ରେଳ ଷ୍ଟେଶନ,ଗଳାପୋଲ ଦାବିରେ ଧାରଣା

ରସାଳପୁର,୧୭।୫(ଡି.ଏନ.ଏ.) ବାଲେଶ୍ୱର ଜିଲା ସଦର ଥାନା ନିକଟବର୍ତ୍ତୀ ବାଙ୍ଗରା ନିକଟରେ ଏକ ରେଳ ଷ୍ଟେଶନ ଓ ଗଳାପୋଲ ନିର୍ମାଣ ଲାଗି ଅଞ୍ଚଳବାସୀ ଦାବି କରିଛନ୍ତି। ଏନଇ ସୋମବାର ରେଳ ଫାଟକ ନିକଟରେ ସାମାଜିକ ନ୍ୟାୟ ଅଧିକାର ମଞ୍ଚ ସଭାପତି ବିଧାନ ଚନ୍ଦ୍ର ଜେନା ଓ ଗେଙ୍ଗୁଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ମଙ୍ଗ ସିଂଙ୍କ ନେତୃତ୍ୱରେ ଗଣଧାରଣା ଦିଆଯାଇଥିଲା। ପୂର୍ବରୁ ଏନେଇ ଖଡ଼ଗପୁର ଡିଭିଜନ ଅଧୀନ ବାଲେଶ୍ୱର ଷ୍ଟେଶନ ମାଷ୍ଟରଙ୍କୁ ରେଳରୋକୋ ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ତେବେ ନିର୍ଦ୍ଧାରିିତ ତାରିଖ ପୂର୍ବରୁ ରେଳ ବିଭାଗର ଉଚ୍ଚ ପଦସ୍ଥ କର୍ମଚାରୀ ସେଠାକୁ ଯାଇ ସରଜମିନ୍‌ ସର୍ଭେ କରିଥିବା ଜଣାପଡ଼ିଛି। ରେଳରୋକୋ ପୂର୍ବରୁ ଷ୍ଟେଶନ ମାଷ୍ଟରଙ୍କ ସମେତ ୧ ପ୍ଲାଟୁନ ରେଳବାଇ ପୋଲିସ ଓ ସଦର ଥାନା ଅଧିକାରୀ ଅଶୋକ କୁମାର ନାୟକ ସେଠାରେ ପହଞ୍ଚତ୍ ରେଳରୋକୋ ସ୍ଥଗିତ ରଖିବା ପାଇଁ କହିଥିଲେ। ଷ୍ଟେଶନ ମାଷ୍ଟର ପ୍ରମୋଦ ଚନ୍ଦ୍ର ରାଉତ ଏକ ସପ୍ତାହ ମଧ୍ୟରେ ଏହା ଉପରେ ବିଚାର କରି ପଦକ୍ଷେପ ନିଆଯିବ ବୋଲି କହିବାରୁ ରେଳରୋକୋ ପ୍ରତ୍ୟାହୃତ ହୋଇଥିଲା। ପରେ ଷ୍ଟେଶନ ମାଷ୍ଟର ରାଉତଙ୍କୁ ଏ ନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଖାନନଗର ସରପଞ୍ଚ ଅଞ୍ଜନ ନାୟକ, ଗେଙ୍ଗୁଟି ସରପଞ୍ଚଙ୍କ ସ୍ବାମୀ ସତ୍ୟନାରାୟଣ ଆଚାର୍ଯ୍ୟ, ରେମୁଣା ବ୍ଲକ ଚେୟାରମ୍ୟାନ୍‌ ରାଜେନ୍ଦ୍ର ରାଉତଙ୍କ ସମେତ ଖାନନଗର ଓ ଗେଙ୍ଗୁଟି ପଞ୍ଚାୟତର ଶତାଧିକ ଲୋକ ଧାରଣାରେ ସାମିଲ ହୋଇଥିଲେ। ଉଲ୍ଲେଖନୀୟ ଯେ, ଉକ୍ତ ସଙ୍ଗଠନ ପକ୍ଷରୁ ଷ୍ଟେଶନ ନିର୍ମାଣ ପାଇଁ ଗତ ୨୦୧୮ ଅକ୍ଟୋବର ୧୫ରେ ୫ଘଣ୍ଟିଆ ରେଳରୋକୋ ନିମନ୍ତେ ଦାବିପତ୍ର ପ୍ରଦାନ କରାଯାଇଥିଲା। ତେବେ ଏନେଇ ବାଲେଶ୍ୱର ଜିଲାପାଳ ପତ୍ରସଂଖ୍ୟା ୭୨୭୧ରେ ସଙ୍ଗଠନ ସହିତ ଆଲୋଚନା ପାଇଁ ୧୧।୧୦।୧୮ରେ ଡକାଇଥିଲେ। ଜିଲାପାଳଙ୍କ ଅଧ୍ୟକ୍ଷତାରେ ଡିଭିଜନାଲ ମ୍ୟାନେଜର ଖଡ଼ଗପୁର, ବାଲେଶ୍ୱର ଏସ୍‌ପି, ଉପଜିଲାପାଳ, ତହସିଲଦାର, ବାଲେଶ୍ୱର ଷ୍ଟେଶନ ମ୍ୟାନେଜରଙ୍କ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା କରାଯାଇ ସର୍ବେକ୍ଷଣ କରାଯାଇଥିଲା। ହେଲେ ଅଦ୍ୟାବଧି ଏନେଇ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ମଞ୍ଚ ସଭାପତି ଜେନା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?