ତାଇଓ୍ବାନ୍‌ରେ ଟ୍ରେନ୍‌ ଲାଇନଚ୍ୟୁତ: ୪୮ ମୃତ

ତାଇପେଇ, ୩।୪(ଆଇଏଏନ୍‌ଏସ୍‌): ତାଇଓ୍ବାନ୍‌ର ହୁଆଲିଏନ୍‌ରେ ଶୁକ୍ରବାର ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାରେ ୪୮ ଜଣଙ୍କ ମୃତ୍ୟୁ ଘଟିଛି। ଟ୍ରେନ୍‌ ଲାଇନଚ୍ୟୁତ ହେବାରୁ ଏଭଳି ଭୟାବହ ଦୁର୍ଘଟଣା ଘଟିଛି। ଉକ୍ତ ଲାଇନକୁ ମରାମତି କରିବାକୁ ୭ ଦିନ ଲାଗିଯିବ ବୋଲି ରେଳ କର୍ତ୍ତୃପକ୍ଷ କହିଛନ୍ତି। ୪୦୮ ନମ୍ବର ଟରୋକୋ ଟ୍ରେନ୍‌ ନ୍ୟୁ ତାଇପେଇର ଶୁଲିନ୍‌ରୁ ତାଇତୁଙ୍ଗ୍‌ ଯାଉଥିବାବେଳେ ଡାକିଙ୍ଗ୍‌ଶୁଇ ଟନେଲ୍‌ ନିକଟରେ ଲାଇନଚ୍ୟୁତ ହୋଇଥିଲା। ସେଥିରେ ୩୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ। ନିର୍ମାଣ କାର୍ଯ୍ୟରେ ନିୟୋଜିତ ଯାନଟି ଗଡ଼ିଆସି ଟ୍ରେନ୍‌ ସହ ମାଡ଼ ହେବାରୁ ଏହା ଲାଇନଚ୍ୟୁତ ହୋଇଥିଲା। ୫ଟି ବଗି ଟନେଲ ଭିତରେ ଫସି ରହିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଆଁରେ ବିଶ୍ୱ

ପ୍ୟାରିସ୍‌/ ତେହେରାନ୍‌, ୧୪।୩: ବିଶ୍ୱବ୍ୟାପୀ କରୋନା ଭାଇରସ୍‌ଜନିତ ମୃତ୍ୟୁସଂଖ୍ୟା ଶୁକ୍ରବାର ୫, ୦୪୩ରେ ପହଞ୍ଚିଛି। କେବଳ ଉତ୍ପତ୍ତି ସ୍ଥଳ ଚାଇନାରେ ୩,୧୭୬ ମୁଣ୍ଡ ଏଥିଲାଗି ଗଡ଼ିଲାଣି।...

ଆମେରିକା କଥା ଶୁଣି ଚାଇନା-ପାକିସ୍ତାନର ଚିନ୍ତା ବଢ଼ିଲା

ଓ୍ବାଶିଂଟନ,୨୬ା୬: ଚାଇନା ଏବଂ ପାକିସ୍ତାନ ମଧ୍ୟରେ ବଢୁଥିବା ତିକ୍ତତା ମଧ୍ୟରେ ଆମେରିକାର ଏକ ବିବୃତ୍ତି ନିଶ୍ଚିତ ଭାବରେ ପାକିସ୍ତାନ ଏବଂ ଚାଇନାର ମନକୁ ଅଶାନ୍ତ କରିବ।...

୨୦୩୦ ସୁଦ୍ଧା ବନ୍ଦ ହେବ ଜଙ୍ଗଲ ନଷ୍ଟ

ଗ୍ଲାସ୍‌ଗୋ, ୩ା୧୧: ଜଳବାୟୁରେ ନକାରାତ୍ମକ ପରିବର୍ତ୍ତନର ପ୍ରମୁଖ କାରଣ ପାଲଟିଥିବା ବନାଞ୍ଚଳ ନଷ୍ଟ ଓ ମୃତ୍ତିକା କ୍ଷୟ ୨୦୩୦ ସୁଦ୍ଧା ବନ୍ଦ କରିବାକୁ ଗ୍ଲାସ୍‌ଗୋ ଜଳବାୟୁ...

ସରକାର ଘୋଷଣା କଲା ତାଲିବାନ୍‌

କାବୁଲ,୭।୯: ଆତଙ୍କବାଦୀ ଗୋଷ୍ଠୀ ତାଲିବାନ୍‌ ଏହାର ବରିଷ୍ଠ ଅଧିକାରୀଙ୍କୁ ନେଇ ମଙ୍ଗଳବାର ଆଫଗାନିସ୍ତାନ ସରକାର ଗଠନ କରିଛି। ତାଲିବାନ୍‌ର ନେତୃତ୍ୱ ପରିଷଦ ମୁଖ୍ୟ ମୁଲା ମହମ୍ମଦ...

ଜି-୨୦ରୁ ରୁଷିଆକୁ ବିଦା କରିବାକୁ ଚାହୁଁଛନ୍ତି ବାଇଡେନ୍‌

ନ୍ୟୁୟର୍କ,୨୫।୩: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ନେଇ ଆମେରିକା ଲଗାତାର ରୁଷିଆ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ରୁଷିଆକୁ ଜି-୨୦ରୁ ବାଦ୍‌ ଦେବାକୁ ଆମେରିକାର ରାଷ୍ଟ୍ରପତି...

କ୍ୟାପଟେନ୍‌ଙ୍କ ପ୍ଲାନ୍‌ ବି,ସଂସଦ ଭଙ୍ଗ-୯୦ ଦିନ ମଧ୍ୟରେ ନିର୍ବାଚନ…

ଇସଲାମାବାଦ, ୩।୪ : ପାକିସ୍ତାନରେ କ୍ୟାପଟେନ୍‌ଙ୍କ ପ୍ଲାନ୍‌ ବି କାମ ଦେଇଛି। ଫଳରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ କାଟ୍‌ ଖାଇଛି।...

କେତେ ଦିନ ବଲିଉଡ୍‌ର ନକଲ କରିବ, ପାକିସ୍ତାନ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଇମ୍ରାନଙ୍କ ପ୍ରଶ୍ନ..

ଲାହୋର,୨୭।୬: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଦେଶର ଫିଲ୍ମ ଇଣ୍ଡଷ୍ଟ୍ରିକୁ ପ୍ରଶ୍ନ କରି କହିଛନ୍ତି ଯେ, ଆଉ କେତେ ଦିନ ବଊିଉଡ୍‌କୁ ନକଲ କରିବ, ଏବେ...

ମାତୃତ୍ୱ ଦିବସରେ ମା’ଙ୍କୁ ଯୌନ ନିର୍ଯ୍ୟାତନା ପରେ ହତ୍ୟା

ନ୍ୟୁୟର୍କ,୧୧।୫ : ମାତୃତ୍ୱ ଦିବସ ଅବସରରେ ୬୫ ବର୍ଷୀୟା ମା’ଙ୍କୁ ଯୌନ ନିର୍ଯ୍ୟାତନା ଦେବା ପରେ ହତ୍ୟା କରିଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ। ଘଟଣାଟି ଜମାଇକାର...

Advertisement
Archives

Model This Week