ବଦଳି ପାଲା

କେନ୍ଦ୍ରରେ ମୋଦି ସରକାର ପ୍ରଶାସନିକ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏଥିରେ ୧୮ ଜଣ ସଚିବଙ୍କୁ ବଦଳି କରାଯାଇ ସେମାନଙ୍କୁ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗରେ ନିଯୁକ୍ତି ଦିଆଯାଇଛି। ଅନେକଙ୍କୁ ବି ପଦୋନ୍ନତି ମିଳିଛି। ବହୁ ସମୟରେ ଏଭଳି ଅଦଳବଦଳ ନାଟକ ଦେଖିତ୍ବାକୁ ମିଳେ। ଏବେ ଡିପାର୍ଟମେଣ୍ଟ୍‌ ଅଫ୍‌ ପର୍ସୋନେଲ ଆଣ୍ଡ୍‌ ଟ୍ରେନିଂ (ଡିଓପିଟି) ଜଣେ ନୂଆ ସଚିବ ଦୀପକ ଖାଣ୍ଡେକରଙ୍କୁ ପାଇଛି। ଖାଣ୍ଡେକର ଜନଜାତି ବ୍ୟାପାର ସଚିବ ଥିତ୍ଲେ। ବର୍ତ୍ତମାନ ତାଙ୍କୁ ଡିଓପିଟିରେ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ଏହି ପଦ ୪ ମାସ ହେବ ଖାଲି ପଡିଥିଲା। ତେବେ ଖାଣ୍ଡେକର ଆଉ ୭ ମାସ ପରେ ଅବସର ନେବାକୁ ଯାଉଥିତ୍ବାବେଳେ ସରକାର ତାଙ୍କ ପରେ ସେହି ପଦବୀରେ ଆଉ ଜଣଙ୍କୁ ଅବସ୍ଥାପିତ କରିବାକୁ ପଡ଼ିବ। ଆଉ ମଧ୍ୟ ୪୫ ଦିନ ପରେ ବିତ୍ତ ସଚିବ ପଦରୁ ଏ.ବି.ପି. ପାଣ୍ଡେ ଅବସର ନେବା ପରେ ତାଙ୍କ ସ୍ଥାନରେ କାହାକୁ ନିଯୁକ୍ତି ଦିଆଯିବ ତାହାକୁ ନେଇ କାନକୁହା କଥା ଶୁଣିବାକୁ ମିଳୁଛି। ଏହି ବଦଳି ପାଲାରେ ଜଡିତ ୧୮ ଜଣ ଆଇଏଏସ୍‌ ଅଧିକାରୀଙ୍କ ମଧ୍ୟରୁ ୧୩ ଜଣଙ୍କୁ ସଚିବ ଭାବେ ନିଯୁକ୍ତ କରାଯାଇଥିବାବେଳେ ୫ ଜଣଙ୍କୁ ସ୍ବତନ୍ତ୍ର ସଚିବ ଭାବେ ପଦୋନ୍ନତି ଦିଆଯାଇଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ପ୍ରବୀଣ ଗର୍ଗ,ଏସ୍‌.ଏସ୍‌.ସାନ୍ଧୁ , ଅଞ୍ଜଳି ଭାଓ୍ବାରା, ଜେ.ଏନ୍‌. ସ୍ବାଇଁ ଏବଂ ଅନିଲ କୁମାର ଝା। ଏହାବାଦ୍‌ ଆଉ ଦୁଇ ଅଧିକାରୀଙ୍କୁ ଅଣଦେଖା କରାଯାଇଆସୁଥିଲା ବୋଲି ଗୁଜବ ଉଠିବା ସତ୍ତ୍ୱେ ଏମାନଙ୍କୁ ଅତି ଭଲ ଦାୟିତ୍ୱରେ ଅବସ୍ଥାପିତ କରାଯାଇଛି । ପ୍ରଥମ ଜଣକ ହେଉଛନ୍ତି ୧୯୮୮ ବ୍ୟାଚ୍‌ ଉତ୍ତରପ୍ରଦେଶ (ୟୁପି) କ୍ୟାଡର ଆଇଏଏସ୍‌ ଅଧିକାରୀ ଆଲୋକ କୁମାର । ତାଙ୍କ କ୍ୟାଡର ଷ୍ଟେଟରୁ ତାଙ୍କୁ ବଦଳି କରି କେନ୍ଦ୍ର ଶକ୍ତି ସଚିବ ଭାବେ ନିଯୁକ୍ତ କରାଯାଇଛି। ଆଉ ଜଣେ ବି ସେହି ୟୁପି କ୍ୟାଡର ଅଧିକାରୀ ଆଲୋକ ଟଣ୍ଡନ, ଯାହାଙ୍କୁ ଖଣି ମନ୍ତ୍ରଣାଳୟର ସଚିବ ଦାୟିତ୍ୱ ଦିଆଯାଇଛି। ଅରବିନ୍ଦ କୁମାର ଶର୍ମା ନିିକଟରେ ୟୁପି ବିଧାନସଭାକୁ ପ୍ରବେଶ କରିବା ଲକ୍ଷ୍ୟରେ ଇଚ୍ଛାଧୀନ ଅବସର ନେଇଛନ୍ତି। ତାଙ୍କ ଜାଗାରେ ଆଉଜଣେ ଗୁଜରାଟ କ୍ୟାଡର ଅଧିକାରୀ ବି. ବି. ସ୍ବାଇଁଙ୍କୁ ଅଣୁ ,କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ମନ୍ତ୍ରଣାଳୟରେ ଅବସ୍ଥାପିତ କରାଯାଇଛି।
ଏବେ ବି ସମୟ ଅଛି
ଦିଲ୍ଲୀ ମେଟ୍ରୋର ପରିଚାଳନା ନିର୍ଦ୍ଦେଶକ ପଦ ପାଇଁ ଦରଖାସ୍ତ ଆହ୍ବାନ କରିବାରେ ବିଳମ୍ବ ଯୋଗୁ ମଙ୍ଗୁ ସିଂଙ୍କ କାର୍ଯ୍ୟକାଳ ମାର୍ଚ୍ଚ ୩୧ରେ ଆଉ ଥରେ ସମ୍ପ୍ରସାରଣ ହେବ ବୋଲି ଅନୁମାନ କରାଯାଉଛି। ଏହିଦିନ ତାଙ୍କର ଦ୍ୱିତୀୟ ସମ୍ପ୍ରସାରଣ ଶେଷ ହେଉଛି। ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେଶନ( ଡିଏମ୍‌ଆର୍‌ସି) ଉଭୟ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କ ଅଧୀନରେ ପରିଚାଳିତ। ଏଣୁ ଦୁଇ ସରକାର ଏହି ଘଟଣାରେ କିଭଳି ଆଗେଇବେ ତାହା ସ୍ଥିର କରି ନ ପାରିବାରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାରେ ବିଳମ୍ବ ହୋଇଛି ବୋଲି ସୂତ୍ରରୁ ପ୍ରକାଶ। ସାଧାରଣତଃ କେନ୍ଦ୍ରର ସହମତି ନେଇ ଏହି ପ୍ରକ୍ରିୟାକୁ ଦିଲ୍ଲୀ ସରକାର ଆରମ୍ଭ କରି ଶେଷ କରିଥାନ୍ତି। କେନ୍ଦ୍ର ଓ ଦିଲ୍ଲୀ ସରକାର ବିଭିନ୍ନ ଘଟଣାରେ ପରସ୍ପର ବୁଝାମଣାରେ କାମ କରିବା ପ୍ରାୟତଃ ଦେଖାଯାଏ ନାହିଁ। ଏହା ମଧ୍ୟ ତା’ର ଏକ ଉଦାହରଣ ହୋଇପାରେ। ଅପରପକ୍ଷରେ ଏକ ଦୀର୍ଘ ସମୟ ଧରି ମଙ୍ଗୁ ସିଂ ଦିଲ୍ଲୀ ମେଟ୍ରୋର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି। ୨୦୧୨ରେ ସେ ‘ମେଟ୍ରୋ ମ୍ୟାନ’ ଇ. ଶ୍ରୀଧରନଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୧୬ରେ ତାଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ କରାଯାଇଥିଲା। ଗତ ବର୍ଷ ଡିସେମ୍ବରରେ ପୁଣି ଥରେ ତାଙ୍କ କାର୍ଯ୍ୟକାଳ ୩୧ ମାର୍ଚ୍ଚ ୨୦୨୧କୁ ବଢ଼ାଯାଇଥିଲା। ତାଙ୍କ ପଦବୀରେ ଜଣେ ଯୋଗ୍ୟ ଅଧିତ୍ତ୍କାରୀଙ୍କୁ ଚୟନ କରିବା ଲାଗି ଏଭଳି ସମ୍ପ୍ରସାରଣ କରାଯାଇଥିଲା। କିନ୍ତୁ ଏହା ହୋଇପାରୁନାହିଁ ବୋଲି ପର୍ଯ୍ୟବେକ୍ଷକମାନେ କହୁଛନ୍ତି। ଦିଲ୍ଲୀ ମେଟ୍ରୋ ଆଇନର ଏକ ଅନୁଚ୍ଛେଦ ଅନୁସାରେ କର୍ପୋରେଶନର ଶୀର୍ଷ ପଦ ଖାଲି ହେବା ପୂର୍ବରୁ ଏହା ପାଇଁ ଜଣେ ଯୋଗ୍ୟ ବ୍ୟକ୍ତିଙ୍କ ନାମ ସ୍ଥିର କରାଯିବା ଉଚିତ। ତେବେ ନିଯୁକ୍ତି ପ୍ରକ୍ରିୟା ପାଇଁି କିଛି ସମୟ ରହିଛି । ସରକାରଙ୍କ ହାତରେ ବି ସମୟ ଅଛି। ଅତିକମ୍‌ରେ ସରକାର ପ୍ରକ୍ରିୟା ଆରମ୍ଭ କରିବା ଦରକାର।
ନିର୍ବାସନରୁ ଫେରିଲେ
ବାରମ୍ବାର ବଦଳି ହେବାରେ ୨୦୦୪ ବ୍ୟାଚ ଆଇଏଏସ୍‌ ଅଧିକାରୀ ତୁକାରାମ ମୁଣ୍ଡେ ବେଶ୍‌ ଜଣାଶୁଣା। ତାଙ୍କୁ ଗତ ବର୍ଷ ଅଗଷ୍ଟରୁ ନିଯୁକ୍ତି ପାଇଁ ଓ୍ବେଟିଂରେ ରଖାଯାଇଥିଲା। ଏବେ ସେ ତାଙ୍କ ନିର୍ବାସନ ଛାଡି ଆମତ୍ପ୍ରକାଶ କରିବା ସହ ସକ୍ରିୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ତାଙ୍କୁ ମହାରାଷ୍ଟ୍ର ମାନବ ଅଧିକାର କମିଶନରେ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ମହାରାଷ୍ଟ୍ର କ୍ୟାଡର ଅଧିକାରୀ ତୁକାରାମଙ୍କର ୧୫ ବର୍ଷ ସିଭିଲ ସର୍ଭିସ କ୍ୟାରିୟରରେ ଏହା ୧୭ ତମ ନିଯୁକ୍ତି! ସେ ନିୟମ ଆଧାରିତ କାର୍ଯ୍ୟ କରିଥାନ୍ତି। ଏଥିତ୍ପାଇଁ ମ୍ୟୁନିସିପାଲିଟିଗୁଡ଼ିକରେ ଦାୟିତ୍ୱ ନିର୍ବାହ କରିବା ସମୟରେ ତାଙ୍କୁ ଅନେକ ଥର ଧମକ ଦିଆଯାଇଛି ଏବଂ ବହୁ ମ୍ୟୁନିସିପାଲିଟିରେ ତାଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ପାସ୍‌ କରାଯାଇଛି। ଗତ ବର୍ଷ ସେପ୍ଟେମ୍ବରରେ ସେ ମହାରାଷ୍ଟ୍ର ଜୀବନ ପ୍ରାଧିକରଣରେ ସଦସ୍ୟ ସଚିବ ଭାବେ ନିଯୁକ୍ତି ପାଇଥିଲେ। ନାଗପୁର ମ୍ୟୁନିସିପାଲ କର୍ପୋରେଶନ୍‌ରେ ଏହା ଥିଲା ତାଙ୍କ ଶେଷ ନିଯୁକ୍ତି, କିନ୍ତୁ ଏହାକୁ ଦିନକ ଭିତରେ ରଦ୍ଦ କରି ଦିଆଯାଇ ନିଯୁକ୍ତି ପାଇଁ ଓ୍ବେଟିଂରେ ରଖାଯାଇଥିଲା। ପୂର୍ବାପେକ୍ଷା ଏବେ ତାଙ୍କ ନୂଆ ପଦ ତଥା କାର୍ଯ୍ୟକାଳ ଅଧିକ ସ୍ଥାୟୀ ହେବ ବୋଲି ଆଶା କରାଯାଉଛି। କିନ୍ତୁ ଏଭଳି ଆଶା କି ଭରସା ରଖନାହିଁ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri