ବଜାର ରାସ୍ତାରେ ବଢ଼ୁଛି ଟ୍ରାଫିକ ଅବ୍ୟବସ୍ଥା

ଅନୁଗୋଳ ଅଫିସ,୨ା୯: ଅନୁଗୋଳ ବଜାର ରାସ୍ତାରେ ବଢ଼ୁଛି ଟ୍ରାଫିକ ଅବ୍ୟବସ୍ଥା। ଦୈନିକ ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ୍‌ ରହୁଥିବାରୁ ଯାତାୟାତକାରୀଙ୍କ ସହ ବଜାର ଆସୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି କି ରୋଗୀ ନେଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଥିବା ଆମ୍ବୁଲାନ୍ସକୁ ମଧ୍ୟ ଅନେକ ସମୟରେ ଏଠାରେ ଅଟକି ଯିବାକୁ ପଡ଼ୁଛି। ତେବେ ଗୁରୁବାର ଜିଲାପାଳଙ୍କ ଗାଡ଼ି ଏହି ରାସ୍ତାରେ ଭିଡ଼ ଯୋଗୁ ଅଟକି ଯିବା ଦେଖିବାକୁ ମିଳିଛି।
ପ୍ରକାଶ ଯେ, ବଜାର ରାସ୍ତାର ଅନେକ ସ୍ଥାନ କେତେଜଣ ବ୍ୟବସାୟୀଙ୍କ ଅକ୍ତିଆରରେ ରହୁଛି। ସେମାନେ ଦୋକାନ ବାହାରେ ବିକ୍ରି ସାମଗ୍ରୀ ରଖିବା ସହ ଗାଡ଼ି ପାର୍କିଂ କରାଉଛନ୍ତି। ଏପରି କି ଉଭୟ ପାର୍ଶ୍ୱ ସହ ମଝିରେ ଗାଡ଼ି ରଖୁଛନ୍ତି। ଫଳରେ ରାସ୍ତା ସଂକୀର୍ଣ୍ଣ ହୋଇପଡ଼ୁଥିବାରୁ ଗମନାଗମନରେ ଅସୁବିଧା ସୃଷ୍ଟି ହେଉଛି। ଭାରିଯାନ ପ୍ରବେଶ କରିବା ମାତ୍ରେ ବଜାର ରାସ୍ତା ଅଧିକ ଜାମ ହୋଇଯାଉଛି। ଫଳରେ ଏହାକୁ ଅତିକ୍ରମ କରିବାକୁ ଲୋକଙ୍କୁ ଦୀର୍ଘ ସମୟ ଲାଗିଯାଉଛି। ବର୍ଷ ବର୍ଷ ହେଲା ଏପରି ଅବ୍ୟବସ୍ଥା ଜାରି ରହିଥିଲେ ମଧ୍ୟ ସ୍ଥାୟୀ ସମାଧାନ କରାଯାଉ ନାହିଁ। ଗୁରୁବାର ପୂର୍ବାହ୍ନରେ ଜିଲା ମୁଖ୍ୟ ଚିକିତ୍ସାଳୟର ରୋଷେଇ ଗୃହ ଉଦ୍‌ଘାଟନ କାର୍ଯ୍ୟ ସାରି ବଜାର ରାସ୍ତାରେ ଫେରୁଥିବା ବେଳେ ଜିଲାପାଳଙ୍କ ଗାଡ଼ି ଜାମ୍‌ରେ ଫଶି ଯାଇଥିଲା। ସହରର ଶାନ୍ତି ବଜାରଠାରେ ଏକ ଭାରିଯାନ ପ୍ରବେଶ କରିଥିଲା। ଫଳରେ ବିଭିନ୍ନ ଗାଡ଼ି ଅଟକି ରହିଥିଲା। ଏପରି କି ଜିଲାପାଳଙ୍କ ଗାଡ଼ି ମଧ୍ୟ ଆଗକୁ ବଢ଼ିପାରି ନ ଥିଲା। ଫଳରେ ଚାଳକ ପଛକୁ ବୁଲାଇ ଜିଲାପାଳଙ୍କୁ ଅନ୍ୟ ରାସ୍ତାରେ କାର୍ଯ୍ୟାଳୟକୁ ଆଣିଥିଲେ। ତେବେ ଜିଲାପାଳଙ୍କ ଗାଡ଼ି ରାସ୍ତାରେ ଅଟକି ରହିବା ପରେ ଆଗକୁ ଆଉ ଏପରି ସମସ୍ୟା ଯେପରି ହେବନାହିଁ ସେ ନେଇ ପୌର କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବେ ବୋଲି ସହରବାସୀ ଆଶାବାଦୀ ରହିଛନ୍ତି। ଅନ୍ୟପକ୍ଷରେ ଜିଲାପାଳଙ୍କ ଗାଡ଼ି ଭିଡ଼ରେ ଫସିଥିବାରୁ ରାସ୍ତାରେ ପସରା ମେଲାଇଥିବା ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶିଛି। ଗୁରୁବାର ଅନୁଗୋଳ ସହରର ମାର୍କେଟ ବନ୍ଦ ରହିଥିବା ସତ୍ତ୍ୱେ ଯଦି ଏଭଳି ସମସ୍ୟା ଉପୁଜିଛି ତା’ହେଲେ ଖୋଲାଥିବାବେଳେ କିଭଳି ସମସ୍ୟା ଉପୁଜୁଥିବ ତାହା ପୌର କର୍ତ୍ତୃପକ୍ଷ ଭାବିବା ଆବଶ୍ୟକ ବୋଲି ସହରବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

ଯୋଗ- ପ୍ରାଣାୟାମ ସାଙ୍ଗକୁ ବକ୍ତୃତା ପ୍ରତିଯୋଗିତା

ଦିଗପହଣ୍ଡି, ୨୮/୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ସ୍ମାର୍ଟ ପାର୍କ ପରିସରରେ ସ୍ଥାନୀୟ ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ସ୍ୱାୟତ୍ତ ଶାସନ ସପ୍ତାହ ପାଳନ…

ବାରାହା ଫାସରେ ଶାଳୀ-ଭିଣୋଇ: ମୃତ ଶରୀରରକୁ ଉଠାଇ ନେଇ ଗୁମ୍ଫା ଭିତରେ….

ବଲାଙ୍ଗୀର, ୨୮/୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୁଞ୍ଜାଡ଼ିହି ଜଙ୍ଗଲରେ ବାରାହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଜଣେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

ବଞ୍ଜାରୀ ଘାଟିରେ ପୁଣି ଓଲଟିଲା ଏଲ୍‌ପିଜି ଗ୍ୟାସ୍‌ ଟ୍ୟାଙ୍କର

ଲାଞ୍ଜିଗଡ଼, ୨୮ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ନର୍ଲା ଥାନା ଅନ୍ତର୍ଗତ ୬ ନମ୍ବର ରାଜ୍ୟ ରାଜପଥର କିଡିଙ୍ଗ-ଛତିକୁଡ଼ା ରାସ୍ତାର ବଞ୍ଜାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri