ଲୁହାରଡ୍‌ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ: ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ : ଏସ୍‌ପି

ସୋନପୁର,୨୮।୪(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଟାଉନ ପୋଲିସ ଏକ ଲୁହାରଡ ବୋଝେଇ ଟ୍ରକ୍‌ରେ ବୌଦ୍ଧ ଜିଲା କଣ୍ଟାମାଳରୁ ମଧ୍ୟପ୍ରଦେଶକୁ ବିପୁଳ ପରିମାଣର ଗଞ୍ଜେଇ ଚୋରାଚାଲାଣ ବେଳେ ଜବତ କରିଛି। ଟ୍ରକ୍‌ ଡ୍ରାଇଭର ତଥା ମଧ୍ୟପ୍ରଦେଶର ଦିନଦୋରୀ ଜିଲା ବଗାଗ ଥାନା ପିନ୍ଦ୍ରୁକ୍ଷି ଅଞ୍ଚଳର ବିଜୟ ଗାବଲେ(୨୪) ଓ ହେଲପର ତଥା ମଧ୍ୟପ୍ରଦେଶ ସାଣ୍ଢୋଲ ଜିଲା କାରି ଗ୍ରାମର ବିନୋଦ ମାଝି(୪୫)ଙ୍କୁ ଗିରଫ କରାଯାଇଛି। ଜବତ ଟ୍ରକ୍‌ ନଂ ଏମ୍‌ପି୧୮ଜିଏ-୨୭୩୬ରେ ଲୁହାରଡ ପରିବହନ ହେଉଥିଲା।

ତେବେ ପୋଲିସ ଓ ଅବକାରୀ ବିଭାଗ ଆଖିରେ ଧୂଳି ଦେଇ ଉକ୍ତ ଟ୍ରକ୍‌ରେ ଗଞ୍ଜେଇ ମଧ୍ୟ ଚାଲାଣ କରାଯାଉଥିଲା। ତନଖି ସମୟରେ ୧୧ଟି ଜରି ବସ୍ତାରେ ଥିବା ମୋଟ ୩ କୁଇଣ୍ଟାଲ ୭୫କିଲୋ ଗଞ୍ଜେଇ ଜବତ ହୋଇଛି। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୩୭ଲକ୍ଷ ୫୦ହଜାର ଟଙ୍କା ହେବ। ସେହିପରି ଟ୍ରକ୍‌ ଡାଲାରୁ ୨୪ଟନ ୯୬୦କିଲୋ ଟିଏମ୍‌ଟି ବାର ଆଇରନ ରଡ ଜବତ ହୋଇଛି। ଜବତ ରଡର ମୂଲ୍ୟ ୧୫ଲକ୍ଷ ଟଙ୍କା ହେବ ବୋଲି ସୁବର୍ଣ୍ଣପୁର ଏସ୍‌ପି ୟଶପ୍ରତାପ ଶ୍ରୀମାଲ୍‌ ସୋମବାର ସୋନପୁର ଥାନା ପରିସରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏସ୍‌ପିଙ୍କ ସୂଚନା ଅନୁଯାୟୀ ଟ୍ରକ୍‌ରେ ସମ୍ବଲପୁର ଲାପାଙ୍ଗା ସ୍ଥିତ ଶ୍ୟାମ ମେଟାଲିକ୍ସରୁ ଲୁହା ରଡ ବୋଝେଇ ହୋଇଥିଲା। ରଡ ସମ୍ବଲପୁରରୁ ମଧ୍ୟପ୍ରଦେଶର ଜବଲପୁରକୁ ଯାଉଥିଲା। ତେବେ ଗଞ୍ଜେଇ ଚୋରାଚାଲାଣକାରୀ ଟ୍ରକ୍‌କୁ ଗଞ୍ଜେଇ ପରିବହନରେ ବ୍ୟବହାର କରିଥିଲେ। ଟ୍ରକ୍‌ ସମ୍ବଲପୁରରୁ ବୌଦ୍ଧ ଜିଲାର କଣ୍ଟାମାଳକୁ ଆସିଥିଲା। କଣ୍ଟାମାଳ ଅଞ୍ଚଳରୁ ଗଞ୍ଜେଇ ବୋଝେଇ ପରେ ଟ୍ରକ୍‌ ସୁବର୍ଣ୍ଣପୁର ରାସ୍ତା ଦେଇ ମଧ୍ୟପ୍ରଦେଶ ଅଭିମୁଖେ ଯାଉଥିଲା।

ସୋନପୁର ଆଇଆଇସି ଲୋକନାଥ ସାହୁଙ୍କୁ ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା ଯେ, ଏକ ନିର୍ଦ୍ଦିଷ୍ଟ ଟ୍ରକ୍‌ରେ ବୌଦ୍ଧ ଜିଲାରୁ ସୁବର୍ଣ୍ଣପୁର ସହର ରାସ୍ତା ଦେଇ ଗଞ୍ଜେଇ ଚୋରାଚାଲାଣ କରାଯାଉଛି। ଏସମ୍ପର୍କରେ ସେ ଏସ୍‌ପିଙ୍କୁ ଜଣାଇଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଏକ ପୋଲିସ ଟିମ୍‌ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଗି ରହିଥିଲେ। ପୋଲିସ ଟିମ୍‌ ଟ୍ରକ୍‌କୁ ଅଟକ ରଖି ତନଖି କରିବା ପରେ ଲୁହା ରଡ ସହ ବିପୁଳ ପରିମାଣର ଗଞ୍ଜେଇ ମିଳିଥିଲା। ପୋଲିସ ଟ୍ରକ୍‌, ଗଞ୍ଜେଇ, ଲୁହା ରଡ, ହେଲପର ଓ ଡ୍ରାଇଭରଙ୍କ ନିକଟରୁ ୨ଟି ମୋବାଇଲ ଜବତ କରିବା ସହ ଉଭୟଙ୍କ କୋର୍ଟଚାଲାଣ କରିଛି। ଖବରଦାତା ସମ୍ମିଳନୀରେ ସୋନପୁର ଏସ୍‌ଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ ଓ ସୋନପୁର ଆଇଆଇସି ଲୋକନାଥ ସାହୁ ଉପସ୍ଥିତ ଥିଲେ।

ଟ୍ରକ୍‌ରେ ମଧ୍ୟପ୍ରଦେଶକୁ ଗଞ୍ଜେଇ ଚୋରାଚାଲାଣ ଘଟଣାରେ ଡ୍ରାଇଭର ଓ ହେଲପରଙ୍କ ସମେତ ଅନ୍ୟମାନଙ୍କ ସମ୍ପୃକ୍ତି ରହିଛି। ଗଞ୍ଜେଇ ଚାଷ ଓ ପରିବହନ ପଛରେ ପଡୋଶୀ ବୌଦ୍ଧ ଜିଲା ଓ ବାହାରେ ଏକ ବଡ ର଼୍ୟାକେଟ୍‌ କାମ କରୁଛି। ସେମାନଙ୍କୁ ଚିହ୍ନଟ କରାଯାଇଛି। ଖୁବ୍‌ଶୀଘ୍ର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ। ଗଞ୍ଜେଇ ବିକ୍ରେତା ଓ ପରିବହନକାରୀଙ୍କ ଅର୍ଥନୈତିକ କାରବାର ସମ୍ପର୍କରେ ତଦନ୍ତ କରାଯିବ ବୋଲି ଏସ୍‌ପି ୟଶପ୍ରତାପ ଶ୍ରୀମାଲ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ଗାଜଲବାଡ଼ି ଘାଟିରେ ୨ ଟ୍ୟାଙ୍କର ଫସିବା ଯୋଗୁ ଯାତାୟାତ ଠପ୍: ରାତିସାରା ଘାଟି ରାସ୍ତାରେ ଅଟକି ରହିଲେ ଶହ ଶହ ଯାତ୍ରୀ

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଓ ବାଲିଗୁଡ଼ାକୁ ସଂଯୋଗ କରୁଥିବା ୫୯ ନମ୍ବର ଗୋପାଳପୁର-ରାଇପୁର ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଶନିବାର ବିଳମ୍ବିତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?