Posted inଫୁରସତ

୪୪ ଘଣ୍ଟାରେ ବୁଲିଲେ ୪୮ ରାଜ୍ୟ

 

ୱାଶିଂଟନ୍‌: ଅନେକ ଲୋକ ବୁଲିବାକୁ ବହୁତ ପସନ୍ଦ କରିଥାଆନ୍ତି। ଯେପରି କମ୍‌ ଖର୍ଚ୍ଚରେ ଅଧିକ ନୂଆ ନୂଆ ଜାଗା ବୁଲିହେବ, ସେପରି ଉପାୟ ମଧ୍ୟ ବାହାର କରିଥା’ନ୍ତି। ନିକଟରେ ୨ ଜଣ ବ୍ୟକ୍ତି ଏପରି କରିଛନ୍ତି। ୨ ପାଇଲଟ୍‌ ଓ ଟେକ୍ନିସିଆନ୍‌ଙ୍କ ଯୋଡ଼ି ୬ ସିଟ୍‌ବାଲା ବିମାନରେ ୪୪ ଘଣ୍ଟା ଭିତରେ ଆମେରିକାର ୪୮ଟି ରାଜ୍ୟ ବୁଲି ରେକର୍ଡ କରିଛନ୍ତି। ଡେଲ୍ଟା ଏ-୩୫୦ର କ୍ୟାପ୍‌ଟେନ ବେରି ବେନ୍‌ଫେଲ୍ଟ କହିଛନ୍ତି, ସେ ୪୮ ଘଣ୍ଟାରେ ୪୮ ରାଜ୍ୟରେ ଲ୍ୟାଣ୍ଡ କରିବାକୁ ଲକ୍ଷ୍ୟ ରଖିଥିଲେ। ତାଙ୍କୁ ଜଣେ ସହ-ପାଇଲଟ୍‌ଙ୍କ ଆବଶ୍ୟକତା ରହିଥିଲା। ଡେଲ୍ଟା ଏ-୩୨୧ର ପାଇଲଟ୍‌ ଆରୋନା ୱିଲଶନ୍‌ ତାଙ୍କ ସହ ପାଇଲଟ୍‌ ଭାବରେ ଯୋଗଦେଲେ। ବେରିଙ୍କ ସହ ନୌସେନା କାମ କରୁଥିବା ରିପେୟାର ଟେକ୍ନିସିଆନ୍‌ ଥୋମାସ୍‌ ତ୍ୱିଡିଙ୍କୁ ନେଇ ସେମାନେ ମିଶନରେ ବାହାରି ପଡ଼ିଲେ। ୨ ପାଇଲଟ୍‌ ବେରି, ଆରୋନା ଏବଂ ଜଣେ ଟେକ୍ନିସିଆନ ଥୋମାସ୍‌ ୬ ସିଟ୍‌ବାଲା ୧୯୮୦ ପିଏ୩୨ଆର୍‌ ପିପର ସାରାଟୋଗାରେ ଯାତ୍ରା ଆରମ୍ଭ କଲେ। ଏଥିପାଇଁ ପୂର୍ବରୁ ବେରି ୪୭ ରାଜ୍ୟକୁ ଯିବା ପାଇଁ କମ୍‌ ରାସ୍ତା ସ୍ଥିର କରିଥିଲେ। ଟିମ୍‌ ୪୮ ଘଣ୍ଟା ଲକ୍ଷ୍ୟ ରଖିଥିବାବେଳେ ସେମାନେ ୪୪ ଘଣ୍ଟା ୭ ମିନିଟ୍‌ରେ ତାଙ୍କ ଯାତ୍ରା ଶେଷ କରିଥିଲେ। ସେମାନେ ବିଭିନ୍ନ ରାଜ୍ୟର ବିମାନବନ୍ଦରରେ ଓହ୍ଲାଇ ସେଠାରେ ବିମାନରେ ହସ୍ତାକ୍ଷର କରି ପୁଣି ବାହାରି ପଡୁଥିଲେ ଅନ୍ୟ ରାଜ୍ୟ ପାଇଁ। ସେମାନେ ପ୍ରଥମେ ବେରିନ ସ୍ପ୍ରିଙ୍ଗ୍ସ ପାଇଁ ଉଡ଼ାଣ ଭରିଥିଲେ। ପୂରା ଯାତ୍ରା ସମୟରେ ଲୋକେ ତାଙ୍କୁ ବହୁତ ସାହାଯ୍ୟ କରିଥିଲେ। ଆରୋନା କହିଛନ୍ତି, ତାଙ୍କର ଏହି ଯାତ୍ରା ସବୁଠୁ ସୁନ୍ଦର, ମନେରହିଲା ଭଳି ଥିଲା। ସେ ଏକ ସମୟରେ ସୂର୍ଯ୍ୟୋଦୟକୁ ବହୁ ପାଖରୁ ଦେଖିଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri