ଟ୍ରାଫିକ୍‌ ଇନ୍ସପେକ୍ଟରଙ୍କୁ ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ, କାରରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ଭୁବନେଶ୍ୱର,(ସତ୍ୟଜିତ୍‌ ରାଉତ)/ ରାୟଗଡ଼ା,୯ା୨(ଆଶିଷ ରଞ୍ଜନ ପଣ୍ଡା): କ୍ଷମତାର ଦୁରୁପଯୋଗ କରି ବେଆଇନ ଭାବେ ବିପୁଳ ସମ୍ପତ୍ତି ଠୁଳ କରୁଛନ୍ତି ସରକାରୀ ବାବୁ। କିଏ ଖସିଯାଉଛନ୍ତି ତ ଆଉ କିଏ ଧରାପଡୁଛନ୍ତି। ଏବେ ଭିଜିଲାନ୍ସ ପଞ୍ଝାରେ ଫସିଛନ୍ତି ଆଉଜଣେ ସରକାରୀ ବାବୁ। ସେ ହେଲେ ଜଗତ୍‌ସିଂହପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ର ଟ୍ରାଫିକ୍‌ ଇନ୍ସପେକ୍ଟର ପ୍ରଶାନ୍ତ କୁମାର ମହାପାତ୍ର। ପ୍ରଶାନ୍ତ ୪.୨୭ ଲକ୍ଷ ଟଙ୍କା ଧରି ଭୁବନେଶ୍ୱର ଆସୁଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। କେତେଜଣ ଲୋକଙ୍କଠାରୁ ବିପୁଳ ପରିମାଣର ଟଙ୍କା ଗ୍ରହଣ କରିଥିବା ନେଇ ଭିଜିଲାନ୍ସ ଜାଣିବାକୁ ପାଇଥିଲା। ଏହାପରେ ଭିଜିଲାନ୍ସର ଟିମ୍‌ ତାଙ୍କ ଉପରେ ନଜର ରଖିଥିଲା। ଶୁକ୍ରବାର ୪ ଲକ୍ଷ ୨୭ ହଜାର ଟଙ୍କାକୁ ଧରି ପ୍ରଶାନ୍ତ କାର୍‌ (ଓଡି୦୨ସିପି୫୪୧୪) ଯୋଗେ ଜଗତ୍‌ସିଂପୁରରୁ ଭୁବନେଶ୍ୱର ଆସୁଥିବା ଭିଜିଲାନ୍ସ ଟିମ୍‌ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲା। କଟକ ଜିଲା ବିରିବାଟି ତାରିଣୀ ଛକ ନିକଟରେ ଭିଜିଲାନ୍ସ ଟିମ୍‌ ପ୍ରଶାନ୍ତଙ୍କ କାର୍‌କୁ ଅଟକାଇ ଯାଞ୍ଚ କରିବାରୁ ଉକ୍ତ ବିପୁଳ ଟଙ୍କା ମିଳିଥିଲା। ତେବେ ଏହି ଟଙ୍କା ସଂକ୍ରାନ୍ତରେ ସେ ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ତେଣୁ ତାଙ୍କ ନିକଟରୁ ମିଳିଥିବା ସମସ୍ତ ଟଙ୍କାକୁ ଭିଜିଲାନ୍ସ ପକ୍ଷରୁ ଜବତ କରାଯାଇଛି। ଏହାପରେ ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ କରିଥିବା ଦିଗକୁ ନେଇ ଭିଜିଲାନ୍ସ ପକ୍ଷରୁ ପ୍ରଶାନ୍ତଙ୍କ ଦୁଇଟି ସ୍ଥାନରେ ଯାଞ୍ଚ ଜାରି ରହିଛି। ଏଥିସହ ବେଆଇନ ଟଙ୍କା ସଂକ୍ରାନ୍ତରେ ତାଙ୍କୁ ଅଧିକ ପଚରାଉଚରା କରାଯାଉଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆମ ରାୟଗଡ଼ା ପ୍ରତିନିଧିଙ୍କଠାରୁ ମିଳିଥିବା ସୂଚନାନୁସାlରେ, ରାୟଗଡ଼ା ଟାଉନ୍‌ ରାମକୃଷ୍ଣ ନଗରରେ ଭଡ଼ାରେ ଲାଗିଥିବା ପ୍ରଶାନ୍ତ ଘରେ ରାୟଗଡ଼ା ଭିଜିଲାନ୍ସର ୪ଜଣିଆ ଟିମ୍‌ ଯାଞ୍ଚ କରୁଛନ୍ତି। ଭଡ଼ାରେ ରହୁଥିବା ଲୋକଙ୍କ ବୟାନ ରେକର୍ଡ କରାଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

ସେପ୍ଟେମ୍ବର ୧୫ରୁ ବନ୍ଦ ହୋଇପାରେ ଦୋକାନୀଙ୍କ ୟୁପିଆଇ

ନୂଆଦିଲ୍ଲୀ,୫ା୯: ଅନ୍‌ଲାଇନ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଏବେ ଦେଶରେ ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ସଙ୍କଟରେ ପଡ଼ିଛନ୍ତି। କାରଣ ସେମାନଙ୍କ କଓ୍ବୋଇସି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…

୪୦ ବର୍ଷ ପରେ ଖୋଲେ ଭାଗ୍ୟର ତାଲା! ଏହି ୩ ରାଶିର ଲୋକଙ୍କ ଉପରେ ବର୍ଷେ ଧନ , ଯଶ

ଜୀବନରେ ଅନେକ ସଂଘର୍ଷ କରିବା ପରେ ମଧ୍ୟ ଯଦି ସଫଳତା ମିଳୁନାହିଁ, ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ପଛରେ ଗ୍ରହ ନକ୍ଷତ୍ରର ପ୍ରଭାବ ଥାଇପାରେ। ଜ୍ୟୋତିଷର…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri