ରେଳ ଷ୍ଟେଶନ,ଗଳାପୋଲ ଦାବିରେ ଧାରଣା

ରସାଳପୁର,୧୭।୫(ଡି.ଏନ.ଏ.) ବାଲେଶ୍ୱର ଜିଲା ସଦର ଥାନା ନିକଟବର୍ତ୍ତୀ ବାଙ୍ଗରା ନିକଟରେ ଏକ ରେଳ ଷ୍ଟେଶନ ଓ ଗଳାପୋଲ ନିର୍ମାଣ ଲାଗି ଅଞ୍ଚଳବାସୀ ଦାବି କରିଛନ୍ତି। ଏନଇ ସୋମବାର ରେଳ ଫାଟକ ନିକଟରେ ସାମାଜିକ ନ୍ୟାୟ ଅଧିକାର ମଞ୍ଚ ସଭାପତି ବିଧାନ ଚନ୍ଦ୍ର ଜେନା ଓ ଗେଙ୍ଗୁଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ମଙ୍ଗ ସିଂଙ୍କ ନେତୃତ୍ୱରେ ଗଣଧାରଣା ଦିଆଯାଇଥିଲା। ପୂର୍ବରୁ ଏନେଇ ଖଡ଼ଗପୁର ଡିଭିଜନ ଅଧୀନ ବାଲେଶ୍ୱର ଷ୍ଟେଶନ ମାଷ୍ଟରଙ୍କୁ ରେଳରୋକୋ ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ତେବେ ନିର୍ଦ୍ଧାରିିତ ତାରିଖ ପୂର୍ବରୁ ରେଳ ବିଭାଗର ଉଚ୍ଚ ପଦସ୍ଥ କର୍ମଚାରୀ ସେଠାକୁ ଯାଇ ସରଜମିନ୍‌ ସର୍ଭେ କରିଥିବା ଜଣାପଡ଼ିଛି। ରେଳରୋକୋ ପୂର୍ବରୁ ଷ୍ଟେଶନ ମାଷ୍ଟରଙ୍କ ସମେତ ୧ ପ୍ଲାଟୁନ ରେଳବାଇ ପୋଲିସ ଓ ସଦର ଥାନା ଅଧିକାରୀ ଅଶୋକ କୁମାର ନାୟକ ସେଠାରେ ପହଞ୍ଚତ୍ ରେଳରୋକୋ ସ୍ଥଗିତ ରଖିବା ପାଇଁ କହିଥିଲେ। ଷ୍ଟେଶନ ମାଷ୍ଟର ପ୍ରମୋଦ ଚନ୍ଦ୍ର ରାଉତ ଏକ ସପ୍ତାହ ମଧ୍ୟରେ ଏହା ଉପରେ ବିଚାର କରି ପଦକ୍ଷେପ ନିଆଯିବ ବୋଲି କହିବାରୁ ରେଳରୋକୋ ପ୍ରତ୍ୟାହୃତ ହୋଇଥିଲା। ପରେ ଷ୍ଟେଶନ ମାଷ୍ଟର ରାଉତଙ୍କୁ ଏ ନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଖାନନଗର ସରପଞ୍ଚ ଅଞ୍ଜନ ନାୟକ, ଗେଙ୍ଗୁଟି ସରପଞ୍ଚଙ୍କ ସ୍ବାମୀ ସତ୍ୟନାରାୟଣ ଆଚାର୍ଯ୍ୟ, ରେମୁଣା ବ୍ଲକ ଚେୟାରମ୍ୟାନ୍‌ ରାଜେନ୍ଦ୍ର ରାଉତଙ୍କ ସମେତ ଖାନନଗର ଓ ଗେଙ୍ଗୁଟି ପଞ୍ଚାୟତର ଶତାଧିକ ଲୋକ ଧାରଣାରେ ସାମିଲ ହୋଇଥିଲେ। ଉଲ୍ଲେଖନୀୟ ଯେ, ଉକ୍ତ ସଙ୍ଗଠନ ପକ୍ଷରୁ ଷ୍ଟେଶନ ନିର୍ମାଣ ପାଇଁ ଗତ ୨୦୧୮ ଅକ୍ଟୋବର ୧୫ରେ ୫ଘଣ୍ଟିଆ ରେଳରୋକୋ ନିମନ୍ତେ ଦାବିପତ୍ର ପ୍ରଦାନ କରାଯାଇଥିଲା। ତେବେ ଏନେଇ ବାଲେଶ୍ୱର ଜିଲାପାଳ ପତ୍ରସଂଖ୍ୟା ୭୨୭୧ରେ ସଙ୍ଗଠନ ସହିତ ଆଲୋଚନା ପାଇଁ ୧୧।୧୦।୧୮ରେ ଡକାଇଥିଲେ। ଜିଲାପାଳଙ୍କ ଅଧ୍ୟକ୍ଷତାରେ ଡିଭିଜନାଲ ମ୍ୟାନେଜର ଖଡ଼ଗପୁର, ବାଲେଶ୍ୱର ଏସ୍‌ପି, ଉପଜିଲାପାଳ, ତହସିଲଦାର, ବାଲେଶ୍ୱର ଷ୍ଟେଶନ ମ୍ୟାନେଜରଙ୍କ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା କରାଯାଇ ସର୍ବେକ୍ଷଣ କରାଯାଇଥିଲା। ହେଲେ ଅଦ୍ୟାବଧି ଏନେଇ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ମଞ୍ଚ ସଭାପତି ଜେନା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦ ଜିଲାରେ ହୋଇପାରେ ମରୁଡ଼ି

ଭୁବନେଶ୍ୱର,୬।୮(ବ୍ୟୁରୋ): ଓଡ଼ିଶାକୁ ଜୁନ୍‌ ୧ରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରବେଶ କରିଥିଲା। ଠିକ୍‌ ସମୟରେ ମୌସୁମୀ ଆସିଥିଲେ ମଧ୍ୟ କିଛି ସ୍ଥାନରେ ବର୍ଷା ଅଭାବ ରହିଛି।...

ହସନ୍‌ପୁର ଆଶ୍ରମ ବିଦ୍ୟାଳୟରେ ତୁମୁଳକାଣ୍ଡ: ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ଅଟକ ରଖିଲେ ଗ୍ରାମବାସୀ

ବାଲେଶ୍ୱର ଅଫିସ, ୩।୧୧-ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ବାଲେଶ୍ୱର ସଦର ବ୍ଲକ ଗୋପୀନାଥପୁର ପଞ୍ଚାୟତ ଅଧୀନ ହସନ୍‌ପୁର ଆଶ୍ରମ ବିଦ୍ୟାଳୟରେ...

କୋଭିଡ୍‌ ସ୍ଥିତି ନେଇ ବସିବ ସମୀକ୍ଷା ବୈଠକ

ଭୁବନେଶ୍ୱର,୧୮।୧(ବ୍ୟୁରୋ) : ରାଜ୍ୟରେ କୋଭିଡ୍‌ ସଂକ୍ରମଣ ବଢିଚାଲିଛି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ସ୍ଥିତି ନେଇ ମଙ୍ଗଳବାର ଅପରାହ୍ନ ୫ଟାରେ ସମୀକ୍ଷା ବୈଠକ କରିବେ...

ରାଜ୍ୟରୁ ସୁସ୍ଥ ହେଲେ ଆଉ ୭୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨ା୭(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ  ୭୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୮୦,୦୪୯ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ମଶାଣି ମଣିଷ ମନିଆ

ଜଳେଶ୍ୱର, ୧୦ା୫(ଡି.ଏନ୍‌.ଏ)-ଜୀବଦ୍ଦଶାରେ ନିଜର କର୍ତ୍ତବ୍ୟ ସମ୍ପାଦନ ପରେ ମୁକ୍ତି ଯାତ୍ରା ଅନିବାର୍ଯ୍ୟ। ଏହି ମୁକ୍ତି ଯାତ୍ରାର ପ୍ରଥମ ବାହକ ହୁଅନ୍ତି ନିଜର ରକ୍ତ ସମ୍ପର୍କୀୟ କିମ୍ବା...

ମାତୃଶକ୍ତିର ଉତ୍ଥାନ ପାଇଁ ଆଧ୍ୟାତ୍ମିକ ବିକାଶ ଆବଶ୍ୟକ: ରାଷ୍ଟ୍ରପତି

ଭୁବନେଶ୍ୱର, ୧୧ା୨ (ବ୍ୟୁରୋ): ଭାରତ ନାରୀଙ୍କୁ ସମ୍ମାନ ଦିଏ। ଏହି ପରମ୍ପରା ଓ ସଂସ୍କୃତି ବହୁଦିନରୁ ରହିଆସିଛି। ନାରୀମାନେ ଶକ୍ତିସ୍ବରୂପିଣୀ। ତାଙ୍କ ନିକଟରେ ସୃଷ୍ଟି କରିବାର...

ସ୍କୁଲରୁ ମିଳିଲା ମୃତଦେହ

ହାଟଡିହୀ,୧୫l୭: କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନ ସଢା-ନାହା ନିଶାକର ନୋଡାଲ ବିଦ୍ୟାଳୟ ପରିସରରେ ଥିବା ଶୌଚାଳୟ ପାଖରୁ ମିଳିଛି ଏକ ଗଳିତ ମୃତଦେହ। ମୃତକଙ୍କ...

ଦଲାଲଙ୍କ ପାଇଁ ଓକିଲାତି କରୁଛି ଭାଜପା: ବିଜେଡି

ଭୁବନେଶ୍ୱର,୨୩।୧(ବ୍ୟୁରୋ): ରାଜ୍ୟରେ ଜାରି ରହିଥିବା ଧାନକିଣା ପ୍ରକ୍ରିୟାରେ ଚାଷୀମାନେ ଉପକୃତ ହେଉଛନ୍ତି। ତେବେ କେତେଜଣ ଦଲାଲଙ୍କ ସହ ହାତ ମିଳାଇ ଓଡ଼ିଶା ଭାଜପା ସେମାନଙ୍କ ପାଇଁ...

Advertisement
Archives

Model This Week