୧୨ ବର୍ଷ ପରେ ‘ବାଳିକା ବଧୂ’ର ଆନନ୍ଦୀ ଦେଖାଯାଉଛନ୍ତି ଏପରି: ଚିହ୍ନିବା ହେବ କଷ୍ଟକର

‘ବାଳିକା ବଧୂ’ ଧାରାବାହିକର ଖ୍ୟାତନାମା ଅଭିନେତ୍ରୀ ଅଭିକା ଗର ଆନନ୍ଦୀ ଭାବରେ ବେଶ୍‌ ଜଣାଶୁଣା। ଏହି ସିରିଏଲ ତାଙ୍କୁ ପ୍ରତ୍ୟେକ ଘରେ ଆନନ୍ଦୀ ନାମରେ ପରିଚିତ କରିଥିଲା। ଅଳ୍ପ ବୟସରୁ ଅଭିକା ବାଳିକା ବୋହୂ ହୋଇ ଦର୍ଶକଙ୍କ ହୃଦୟରେ ଏକ ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଥିଲେ। ‘ବାଳିକା ବଧୂ’ ସିରିଏଲରୁ ବର୍ତ୍ତମାନ ଅଭିକାଙ୍କ ଲୁକ୍‌ରେ ଅନେକ ପରିବର୍ତ୍ତନ ଆସିଛି। ଜୁନ ୩୦ରେ ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ପରିବର୍ତ୍ତିତ ଲୁକ୍‌ର କିଛି ଝଲକ୍‌ ଦେଖିବା।

ଅଭିକା ୨୦୦୮ରେ ସିରିଏଲ ‘ବାଳିକା ବଧୂ’ ଦ୍ୱାରା ଟେଲିଭିଜନ ଜଗତରେ ପ୍ରବେଶ କରିଥିଲେ। ଏହି ଧାରାବାହିକ ତାଙ୍କୁ ରାତାରାତି ଷ୍ଟାର ବନେଇ ଦେଇଥିଲା। ଏଥିରେ ଅଭିକା ରାଜସ୍ଥାନୀ ପୋଷାକରେ ନଜର ଆସିଥିଲେ। ଚରିତ୍ର ସହିତ ସେ ସଂପୂର୍ଣ୍ଣ ରୂପେ ନିଜକୁ ଖାପ ଖୁଆଇଥିଲେ।

ପରେ ଅଭିକା ‘ରାଜକୁମାର ଆରୟନ’ ସିରିଏଲରେ ଅଭିନୟ କରିଥିଲେ। ଏଥିରେ ଅଭିକା ରାଜକୁମାରୀ ଭୈରବୀଙ୍କ ପିଲାଦିନର ଭୂମିକାରେ ଅଭିନୟ କରିଥିଲେ। ‘ବାଳିକା ବଧୂ’ ପରେ ଅଭିକାଙ୍କ ‘ଶଶୁରାଲ ସିମର କା’ ଶୋ ମଧ୍ୟ ଚର୍ଚ୍ଚାରେ ରହିଥିଲା। ଏହି ସିରିଏଲରେ ଅଭିକା ଜଣେ ବିବାହିତ ମହିଳାଙ୍କ ଭୂମିକାରେ ଅଭିନୟ କରିଥିଲେ।

‘ଶଶୁରାଲ ସିମର କା’ ସିରିଏଲ ସମୟରେ ଅଭିକା ବହୁତ ଛୋଟ ଥିଲେ। ଅଳ୍ପ ବୟସରେ ବିବାହିତ ଭୂମିକାରେ ଅଭିନୟ କରି ସେ ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ଏହି ସିରିଏଲରେ ଅଭିକାଙ୍କ ‘ବାଳିକା ବଧୂ’ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଲୁକ୍‌ ଥିଲା।

‘ଶଶୁରାଲ ସିମର କା’ ପରେ ଅଭିକା ମଧ୍ୟ ଅନେକ ରିଆଲିଟି ଶୋ’ରେ ଚେଷ୍ଟା ଜାରି ରଖିଥିଲେ। ସେ ‘ବକ୍ସ କ୍ରିକେଟ ଲିଗ୍‌ ସିଜନ ୨’, ‘ଫିୟର ଫ୍ୟାକ୍ଟର୍‌: ଖତ୍ରୋ କେ ଖିଲାଡି ସିଜନ ୯’ ମଧ୍ୟ ପ୍ରଦର୍ଶନ କରିଥିଲେ। ଅଭିକା ଫିଲ୍ମରେ ମଧ୍ୟ କାମ କରିଛନ୍ତି। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ଫଟୋଡ଼ିକରେ ଅଭିକାଙ୍କ ଲୁକ୍‌କୁ ଦେଖିଲେ ଏହା କୁହାଯାଇପାରେ ଯେ, ଏଥିରେ ବର୍ତ୍ତମାନ ବହୁତ ପରିବର୍ତ୍ତନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri