ଗାନ୍ଧୀ ଦର୍ଶନରେ ଗ୍ରାମୋଦ୍ୟୋଗ ଓ କୃଷିନୀତି

ଡ. ଅଶ୍ୱିନୀ କୁମାର ଶତପଥୀ

ଗାନ୍ଧିଜୀ ୧୮୯୩ ମସିହାରେ ଦକ୍ଷିଣ ଆଫ୍ରିକାରେ ପହଞ୍ଚତ୍ ନିଜର ଓକିଲାତି ଆରମ୍ଭ କରିଥିଲେ। ଆଇନ ବ୍ୟବସାୟ ସହିତ ସେଠାରେ ଅବସ୍ଥାନ କରୁଥିବା ଭାରତୀୟମାନଙ୍କ ଦୁଃଖ ଦୁର୍ଦ୍ଦଶା ଦୂର କରିବା ଦିଗରେ ସେ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ । ସେଠାକାର ରହଣି କାଳରେ ସେ ପାଶ୍ଚାତ୍ୟ ସଭ୍ୟତା ପ୍ରାୟୋଜିତ ଶିକ୍ଷା ଓ ବ୍ୟବହୃତ ଯାନ୍ତ୍ରିକ ଉପକରଣଗୁଡ଼ିକ ଦ୍ୱାରା ଦୟନୀୟ ଭାବେ ଉପେକ୍ଷିତ ହେଉଥିବା ‘ମାନବଶ୍ରମ’ ତଥା ଦରିଦ୍ର ଶ୍ରମିକ ସମାଜ ଉପରେ ଏହାର ସୁଦୂରପ୍ରସାରୀ ଦୁଷ୍ପରିଣାମକୁ ଅତି ନିକଟରୁ ଅନୁଭବ କରିଥିଲେ। ବେକାରି ସୃଷ୍ଟି କରୁଥିବା ଏହି ଯନ୍ତ୍ରଗୁଡ଼ିକ ଯେ ଭାରତ ଓ ଭାରତୀୟମାନଙ୍କ ପରିପ୍ରେକ୍ଷୀରେ ଉପଯୋଗୀ ନୁହନ୍ତି, ସେଇ ନିଷ୍କର୍ଷରେ ଗାନ୍ଧିଜୀ ପହଞ୍ଚତ୍ଥିଲେ। ବିଦେଶର ସହରୀ ସଭ୍ୟତା, ସେଠାକାର ଚାଲିଚଳନ ଓ ଖାଦ୍ୟପେୟ ଆଦିର ଅନ୍ଧାନୁକରଣ ଦିନେ ଭାରତୀୟ ଗ୍ରାମ୍ୟ ଜୀବନକୁ ଧ୍ୱସ୍ତବିଧ୍ୱସ୍ତ କରିଦେବ- ଏଥିରେ ତାଙ୍କର ଆଦୌ ସନ୍ଦେହ ନ ଥିଲା। ଭାରତର ଗ୍ରାମ୍ୟ ସଂସ୍କୃତି ହେଉଛି ଭାରତର ପ୍ରାଣ। ଗ୍ରାମରେ ହିଁ ପ୍ରକୃତ ଭାରତ ବଞ୍ଚତ୍ ରହିଛି। ଏଣୁ ଗ୍ରାମର ସାମାଜିକ, ଅର୍ଥନୈତିକ ଏବଂ ନୈତିକ ବିକାଶ ହିଁ ଭାରତୀୟ ଜନଜୀବନକୁ ପରିପୁଷ୍ଟ ଓ ସମୃଦ୍ଧିଶାଳୀ କରିପାରିବ- ଏଥିରେ ଥିଲା ତାଙ୍କର ଦୃଢ ବିଶ୍ୱାସ।
ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରୁ ଭାରତକୁ ପ୍ରତ୍ୟାବର୍ତ୍ତନ କଲା ପରେ ୨୫ ମେ ୧୯୧୫ରେ ଅହମଦାବାଦଠାରେ ‘ସତ୍ୟାଗ୍ରହ ଆଶ୍ରମ’ ପ୍ରତିଷ୍ଠା କରିଥିଲେ। ଭାରତ ଫେରିବା ପରେ ନିଜର ରାଜନୈତିକ ଗୁରୁ ଗୋପାଳକୃଷ୍ଣ ଗୋଖଲେଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ଗୋଖଲେଙ୍କଠାରୁ ଭାରତ ଭ୍ରମଣ ଓ ଭାରତୀୟ ସମାଜକୁ ଅନୁଧ୍ୟାନ କରିବା ପାଇଁ ତାଙ୍କୁ ପ୍ରେରଣାପ୍ରାପ୍ତ ହୋଇଥିଲା। ୧୯୧୭ ରେ ରାଜକୁମାର ଶୁକ୍ଳ ନାମକ ଜଣେ କୃଷକଙ୍କ ଅନୁରୋଧ କ୍ରମେ ସେ ଚମ୍ପାରଣ ଯାତ୍ରା କରିଥିଲେ। ବ୍ୟକ୍ତିଗତ ସମ୍ପର୍କ ଦ୍ୱାରା ସେଠାକାର ନୀଳ ଚାଷୀମାନଙ୍କ ସମସ୍ୟାଜନିତ ପୀଡ଼ାକୁ ହୃଦ୍‌ବୋଧ କରି ବହୁଶ୍ରମ ଓ ପ୍ରଚେଷ୍ଟା ଦ୍ୱାରା ତତ୍କାଳୀନ ଶହେବର୍ଷର ପୁରୁଣା ‘ତିନି କାଠିଆ’ ନାମକ ଏକ କୃଷକ ବିରୋଧୀ ସରକାରୀ ଆଇନକୁ ରଦ୍ଦ କରାଇଥିଲେ । ଏହାଛଡ଼ା ନୀଳଚାଷୀମାନଙ୍କୁ ସେ ବେପାରୀମାନଙ୍କ ଉତ୍ପୀଡନ କବଳରୁ ମଧ୍ୟ ମୁକ୍ତ କରିଥିଲେ। ଏହି ଘଟଣା ପରେ ଅହମଦାବାଦର ଶ୍ରମିକମାନଙ୍କୁ ମିଳୁଥିବା ଅଳ୍ପବେତନ ସମସ୍ୟାରୁ ଉଦ୍ଧାର ପାଇଁ ଁ ତାଙ୍କୁ ଧର୍ମଘଟର ଆଶ୍ରୟ ନେବାକୁ ପଡ଼ିଥିଲା। କିଛି ଦିନ ପରେ ସତ୍ୟାଗ୍ରହ ମାଧ୍ୟମରେ ଏହି ଶ୍ରମିକ ସମସ୍ୟାର ସମାଧାନ ସନ୍ତୋଷଜନକ ଭାବରେ ହୋଇଯାଇଥିଲା। ଏହି କ୍ରମରେ ଗାନ୍ଧିଜୀ ହଜାର ହଜାର କୃଷକ ଓ ଶ୍ରମିକଙ୍କ ବ୍ୟକ୍ତିଗତ ସମ୍ପର୍କରେ ଆସି ସେମାନଙ୍କ ଦୁଃସ୍ଥିତି ବିଷୟରେ ପୂର୍ଣ୍ଣ ଅଭିଜ୍ଞତା ହାସଲ କରିଥିଲେ। କୃଷକ ସମସ୍ୟାର ନିରାକରଣ ନିମନ୍ତେ ତାଙ୍କୁ ବିଭିନ୍ନ ସମୟରେ ଏପରି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ପଡ଼ିଥିଲା ା
ସେତେବେଳେ ଇଂରେଜ ସରକାର ବିବିଧ ପ୍ରକାର କପଟପୂର୍ଣ୍ଣ ଆଇନମାନ ପ୍ରଚଳନ କରି ଆଖୁ, ନୀଳ, କପା ଓ ଅନ୍ୟାନ୍ୟ ଚାଷୀମାନଙ୍କୁ ଶୋଷଣ କରୁଥିବା ସେ ଅନୁଭବ କରିଥିଲେ ା ଏଣୁ ସେ ଏହାର କେବଳ ମୂକ ଦର୍ଶକ ନ ହୋଇ କୃଷକ ସମସ୍ୟାର ସମାଧାନ ପାଇଁ ନେତୃତ୍ୱ ନେବା ସଙ୍ଗେ ସଙ୍ଗେ ସେମାନଙ୍କୁ ସ୍ବାଧୀନତା ସଂଗ୍ରାମ ସହ ଯୋଡ଼ିବା ନିମନ୍ତେ ପ୍ରୟାସ କରିଥିଲେ; ଯଦ୍ଦ୍ବାରା ସେମାନଙ୍କ ସମସ୍ୟାର ସମାଧାନ ହେବା ସହ ଦେଶର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ କୃଷକମାନଙ୍କ ସଙ୍ଗଠିତ ଶକ୍ତିକୁ ସ୍ବାଧୀନତା ଆନ୍ଦୋଳନରେ ବିନିଯୋଗ କରାଯାଇପାରିଥିଲା। ଫଳରେ ଗାନ୍ଧିଜୀଙ୍କ ନେତୃତ୍ୱରେ ଏହି ଆନ୍ଦୋଳନରେ ପ୍ରାୟ ଏକ କୋଟି କୃଷକ ଓ ଶ୍ରମିକ ଯୋଗଦାନ କରିଥିଲେ। ଏମାନେ ଥିଲେ ମୋଟ ଭାରତୀୟ ସମାଜର ଏକ ବିଶାଳ ଅଂଶ। କୃଷକ ଓ ଶ୍ରମିକମାନେ ଯଦି ନିଜେ ଅନ୍ନ-ବସ୍ତ୍ର ଉତ୍ପାଦନରେ ସ୍ବାବଲମ୍ବୀ ହୋଇପାରନ୍ତି ତେବେ ରାଷ୍ଟ୍ରର ଆର୍ଥିକ ମେରୁଦଣ୍ଡ ମଧ୍ୟ ମଜଭୁତ ହୋଇପାରିବ- ଏଥିରେ ଗାନ୍ଧିଜୀ ଦୃଢ଼ ଭାବେ ବିଶ୍ୱାସ କରୁଥିଲେ।
ଲୁଣ ଭଳି ପ୍ରାକୃତିକ ବସ୍ତୁ ଉପରେ ସରକାରୀ କରକୁ ସେ ଅନ୍ୟାୟ ମନେକରୁଥିଲେ। ଏଣୁ ମାର୍ଚ୍ଚ ୧୨, ୧୯୩୦ରେ ଗାନ୍ଧିଜୀ କରିଥିଲେ ଲବଣ ସତ୍ୟାଗ୍ରହ। ଏଥିରେ ସେ ୨୫ ଦିନର ପଦଯାତ୍ରା ସହ ପ୍ରାୟ ୩୮୫ କି.ମି. ରାସ୍ତା ଅତିକ୍ରମ କରିଥିଲେ। ଏଥିପାଇଁ ୬୦ ହଜାର ଲୋକ ଗାନ୍ଧୀଙ୍କ ସହ ଗିରଫ ହୋଇ ଜେଲ ଯାଇଥିଲେ। ସତ୍ୟାଗ୍ରହର ଶକ୍ତି ଦେଖି ସମଗ୍ର ବିଶ୍ୱ ଚମତ୍କୃତ ହୋଇଥିଲା। ତାଙ୍କର ସମସ୍ତ ନୀତି ଥିଲା ଭାରତ ଭଳି ପ୍ରାଚୀନ ସୁସଂସ୍କୃତ ତଥା ଆଧ୍ୟାମତ୍ିକ ଦେଶର ଗରିବ କୃଷକ ଇତ୍ୟାଦି ବହୁ ସଂଖ୍ୟକ ସମାଜ ପାଇଁ ଉତ୍ସର୍ଗୀକୃତ।
ଗାନ୍ଧିଜୀ ନିଜେ ଦୈନନ୍ଦିନ ଚରଖା ଚଳାଇ ସୂତା କାଟିବାକୁ ଏକ ବ୍ରତ ଭାବେ ଗ୍ରହଣ କରିଥିଲେ। ଏହି ବ୍ରତ ଗ୍ରହଣ କରିବା ନିମିତ୍ତ ସମସ୍ତ ଦେଶବାସୀଙ୍କୁ ମଧ୍ୟ ପ୍ରେରଣା ଦେଇଥିଲେ। ଏହାଦ୍ୱାରା ଦେଶର ଗରିବ ଓ କୃଷକମାନେ ସ୍ବାବଲମ୍ବୀ ହୋଇପାରିବେ ବୋଲି ତାଙ୍କର ବିଶ୍ୱାସ ଥିଲା। ଏହିପରି ଗ୍ରାମୋଦ୍ୟୋଗଗୁଡିକୁ ପ୍ରୋତ୍ସାହନ ଦେବା, ରସାୟନମୁକ୍ତ ଜୈବିକ ଚାଷ, ଗ୍ରାମ ବିକାଶ, ଚାଷ କ୍ଷେତ୍ରରେ ମାନବ ଶ୍ରମ ଶକ୍ତିକୁ ବରବାଦ କରୁଥିବା ପାଶ୍ଚାତ୍ୟ ଯନ୍ତ୍ରପାତି ଏବଂ ବଡ ବଡ ଶିଳ୍ପ ଉଦ୍ୟୋଗ ପ୍ରତିଷ୍ଠା ବଦଳରେ ଭାରତୀୟ ସ୍ବଦେଶୀ ଟେକ୍‌ନିକର ବିନିଯୋଗ କରିବା ଥିଲା ଗାନ୍ଧିଜୀଙ୍କ ମୂଳ ନୀତି। ଏହି ବିଦେଶୀ ଯନ୍ତ୍ରପାତିଗୁଡ଼ିକୁ ଯଥାସମ୍ଭବ ବିନିଯୋଗ ନ କରିବା ଥିଲା ତାଙ୍କର ସ୍ପଷ୍ଟ ମତ। କାରଣ ପ୍ରତ୍ୟେକ ବ୍ୟକ୍ତି ବିଶେଷର କର୍ମ ନିଯୁକ୍ତି ଦ୍ୱାରା ହିଁ ଏକ ସ୍ବାବଲମ୍ବନଶୀଳ ରାଷ୍ଟ୍ର ଗଠିତ ହେବା ସମ୍ଭବ ଏବଂ ଏତଦ୍ୱାରା କୋଟି କୋଟି କୃଷକ ଓ ଶ୍ରମିକଙ୍କୁ ବେରୋଜଗାରୀରୁ ମୁକ୍ତି ଦିଆଯାଇପାରିବ।
ଦେଶର ସାତଲକ୍ଷ ଗ୍ରାମରେ ବସବାସ କରୁଥିବା ଗରିବ, ଖଟିଖିଆ ଓ ନାମମାତ୍ର କୃଷକଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଗାନ୍ଧିଜୀ ଅହରହ ଚିନ୍ତା କରୁଥିଲେ। ଏଥିପାଇଁ ଖଦି, ଅହିଂସକ ଉପାୟରେ ପ୍ରାପ୍ତ ଚମଡ଼ାରୁ ଜୋତା, ହାତକୁଟା ଚାଉଳ, ସାବୁନ, କାଗଜ ଓ ଦିଆସିଲି ଇତ୍ୟାଦି ପ୍ରସ୍ତୁତ ସହ ଅନ୍ୟାନ୍ୟ ହସ୍ତନିର୍ମିତ ଗ୍ରାମୋଦ୍ୟୋଗ ଉପରେ ସେ ଗୁରୁତ୍ୱ ଆରୋପ କରୁଥିଲେ। ଏଥି ମଧ୍ୟରେ ବିବିଧ ପ୍ରକାର ଚାଷ, ପଶୁପାଳନ, ଦୁଗ୍ଧଜାତ ଉଦ୍ୟୋଗ, ହାତପେଷା ଅଟା, ଘଣାପେଡ଼ା ତେଲ, ଗୁଡ଼ ଉତ୍ପାଦନ, ମହୁ ଚାଷ ପ୍ରଭୃତି ସାମିଲ ଥିଲା। ‘କୁଟି ଖାଅ-କାଟି ପିନ୍ଧ’ ନୀତିରେ ସେ ବିଶ୍ୱାସ ରଖୁଥିଲେ। ତାଙ୍କର ଏହି ଦୃଷ୍ଟିକୋଣକୁ ଲକ୍ଷ ଲକ୍ଷ ଦେଶବାସୀ କେବଳ ନିଷ୍ଠା ଓ ଆଗ୍ରହ ସହ ଗ୍ରହଣ କରି ନେଇଥିଲେ।
ଭାରତ ପରି ବିଶାଳ ଦେଶରେ ହଜାର ହଜାର ଗରିବ ଓ କୃଷକଙ୍କ ହାତକୁ କାମ ନ ଦେଇ, ସେମାନଙ୍କୁ ବେରୋଜଗାର କରାଇ ତାଙ୍କ ପାଖରେ ମିଲ ପ୍ରସ୍ତୁତ ଶସ୍ତାଲୁଗା, ମିଲ କୁଟା ଚାଉଳ ବା ଅଟା ପହଞ୍ଚାଇବାର ମାନେ କିଛି ନ ଥାଏ। ତାଙ୍କ ମତରେ ଏହା ଯେତେ ଶସ୍ତା ହେଲେ ବି ବ୍ୟକ୍ତିଗତ ରୋଜଗାର ଅଭାବରୁ ସେମାନଙ୍କ ପାଇଁ ଯଥେଷ୍ଟ ମହଙ୍ଗା ସାବ୍ୟସ୍ତ ହେବ। ପ୍ରତ୍ୟେକଙ୍କ ହାତକୁ କାମ- ଏହା ଥିଲା ଗାନ୍ଧିଜୀଙ୍କର ମୂଳ ନୀତି। ସ୍ବରାଜ୍ୟ ପ୍ରାପ୍ତି ପରେ କୃଷକମାନଙ୍କ ସ୍ଥିତି କିପରି ହେବା ଉଚିତ ଏହି ପ୍ରସଙ୍ଗରେ ଏକଦା ଗାନ୍ଧିଜୀ ନିଜର ମତପୋଷଣ କରି କହିଥିଲେ, ସ୍ବାଧୀନ ଭାରତରେ ସେମାନଙ୍କୁ (କୃଷକ) ସେମାନଙ୍କର ଯୋଗ୍ୟସ୍ଥାନ ପ୍ରାପ୍ତ ହେବା ଉଚିତ ତଥା ସେମାନଙ୍କ ସ୍ବରକୁ ପ୍ରାଥମିକତା ଭିତ୍ତିରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ। କିନ୍ତୁ ଏବେଚାଲୁ ରହିଥିବା କୃଷକ ଆନ୍ଦୋଳନ ଯେପରି ଲକ୍ଷ୍ୟଚ୍ୟୁତ ହେବାକୁ ବସିଛି, ତାହା ଯେ ଆମର ଗଣତାନ୍ତ୍ରିକ ମୂଲ୍ୟବୋଧ, ବିଧିବ୍ୟବସ୍ଥା ଓ ସର୍ବଶେଷରେ କଷ୍ଟଲବ୍ଧ ସ୍ବାଧୀନତାକୁ ବିପନ୍ନ କରିବ ଏଥିରେ ସନ୍ଦେହ ନାହିଁ। ଦେଶର ସ୍ବାର୍ଥ ଏବଂ କୃଷକମାନଙ୍କର ମଙ୍ଗଳ ସକାଶେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ପରାମର୍ଶକୁ ଅଣଦେଖା ନ କରି ସକଳ ଜିଦ୍‌ ପରିହାର ପୂର୍ବକ ବୁଦ୍ଧିମତ୍ତାର ସହ ଯଥେଷ୍ଟ ଆଲୋଚନା ସକାଶେ ଉଭୟ ସରକାର ଓ କୃଷକ ସଙ୍ଗଠନଗୁଡ଼ିକ ଆଗେଇ ଆସିବା ଉଚିତ।
-ଗାୟତ୍ରୀଭବନ, ନଲମଗଞ୍ଜ ଛକ, ମୋତିଗଞ୍ଜ, ବାଲେଶ୍ୱର, ମୋ: ୮୩୨୮୮୪୨୨୦୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ବର୍ଜ୍ୟ ସମସ୍ୟାର ସମାଧାନ ଲାଗି ଡ. ଶାନ୍ତି…

ଆମ ବିଦ୍ୟାଳୟ

ଗ୍ରାଗ୍ରାମୀଣ ଭାରତର ଅନେକ ଅଞ୍ଚଳ ଏପର୍ଯ୍ୟନ୍ତ ଶିକ୍ଷାର ଆଲୋକରୁ ବଞ୍ଚିତ। ବିଶେଷ କରି ନିପଟ ମଫସଲ ଗାଁମାନେ, ଯେଉଁଠି ସହରି ଚାଲି ଚଳନ ସମ୍ପୂର୍ଣ୍ଣ ଭାବେ ପହଞ୍ଚିନାହିଁ,…

ପଶ୍ଚିମବଙ୍ଗର ନୂଆ ଅଧିକାରୀ

ପଶ୍ଚିମବଙ୍ଗ ରାଜନୈତିକ ଇତିହାସରେ ୯ ମେ’ ୨୦୨୬ ଆଉ ଏକ ଫର୍ଦ୍ଦ ଯୋଡ଼ିଛି। ସେଠାରେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) କ୍ଷମତାକୁ ଆସିବା…

ଉଜୁଡ଼ା ବଣ ଓ ଅସୁରକ୍ଷିତ ପ୍ରାଣୀ

ପ୍ରାକୃତିକ ପରିସଂସ୍ଥାକୁ ପରିପୁଷ୍ଟ, ପ୍ରାଣବନ୍ତ ଓ ପ୍ରଭାବଶାଳୀ କରିବା ଦିଗରେ ବନ୍ୟପ୍ରାଣୀଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ବିଶ୍ବଖାଦ୍ୟ ଓ ଜଳ ନିରାପତ୍ତା ଏବଂ ଜୈବବିବିଧତାର ପ୍ରାଚୁର୍ଯ୍ୟକୁ ଋଦ୍ଧିମନ୍ତ…

ଅନାଲୋ ସଜନୀ

ଜୋତା ଦୋକାନର ପିଲାଟିକୁ ମୋ ପାଇଁ ଜୋତା ଦେଖେଇବାକୁ କହିଛି କି ନାହିଁ ମତେ ସାମାନ୍ୟ ଠେଲିଦେଇ ଜଣେ ଯୁବତୀ ଏବଂ ତାଙ୍କ ମାଆ ଭିତରକୁ ପଶିଆସିଲେ।…

ଭଗବାନ୍‌ ଆମ ଅନ୍ତରରେ

ନିର୍ଜୀବରୁ ଜୀବ ସୃଷ୍ଟି – ଏ ଏକ ନିୟମ ା ମଣିଷର ଦେହକୁ ଅଣୁ ପରମାଣୁ ଭଳି ଟିକି ଟିକି କରିପାରିଲେ ଆମ ଚକ୍ଷୁରେ ସେଗୁଡିକ ନିର୍ଜୀବ…

ମହତ୍ତ୍ୱାକାଂକ୍ଷୀ ଗତିଶୀଳତା

ନିୟମିତ ଭାବେ କିଛି ବର୍ଷ ବ୍ୟବଧାନରେ ବାସ୍ତବ ସ୍ଥିତିକୁ ସ୍ବୀକାର କରି ତଦନୁଯାୟୀ କାର୍ଯ୍ୟ କରିବା ପାଇଁ ଭାରତ ଏହାର ରାଷ୍ଟ୍ରଦୂତଙ୍କୁ ଆହ୍ବାନ ଦିଏ। ସମ୍ପ୍ରତି ରାଷ୍ଟ୍ରଦୂତ…

ଏଇ ଭାରତରେ

ମହିଳା ସଶକ୍ତୀକରଣର ପ୍ରତୀକ ସାଜିଛନ୍ତି ବେଙ୍ଗାଲୁରୁର ଜାନ୍ସି ବି.ଭି.। ସେ ଏକାବେଳକେ ଜଣେ ମା’, ଅଟୋଚାଳକ ଓ ପ୍ରଶିକ୍ଷକ ଭୂମିକା ନିର୍ବାହ କରୁଛନ୍ତି। ଜାନ୍ସିଙ୍କୁ ବୟସ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri