ଆସିଲା ଟ୍ରାଫିକ୍‌ କଟକଣା: ସକାଳ ୯ରୁ ସନ୍ଧ୍ୟା ୭ଟା ଜୟଦେବ ବିହାର-ନାଲ୍‌କୋ ଛକ ରାସ୍ତା ବନ୍ଦ

ଭୁବନେଶ୍ୱର,୧୨ା୬(ସତ୍ୟଜିତ୍‌ ରାଉତ):ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ଟ୍ରାଫିକ୍‌ କଟକଣା ଲାଗୁ କରାଯାଇଛି। ଗାଡି ପାର୍କିଂ ଓ ଜନସାଧାରଣ ଯାତାୟାତ ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ବୁଧବାର ସକାଳ ୯ରୁ ସା ୭ଟା ଯାଏ ଅର୍ଥାତ୍‌ ଶପଥ ସମାରୋହ ଶେଷ ହେବା ପର୍ଯ୍ୟନ୍ତ ଜୟଦେବ ବିହାର ଛକଠାରୁ ନାଲ୍‌କୋ ଛକ ଏବଂ ଏହାକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତା ଦେଇ କୌଣସି ଯାନବାହନ ଯାତାୟାତ କରିପାରିବ ନାହିଁ। ସେହିଭଳି ଉତ୍ସବରେ ଯୋଗଦେବାକୁ ଆସୁଥିବା ନେତା, କର୍ମୀ ଓ ସାଧାରଣ ଲୋକଙ୍କ ଗାଡି ପାଇଁ ରୁଟ୍‌ ଚାର୍ଟ କରାଯାଇଛି। କଟକ ପାର୍ଶ୍ୱରୁ ଆସୁଥିବା ବସ୍‌ଗୁଡିକ ରସୁଲଗଡ ରେଲ୍‌ୱେ ଓଭରବ୍ରିଜଠାରୁ ସର୍ଭିସ୍‌ ରୋଡ୍‌ରେ ଯିବ। ଏହାପରେ ବସ୍‌ଗୁଡିକ ଆଚାର୍ଯ୍ୟ ବିହାରରୁ ଆପୋଲୋ ହସ୍ପିଟାଲ ଓ ସୈନିକ ସ୍କୁଲ ରାସ୍ତା ଦେଇ ଓଏସ୍‌ଏପି ୭ମ ବାଟାଲିଅନ୍‌ ପଡିଆ ଗେଟ୍‌ ପାଖରେ ଯାତ୍ରୀମାନଙ୍କୁ ଓହ୍ଲାଇବ। ପରେ ଗାଡିଗୁଡିକ କଳିଙ୍ଗ ହସ୍ପିଟାଲ ରାସ୍ତା ଦେଇ ଯାଇ ରେଲୱେ କଲୋନି ଗୋଲେଇ ଛକଠାରୁ ଉତ୍କଳ ହସ୍ପିଟାଲ ଏବଂ ହାତିଆସୁଣୀ ଛକ ରାସ୍ତାରେ ଗୋଟିଏ ଲାଇନ୍‌ରେ ପାର୍କିଂ କରିବେ। ସେହିପରି ଖୋର୍ଦ୍ଧା ପାର୍ଶ୍ୱରୁ ଆସୁଥିବା ବସ୍‌ଗୁଡିକ ମଧ୍ୟ ଆଚାର୍ଯ୍ୟବିହାରରେ ପହଞ୍ଚତ୍ ସେଠାରୁ ଆପୋଲୋ ହସ୍ପିଟାଲ ରାସ୍ତାରେ ଯାଇ ସମାନ ଭାବେ ପାର୍କିଂ କରିବ। ଅନ୍ୟପକ୍ଷରେ ନନ୍ଦନକାନନ ପଟୁ ଆସୁଥିବା ବସ୍‌ଗୁଡିକ ଓମ୍‌ଫେଡ୍‌ ଛକ ଦେଇ ଓଏସ୍‌ଏପି ୭ମ ବାଟାଲିଅନ୍‌ ପଡିଆ ଗେଟ୍‌ ପାଖରେ ଯାତ୍ରୀଙ୍କୁ ଓହ୍ଲାଇ ରେଲୱେ କଲୋନୀ ଗୋଲେଇ ଛକଠାରୁ ଉତ୍କଳ ହସ୍ପିଟାଲ ଏବଂ ହାତିଆସୁଣୀ ଛକ ରାସ୍ତାରେ ପାର୍କିଂ କରିବେ। ସେହିପରି କଟକ ଓ ଖୋର୍ଦ୍ଧା ପଟୁ ଆସୁଥିବା ଚାରିଚକିଆ ଯାନଗୁଡିକ ଆଚାର୍ଯ୍ୟବିହାର ହୋଇ ଯିବା ପରେ ଦୂରଦର୍ଶନ ଲେନ୍‌ରେ ଯାତ୍ରୀମାନଙ୍କୁ ଓହ୍ଲାଇ ସୈନିକ ସ୍କୁଲ କ୍ୟାମ୍ପସରେ ପାର୍କିଂ କରିବେ। ନନ୍ଦନକାନ ପଟୁ ଆସୁଥିବା ଚାରିଚକିଆ ଯାନଗୁଡିକ ଓମ୍‌ଫେଡ ଛକ ଦେଇ ଯିବା ସହ ଓଏସ୍‌ଏପି ୭ମ ବାଟାଲିଅନ୍‌ ପଡିଆ ଗେଟ୍‌ ପାଖରେ ଯାତ୍ରୀମାନଙ୍କୁ ଓହ୍ଲାଇ ସୈନିକ ସ୍କୁଲ କ୍ୟାମ୍ପସରେ ପାର୍କିଂ କରିବେ। ତେବେ ଓଏସ୍‌ଏପି ୭ମ ବାଟାଲିଅନ୍‌ ପଡିଆ ଗେଟ୍‌ ପାଖରେ ଓହ୍ଲାଉଥିବା ଲୋକମାନେ କ୍ୟାମ୍ପସ ଭିତର ରାସ୍ତା ଦେଇ ଯିବା ସହ ଜନତା ମଇଦାନ ୩ ନଂ. ଗେଟ୍‌ରେ ପ୍ରବେଶ କରିବେ। ସେହିପିର ଦୂରଦର୍ଶନ ଲେନ୍‌ରେ ଓହ୍ଲାଉଥିବା ଲୋକମାନେ ଜନତା ମଇଦାନର ୬ନମ୍ବର ଗେଟ ଦେଇ ସଭାସ୍ଥଳୀକୁ ପ୍ରବେଶ କରିପାରିବେ ବୋଲି ନିର୍ଦ୍ଦେଶାବଳୀରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri