Posted inଫୁରସତ

ଦେଶପ୍ରୀତିରେ ଭ୍ରମଣ

ସ୍ବାଧୀନତା ଦିବସ ଅବସରରେ ଭାରତର ବିଭିନ୍ନ ସ୍ଥାନରେ ଦେଶପ୍ରୀତି ସମ୍ପର୍କିତ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମର ଝଲକ ଦେଖିବାକୁ ମିଳିଥାଏ। ତେଣୁ ଏହି ବିଶେଷ ଦିବସରେ କେଉଁ କେଉଁ ସ୍ଥାନକୁ ବୁଲିଗଲେ ମନରେ ଦେଶପ୍ରେମ ଜାଗ୍ରତ ହେବା ସହ ଅନେକ ଐତିହାସିକ ତଥ୍ୟ ସମ୍ପର୍କରେ ଜାଣିହେବ, ଆସନ୍ତୁ ଜାଣିବା ସେ ସମ୍ପର୍କରେ…

* ଚନ୍ଦ୍ରଶେଖର ଆଜାଦ୍‌ ପାର୍କ: ଏହା ଆଲ୍‌ଫ୍ରେଡ୍‌ ପାର୍କ ନାମରେ ବି ପରିଚିତ। ଏହି ପାର୍କଟି ଆଲ୍ଲାହାବାଦରେ ପ୍ରିନ୍ସ ଆଲ୍‌ଫ୍ରେଡ୍‌ଙ୍କ ନାଁରେ ପ୍ରଥମେ ଗଢ଼ି ଉଠିଥିଲା। କିନ୍ତୁ କ୍ରାନ୍ତିକାରୀ ଚନ୍ଦ୍ରଶେଖର ଆଜାଦ୍‌ ଏହି ପାର୍କରେ ଦେହତ୍ୟାଗ କରିବା ପରେ ଏହା ଲୋକମୁଖରେ ଚନ୍ଦ୍ରଶେଖର ଆଜାଦ୍‌ ପାର୍କ ଭାବେ ପରିଚିତ ହେବାକୁ ଲାଗିଲା। ସେଥିପାଇଁ ସାଧାରଣତନ୍ତ୍ର ଦିବସ, ସ୍ବାଧୀନତା ଦିବସ, ଶହୀଦ ଦିବସ ପରି ବିଶେଷ ଦିନମାନଙ୍କରେ ଏଠାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ, ଯାହା ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ।

* ଅଗଷ୍ଟକ୍ରାନ୍ତି ମୈଦାନ: ୧୯୪୨ ମସିହା ଅଗଷ୍ଟ ୮ ତାରିଖରେ ଜାତିର ପିତା ମହାତ୍ମା ଗାନ୍ଧୀ ମୁମ୍ବାଇସ୍ଥିତ ଏକ ମୈଦାନ ବା ପଡ଼ିଆରେ ସାର୍ବଜନିନ ସମ୍ମିଳନୀରେ ଭାରତଛାଡ଼ ଆନ୍ଦୋଳନର ନାରାବାଜି ଦେଇଥିଲେ। ଯେଉଁ ପଡ଼ିଆରୁ ଗାନ୍ଧିଜୀ ଏହି ଅଭିଯାନର ମୂଳଦୁଆ ପକାଇଥିଲେ, ତାହା ବର୍ତ୍ତମାନ ଅଗଷ୍ଟକ୍ରାନ୍ତି ମୈଦାନ ନାଁରେ ଜଣାଶୁଣା। ପୂର୍ବରୁ ଏହା ଗୋଓ୍ବାଲିୟା ଟ୍ୟାଙ୍କ ମୈଦାନ ଭାବେ ଜଣାଯାଉଥିଲା। ତେବେ ସେ ଯାହା ବି ହେଉ, ବିଭିନ୍ନ ସ୍ମରଣୀୟ ଦିବସରେ ପର୍ଯ୍ୟଟକ ଏଠାକୁ ଯାଇ ବିଶେଷ କାର୍ଯ୍ୟକ୍ରମଗୁଡ଼ିକୁ ଉପଭୋଗ କରିବାର ସୂଯୋଗ ନେଇପାରିବେ।

* ଇଣ୍ଡିଆ ଗେଟ୍‌: ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଗେଟ୍‌ ବି ହେଉଛି ଏକ ରାଷ୍ଟ୍ରୀୟ ସ୍ମାରକ। ସ୍ବାଧୀନତା ଦିବସ ଅବସରରେ ପର୍ଯ୍ୟଟକ ଚାହିଁଲେ ଇଣ୍ଡିଆ ଗେଟ୍‌ ଆଡ଼େ ବୁଲି ଯାଇ ମନରେ ଦେଶପ୍ରୀତି ଜାଗ୍ରତ କରିବା ସହ ଅନେକ ଐତିହାସିକ ତଥ୍ୟ ଜାଣିବାର ସୂଯୋଗ ପାଇପାରିବେ।

* ଲାଲକିଲ୍ଲା: ସ୍ବାଧୀନତା ଦିବସ ଅବସରରେ ଦିଲ୍ଲୀସ୍ଥିତ ଲାଲକିଲ୍ଲା ଆଡ଼େ ମଧ୍ୟ ବୁଲିଗଲେ ମନରେ ଏକ ଅପୂର୍ବ ଶିହରଣ ଖେଳିଯାଇଥାଏ। କାରଣ ଏହା ହେଉଛି ଏକ ଐତିହାସିକ ଦୁର୍ଗ। ଇତିହାସ ସମ୍ବନ୍ଧୀୟ ଅନେକ ତଥ୍ୟ ଏହି ଦୁର୍ଗ ସହିତ ଜଡ଼ିତ ରହିଛି। ତା’ସାଙ୍ଗକୁ ଏହି ଦୁର୍ଗଟିର ଅପୂର୍ବ ସୌନ୍ଦର୍ଯ୍ୟ ଦେଖିବାକୁ ବେଶ୍‌ ମନୋରମ ଲାଗିଥାଏ।

*ଚମ୍ପାରଣ: ଏହା ବିହାରସ୍ଥିତ ଏକ ଐତିହାସିକ ସ୍ଥଳ, ଯାହା ଏବେ ପୂର୍ବ ଚମ୍ପାରଣ ଓ ପଶ୍ଚିମ ଚମ୍ପାରଣ ନାମରେ ଦୁଇଟି ଭିନ୍ନ ଜିଲା ହୋଇଯାଇଛି। ଇତିହାସ ଅନୁଯାୟୀ, ବିଦେଶରୁ ଫେରିବା ପରେ ଜାତିର ପିତା ମହାତ୍ମା ଗାନ୍ଧୀ ଇଂରେଜଙ୍କ ବିରୋଧରେ ନିଜର ପ୍ରଥମ ଅହିଂସା ଆନ୍ଦୋଳନ ଏହିଠାରୁ ଆରମ୍ଭ କରିଥିଲେ। ଏହାକୁ ଆମେ ଭାରତର ଏକ କୃଷକ ଆନ୍ଦୋଳନ ମଧ୍ୟ କହିପାରିବା, ଯାହାର ପ୍ରତିନିଧିତ୍ୱ ସ୍ବୟଂ ବାପୁ ହିଁ କରିଥିଲେ। ଚମ୍ପାରଣର ଇତିହାସ ଏତେସବୁ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀକୁ ନିଜ ଭିତରେ ସାଇତି ରଖିଥିବାରୁ ଏହି ସ୍ଥାନଟିର ମହତ୍ତ୍ୱ ସବୁବେଳେ ରହିଆସିଛି। ତେଣୁ ସ୍ବାଧୀନତା ଦିବସ ଅବସରରେ ପର୍ଯ୍ୟଟକ ଏଠାକୁ ମଧ୍ୟ ବୁଲିଯାଇ ଅନେକ ଅନୁଭୂତି ହାସଲ କରିପାରିବେ।

* ସାବରମତୀ ଆଶ୍ରମ: ଗୁଜରାଟର ଅହମଦାବାଦ୍‌ସ୍ଥିତ ସାବରମତୀ ନଦୀତଟରେ ଥିବା ଏହି ଆଶ୍ରମରେ ଗାନ୍ଧିଜୀ ନିଜ ଅନୁଗତ ବା ଶିଷ୍ୟମାନଙ୍କୁ ଅହିଂସା ଏବଂ ସତ୍ୟର ସନ୍ଧାନ ଉପରେ ଶିକ୍ଷା ଦେଉଥିଲେ। ତା’ସହିତ ଗାନ୍ଧିଜୀ ସେମାନଙ୍କୁ କୁଟୀରଶିଳ୍ପ, ହସ୍ତଶିଳ୍ପ, ଚାଷବାସ ଆଦି ବିଷୟ ଉପରେ ଜ୍ଞାନ ପ୍ରଦାନ କରୁଥିଲେ। ‘ଖଟି ଖାଅ କାଟି ପିନ୍ଧ’ ଥିଲା ଗାନ୍ଧିଜୀଙ୍କର ବାଣୀ। ସେଥିପାଇଁ ଗାନ୍ଧିଜୀ ଏଠାରେ ଚରଖା ସ୍ଥାପନ କରି ସେଥିରେ ନିଜେ ନିଜର ପୋଷାକ ତିଆରି କରି ପିନ୍ଧୁଥିଲେ ଏବଂ ଆଶ୍ରମବାସୀଙ୍କୁ ବି ତାହା ଶିଖାଉଥିଲେ। ତେଣୁ ଗାନ୍ଧିଜୀଙ୍କ ଆଦର୍ଶ ଓ ଶିକ୍ଷା ସବୁଦିନ ପାଇଁ ସମସ୍ତଙ୍କ ହୃଦୟରେ ଜୀବିତ ହୋଇ ରହିଛି ଓ ରହିଥିବ। ଆଉ ଏହି ସାବରମତୀ ଆଶ୍ରମଟି ଗାନ୍ଧିଜୀଙ୍କର ଗୁଣଗାନ ବଖାଣୁଥିବ। ତେଣୁ ସ୍ବାଧୀନତା ଦିବସ ଅବସରରେ ପର୍ଯ୍ୟଟକ ଚାହିଁଲେ ଏହି ଆଶ୍ରମକୁ ବୁଲିଯାଇ କିଛିଟା ନିଆରା ଅନୁଭୂତି ସାଉଁଟି ପାରିବେ।

ଏହିସବୁ ସ୍ଥାନ ନୁହେଁ, ପର୍ଯ୍ୟଟକ ଚାହିଁଲେ ସ୍ବାଧୀନତା ଦିସବ ଅବସରରେ କୋଲକାତାର ନେତାଜୀ ଭବନ, ଲଦାଖର କାରଗିଲ୍‌ ଯୁଦ୍ଧ ସ୍ମାରକ, ଉତ୍ତରପ୍ରଦେଶର ଝାନ୍ସି କା କିଲ୍ଲା, ଗୁଜରାଟର ପୋର୍‌ବନ୍ଦର ଆଦି ସ୍ଥାନକୁ ବୁଲିଯାଇ ଦେଶପ୍ରୀତିର କିଛିଟା ନିଆରା ଅନୁଭୂତିକୁ ନିଶ୍ଚୟ ଅନୁଭବ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗେମ୍ ବି ମାନିଲା ହାର୍! କ୍ୟାଣ୍ଡି କ୍ରଶ୍‌ର ‘The End’ କରି ବିଶ୍ୱ ରେକର୍ଡ କଲେ ବିହାର ଯୁବକ

ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍‌ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?