Posted inଫୁରସତ

ଜରିଗୋଟାଳିରୁ ଅନ୍ତର୍ଜାତୀୟ ଫଟୋଗ୍ରାଫର

ପଶ୍ଚିମବଙ୍ଗ ପୁରୁଲିୟାର ବିକି ରାୟ। ଦିନେ ସେ ଦିଲ୍ଲୀରେ ଜରି ଗୋଟାଇବା କାମ କରୁଥିଲେ। ହେଲେ ଆଜି ଜଣେ ଅନ୍ତର୍ଜାତୀୟ ଫଟୋଗ୍ରାଫରଭାବେ ପରିଚିତ। ତାଙ୍କର ଏହି ଯାତ୍ରା ସତରେ ବହୁତ ପ୍ରେରଣାଦାୟକ। ବିକିଙ୍କ ବାପା ଜଣେ ଟେଲର୍‌ ଥିଲେ। ଆଉ ତାଙ୍କର ଭାଇ ଭଉଣୀ ଥିଲେ ୭ଜଣ। ତେଣୁ ଘର ବହୁତ କଷ୍ଟରେ ଚଳୁଥିଲା। ତେବେ ବିକିଙ୍କ ସ୍ବପ୍ନ ଥିଲା ବହୁତ ବଡ। କିଶୋରବସ୍ଥାରେ ଘର ଛାଡି ଦିଲ୍ଲୀ ଚାଲିଗଲେ। ହେଲେ ସେଠାରେ ଦୁଇଓଳି ଖାଇବା ଯୋଗାଡ କରିବା ତାଙ୍କ ପାଇଁ କଷ୍ଟକର ହୋଇଗଲା। ତେଣୁ ସେ ଦିଲ୍ଲୀ ରେଳଷ୍ଟେସନରେ ଜରି ଗୋଟାଇବା କାମ ଆରମ୍ଭ କଲେ। ପରେ ଏକ ଢାବାରେ ବାସନ ମାଜିବା ସହ ବିଭିନ୍ନ ଛୋଟ ମୋଟ କାମ କରିବାକୁ ଲାଗିଲେ। ଏମିତି ଥରେ ତାଙ୍କ ଭାଗ୍ୟ ବଦଳିଗଲା ଯେବେ ଏକ ଏନ୍‌ଜିଓ ତାଙ୍କ ପଢିବା ଦାୟିତ୍ୱ ନେଲା। ଆଉ ସେଇ ଏନ୍‌ଜିଓ ସାହାଯ୍ୟରେ ତାଙ୍କ ସ୍କୁଲ ପଢା ସରିଲା। ୟା’ ଭିତରେ ବିକି ତାଙ୍କ ପ୍ୟାଶନ ଫଟୋଗ୍ରାଫୀ କରିବା ବି ଆରମ୍ଭ କରିଥିଲେ। ୧୮ ବର୍ଷ ବୟସରେ ସେ ଏନ୍‌ଜିଓ ଛାଡିଦେଲେ। ସୌଭାଗ୍ୟବଶତଃ ତାଙ୍କୁ ଆସିଷ୍ଟାଣ୍ଟ ଫଟୋଗ୍ରାଫର ବି ଚାକିରି ମିଳିଲା। ୨୦୦୧ରେ ସେ ଫଟୋଗ୍ରାଫୀ କରିବା ଆରମ୍ଭ କରିଥିଲେ। ୨୦୦୭ରେ ପ୍ରଥମକରି ପ୍ରଦର୍ଶନୀରେ ଭାଗ ନେଲେ। ଏଥିରେ ତାଙ୍କ କାମକୁ ବହୁତ ପ୍ରଶଂସା କରାଯାଇଥିଲା। ୨୦୦୮ରେ ସେ ଏକ ଅନ୍ତର୍ଜାତୀୟ ଫଟୋଗ୍ରାଫୀ ପ୍ରତିଯୋଗିତା ଜିତିଥିଲେ। ଫଳରେ ତାଙ୍କୁ ୬ ମାସ ପାଇଁ ଆମେରିକା ଯିବାର ସୁଯୋଗ ମିଳିଲା।

ତା’ସହ ତାଙ୍କୁ ଇଣ୍ଟରନ୍ୟାଶନାଲ ସେଣ୍ଟର ଅଫ୍‌ ଫଟୋଗ୍ରାଫୀରେ ବି ପ୍ରଶିକ୍ଷଣ ମିଳିଲା, ଯାହାକୁ କି ଫଟୋଗ୍ରାଫୀରେ ପୃଥିବୀର ସବୁଠୁ ଭଲ ସ୍କୁଲଭାବେ ଗ୍ରହଣ କରାଯାଏ। ମାର୍ଚ୍ଚ ୨୦୦୯ରେ ସେ ନ୍ୟୁୟର୍କ ଗଲେ। ସେଠାରେ ତାଲିମ ନେବାବେଳେ ତାଙ୍କୁ ଓ୍ବାର୍ଲଡ ଟ୍ରେଡ ସେଣ୍ଟରର ପୁନଃ ନିର୍ମାଣ ବେଳର ଫଟୋ ଉଠାଇବା ଲାଗି ଚୟନ କରାଯାଇଥିଲା। ୨୦୧୦ରେ ତାଙ୍କର ଏହି ଫଟୋଗୁଡିକୁ ଏକକ ପ୍ରଦର୍ଶନୀରେ ପ୍ରଦର୍ଶିତ କରାଗଲା। ଆମେରିକାରେ କାମ କରିବାବେଳେ ତାଙ୍କ ଭିତରେ ଆତ୍ମବିଶ୍ୱାସ ଭରିଯାଇଥିଲା। ଯାହା ତାଙ୍କୁ ଆଗକୁ ବଢିବାରେ ସାହାଯ୍ୟ କଲା। ଏବେ ବିକି ସାରା ଦୁନିଆର ବିଭିନ୍ନ ପ୍ରଦର୍ଶନୀରେ ବାସ୍ତବ ଜୀବନର ବିଭିନ୍ନ ଛବିକୁ ଫଟୋ ମାଧ୍ୟମରେ ପ୍ରଦର୍ଶିତ କରୁଛନ୍ତି। ୨୦୧୧ରେ ସେ ନିଜ ବନ୍ଧୁ ଚନ୍ଦନ ଗୋମ୍ସଙ୍କ ସହ ମିଶି ‘ରଙ୍ଗ୍‌’ ନାମକ ଚ୍ୟାରିଟି ଆରମ୍ଭ କରିଥିଲେ। ତା’ସହ ଏକ ଓପନ ଫୋଟୋ ଲାଇବ୍ରେରୀ ମଧ୍ୟ ଆରମ୍ଭ କଲେ। ସାଧାରଣତଃ ଫଟୋଗ୍ରାଫୀର ବହିଗୁଡିକ ବହୁତ ଦାମୀ ହୋଇଥାଏ। ତେଣୁ ସବୁ ଯୁବ ଓ ପ୍ରତିଭାବାନ ଫଟୋଗ୍ରାଫର ଏସବୁକୁ ପଢିବାର ସୁଯୋଗ ପାଇପାରି ନ ଥାନ୍ତି। ସେଥିପାଇଁ ସେ ତାଙ୍କ ବନ୍ଧୁଙ୍କ ସହ ମିଶି ପୃଥିବୀର ବଡ ବଡ ଫଟୋଗ୍ରାଫରଙ୍କୁ ସେମାନଙ୍କ ପୁସ୍ତକ ଦାନ କରିବା କରିବା ଲାଗି ଚିଠି ଲେଖିଥିଲେ। ଏହି ନାମୀଦାମୀ ଫଟୋଗ୍ରାଫରମାନେ ତାଙ୍କ ଚିଠିର ଉତ୍ତର ଦେବା ସହ ନିଜର ପୁସ୍ତକ ବି ଦାନ କରିଥିଲେ। ଏବେ ବିକିଙ୍କର ଏହି ଲାଇବ୍ରେରୀରେ ଫଟୋଗ୍ରାଫୀ ସହ ଜଡିତ ଅନେକ ପୁସ୍ତକ ରହିଛି। ଆଉ ସେସବୁକୁ ମାଗଣା ପଢିବାର ସୁଯୋଗ ବି ସେ ପ୍ରଦାନ କରୁଛନ୍ତି। ବିକି ଯୁବ ଫଟୋଗ୍ରାଫରଙ୍କ ମେଣ୍ଟରଭାବେ ବି କାମ କରୁଛନ୍ତି। ବିକିଙ୍କୁ ଫୋର୍ବସ ପତ୍ରିକାରେ ପ୍ରତିଷ୍ଠିତ ଅଣ୍ଡର ୩୦ ଫଟୋଗ୍ରାଫର ସୂଚିରେ ବି ସାମିଲ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗେମ୍ ବି ମାନିଲା ହାର୍! କ୍ୟାଣ୍ଡି କ୍ରଶ୍‌ର ‘The End’ କରି ବିଶ୍ୱ ରେକର୍ଡ କଲେ ବିହାର ଯୁବକ

ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍‌ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?