ମାଲଗାଡ଼ି ଲାଇନଚ୍ୟୁତ, ୬୦ରୁ ଅଧିକ ମୃତ…

କିନ୍‌ଶାସା, ୧୩।୩ : ଆଫ୍ରିକୀୟ ଦେଶ ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋରେ ଏକ ମାଲଗାଡ଼ି ଲାଇନଚ୍ୟୁତ ହେବାରୁ ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ଲୁଆଲାବା ପ୍ରଦେଶର ଲୁବୁଡି ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ ଲୋକମାନେ ମାଲଗାଡ଼ିରେ ବେଆଇନ ଭାବେ ଯାତ୍ରା କରୁଥିଲେ । ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଏହି ଦୁର୍ଘଟଣାରେ ମାଲଗାଡ଼ିର ୭ଟି ବଗି ଲାଇନଚ୍ୟୁତ ହୋଇଛି।

କେବଳ ୭ ଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଅବଶିଷ୍ଟ ୫୩ରୁ ଅଧିକ ଲୋକଙ୍କ ମୃତଦେହ ଦୁର୍ଘଟଣାସ୍ଥଳରେ ପଡ଼ି ରହିଛି। କଙ୍ଗୋର ପ୍ରାଦେଶିକ ଅଧିକାରୀ ଜିନ-ସର୍ଜ ଲୁମୁ କହିଛନ୍ତି ଯେ ଆହତମାନଙ୍କ ମଧ୍ୟରେ ଦୁଇ ବର୍ଷର ଜଣେ ଶିଶୁ ମଧ୍ୟ ଅଛନ୍ତି। ତାଙ୍କର ମାତାପିତା ଙ୍କର ଏହି ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ବହୁ ଆହତଙ୍କୁ ଲୁବୁଡ଼ି ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ମାଲଗାଡ଼ିଟି ମୁନେଡିଟୁ ସହରରୁ ଲୁବୁମ୍ବାଶି ଅଭିମୁଖେ ଯାଉଥିଲା।

ମାଲଗାଡ଼ିରେ ଯାତ୍ରୀ ପରିବହନକୁ ଅନୁମତି ନାହିଁ । ଏଭଳି ପରିସ୍ଥିତିରେ ଏହି ଟ୍ରେନ ଲୋକେ ବେଆଇନ ଭାବେ ଯାତ୍ରା କରୁଥିଲେ। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ, କିନ୍ତୁ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ସାତୋଟି ବଗି ଟ୍ରେନରୁ ଅଲଗା ହୋଇଥିଲା। ବଗି ଭିତରେ ବନ୍ଦ ଥିବା ଲୋକମାନେ ବାହାରକୁ ବାହାରିବାର ସୁଯୋଗ ମଧ୍ୟ ପାଇ ନଥିଲେ।

ଗତ ବର୍ଷ ଅକ୍ଟୋବରରେ, ଲୁଆଲାବା ପ୍ରଦେଶର କେଞ୍ଜେନଞ୍ଜ ସହରରେ ଏକ ଟ୍ରେନ ଲାଇନଚ୍ୟୁତ ହେବାରୁ ୯ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାର କାରଣ ରେଲଓ୍ବେ ଟ୍ରାକର ରକ୍ଷଣାବେକ୍ଷଣରେ ଅଭାବ ବୋଲି କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗେମ୍‌ ଖେଳୁଛି ପାକିସ୍ତାନ: ଆମେରିକା ସହ ସମ୍ପର୍କ ରଖି ଚାଇନାକୁ ବିବାହ କରୁଛି

ଇସଲାମାବାଦ,୨୦।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ପ୍ରଥମ ଉଚ୍ଛସ୍ତରୀୟ ବୈଠକ ଲାଗି ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦେଖି ଏବେ ବିଶେଷଜ୍ଞମାନେ କହିଛନ୍ତି...

ଅଫିମ କ୍ଷେତରେ କାମ କରିବାକୁ ବାଧ୍ୟ ହେଉଛନ୍ତି ବେକାର ଯୁବକ!

କାବୁଲ,୩୦।୮: ଆଫଗାନିସ୍ତାନ କିଛି ଦିନ ହେବ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ବେଳେ ବେଡି ଉପରେ କୋରଡା ମାଡ ଭଳି କରୋନା ମହାମାରୀ ବି...

୯/୧୧ ଆକ୍ରମଣ ପଛରେ ସୌଦି ଆରବ ହାତ? ଏଫ୍‌ବିଆଇର ଜାରି କଲା ଗୁପ୍ତ ରିପୋର୍ଟ…

ଓ୍ବାଶିଂଟନ,୧୨।୯: ଆମେରିକାର ଓ୍ବାଲ୍ଡ ଟ୍ରେଡ୍‌ ସେଣ୍ଟରରେ ହୋଇଥିବା ୯/୧୧ ଆକ୍ରମଣରେ କେବଳ ଆତଙ୍କବାଦୀ ସଂଗଠନ ଅଲ୍‌-କାଏଦାର ହାତ ନ ଥିଲା। ଏଥିରେ ସୌଦି ଆରବ ପକ୍ଷରୁ...

କନ୍ୟା ସନ୍ତାନର ଜନନୀ ହେଲେ ବ୍ରିଟେନ ରାଜକୁମାରୀ

ଲଣ୍ଡନ: ବ୍ରିଟେନର ରାଜକୁମାରୀ ବ୍ରିଟିସ୍‌ ସୋମବାର ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଶିଶୁ କନ୍ୟାଟି ଲଣ୍ଡନର ଚେଲ୍ସି ଆଣ୍ଡ ୱେଷ୍ଟମିନିଷ୍ଟର ହସ୍ପିଟାଲରେ ଜନ୍ମ ହୋଇଛି।...

ରାଷ୍ଟ୍ରପତି ପୁଟିନ୍‌ ଏବେ ବି ବ୍ୟବହାର କରୁଛନ୍ତି ଓ୍ବିଣ୍ଡୋ ଏକ୍ସପି

ମସ୍କୋ,୧୮।୧୨: ଓ୍ବିଣ୍ଡୋ ଏକ୍ସପିର ବ୍ୟବହାର ୨୦୧୪ରୁ ବନ୍ଦ ହୋଇଛି। ତେବେ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର୍‌ ପୁଟିନ୍‌ ଏବେ ମଧ୍ୟ ତାଙ୍କ ଅଫିସ୍‌ରେ ଓ୍ବିଣ୍ଡୋ ଏକ୍ସପି ବ୍ୟବହାର...

ମୋଦିଙ୍କ କ୍ରିକେଟ ଡିପ୍ଲୋମାସି, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ଓ୍ବାର୍ଲଡ କପ ସହ ଦିପାବଳୀକୁ କଲେ ନିମନ୍ତ୍ରଣ

ସିଡନୀ,୨୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି। ଏହି ସମୟରେ ସେ କ୍ରିକେଟ ଡିପ୍ଲୋମାସି ଜରିଆରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ...

ଜର୍ମାନୀ ବିରୋଧରେ ରୁଷିଆର ବଡ଼ କାର୍ଯ୍ୟାନୁଷ୍ଠାନ

ମସ୍କୋ,୨୩।୪: ୟୁକ୍ରେନ୍‌-ରୁଷିଆ ଯୁଦ୍ଧକୁ ନେଇ ବର୍ଲିନ୍‌ ମସ୍କୋ ସହ ସମସ୍ତ ଚୁକ୍ତି ପ୍ରତ୍ୟାହାର କରିନେଇଛି। ଏହା ପରେ ଜର୍ମାନୀ ବିରୋଧରେ ରୁଷିଆ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବନ୍ଦ କରୁ ପାକ୍‌

ଜେନେଭା,୨୯ା୨(ପି.ଟି.): ଆତଙ୍କବାଦୀ ସଂଗଠନଗୁଡ଼ିକୁ ପାକିସ୍ତାନ ପାଣ୍ଠି ଯୋଗାଣ ବନ୍ଦ କରୁ। ଏଥିସହିତ ସେଠାରୁ କାର୍ଯ୍ୟ କରୁଥିବା ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ୱଂସ କରିବା ପାଇଁ ଜାତିସଂଘରେ ପାକିସ୍ତାନର...

Advertisement
Archives

Model This Week