ତେଲଙ୍ଗାନାରେ ମାଙ୍କଡ଼କୁ ଫାଶୀ

ହାଇଦ୍ରାବାଦ, ୨୯।୬- ପ୍ରାଣୀଙ୍କ ପ୍ରତି ମଣିଷର ବର୍ବରତାର ଆଉ ଏକ ଚିତ୍ର ଏବେ ସାମ୍ନାକୁ ଆସିଛି। ତେଲଙ୍ଗାନାର ଖାମ୍ମମ ଜିଲାରେ ଗୋଟିଏ ମାଙ୍କଡ଼କୁ ଗ୍ରାମବାସୀ ଫାଶୀ ଦେଇ ଦେଇଥିବାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ମାଙ୍କଡଟି ଜୀବନ ରକ୍ଷା ପାଇଁ ଛଟପଟ ହେଉଥିବାବେଳେ ୩ ଜଣ ଲୋକ ଏହାର ମଜା ଉଠାଉଥିବାର ଦେଖିବାକୁ ମିଳିଛି। ଭେମସୁରୁ ମଣ୍ଡଳର ଅମ୍ମାପଲିମ ଗ୍ରାମରେ ଶୁକ୍ରବାର ଘଟିଥିବା ଏହି ଘଟଣାରେ ସ୍ଥାନୀୟ ପୋଲିସ ୩ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ, ଶୁକ୍ରବାର ଦଳେ ମାଙ୍କଡ଼ ଗ୍ରାମରେ ପଶି ବାଡ଼ି ବଗିଚାରେ କ୍ଷତି ପହଞ୍ଚାଇଥିଲେ। ଏହାପରେ ମୁଖ୍ୟ ଅଭିଯୁକ୍ତ ସାଧୁ ଭେଙ୍କଟେଶ୍ୱର ରାଓ ଓ ଅନ୍ୟ ୨ଜଣ ଗ୍ରାମବାସୀ ମାଙ୍କଡ଼କୁ ବାଡ଼ି ଧରି ଘଉଡ଼ାଇଥିଲେ। ଏହି ସମୟରେ ଗୋଟିଏ ମାଙ୍କଡ଼ ତଳେ ପଡ଼ି ଆହତ ହୋଇଥିଲା। ଏହାପରେ ୩ ଜଣ ଗ୍ରାମବାସୀ ମାଙ୍କଡ଼ ବେକରେ ରଶି ବାନ୍ଧି ତାକୁ ଗଛରେ ଝୁଲାଇ ଦେଇଥିଲେ। ମାଙ୍କଡ଼ଟି ଜୀବନ ରକ୍ଷା ପାଇଁ ଛଟପଟ ହେଉଥିବା ଭିଡିଓରୁ ଜଣାପଡ଼ିଛି। ସ୍ଥାନୀୟ ଫରେଷ୍ଟ ଅଫିସରଙ୍କ କହିବା ଅନୁଯାୟୀ, ମାଙ୍କଡଟି ମରିଯାଇଥିବା ଭାବି ଗ୍ରାମବାସୀମାନେ ତାକୁ ବାନ୍ଧି ଝୁଲାଇ ଦେଇଥିଲେ। ଅନ୍ୟ ମାଙ୍କଡ଼ମାନେ ଏହା ଦେଖିଲେ ଆଉ ଭୟରେ ଗ୍ରାମକୁ ଆସିବେନି ବୋଲି ଗ୍ରାମବାସୀ ଭାବି ଏଭଳି କରିଥିଲେ। ମାଙ୍କଡ଼ଟି ଛଟପଟ ହେଉଥିବାବେଳେ ଏହାର ଭିଡିଓ କରାଯାଇ ହ୍ବାଟସଆପ୍‌ ଗ୍ରୁପ୍‌ରେ ଛଡ଼ା ଯାଇଥିଲା। ଏହାପରେ ବନ ବିଭାଗ ଏହି ଘଟଣା ଜାଣିବା ପରେ ତଦନ୍ତ କରି ୩ ଜଣଙ୍କୁ ଗିରଫ କରିଥିଲା। ଉଲ୍ଲେଖଯୋଗ୍ୟ, କିଛିଦିନ ତଳେ କେରଳରେ ଏକ ଗର୍ଭଣୀ ହାତୀକୁ କିଛି ଦୁବୃର୍ତ୍ତ ସପୁରୀ ମଧ୍ୟରେ ବାଣ ପୁରାଇ ଖାଇବାକୁ ଦେଇଥିଲେ। ହାତୀଟି ସପୁରୀ ଖାଇବା ପରେ ବିସ୍ଫୋରଣରେ ଏହାର ପାଟିରେ ବିରାଟ କ୍ଷତ ସୃଷ୍ଟି ହୋଇଥିଲା ଏବଂ କିଛିଦିନ ପରେ ପ୍ରାଣ ହରାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୩ ମାସର ଶିଶୁ କନ୍ୟାଙ୍କୁ ତେଲ ମାଲିସ୍‌ବେଳେ ହେଲା ହାକୁଡ଼ି…ପରେ ଘଟିଲା ଅସ୍ବାଭାବିକ ଘଟଣା

ଦେବଗଡ,୨୧।୮(ଶଶାଙ୍କ ଶେଖର ଝାଙ୍କର): ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ଅଞ୍ଚଳର ରୁକୁମା ଗ୍ରାମର ଜଣେ ୩ ମାସର ଶିଶୁ କନ୍ୟାଙ୍କର ଅସ୍ବାଭାବିକ ମୃତ୍ୟୁ ଘଟିଛି। ସୂଚନା…

ଯୁବତୀଙ୍କ ଉପରେ କାର ମାଡ଼ିଦେଲେ ସାଂସଦଙ୍କ ପୁଅ: ଆଉ ତା’ପରେ ଘଟିଲା…

ହାଇଦ୍ରାବାଦ,୨୧।୮:ହାଇଦ୍ରାବାଦରେ ଏକ ଆଷ୍ଟନ ମାର୍ଟିନ କାର ଧକ୍କା ଦେବାରୁ ଜଣେ ୨୬ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ରାଜ୍ୟ ସଭା ସାଂସଦ ଲିଙ୍ଗାମନେନି ରମେଶଙ୍କ…

ବାର୍‌ହା ଶିକାର ପାଇଁ ବାଣ ଭିଡୁଥିବାବେଳେ ଘରୁ ଶୁଭିଲା ଚିତ୍କାର: ଆଉ ତା’ପରେ ଘଟିଲା..

ଦେବଗଡ,୨୧୮(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନାଞ୍ଚଳ ଗୁରୁସଙ୍ଗ ଗ୍ରାମରେ ବାର୍‌ହା ଶିକାର ପାଇଁ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ୨ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା…

ରୁଫ୍‌ଟପ୍ ସୋଲାର ସ୍ଥାପନରେ ଓଡ଼ିଶାର ବଡ଼ ସଫଳତା, ଦେଶରେ ୭ମ ସ୍ଥାନ

ଭୁବନେଶ୍ୱର, ୨୧।୮: ‘ପିଏମ୍‌ ସୂର୍ଯ୍ୟଘର ମୁଫ୍‌ତ ବିଜ୍‌ଲି’ ଯୋଜନା ଅଧୀନରେ ରୁଫ୍‌ଟପ୍‌ ସୋଲାର ସ୍ଥାପନ କ୍ଷେତ୍ରରେ ଓଡ଼ିଶା ଜାତୀୟସ୍ତରରେ ୧୩ତମ ସ୍ଥାନରୁ ୭ମ ସ୍ଥାନକୁ ଉନ୍ନୀତ ହୋଇଛି…

ଆର୍‌ଏସ୍‌ଏସ୍‌ ବିରୋଧରେ ପ୍ରତିବନ୍ଧକ ଲଗାଅ: ଆମେରିକୀୟ ସଂସ୍ଥା

ଓ୍ବାଶିଂଟନ,୨୧।୮(ପି.ଟି.): ଆମେରିକାର ଏକ ଧାର୍ମିକ ସ୍ବାଧୀନ ପରାମର୍ଶଦାତା ସଂସ୍ଥାର ଅଧିକାରୀମାନେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ବିରୋଧରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ଏଥିସହ ସେମାନେ…

ଖାଉଟିଙ୍କୁ ମହଙ୍ଗା ମାଡ଼: ହୁ ହୁ ହୋଇ ବଢୁଛି ଚିନି ଦର

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ):ରାଜ୍ୟରେ ଗତ କିଛିଦିନ ଧରି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଓ ପନିପରିବା ଦର ହୁ ହୁ ହୋଇ ବଢ଼ିଚାଲିଛି। ପିଆଜ, ରସୁଣ, ଅଦା ଓ…

‘ଏନ୍‌ଇଇଟି’ ଆନ୍ଦୋଳନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ପଦକ୍ଷେପ, ପୋଲିସ ବଳପ୍ରୟୋଗର ତଦନ୍ତ କରିବ ୫ ଜଣିଆ କମିଟି

ନୂଆଦିଲ୍ଲୀ,୨୧।୮(ପି.ଟି.): ଚଳିତବର୍ଷ ଜୁଲାଇ ୨୦ରେ ହୋଇଥିବା ପାର୍ଲାମେଣ୍ଟ ଘେରାଉ ଆନ୍ଦୋଳନ ବେଳେ ଛାତ୍ରୀଛାତ୍ର ଏବଂ ଯୁବବର୍ଗଙ୍କ ଉପରେ ପୋଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ପରବର୍ତ୍ତୀ ସମୟରେ…

ମେଘାନ ଓ ପିଲାଙ୍କ ସହ ବ୍ରିଟେନ ଫେରିବେ ପ୍ରିନ୍ସ ହ୍ୟାରୀ

ଲଣ୍ଡନ,୨୧।୮: ପ୍ରିନ୍ସ ହ୍ୟାରୀ ଏବଂ ତାଙ୍କ ପତ୍ନୀ ମେଘାନ ମାର୍କେଲ ଚଳିତ ମାସ ଶେଷ ଆଡ଼କୁ ସେମାନଙ୍କ ଦୁଇ ସନ୍ତାନଙ୍କ ସହ ବ୍ରିଟେନକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri