୟାକାଣ୍ଡ: ବୃଦ୍ଧଙ୍କୁ ଠେଙ୍ଗାରେ ପିଟି ପଥରରେ ଛେଚି ହତ୍ୟା, ଅଭିଯୁକ୍ତ ଗିରଫ

ମୋହନା, ୧୩।୧୧ (ମନ୍ମଥ ମିଶ୍ର): ପରକୀୟା ପ୍ରୀତିରୁ ଗଡ଼ିଲା ମୁଣ୍ଡ। ପତ୍ନୀଙ୍କ ସହ ଅନ୍ୟ ଜଣେ ବୃଦ୍ଧଙ୍କ ଅନୈତିକ ସମ୍ପର୍କକୁ ସହ୍ୟ କରିପାରିଲେନି ସ୍ୱାମୀ। ଶେଷରେ ପ୍ରତିଶୋଧ…

ଗଞ୍ଜାମ ଜିଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍: ଶନିବାର-ରବିବାର ବି ଖୋଲା ରହିବ…

ଛତ୍ରପୁର,୧୩ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପୁନରୁଦ୍ଧାର ଏବଂ ଥଇଥାନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି।…

ଦିଗପହଣ୍ଡିରେ ୧୧୬୯ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ: ଶୁଭାରମ୍ଭ କଲେ ବିଧାୟକ ଡ. ସିଦ୍ଧାନ୍ତ

ଦିଗପହଣ୍ଡି, ୧୩।୧୧ (ଅଶେଷ ନାଥ ମିଶ୍ର): ରାଜ୍ୟ ସରକାରଙ୍କ ପକ୍ଷରୁ ମଧୁବାବୁ ପେନସନ୍ ଯୋଜନାରେ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ଏବଂ ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ…

ଗିଡିପାବାଲି କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ: ଆରଡିସିଙ୍କ ଗସ୍ତ ପରେ ଜିଲାପାଳଙ୍କ ପଦକ୍ଷେପ

ଭଞ୍ଜନଗର, ୧୩ା୧୧ (ବାବୁଲା ପ୍ରଧାନ): ବନ୍ୟା ବିପର୍ଯ୍ୟୟରେ ସର୍ବସ୍ବ ହରାଇଥିବା ଗିଡିପାବାଲି ଓ ବାଉଁଶଲୁଣ୍ଡି ମଶାଣିସାହିର କ୍ଷତିଗ୍ରସ୍ତ ପରିବାରଙ୍କ ଥଇଥାନ ଓ ସହାୟତା ପାଇଁ ଜିଲା ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?