Posted inଖେଳ

କିୱି ମାଟିରେ ଭାରତର କଡ଼ା ପରୀକ୍ଷା, ୧୫ ମିମି ଘାସ…

ନୂଆଦିଲ୍ଲୀ,୧୬।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନଭେମ୍ବର ୧୯ ତାରିଖରୁ ୱେଲିଂଟନ୍‌ର ଐତିହାସିକ ବେସିନ୍‌ ରିଜର୍ଭ ଷ୍ଟାଡିୟମ୍‌ରେ ଆରମ୍ଭ ହେବ ପ୍ରଥମ ଟେଷ୍ଟ ମ୍ୟାଚ୍‌ । ଏହି ମ୍ୟାଚ୍‌ ପୂର୍ବରୁ ପିଚ୍‌ର ପ୍ରଥମ ଝଲକ ଭାରତୀୟ ଶିବିରର ଧ୍ୟାନ ଆକର୍ଷଣ କରିଛି । ପିଚ୍‌ରେ ଘାସର ମୋଟା ସବୁଜ ଆସ୍ତରଣ ଦେଖି ଏହାର ମିଜାଜକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ମଧ୍ୟରେ ବେସିନ୍‌ ରିଜର୍ଭର ପିଚ୍‌ କ୍ୟୁରେଟର ଟମ୍‌ ଡେଭି ସ୍ପଷ୍ଟ କରିଛନ୍ତି ଯେ, ଦର୍ଶକଙ୍କୁ ନ୍ୟୁଜିଲାଣ୍ଡର ପାରମ୍ପରିକ ଟେଷ୍ଟ ପିଚ୍‌ ଦେଖିବାକୁ ମିଳିବ । ଅର୍ଥାତ୍‌ ପ୍ରଥମ ଦିନରୁ ହିଁ ବ୍ୟାଟ୍‌ ଓ ବଲ୍‌ ମଧ୍ୟରେ ଜୋରଦାର ଲଢ଼େଇ ହେବା ନିଶ୍ଚିତ।

ନ୍ୟୁଜିଲାଣ୍ଡରେ ଟେଷ୍ଟ କ୍ରିକେଟ୍‌ ସାଧାରଣତଃ ସବୁଜ ଘାସ ଥିବା ପିଚ୍‌ରେ ଖେଳାଯାଏ । ଏଭଳି ପିଚ୍‌ରେ ପ୍ରଥମ ଦୁଇ ଦିନ ବ୍ୟାଟରଙ୍କ ପାଇଁ ରନ୍‌ କରିବା କଷ୍ଟକର ହୋଇଥାଏ । ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିପାରେ। ଏକ ସାକ୍ଷାତକାରରେ ପିଚ୍‌ କ୍ୟୁରେଟର ଟମ୍‌ ଡେଭି କହିଛନ୍ତି ଯେ, ପ୍ରସ୍ତୁତି ସମୟରେ ପିଚ୍‌ରୁ ଘାସକୁ ଧୀରେ ଧୀରେ କଟାଯାଉଛି। ମ୍ୟାଚ୍‌ର ପ୍ରଥମ ଦିନରେ ପିଚ୍‌ ଉପରେ ପ୍ରାୟ ୧୫ ମିଲିମିଟର ଘାସ ରଖିବାକୁ ଯୋଜନା ରହିଛି ।

ପିଚ୍‌କୁ ଘୋଡ଼ାଇ ରଖାଯାଉଛି, ଯାହାଦ୍ୱାରା ଘାସ ଓ ଆର୍ଦ୍ରତା ବଜାୟ ରହିପାରିବ। ଡେଭିଙ୍କ ଅନୁସାରେ, ପିଚ୍‌ଟି କଠିନ ଓ ସବୁଜ ରହିବ। ଏଥିରେ ପ୍ରଥମ ଦିନରେ ଆର୍ଦ୍ରତା ଅଧିକ ରହିବାର ସମ୍ଭାବନା ଅଛି। ତେଣୁ ପ୍ରଥମ ଦୁଇ ଦିନ ଦ୍ରୁତ ବୋଲରଙ୍କୁ ଅଧିକ ସହାୟତା ମିଳିପାରେ । ତେବେ ପାଗ ସଫା ରହିଲେ ମ୍ୟାଚ୍‌ ଆଗକୁ ବଢ଼ିବା ସହ ବ୍ୟାଟିଂ କରିବା ସହଜ ହୋଇପାରେ। ଏହାସହ ୱେଲିଂଟନ୍‌ର ପ୍ରସିଦ୍ଧ ଜୋରଦାର ପବନ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇପାରେ।

ପିଚ୍‌ କ୍ୟୁରେଟର ଟମ୍‌ ଡେଭିଙ୍କ ମତରେ, ଯଦି ମ୍ୟାଚ୍‌ ଚତୁର୍ଥ ଓ ପଞ୍ଚମ ଦିନ ପର୍ଯ୍ୟନ୍ତ ଯାଏ, ତେବେ ଦଳରେ ଜଣେ ବିଶେଷଜ୍ଞ ସ୍ପିନର ରହିବା ଲାଭଦାୟକ ହେବ। ୱେଲିଂଟନ୍‌ର ଜୋରଦାର ପବନ ଓ ଖରା ଯୋଗୁଁ ପିଚ୍‌ର ଘାସ ଧୀରେ ଧୀରେ ଶୁଖିଯାଏ । ପରେ ପିଚ୍‌ରେ ଫାଟ ସୃଷ୍ଟି ହେଲେ ସ୍ପିନରଙ୍କୁ ସହାୟତା ମିଳିପାରେ । ବେସିନ୍‌ ରିଜର୍ଭ ଷ୍ଟାଡିୟମ୍‌ ଏକ ଅନନ୍ୟ ମୈଦାନ। ଏଠାରେ ଜୋରଦାର ପବନ ବୋଲରଙ୍କ ପାଇଁ ଭିନ୍ନ ଧରଣର ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ । ବିଶେଷକରି ଏଠାକାର ପରିସ୍ଥିତି ସହ ଅଭ୍ୟସ୍ତ ନଥିବା ବୋଲରଙ୍କୁ ଅଧିକ ସତର୍କ ରହିବାକୁ ପଡ଼ିବ । ଅଭ୍ୟାସ ସମୟରେ ମଧ୍ୟ ଜୋରଦାର ପବନ ବହୁଥିବାରୁ ବୋଲରଙ୍କ ପାଇଁ ପରିସ୍ଥିତି ସହ ଖାପଖୁଆଇବା ଏକ ବଡ଼ ଚ୍ୟାଲେଞ୍ଜ ହେବ।

ତେଣୁ ପ୍ରଥମ ଦୁଇ ଦିନ ଦ୍ରୁତ ବୋଲରଙ୍କ ଦବ୍‌ଦବା ରହିବାର ସମ୍ଭାବନା ଥିବାବେଳେ ଶେଷ ଦୁଇ ଦିନରେ ସ୍ପିନରମାନେ ମ୍ୟାଚ୍‌ରେ ପ୍ରଭାବ ପକାଇପାରନ୍ତି । ଏଭଳି ସ୍ଥିତିରେ ଭାରତୀୟ ଦଳର ରଣନୀତି କ’ଣ ରହିବ, ତାହା ଉପରେ କ୍ରିକେଟ୍‌ପ୍ରେମୀଙ୍କ ନଜର ରହିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ୨୦୩୫ ପର୍ଯ୍ୟନ୍ତ ପ୍ରମୁଖ ଇଭେଣ୍ଟର କାର୍ଯ୍ୟସୂଚୀ: ଜାଣନ୍ତୁ ଭାରତରେ ହେବ କେଉଁ ସବୁ ବଡ଼ ଇଭେଣ୍ଟ

ନୂଆଦିଲ୍ଲୀ,୧୫।୧୧: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ୨୦୩୫ ପର୍ଯ୍ୟନ୍ତ ଏହାର ପ୍ରମୁଖ ପୁରୁଷ ଇଭେଣ୍ଟ କାର୍ଯ୍ୟସୂଚୀକୁ ମଞ୍ଜୁରୀ ପ୍ରଦାନ କରିଛି। ଏଥିସହିତ ପରବର୍ତ୍ତୀ ୩ ବୃହତ୍‌ ଇଭେଣ୍ଟ ଯଥା…

୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟ ଥିବା ପାଞ୍ଚ ଜଣ ଖେଳାଳିଙ୍କୁ ଦଳରୁ ମୁକ୍ତ କରାଯାଇପାରେ; ଆସନ୍ତାକାଲି ଆସିବ ଆଇପିଏଲ (IPL) ୨୦୨୭ ପାଇଁ ରିଟେନସନ ତାଲିକା

ନୂଆଦିଲ୍ଲୀ,୧୬।୧୧: IPL 2027 ପାଇଁ ସମସ୍ତ ଦଳର ରିଟେନସନ ତାଲିକା ନଭେମ୍ବର ୧୭ରେ ପ୍ରକାଶ ପାଇବ। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରିଷଭ ପନ୍ତଙ୍କ ପରି ପ୍ରମୁଖ ଖେଳାଳିମାନେ…

ପୂର୍ବତନ ପ୍ରଧାନ ଶିକ୍ଷକଙ୍କୁ ଝୁରୁଛି ଗାଁ ମାଟି: ଶିକ୍ଷକତା ପରେ କାହଁକି ନେଲେ ଏଭଳି ଚରମ ନିଷ୍ପତ୍ତି

ବରୀ, ୧୬।୧୧ (ମହେନ୍ଦ୍ର ସ୍ୱାଇଁ): ବରୀ ଶିକ୍ଷାମଣ୍ଡଳ ଅନ୍ତର୍ଗତ ଅରଙ୍ଗାବାଦ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ପ୍ରଧାନଙ୍କ ମୃତ୍ୟୁ ଘଟିଛି। ପାରିବାରିକ କଳହକୁ…

୧୩ ଛକା, ୮ଚୌକା ଇତିହାସ ରଚିଲେ ରଜତ ପାଟିଦାର, ୧୩୫ ରନ କରି କଲେ ବଡ଼ ରେକର୍ଡ

ନୂଆଦିଲ୍ଲୀ,୧୬।୧୧: ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ରଜତ ପାଟିଦାର, ଗତ କିଛି ବର୍ଷ ମଧ୍ୟରେ ଆଇପିଏଲ (IPL) ରେ ନିଜକୁ ଅନ୍ୟତମ ବିପଜ୍ଜନକ ମଧ୍ୟକ୍ରମ ବ୍ୟାଟର…

କାର୍ତ୍ତିକ ମାସର ତୃତୀୟ ସୋମବାରରେ ବଟେଶ୍ୱର ଶୈବପୀଠରେ ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ: ପାଣି ପାଇଁ ଡହଳବିକଳ ହେଲେ….

ଗଞ୍ଜାମ,୧୬/୧୧ (ବିଦ୍ୟାଧର ସାହୁ): ପବିତ୍ର କାର୍ତ୍ତିକ ମାସର ତୃତୀୟ ସୋମବାର ଅବସରରେ ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର କଣ୍ଟିଆଗଡ଼ସ୍ଥିତ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠରେ ୫୦ ହଜାରରୁ…

ନିର୍ବାଚନ ମଇଦାନକୁ ଓହ୍ଲାଇବ CJP? ଅଭିଜିତ ଦୀପକେ ଗଠନ କଲେ ଟିମ୍‌

ନୂଆଦିଲ୍ଲୀ,୧୬।୧୧: ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ, ଯେତେବେଳେ ବିଭିନ୍ନ ରାଜନୈତିକ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି, ସେହି ସମୟରେ ଅଭିଜିତ ଦୀପକେଙ୍କ ଦ୍ୱାରା…

କିଡ୍‌ନୀ ଖରାପ ହେଲେ ଶରୀରରେ ଦେଖାଦିଏ ଏସବୁ ସମସ୍ୟା, କରନ୍ତୁ ନାହିଁ ଅଣଦେଖା

କିଡ୍‌ନୀ ଏପରି ଏକ ଅଙ୍ଗ ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଜଣାପଡ଼େ। ଅଙ୍ଗଟି ପ୍ରାୟ ୮୦-୯୦ ଶତାଂଶ ଅକ୍ଷମ ନ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ ରୋଗୀକୁ…

ବାତ୍ୟା ଅକ୍ୱାନ; ୨୦ରେ ଲ୍ୟାଣ୍ଡଫଲ୍, ୧୩୦ କିମି ବେଗରେ ବହିବ ପବନ!

ଭୁବନେଶ୍ୱର, ୧୬ା୧୧: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ଅଧିକ ଘନୀଭୂତ ହୋଇ ରବିବାର ଅବପାତରେ ପରିଣତ ହୋଇଛି। ସୋମବାର ସନ୍ଧ୍ୟା ସୁଦ୍ଧା ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?