ଚିକିତ୍ସା ବିଜ୍ଞାନରେ ବିରଳ: ଟ୍ରାନ୍ସଜେଣ୍ଡର ପୁରୁଷ ହେଲେ ଗର୍ଭବତୀ

ରୋମ,୨୪।୧: ଟ୍ରାନ୍ସଜେଣ୍ଡର ବ୍ୟକ୍ତି କେବେ ଗର୍ଭବତୀ ହେବାର ଶୁଣିଛନ୍ତି କି? ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଇଟାଲୀରେ ଏପରି ଅଜବ ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ଲିଙ୍ଗ ପରିବର୍ତ୍ତନ ପାଇଁ ସର୍ଜରୀ କରିବାକୁ ବ୍ୟକ୍ତିଜଣକ ୫ ମାସର ଗର୍ଭବତୀ ହୋଇଥିବା ଜଣାପଡିଛି।

ୟୁରୋପୀୟ ଦେଶ ଇଟାଲୀରେ ଏପରି ଅଜବ ମାମଲା ସାମ୍ନାକୁ ଆସିଛି। ଇଟାଲୀରେ ଏହା ପ୍ରଥମ ଘଟଣା। ମାର୍କୋ ନାମକ ଜଣେ ବ୍ୟକ୍ତି ସ୍ତନ ଅପସାରଣ ସର୍ଜରୀ କରିବା ପରେ ଲିଙ୍ଗ ପରିବର୍ତ୍ତନ କରିବାର ଅପରେଶନ ଚାଲିଥିଲା। ଏହି ସମୟରେ ସେ ପାଞ୍ଚ ମାସର ଗର୍ଭବତୀ ଥିବା ଜଣାପଡିଥିଲା।
ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁଯାୟୀ, ମାର୍କୋ ନାମକ ବ୍ୟକ୍ତି ସ୍ତନ ଅପସାରଣ ଅସ୍ତ୍ରୋପଚାର(ମାଷ୍ଟେକ୍ଟୋମ) କରିବା ପରେ ନିଜର ଲିଙ୍ଗ ପରିବର୍ତ୍ତନ କରିଥିଲେ। ଏହି ଅପରେଶନ ପରେ ସେ ପାଞ୍ଚ ମାସର ଗର୍ଭବତୀ ଥିବା ଜଣାପଡିଥିଲା। ରୋମର ଅନ୍ୟତମ
ମାର୍କୋ ହସ୍ପିଟାଲରେ ଏହି ସର୍ଜରୀ କରାଯାଇଥିଲା। ଏହାପରେ ତାଙ୍କର ହାଇଷ୍ଟେରେକ୍ଟୋମି ପ୍ରକ୍ରିୟା ଦ୍ୱାରା ଗର୍ଭାଶୟ ବାହାର କରାଯାଉଥିଲା। ତେବେ ସେ ଗର୍ଭବତୀ ଥିବା ଜଣାପଡିବା ପରେ ଡାକ୍ତର ଗର୍ଭାଶୟ ହଟାଇବାକୁ ସତର୍କ କରାଇଛନ୍ତି। ବର୍ତ୍ତମାନ ମାର୍କୋ ଏହି ଶିଶୁର ବାୟୋଲୋଜିକାଲ ମାଆ ହେବେ। କିନ୍ତୁ ଆଇନ ଅନୁଯାୟୀ ସେ ପିଲାର ବାପା ଭାବରେ ପଞ୍ଜୀକୃତ ହେବେ। ଅର୍ଥାତ ମାର୍କୋ ତାଙ୍କ ସନ୍ତାନର ଉଭୟ ପିତାମାତା ଭାବେ ଦାୟିତ୍ୱ ତୁଲାଇବେ। ଏହି ସମୟରେ ଡାକ୍ତର ମାର୍କୋଙ୍କୁ ତୁରନ୍ତ ତାଙ୍କ ହରମୋନ ଥେରାପି ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି।

ଏପରି ବିରଳ ମାମଲାକୁ ସିହର୍ସ ଡ୍ୟାଡ୍‌ କୁହାଯାଏ। ସିହର୍ସ ଅର୍ଥାତ୍‌ ଏକ ସମୁଦ୍ର ଘୋଡା ଯାହା ଏକ ପୁରୁଷ ମାଛ ହୋଇଥାଏ। ଏହି ଦୁର୍ଲଭ ମାଛ ଦୁନିଆରେ ଏଥିପାଇଁ ଜଣାଶୁଣା କାହିଁିକି ନା ଏହି ପ୍ରଜାତିର ପୁରୁଷ ମାଛ ସନ୍ତାନ ଜନ୍ମ କରିଥାଏ। ଏଥିରେ ମହିଳା ସମୁଦ୍ର ଘୋଡା ଦ୍ୱାରା ପୁରୁଷ ସମୁଦ୍ର ଘୋଡା ଗର୍ଭବତୀ ହୋଇଥାଏ। ତେବେ ଏହି ମାମଲାରେ ଏପରି ଘଟଣାକୁ ସାମଞ୍ଜସ୍ୟ କରାଯାଇଛି।

ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡକ୍ଟର ଜୁଲିଆ ସେନୋଫୋଣ୍ଟେ କହିଛନ୍ତି, ମାର୍କୋଙ୍କ ହରମୋନ ଥେରାପି ତୁରନ୍ତ ବନ୍ଦ ହେବା ଆବଶ୍ୟକ ନଚେତ ଗର୍ଭସ୍ଥ ଶିଶୁ ବିପଦ ଆସିପାରେ। ସେହିପରି ଚିକିତ୍ସା ତୁରନ୍ତ ବନ୍ଦ ନ ହେଲେ ପରିଣାମ ଖରାପ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟିକୁ ଧକ୍କାଦେଲା ‘ଆମ ବସ୍‌’

ସମ୍ବଲପୁର,୮ା୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲା ଥାନା ଅନ୍ତର୍ଗତ ପିସି ବ୍ରିଜ୍‌ ନିକଟରେ ଜାତୀୟ ରାଜପଥ(୫୩) ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ବୁର୍ଲାର…

କରଣଙ୍କ ଚମତ୍କାର ଡେବ୍ୟୁ: ଏମିତି ଡ୍ରେସ୍‌ ପିନ୍ଧିଲେ ଚାହିଁ ରହିଗଲେ ସମସ୍ତେ

ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ୨୦୨୬ ମେଟ ଗାଲାରେ ଏକ ଚମତ୍କାର ଡେବ୍ୟୁ କରିଥିଲେ। ଏହି ବିଶେଷ ଅବସର ପାଇଁ ସେ ପ୍ରଖ୍ୟାତ ଚିତ୍ରକର ରାଜା…

ସୁଧୁରି ଯାଅ, ନଚେତ୍‌ କାଶୀରୁ ଇସଲାମାବାଦ ପର୍ଯ୍ୟନ୍ତ… ଚର୍ଚ୍ଚାରେ ରାଘବଙ୍କ ଏହି ଚେତାବନୀ

ନୂଆଦିଲ୍ଲୀ,୮ା୫: ଆମ୍‌ ଆଦ୍‌ମୀ ପାର୍ଟି (AAP) ଛାଡ଼ି ଭାଜପାରେ ଯୋଗ ଦେଇଥିବା ରାଜ୍ୟ ସଭା ଏମ୍‌ପି ରାଘବ ଚଢ଼ା ‘ଅପରେଶନ ସିନ୍ଦୂର’ର ପ୍ରଥମ ବାର୍ଷିକୀରେ ତାଙ୍କ ଇନ୍‌ଷ୍ଟାଗ୍ରାମ…

ଆସିଲା ବଡ଼ ଅପଡେଟ୍, କେରଳ ପାଇଁ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚୂଡ଼ାନ୍ତ!

ଥିରୁଭାନନ୍ତପୁରମ,୮ା୫: ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି। ଆସାମ ଏବଂ ପଶ୍ଚିମବଙ୍ଗରେ ଭାଜପା ଏକ ବଡ଼ ବିଜୟ ହାସଲ କରିଥିବା ବେଳେ, କେରଳରେ କଂଗ୍ରେସ ନେତୃତ୍ୱାଧୀନ…

ଜଣାପଡିଲା କିଏ ହେବେ ମୁଖ୍ୟମନ୍ତ୍ରୀ! ପଶ୍ଚିମବଙ୍ଗରେ ପହଞ୍ଚିବା ପରେ ଶାହାଙ୍କ ଏହି ସଙ୍କେତକୁ ନେଇ ହଇଚଇ

କୋଲକାତା,୮।୫: ଆଜି ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ବିଧାୟକ ଦଳ ବୈଠକ ହେବାକୁ ଯାଉଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ବଙ୍ଗଳା ପାଇଁ ଭାଜପାର ପର୍ଯ୍ୟବେକ୍ଷକ ନିଯୁକ୍ତ…

ବଲାଙ୍ଗୀରରେ ଜିତୁ ମୁଣ୍ଡା ଭଳି ଘଟଣା, ସ୍ତ୍ରୀର ମୃତ୍ୟୁ ପରେ ଟଙ୍କା ଉଠାଇ ପାରୁ ନାହାନ୍ତି ସ୍ବାମୀ

ଲାଠୋର,୮।୫(ଭୁବନେଶ୍ୱର ବାରିକ): କେନ୍ଦୁଝର ଜିଲାର ଜିତୁ ମୁଣ୍ଡା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ବ୍ୟାଙ୍କରୁ ଟଙ୍କା ଉଠାଣ ପାଇଁ ନିଜ ମୃତା ଭଉଣୀଙ୍କ…

ନାରୀଙ୍କୁ ସୁରକ୍ଷା, ନାରୀଙ୍କୁ ସମ୍ମାନ ଦାବିରେ ଏକାଠି ହେଲେ ଶତାଧିକ ମହିଳା, ବିରୋଧୀଙ୍କ କୁଶପୁତ୍ତଳିକା ଦାହ କରି…

ପାଟଣା,୮ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଣ୍ଡଳ ଭାଜପା ପକ୍ଷରୁ ଶୁକ୍ରବାର ଜନଆକ୍ରୋଶ ମହିଳା ସମାବେଶ ରାଲି ପାଟଣା ମୁଖ୍ୟାଳୟ ଆନନ୍ଦେଶର ଶିବ ମନ୍ଦିରରୁ ବାହାରି ବଜାରପରିକ୍ରମା…

ନିଜ ଗୋଡ଼ରେ କୁରାଢ଼ି ମାରିଲେ ବିରାଟ କୋହଲି: ‘ଜିରୋ’ରେ ଆଉଟ୍‌ ହେବାପରେ ଖୋଲିଗଲା ସବୁ ରାଜ୍‌

ନୂଆଦିଲ୍ଲୀ,୮।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୬ରେ ଚତୁର୍ଥ ପରାଜୟ ବରଣ କରିଛି। ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷରେ ଡିଫେଣ୍ଡିଂ ଚାମ୍ପିଅନ, ଆରସିବି ୯ ରନରେ ପରାସ୍ତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri