Posted inଖେଳ

ଚାମ୍ପିୟନଶିପ୍‌ ଫାଇନାଲ ପୋର୍ତ୍ତୋ କୁ ସ୍ଥାନାନ୍ତର

ଲଣ୍ଡନ, ୧୪ା୫(ପି.ଟି.)-ଚେଲ୍‌ସି ବନାମ ମାଞ୍ଚେଷ୍ଟର ସିଟି ଚାମ୍ପିୟନ୍ସ ଲିଗ୍‌ ଫୁଟ୍‌ବଲ ଫାଇନାଲ ଇସ୍ତାନବୁଲ୍‌ରୁ ପୋତ୍ତେର୍ର୍ା ସ୍ଥାନାନ୍ତର କରାଯାଇଛି। ଷ୍ଟାଡିୟମରେ ମ୍ୟାଚ ଦେଖିବା ଲାଗି ଦୁଇ ଦଳର ୧୨,୦୦୦ ସମର୍ଥକଙ୍କୁ ଅନୁମତି ମିଳିବ। ୟୁନିୟନ ଅଫ୍‌ ୟୁରୋପିଆନ ଫୁଟ୍‌ବଲ ଆସୋସିଏଶନ (ୟୁଫା) ତରଫରୁ ଗୁରୁବାର ଏ ବିଷୟ ସ୍ପଷ୍ଟ କରାଯାଇଛି। କୋଭିଡ୍‌ ଯୋଗୁ ତୁର୍କୀକୁ ବିମାନ ଯାତାୟାତ କଟକଣା ଜାରି କରିଛି ଇଂଲଣ୍ଡ। ଫାଇନାଲ ମ୍ୟାଚ ମେ’ ୨୯ରେ ଖେଳାଯିବ। ପୋତ୍ତେର୍ର୍ାସ୍ଥିତ ଇଷ୍ଟଡିଓ ଡୁ ଡ୍ରାଗାଓ ଷ୍ଟାଡିୟମର ମୋଟ ଆସନ କ୍ଷମତା ୫୦,୦୦୦ ରହିଛି। ପ୍ରଥମ ବିକଳ୍ପ ସ୍ଥାନ ଭାବେ ଲଣ୍ଡନସ୍ଥିତ ଓ୍ବେମ୍ବଲି ଷ୍ଟାଡିୟମରେ ଏହି ମ୍ୟାଚ କରିବା ଲାଗି ବିଚାର କରାଯାଇଥିଲା। ମାତ୍ର ମ୍ୟାଚର ଅତିଥି ଓ ବ୍ରଡ୍‌କାଷ୍ଟରଙ୍କ ଲାଗି କ୍ୱାରାଣ୍ଟାଇନ ବ୍ୟବସ୍ଥା କରିବା ଲାଗି ବ୍ରିିଟିଶ ସରକାର ଅକ୍ଷମତା ପ୍ରକାଶ କରିଥିଲେ। ଆସନ୍ତା ସପ୍ତାହ ଆରମ୍ଭରୁ ପର୍ତ୍ତୁଗାଲ ସମେତ ୧୨ଟି ଦେଶରୁ କୌଣସି ଲୋକ ଫେରିଲେ କ୍ୱାରାଣ୍ଟାଇନରେ ରହିବାକୁ ପଡ଼ିବ ନାହିଁ ବୋଲି ଇଂଲଣ୍ଡ କହିଛି। ୟୁଫା ସୂଚନା ଅନୁସାରେ ଗୁରୁବାର ଉଭୟ ଚେଲ୍‌ସି ଓ ମାଞ୍ଚେଷ୍ଟର ସିଟି ସମର୍ଥକଙ୍କ ପାଇଁ ୬,୦୦୦ ଟିକେଟ ବିକ୍ରି ପାଇଁ ଛଡ଼ାଯାଇଛି। କୋଭିଡ୍‌ ପାଇଁ ସମର୍ଥକମାନେ ପ୍ରାୟ ଏକ ବର୍ଷ ହେବ ସେମାନଙ୍କ ପ୍ରିୟ ଦଳର ଖେଳ ଷ୍ଟାଡିୟମରେ ବସି ଉପଭୋଗ କରିପାରି ନାହାନ୍ତି। ତେଣୁ ଟିକେଟର ଚାହିଦା ରହିବ ବୋଲି ୟୁଫା ସଭାପତି ଆଲେକ୍‌ସାଣ୍ଡର ସେଫିରିନ୍‌ ପ୍ରକାଶ କରିଛନ୍ତି। ଗତବର୍ଷ ମଧ୍ୟ ଫାଇନାଲ ଇସ୍ତାନବୁଲ୍‌ରୁ ପର୍ତ୍ତୁଗାଲ ସ୍ଥାନାନ୍ତରିତ ହୋଇଥିଲା। ଏହା ବିନା ଦର୍ଶକରେ ଲିସ୍‌ବନରେ ଖେଳାଯାଇଥିଲା। ବେୟର୍ନ ମ୍ୟୁନିକ୍‌ ଟାଇଟଲ ବିଜୟୀ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତ ସମ୍ପୂର୍ଣ୍ଣ ଫିଟ୍‌ ନାହାନ୍ତି: ଗାଙ୍ଗୁଲି

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେଇଥିବା ରୋହିତ ଶର୍ମାଙ୍କ ଫିଟ୍‌ନେସ୍‌କୁ ନେଇ ଆଲୋଚନା ଜୋର ଧରିଛି। ବିଶେଷ...

ମୁମ୍ବାଇର ଅପେକ୍ଷା ଜାରି

ମୁମ୍ବାଇ,୨୪।୪: ସ୍ଥାନୀୟ ଓ୍ବାଙ୍ଖ୍‌ଡେ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୩୬ ରନ୍‌ରେ ହରାଇ ଦେଇଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ। ଅଧିନାୟକ ଲୋକେଶ ରାହୁଲଙ୍କ...

ଜମ୍ମୁ-କଶ୍ମୀର ତରଫରୁ ଖେଳିପାରିବେ ଲଦାଖ ଖେଳାଳି

ନୂଆଦିଲ୍ଲୀ,୬।୮(ପି.ଟି.)- ବର୍ତ୍ତମାନ ନୂଆକରି ଗଠିତ ହୋଇଥିବା କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରୁ ଖେଳାଳିମାନେ ଜମ୍ମୁ-କଶ୍ମୀର ତରଫରୁ ଆଗାମୀ ଘରୋଇ ସେସନରେ ପ୍ରତନିଧିତ୍ୱ କରିପାରିବେ ବୋଲି ମଙ୍ଗଳବାର କ୍ରିକେଟ...

ପରାଜୟ ସତ୍ତ୍ୱେ ଏହି ରେକର୍ଡର ଅଧିକାରୀ ହେଲେ ଧୋନୀ

ଆବୁଧାବି, ୮।୧୦: ଆଇପିଏଲ୍‌ ୧୩ତମ ସିଜନରେ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ୧୦ ରନରେ ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ପରାସ୍ତ କରିଛି। ଚେନ୍ନାଇ...

ଧାଓ୍ବନଙ୍କ ଶତକ: ଅଷ୍ଟ୍ରେଲିଆକୁ ୩୫୩ ରନ୍‌ର ଟାର୍ଗେଟ ଦେଲା ଭାରତ

ଓଭାଲ, ୯।୬: ବିଶ୍ୱକପରେ ଭାରତ ଓ ଅଷ୍ଟ୍ରେଲିଆ ଚାଲିଥିବା ଏକ ମ୍ୟାଚରେ ମ୍ୟାଚରେ ଅଷ୍ଟ୍ରେଲିଆକୁ ୩୫୩ ରନ୍‌ର ଟାର୍ଗେଟ ଦେଇଛି ଭାରତ। ଓପନର ଶିଖର ଧୱନଙ୍କ...

ୟୁକେ ଟୁର୍‌ ପାଇଁ ଖେଳାଳିଙ୍କ ପରିବାରକୁ ଅନୁମତି

ନୂଆଦିଲ୍ଲୀ,୨ା୬ (ପି.ଟି.)-ଭାରତର ଉଭୟ ପୁରୁଷ ଓ ମହିଳା କ୍ରିକେଟ ଟିମ୍‌ର ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍‌ ନିଜ ପରିବାରକୁ ନେଇ ଇଂଲଣ୍ଡ ଟୁର୍‌ରେ ଯିବା ଲାଗି...

କୋଭିଡ୍‌-୧୯: ବିଶ୍ୱକପ୍‌ ବ୍ୟାଟ୍‌ ନିଲାମ କରିବେ ଶକିବ

ଢାକା,୨୨।୪(ପି.ଟି.): କୋଭିଡ୍‌-୧୯ ମହାମାରୀ ମୁକାବିଲା ପାଇଁ ବାଂଲାଦେଶ ତାରକା ଅଲରାଉଣ୍ଡର ଶକିବ୍‌ ଅଲ ହାସନ ଆଗକୁ ବାହାରିଛନ୍ତି। ଅର୍ଥ ସଂଗ୍ରହ ପାଇଁ ସେ ୨୦୧୯ ବିଶ୍ୱକପ୍‌ରେ...

କୋହଲିଙ୍କଠାରୁ ଗୁରୁମନ୍ତ୍ର ପାଇ ବିଜୟର ଖାତା ଖୋଲିଲା ଆରସିବି

ମୁମ୍ବାଇ,୧୬।୩: ଦୀର୍ଘ ସମୟ ଅପେକ୍ଷା କରିବା ପରେ ମହିଳା ପ୍ରିମିୟର ଲିଗରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟର ଖାତା ଖୋଲିଛି। ଲଗାତାର ୫ ମ୍ୟାଚ ହାରିଯିବା...

Advertisement
Archives

Model This Week