ଏଣିକି ଆମେରିକା ଯାଇପାରିବେ କୋଭାକ୍ସିନ୍‌ ନେଇଥିବା ବ୍ୟକ୍ତି

ୱାଶିଂଟନ,୪।୧୧: ଭାରତର ସ୍ବଦେଶୀ ଟିକା କୋଭାକ୍ସିନର ଉଭୟ ଡୋଜ୍‌ ନେଇଥିବା ବ୍ୟକ୍ତି ଏଣିକି ବିନା ଦ୍ୱିଧାରେ ଆମେରିକା ଯାତ୍ରା କରିପାରିବେ। ଏନେଇ ଆମେରିକା ପ୍ରଶାସନ ସବୁଜ ସଙ୍କେତ ଦେଇଛି। ଭ୍ରମଣ ତାଲିକାରେ କୋଭାକ୍ସିନ ଅନ୍ତର୍ଭୁକ୍ତ ହେବା ଉପରେ ସିଡିସିର ପ୍ରେସ ଅଧିକାରୀ ସ୍କଟ ପାଉଲି କହିଛନ୍ତି, ଏଫଡିଏ ଦ୍ୱାରା ଅନୁମୋଦିତ କିମ୍ବା ଅନୁମୋଦିତ ଟିକା ଏବଂ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଦ୍ୱାରା ଜରୁରୀକାଳୀନ ବ୍ୟବହାର ତାଲିକାଭୁକ୍ତ ସିଡିସିର ଯାତ୍ରା ନିର୍ଦ୍ଦେଶାବଳୀ ପ୍ରଯୁଜ୍ୟ। ତେଣୁ ଏହି ଟିକା ନେଇଥିବା ବ୍ୟକ୍ତି ଆମେରିକାକୁ ଆସି ପାରିବେ ବୋଲି ସେ କହିଛନ୍ତି। ଆସନ୍ତା ନଭେମ୍ବର ୮ରୁ କୋଭାକ୍ସିନ ନେଇଥିବା ବ୍ୟକ୍ତି ଆମେରିକା ଯାଇପାରିବେ।
ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ହୁ)ର ବୈଷୟିକ କମିଟି ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି। ସେହିପରି କୋଭାକ୍ସିନଟିକା ନେଇଥିବା ଲୋକଙ୍କ ପ୍ରବେଶ ଉପରେ କିଛି ରାଷ୍ଟ୍ର ଲଗାଉଥିବା କଟକଣା ଜନିତ ସମସ୍ୟା ମଧ୍ୟ ଏହି ସ୍ବୀକୃତିରେ ସମ୍ଭବତଃ ଶେଷ ହୋଇଛି। ଏବେ କୋଭାକ୍ସିନ ନେଇଥିବା ଭାରତୀୟମାନେ ଏବେ ଅଚିନ୍ତାରେ ବିଭିନ୍ନ ରାଷ୍ଟ୍ରକୁ ପ୍ରବେଶ କରିପାରିବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଙ୍କୁ ଘେରିଗଲେ ସାଫ୍ରନ ସ୍କାର୍ଫ ଗ୍ରୁପ୍‌

ମାଣ୍ଡ୍ୟା(କର୍ନାଟକ),୮।୨: କର୍ନାଟକର ବିଭିନ୍ନ କଲେଜ କ୍ୟାମ୍ପସରେ ମଙ୍ଗଳବାର ମୁହଁାମୁହିଁ ହୋଇଛନ୍ତି ହିଜାବ ଏବଂ ସାଫ୍ରନ ସ୍କାର୍ଫ ପିନ୍ଧିଥିବା ଛାତ୍ରୀଛାତ୍ର ଗ୍ରୁପ୍‌। ମାଣ୍ଡ୍ୟାର ଏକ କଲେଜରେ ସାଫ୍ରନ...

୨୦୪୦ ବେଳକୁ ପୃଥିବୀର ୩୩ଟି ଦେଶରେ ମିଳିବନି ପିଇବା ପାଣି: ୨ ଶହ ସହରରେ ସୃଷ୍ଟି ହେବ ଜଳସଙ୍କଟ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୩: ଜଜଳବାୟୁ ପରିବର୍ତ୍ତନ, ବିଶ୍ୱତାପନ ଏବଂ ପ୍ରଦୂଷଣ ଯୋଗୁ ପୃଥିବୀ ଏବେ ଜଳ ସଙ୍କଟ ଦେଖାଦେଇଛି। ଲୋକଙ୍କୁ ପିଇବା ପାଣି ମିଳୁନି। ପୃଥିବୀର ୪ ଶହରୁ...

୨୦୨୦ ସୁଦ୍ଧା ୨୧ ଭାରତୀୟ ସହର ହେବ ଭୂତଳ ଜଳ ଶୂନ୍ୟ: ନୀତି ଆୟୋଗ ରିପୋର୍ଟ

ନୂଆଦିଲ୍ଲୀ,୨୦।୬: ଦେଶରେ ଜଳସଙ୍କଟ ଉତ୍କଟ ହେବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ତଥା କଂକ୍ରିଟ୍‌ ଜଙ୍ଗଲ ଯୋଗୁ ଧୀରେଧୀରେ ଭୂତଳ ଜଳସ୍ତର କମିବାରେ ଲାଗିଛି। ଆସନ୍ତା ୨୦୨୦...

ଆରପାରିରେ ଭାରତର ପ୍ରଥମ ମହିଳା ଡିଜିପି କାଞ୍ଚନ ଚୌଧୁରୀ

ଡେରାଡୁନ୍‌, ୨୭।୮: ଭାରତର ପ୍ରଥମ ମହିଳା ଡାଇରେକ୍ଟର ଜେନେରାଲ୍‌ ଅଫ୍‌ ପୋଲିସ୍‌(ଡିଜିପି) କାଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟଙ୍କ ସୋମବାର ବିଳମ୍ବିତ ରାତିରେ ମୁମ୍ବାଇରେ ପରଲୋକ ଘଟିଛି। ସେ...

କଷଟି ପଥରରେ ସଂଘୀୟ ସହଯୋଗିତା

ନୂଆଦିଲ୍ଲୀ,୭ା୫: ମହାମାରୀ କରୋନାର ପ୍ରଭାବ ସାରା ବିଶ୍ୱରେ ଦେଖିବାକୁ ମିଳିଛି। ଅଦ୍ୟାବଧି ୧୧୨ ରାଷ୍ଟ୍ରରେ ଆତଙ୍କ ସୃଷ୍ଟି କରିଥିବା ଏହି ଘାତକ ଭୂତାଣୁ ୩.୫ ନିୟୁତ...

କଂଗ୍ରେସ ସବୁ ଧର୍ମକୁ ସମ୍ମାନ ଦିଏ: ଆଜାଦ୍‌

ଜମ୍ମୁ,୨୭।୨: ଦେଶର ସମସ୍ତ ଲୋକଙ୍କ ହିତ ପାଇଁ କାମ କରିବାକୁ କଂଗ୍ରେସ ସର୍ବଦା ତତ୍ପର। ଦଳ ସବୁ ଧର୍ମକୁ ସମ୍ମାନ ଦେଇଥାଏ। କଂଗ୍ରେସ ସମ୍ମୁଖରେ ସଭିଏଁ...

କୋଭାକ୍ସିନ୍‌ରେ ମିଶାଯିବ ଆଲହାଇଡ୍ରୋକ୍ସିକ୍ୟୁଇମ୍‌-୨

ନୂଆଦିଲ୍ଲୀ, ୫।୧୦: କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ଭାରତ ବାୟୋଟେକ୍‌ ପକ୍ଷରୁ କୋଭାକ୍ସିନ୍‌ ପ୍ରତିଷେଧକ ଟିକା ପ୍ରସ୍ତୁତ କରାଯାଇଛି। ଅଧିକ ସୁଫଳ ମିଳିବା ପାଇଁ...

ମହାକାଳ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଖର୍ଚ୍ଚ ହେବ ୩ଶହ କୋଟି

ଉଜ୍ଜୟିନୀ,୧୮।୮: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଥିବା ପ୍ରସିଦ୍ଧ ମହାକାଳ ମନ୍ଦିରରେ ଭକ୍ତଙ୍କର ସୁବିଧା ଓ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ କମଳନାଥ ସରକାର ପ୍ରାୟ ୩ଶହ କୋଟି ଟଙ୍କା...

Advertisement
Archives

Model This Week