ବିନା ସୁରକ୍ଷା ବ୍ୟବସ୍ଥାରେ ଚାଲିଛି ମାର୍କେଟ କମ୍ପ୍ଲେକ୍ସ, ମଲ୍‌

କେନ୍ଦୁଝର, ୧୭|୫ (ସ୍ବ.ପ୍ର.) କେନ୍ଦୁଝର ଜିଲାରେ ବିନା ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ ରହିଛି ହୋଟେଲ, ସପିଂ ମଲ, ମାର୍କେଟ କମ୍ପ୍ଲେକ୍ସ, ସିନେମା ହଲ, ସରକାରୀ, ଘରୋଇ ଓ ବ୍ୟବସାୟିକ ଅନୁଷ୍ଠାନ କୋଠାଘର। ଏଥିପାଇଁ ସ୍ବତନ୍ତ୍ର ଗାଇଡଲାଇନ ରହିଛି। ଏପରିକି ପ୍ଲାନ ଅନୁମୋଦନ ସମୟରେ ଏହି ଗାଇଡ ଲାଇନକୁ ମାନିବା ଜରୁରୀ ା କିନ୍ତୁ ପାଳନ ହେଉ ନ ଥିବାରୁ କୌଣସି ଅଘଟଣ ଘଟିଲେ ଲୋକଦେଖାଣିଆ ଭାବରେ ସେସବୁ ଅଗ୍ନିଶମ ସେବା ବିଭାଗ ପକ୍ଷରୁ ଲୋକ ଦେଖାଣିଆ ଭାବେ ଚଢାଉ ହୁଏ। ଏବଂ ଏହା ନୋଟିସ ମଧ୍ୟରେ ସୀମିତ ରହିଯାଏ ା ଆଇନଗତ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ଅନେକ ଏହି ଗୁରୁତ୍ୱପୂର୍ଣ୍ଣ ନୀତିନିୟମକୁ ପାଳନ କରୁନାହାନ୍ତି ବୋଲି ମତପ୍ରକାଶ ପାଉଛି ା ଲୋକଙ୍କ ଧନଜୀବନର ସୁରକ୍ଷା ସରକାରଙ୍କ ହାତରେ ରହିଛି। ଏଣୁ ଏଥିପାଇଁ ଓଡିଶା ଫାୟାର ପ୍ରିଭେନସନ ରୁଲ ୨୦୧୯ ପ୍ରଣୟନ କରାଯାଇଛି। ତଦନୁଯାୟୀ ସମସ୍ତ କମର୍ସିଆଲ ସଂସ୍ଥା ମାନେ ଏହି ରୁଲ ପାଳନ କରିବା ବାଧ୍ୟତା ରହିଛି। କୋଠା ପ୍ଲାନିଂ, ଜାତୀୟ ନ୍ୟାଶନାଲ ବିଲ୍ଡିଂ କୋଡ, ନିଆଁ ଲିଭା ସରଞ୍ଜାମ ବ୍ୟବସ୍ଥା ଆଦି ଯାଞ୍ଚ କରାଯାଇ ଲାଇସେନ୍ସ ପ୍ରଦାନ କରିବା ପରେ ସେସବୁ ଖୋଲିବା କଥା। ଏଥିପାଇଁ ଫାୟାର ଅଡିଟ କରାଯାଇଥାଏ। କିନ୍ତୁ ସେସବୁ ଠିକ୍‌ ଭାବେ ପାଳନ ହେଉନାହିଁ। ଏସବୁର ତଦାରଖ ସୂଦୁର ୧୮୦ କି.ମି. ଦୂର ରାଉରକେଲାରେ ଥିବା ଅଗ୍ନିଶମ ସେବା ବିଭାଗ ବୁଝିଥାଏ। ଏଣୁ କମର୍ସିଆଲ ସଂସ୍ଥାଗୁଡିକ ଉପରେ ଲଗାମ ଲାଗିପାରୁନାହିଁ। ତେବେ ଅନେକଙ୍କ ବାହାରକୁ ଯିବାକୁ ସ୍ବତନ୍ତ୍ର ଆପାତ୍ତକାଳୀନ ରାସ୍ତା ନାହିଁ। ସେହିପରି ପ୍ରଶସ୍ତ ପ୍ରବେଶ ପଥ ମଧ୍ୟ ନାହିଁ। ଅନେକ କୋଠା ଚାରିପାଖ ଖୋଲା ନ ଥିବାରୁ ଦମକଳ ଗାଡ଼ି ମଧ୍ୟ ସେସବୁ କୋଠାର ଚାରିପାଖ ବୁଲି ପାଣି ସିଞ୍ଚନ କରିପାରିବ ନାହିଁ। ଫଳରେ ନିଆଁ ଆଖପାଖ ଘରୋଇ କୋଠାବାଡି ଆଦିକୁ ବ୍ୟାପିବା ସମ୍ଭାବନା ରହିଛି। ସେହିପରି ଗାନ୍ଧୀ ଛକ ନିକଟରେ ଦୁଇଟି ସପିଂ ମଲ ଲାଗି ଲାଗି ରହିଥିବାରୁ ଅଘଟଣ ଘଟିଲେ ବ୍ୟାପକ କ୍ଷୟକ୍ଷତି ହେବା ଆଶଙ୍କା ରହିଛି। ଏସମ୍ପର୍କରେ ଆସିଷ୍ଟାଣ୍ଟ ଫାୟାର ଅଫିସର କେ.ସି.ସାମଲ କହିଛନ୍ତି, ବିଭିନ୍ନ ସମୟରେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାର ଫାୟାର ସେଫଟି ବ୍ୟବସ୍ଥା ଯାଞ୍ଚ କରାଯାଇ ଜିଲା ମାଜିଷ୍ଟ୍ରେଟ ତଥା ଡିଜିଙ୍କୁ ରିପୋର୍ଟ କରାଯିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ ା


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri