ଜେଲ ଗଲେ ପ୍ରେମିକ

ଯାଜପୁର ଅଫିସ୍‌/ରସୁଲପୁର/ଯାଜପୁର ଟାଉନ,୩୦ା୧: ଯାଜପୁର ଜିଲା କୁଆଖିଆ ଥାନା ମୂଳାପାଳ ଛକ ନିକଟରୁ ବୁଧବାର ସକାଳେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକଙ୍କ ମୃତଦେହ ଜବତ ହୋଇଥିଲା। ତାଙ୍କ ମୃତଦେହକୁ ଦୁଇଜଣ ସ୍କୁଟିରେ ଆଣି ଫୋପାଡ଼ିଥିବା ଏକ ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଛି। ଝରାଫୁଲଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରୁଥିବା ବେଳେ ପୋଲିସ ଏ ନେଇ ତଦନ୍ତ ଚଳାଇଛି। ଝରାଫୁଲ ଆଦିବାସୀ ସମ୍ପ୍ରଦାୟର ବୋଲି ଜଣାପଡ଼ିବା ପରେ ମାମଲାରେ ଏସ୍‌ସି ଏସ୍‌ଟି ଦଫା ଯୋଡ଼ାଯାଇଛି। ଏହାସାଙ୍ଗକୁ ତଦନ୍ତକାରୀ ଅଧିକାରୀ ମଧ୍ୟ ବଦଳିଛନ୍ତି। ତଦନ୍ତ ଦାୟିତ୍ୱ କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁଙ୍କଠାରୁ ଏସ୍‌ଡିପିଓ ଚିନ୍ମୟ ନାୟକଙ୍କୁ ହସ୍ତାନ୍ତର କରାଯାଇଛି। ଅନ୍ୟପକ୍ଷରେ ଯାଜପୁର ଜିଲା ପୋଲିସ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପୋଲିସ ସହାୟତାରେ ଗୁରୁବାର ଗିରଫ କରିଥିବା ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁଙ୍କୁ ଶୁକ୍ରବାର ଜିଲା ଦୌରାଜଜ୍‌ଙ୍କ କୋର୍ଟକୁ ଚାଲାଣ କରିଛି। ବିଚାରପତି ରାକେଶଙ୍କୁ ଯାଜପୁର ଜିଲା କାରାଗାରକୁ ପଠାଇ ଦେଇଛନ୍ତି। କୁଆଖିଆ ପୋଲିସ ରାକେଶକୁ ୫ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା। ଏହାର ଶୁଣାଣି ଆସନ୍ତା ୧ ତାରିଖରେ କରିବା ପାଇଁ କୋର୍ଟ ଦିନଧାର୍ଯ୍ୟ କରିଛନ୍ତି।
ଝରାଫୁଲଙ୍କ ଘର ମୟୂରଭଞ୍ଜ ଜିଲା ଯଶିପୁର ଥାନା ବୁନ୍ଦେଇପୋଷି ଗ୍ରାମରେ। ରାକେଶଙ୍କ ଘର ଭୁବନେଶ୍ୱର ଏୟାରଫିଲ୍ସ ଥାନା ସୁନ୍ଦରପଦା ତଳସାହି ଅଞ୍ଚଳରେ। ସେ ଜଣେ ପାଇପ୍‌ ମିସ୍ତ୍ରି। ଯାଜପୁର ଟାଉନଥାନାରେ ରାକେଶଙ୍କୁ ଏସ୍‌ଡିପିଓ ନାୟକ ଓ କୁଆଖିଆ ଥାନାଧିକାରୀ ସ୍ବାଇଁ ପଚରାଉଚରା ବେଳେ ସେ ଅନେକ କଥା କହିଛନ୍ତି। ଏ ସମ୍ପର୍କରେ କୁଆଖିଆ ଥାନାଧିକାରୀ ସ୍ବାଇଁ କହିଛନ୍ତି ଯେ, ଲକ୍‌ଡାଉନ ସମୟରେ ରାକେଶ ବୁନ୍ଦେଇପୋଷିରେ ପାଇପ୍‌ ବିଛା କାର୍ଯ୍ୟରେ ନିୟୋଜିତ ଥିବା ସମୟରେ ଝରାଫୁଲଙ୍କ ସହ ତାଙ୍କର ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। ଝରାଫୁଲ ଭୁବନେଶ୍ୱରରେ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ରହି ପଢ଼ୁଥିଲେ। ଲକ୍‌ଡାଉନ ସମୟରେ ସେ ଘରକୁ ପଳାଇଥିଲେ। ଗତ ୨୪ ତାରିଖରେ ସମ୍ପର୍କୀୟଙ୍କ ଘରୋଇ ପାର୍ଟିରେ ଯୋଗଦେବା ପାଇଁ ସେ ଭୁବନେଶ୍ୱର ଆସିଥିଲେ। ୨୬ ତାରିଖରେ ସେ ଗଁାକୁ ଯିବା ପାଇଁ ଜୟଦେବ ବିହାରରୁ ଝାଡ଼େଶ୍ୱରୀ ନାମକ ବସ୍‌ ବସିଥିଲେ। କିନ୍ତୁ ଦେହ ଅସୁସ୍ଥ ଦର୍ଶାଇ ବାଣୀବିହାର ଛକରେ ଓହ୍ଲାଇ ପଡ଼ିଥିଲେ। ଏହାପରେ ସେ ରୂପାଲି ଛକ ପର୍ଯ୍ୟନ୍ତ ଯାଇ ରାକେଶଙ୍କୁ ଭେଟିଥିଲେ। ଉଭୟେ ଉକ୍ତ ରାତିରେ ଭୁବନେଶ୍ୱର ଧର୍ମବିହାରସ୍ଥିତ ଶିବସାଇ ଗେଷ୍ଟହାଉସରେ ରାତ୍ରିଯାପନ କରିଥିଲେ। ସକାଳେ ରାକେଶ ଉଠିଥିଲେ, କିନ୍ତୁ ଝରାଫୁଲ ଆଉ ଉଠି ନ ଥିଲେ। ତାଙ୍କର ମୃତ୍ୟୁ ଘଟିଥିବା ଜାଣି ରାକେଶ ବିଚଳିତ ହେବାସହ ମୃତଦେହକୁ ଫୋପାଡି ଦେବା ପାଇଁ ଯୋଜନା କରିଥିଲେ। ସେ ଏନେଇ ତାଙ୍କ ପଡ଼ୋଶୀ ସାଙ୍ଗଙ୍କ ସହାୟତା ଲୋଡ଼ିଥିଲେ। ଗତ ୧୧ ତାରିଖରେ ରାକେଶ କିଣିଥିବା ନୂଆ ସ୍କୁଟିକୁ ଏଥିରେ ବ୍ୟବହାର କରାଯାଇଥିଲା। ରାକେଶ ମୃତଦେହକୁ ଧରି ପଛରେ ବସିଥିବାବେଳେ ତାଙ୍କ ସାଙ୍ଗ ସ୍କୁଟି ଚଳାଇଥିଲେ। ସକାଳ ସମୟ କୁହୁଡ଼ିଆ ପାଗ ଥିବାରୁ ସେମାନେ ମୃତଦେହକୁ ପ୍ରାୟ ୮୦ କି.ମି. ନେବାରେ ସକ୍ଷମ ହୋଇଥିଲେ। ସୂର୍ଯ୍ୟକିରଣ କ୍ରମଶଃ ପ୍ରଖର ହେବା ପରେ ସେମାନେ ଆଉ ମୃତଦେହକୁ ନେବା ସହଜ ନୁହେଁ ବୋଲି ମନେକରି କୁଆଖିଆ ଥାନା ଅଞ୍ଚଳରେ ପକାଇଦେଇ ପଳାଇ ଆସିଥିଲେ ବୋଲି ରାକେଶ ବୟାନ ଦେଇଥିବା ଥାନା ଅଧିକାରୀ ସ୍ବାଇଁ କହିଛନ୍ତି। ରାକେଶଙ୍କ ଏଭଳି ବୟାନ ରେକର୍ଡ ପରେ ପୋଲିସ ତାଙ୍କର ଡାକ୍ତରୀ ପରୀକ୍ଷା ଓ କୋଭିଡ୍‌ ପରୀକ୍ଷା କରି କୋର୍ଟ ଚାଲାଣ କରିଥିଲା। ହେଲେ ଝରାଫୁଲଙ୍କ ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇପାରିନାହିଁ। ‘ରାତିରେ ଖାଇ ଶୋଇଥିଲୁ, ଫୁଡ୍‌ ପଏଜନିଂ ହୋଇ ଝରାଫୁଲଙ୍କ ମୃତ୍ୟୁ ଘଟିଥିବ’ ବୋଲି ରାକେଶ ପୋଲିସକୁ କହିଛନ୍ତି। କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିନାହିଁ। ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି। ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ ବୋଲି ଏସ୍‌ପି ରାହୁଲ ପି.ଆର. କହିଛନ୍ତି। ସେହିପରି ଅନ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଗେଷ୍ଟହାଉସ୍‌ କର୍ମଚାରୀ ଓ ମାଲିକଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି ବୋଲି ଥାନାଧିକାରୀ ସ୍ବାଇଁ କହିଛନ୍ତି।
ଅପରପକ୍ଷରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ଶୁକ୍ରବାର ସକାଳେ ଘଟଣାସ୍ଥଳ ପରିଦର୍ଶନ କରିବା ସହ କୁଆଖିଆ ଥାନାଧିକାରୀ ଓ ଏସ୍‌ପି ରାହୁଲ ପି.ଆର.ଙ୍କ ସହ ଆଲୋଚନା କରିଥିଲେ। ମାମଲାକୁ ନେଇ ପୋଲିସ ଅତି ତପତ୍ରତାର ସହ କାମ କରୁଛି। ଘଟଣାରେ ଯାହାର ଲିଙ୍କ୍‌ ସାମ୍ନାକୁ ଆସିବ ତାଙ୍କୁ ଗିରଫ କରାଯିବ ବୋଲି ଅଧ୍ୟକ୍ଷା ବେହେରା କହିଛନ୍ତି। ମାମଲାକୁ ନେଇ ଏ ପର୍ଯ୍ୟନ୍ତ କ’ଣ ସବୁ ପଦକ୍ଷେପ ନିଆଯାଉଛି ତା’ର ଏକ ରିପୋର୍ଟ ଅଧ୍ୟକ୍ଷା ବେହେରାଙ୍କୁ ପ୍ରଦାନ କରାଯାଇଛି। ପରବର୍ତ୍ତୀ ସମୟରେ ପୂର୍ଣ୍ଣାଙ୍ଗ ରିପୋର୍ଟ କମିଶନକୁ ପ୍ରଦାନ କରାଯିବ ବୋଲି ଏସ୍‌.ପି ଅଧ୍ୟକ୍ଷା ବେହେରାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଜୁ ବୁଦାରେ ଝୁଲୁଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଞ୍ଚାୟତର ନୂଆସାହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ…

ରୁଷିକୁଲ୍ୟାରୁ କମୁଛି ଜଳସ୍ତର: ଟଳିଲା ବନ୍ୟା ଆଶଙ୍କା

ପୁରୁଷୋତ୍ତମପୁର, ୨୬।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ଗତ ଚାରିଦିନ ଧରି ଲଗାଣ ବର୍ଷା ଜାରି…

ପ୍ରଶାନ୍ତ କିଶୋରଙ୍କୁ ଜୋରଦାର ଝଟ୍‌କା: ପ୍ରାର୍ଥୀ ଘୋଷଣାର ୨୪ ଘଣ୍ଟାରେ…

ପାଟନା,୨୬।୯: ବିହାର ବିଧାନ ପରିଷଦ ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଦଳ ଜନ ସୁରଜକୁ ଝଟକା ଲାଗିଛି। ତିରହୁତ ଶିକ୍ଷକ ନିର୍ବାଚନମଣ୍ଡଳୀ ପାଇଁ ଦଳର ପ୍ରାର୍ଥୀ ଘୋଷଣା…

ଭଜନ କ୍ଲବିଂରେ ସାମିଲ ପ୍ରଧାନମନ୍ତ୍ରୀ ମୋଦି: ରାମ ଭଜନରେ ବଜାଇଲେ ଡଫଲି

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀର ଦୀନ ଦୟାଲ ଉପାଧ୍ୟାୟ ପାର୍କରେ ଆୟୋଜିତ ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ…

ରାହୁଙ୍କ ଘରେ ଶୁକ୍ରଙ୍କ ପ୍ରବେଶ: ଆଜିଠୁ ଆରମ୍ଭ ହେଲା ୩ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ପ୍ରେମ, ସୌନ୍ଦର୍ଯ୍ୟ, ଧନ, ଐଶ୍ୱର୍ଯ୍ୟ ଏବଂ ଭୌତିକ ସୁଖ-ସୁବିଧାର କାରକ ଗ୍ରହ ଭାବେ ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ଶୁକ୍ରଙ୍କ ଶୁଭ…

ଦୁର୍ଗାପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସି! ଜାଣନ୍ତୁ କେତେ ପ୍ରତିଶତ ବଢ଼ିବ DA

ନୂଆଦିଲ୍ଲୀ,୨୬।୯: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହି କେନ୍ଦ୍ର ସରକାରୀ କର୍ମଚାରୀ (Central Government Employee) କିମ୍ବା ପେନସନଭୋଗୀ ଅଛନ୍ତି, ତେବେ ପାର୍ବଣ ଋତୁରେ ଆପଣଙ୍କ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢିଲା ଟେନ୍‌ସନ୍‌: ଲାଗିଲା ପୁଣି ଝଟକା

ନୂଆଦିଲ୍ଲୀ,୨୬।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଇଦାନକୁ ଫେରିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରୁ ବାଦ…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?