ବିନା ସୁରକ୍ଷା ବ୍ୟବସ୍ଥାରେ ଚାଲିଛି ମାର୍କେଟ କମ୍ପ୍ଲେକ୍ସ, ମଲ୍‌

କେନ୍ଦୁଝର, ୧୭|୫ (ସ୍ବ.ପ୍ର.) କେନ୍ଦୁଝର ଜିଲାରେ ବିନା ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ ରହିଛି ହୋଟେଲ, ସପିଂ ମଲ, ମାର୍କେଟ କମ୍ପ୍ଲେକ୍ସ, ସିନେମା ହଲ, ସରକାରୀ, ଘରୋଇ ଓ ବ୍ୟବସାୟିକ ଅନୁଷ୍ଠାନ କୋଠାଘର। ଏଥିପାଇଁ ସ୍ବତନ୍ତ୍ର ଗାଇଡଲାଇନ ରହିଛି। ଏପରିକି ପ୍ଲାନ ଅନୁମୋଦନ ସମୟରେ ଏହି ଗାଇଡ ଲାଇନକୁ ମାନିବା ଜରୁରୀ ା କିନ୍ତୁ ପାଳନ ହେଉ ନ ଥିବାରୁ କୌଣସି ଅଘଟଣ ଘଟିଲେ ଲୋକଦେଖାଣିଆ ଭାବରେ ସେସବୁ ଅଗ୍ନିଶମ ସେବା ବିଭାଗ ପକ୍ଷରୁ ଲୋକ ଦେଖାଣିଆ ଭାବେ ଚଢାଉ ହୁଏ। ଏବଂ ଏହା ନୋଟିସ ମଧ୍ୟରେ ସୀମିତ ରହିଯାଏ ା ଆଇନଗତ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ଅନେକ ଏହି ଗୁରୁତ୍ୱପୂର୍ଣ୍ଣ ନୀତିନିୟମକୁ ପାଳନ କରୁନାହାନ୍ତି ବୋଲି ମତପ୍ରକାଶ ପାଉଛି ା ଲୋକଙ୍କ ଧନଜୀବନର ସୁରକ୍ଷା ସରକାରଙ୍କ ହାତରେ ରହିଛି। ଏଣୁ ଏଥିପାଇଁ ଓଡିଶା ଫାୟାର ପ୍ରିଭେନସନ ରୁଲ ୨୦୧୯ ପ୍ରଣୟନ କରାଯାଇଛି। ତଦନୁଯାୟୀ ସମସ୍ତ କମର୍ସିଆଲ ସଂସ୍ଥା ମାନେ ଏହି ରୁଲ ପାଳନ କରିବା ବାଧ୍ୟତା ରହିଛି। କୋଠା ପ୍ଲାନିଂ, ଜାତୀୟ ନ୍ୟାଶନାଲ ବିଲ୍ଡିଂ କୋଡ, ନିଆଁ ଲିଭା ସରଞ୍ଜାମ ବ୍ୟବସ୍ଥା ଆଦି ଯାଞ୍ଚ କରାଯାଇ ଲାଇସେନ୍ସ ପ୍ରଦାନ କରିବା ପରେ ସେସବୁ ଖୋଲିବା କଥା। ଏଥିପାଇଁ ଫାୟାର ଅଡିଟ କରାଯାଇଥାଏ। କିନ୍ତୁ ସେସବୁ ଠିକ୍‌ ଭାବେ ପାଳନ ହେଉନାହିଁ। ଏସବୁର ତଦାରଖ ସୂଦୁର ୧୮୦ କି.ମି. ଦୂର ରାଉରକେଲାରେ ଥିବା ଅଗ୍ନିଶମ ସେବା ବିଭାଗ ବୁଝିଥାଏ। ଏଣୁ କମର୍ସିଆଲ ସଂସ୍ଥାଗୁଡିକ ଉପରେ ଲଗାମ ଲାଗିପାରୁନାହିଁ। ତେବେ ଅନେକଙ୍କ ବାହାରକୁ ଯିବାକୁ ସ୍ବତନ୍ତ୍ର ଆପାତ୍ତକାଳୀନ ରାସ୍ତା ନାହିଁ। ସେହିପରି ପ୍ରଶସ୍ତ ପ୍ରବେଶ ପଥ ମଧ୍ୟ ନାହିଁ। ଅନେକ କୋଠା ଚାରିପାଖ ଖୋଲା ନ ଥିବାରୁ ଦମକଳ ଗାଡ଼ି ମଧ୍ୟ ସେସବୁ କୋଠାର ଚାରିପାଖ ବୁଲି ପାଣି ସିଞ୍ଚନ କରିପାରିବ ନାହିଁ। ଫଳରେ ନିଆଁ ଆଖପାଖ ଘରୋଇ କୋଠାବାଡି ଆଦିକୁ ବ୍ୟାପିବା ସମ୍ଭାବନା ରହିଛି। ସେହିପରି ଗାନ୍ଧୀ ଛକ ନିକଟରେ ଦୁଇଟି ସପିଂ ମଲ ଲାଗି ଲାଗି ରହିଥିବାରୁ ଅଘଟଣ ଘଟିଲେ ବ୍ୟାପକ କ୍ଷୟକ୍ଷତି ହେବା ଆଶଙ୍କା ରହିଛି। ଏସମ୍ପର୍କରେ ଆସିଷ୍ଟାଣ୍ଟ ଫାୟାର ଅଫିସର କେ.ସି.ସାମଲ କହିଛନ୍ତି, ବିଭିନ୍ନ ସମୟରେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାର ଫାୟାର ସେଫଟି ବ୍ୟବସ୍ଥା ଯାଞ୍ଚ କରାଯାଇ ଜିଲା ମାଜିଷ୍ଟ୍ରେଟ ତଥା ଡିଜିଙ୍କୁ ରିପୋର୍ଟ କରାଯିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ ା


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?