ବଢ଼ୁଛି ନକଲି ହାତୀଦାନ୍ତ ବେପାର

ଭୁବନେଶ୍ୱର, ୨୬।୨(ବ୍ୟୁରୋ): ରାଜ୍ୟରେ ହାତୀ-ମଣିଷ ଦ୍ୱନ୍ଦ୍ୱ ଦିନକୁ ଦିନ ବଢ଼ିବାରେ ଲାଗିଛ। ହାତୀ ଯୋଗୁ ମଣିଷ ଜୀବନ ନଷ୍ଟ ହେଲେ କ୍ଷତିପୂରଣ ସରକାର ଦେଉଛନ୍ତି। ହେଲେ ମଣିଷ ଦ୍ବାରା ହାତୀର ମୃତ୍ୟୁ ହେଲେ କେହି ଉତ୍ତରଦାୟୀ ହେଉନାହାନ୍ତି। ହାତୀ ଶିକାର ଓ ଦାନ୍ତ ଚାଲାଣରେ ଖୋଦ୍‌ ବିନ ବିଭାଗର ଅଧିକାରୀ ତଥା କର୍ମଚାରୀଙ୍କ ସମ୍ପୃକ୍ତି ରହୁଥିବାରୁ ରାଜ୍ୟରେ ଏହି ର଼୍ୟାକେଟ ସକ୍ରିୟ ରହିଛି। ତେବେ ବେଳେବେଳେ ବନ ବିଭାଗ ପକ୍ଷରୁ ଶିକାରୀଙ୍କୁ ଗିରଫ କରାଯିବା ସହ ହାତୀଦାନ୍ତ ଜବତ କରାଯାଉଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ। ଏପଟେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ହାତୀମୃତ୍ୟୁର ତଦନ୍ତ ଓ ଦାନ୍ତ ଜବତ କରିବାରେ ଉଲ୍ଲେଖନୀୟ ସଫଳତା ହାସଲ କରୁଥିଲେ ମଧ୍ୟ ଜବତ ଦାନ୍ତ ମଧ୍ୟରୁ ପ୍ରାୟ ୯୦% ନକଲି ରହୁଥିବା ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଦାବି କରୁଛନ୍ତି। ବନ ବିଭାଗ ହେଉ କିମ୍ବା କ୍ରାଇମବ୍ରାଞ୍ଚ୍‌ ହାତୀଦାନ୍ତ ଜବତ କଲେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥାଏ। ହେଲେ ଅଧିକାଂଶ ନକଲି ଜଣାପଡୁଥିଲେ ମଧ୍ୟ ତାହାକୁ କାହିଁକି ସାର୍ବଜନୀନ କରାଯାଉ ନାହିଁ ବୋଲି ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଛନ୍ତି।
ଭୁବନେଶ୍ବରରୁ ଗତ ୧୯ ତାରିଖରେ ୩ କେଜି ଓଜନର ଏକ ହାତୀଦାନ୍ତ ଜବତ କରାଯିବା ସହ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଭୁବନେଶ୍ବର ବନ୍ୟପ୍ରାଣୀ ରେଞ୍ଜ ପକ୍ଷରୁ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ତେବେ ସେମାନଙ୍କଠାରୁ ଜବତ ଦାନ୍ତ ନକଲି ବୋଲି ବାଙ୍ଗାଲୋରସ୍ଥିତ ବନ୍ୟପ୍ରାଣୀ ଅପରାଧ ବିଶେଷଜ୍ଞ ଶରଥ ବାବୁ କହିଛନ୍ତି। ଖାଲି ସେତିକି ନୁହେଁ, ୨୦୨୨ ମେ’ ୪ରେ ବଲାଙ୍ଗୀର ଜିଲାରୁ କ୍ରାଇମବ୍ରାଞ୍ଚ ଜବତ କରିଥିବା ୬ ଖଣ୍ଡ ହାତୀଦାନ୍ତ ମଧ୍ୟରୁ ୫ଟି ଏବଂ ଏପ୍ରିଲ ୨୩ରେ ସୁବର୍ଣ୍ଣପୁର ଜିଲାରୁ ଜବତ ହୋଇଥିବା ୩ଟି ହାତୀଦାନ୍ତ ନକଲି ବୋଲି ଶରଥ ଦାବି କରିଛନ୍ତି। ଶରଥ ନିଜ ଆଡୁ ଇଂଲିଶ ଖବରକାଗଜରେ ପ୍ରକାଶିତ ଖବର ପଢ଼ି ଓ ଫଟୋ ଦେଖି ଅଧିକ ତଥ୍ୟ ଜାଣିବାକୁ ଚାହିଁଥିଲେ। ତେଣୁ ସେ ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକଙ୍କ ସହ ଯୋଗାଯୋଗ କରିଥିଲେ। ଶୁଭେନ୍ଦୁ ବଲାଙ୍ଗୀର, ସୁବର୍ଣ୍ଣପୁର ଏବଂ ଭୁବନେଶ୍ବରରେ ଜବତ ହୋଇଥିବା ହାତୀଦାନ୍ତର ଫଟୋ ସହ କିଛି ତଥ୍ୟ ତାଙ୍କ ପାଖକୁ ପଠାଇଥିଲେ। ଜବତ ୧୦ ଖଣ୍ଡ ଦାନ୍ତ ଭିତରେ ୯ଟି ନକଲି ବୋଲି ଶରଥ ଦୃଢ଼ ଭାବରେ କହିଛନ୍ତି।
ବିଶେଷଜ୍ଞଙ୍କ ମତରେ, ଭୁବନେଶ୍ବରରୁ ଜବତ ହାତୀଦାନ୍ତରେ ଗୋଟିଏ ଫାଟ ରହିଛି, ଯାହା ହାତୀଦାନ୍ତରେ ନ ଥାଏ। ସେହିପରି ମାତ୍ର ୮ଇଞ୍ଚ ଲମ୍ବ ଓ ସାଢ଼େ ୩ଇଞ୍ଚ ବ୍ୟାସ ବିଶିଷ୍ଟ ଦାନ୍ତ ୩ କେଜି ହେବ ନାହିଁ। ଆହୁରି ମଧ୍ୟ ଗୋଟିଏ ପଟେ ପ୍ରାୟ ୨ଇଞ୍ଚ ବ୍ୟାସ ବିଶିଷ୍ଟ ଗୋଲେଇ କରି, ତାକୁ ଖୋଦେଇ କରି କିଛି ଓଜନିଆ ଜିନିଷ ଭର୍ତ୍ତି କରି ସିଲ୍‌ କରାଯାଇଥିବା ପରି ସ୍ପଷ୍ଟ ଜଣାପଡ଼ୁଥିଲା। ହାତୀଦାନ୍ତର ଓଜନ ଅଧିକ କରିବା ଲାଗି ଏହି କାରସାଦି କରାଯାଇଛି ବୋଲି ଶୁଭେନ୍ଦୁ କହିଛନ୍ତି। ପୁଣି ହାତୀଦାନ୍ତରେ ଏଭଳି ପୋଲା ନ ଥାଏ। ଏହାକୁ କାଟି ପରୀକ୍ଷା କଲେ ଭିତରେ କ’ଣ ଭର୍ତ୍ତି କରାଯାଇଛି ତାହା ଜଣାପଡ଼ିବ। ହାତୀଦାନ୍ତ ପ୍ରାକୃତିକ ଭାବରେ ବଙ୍କା ଥାଏ, କିନ୍ତୁ ଏଠାରେ ୮ଇଞ୍ଚ ସମ୍ପୂର୍ଣ୍ଣ ସରଳ ରେଖାରେ ରହିବା ପ୍ରମାଣ କରୁଛି କି ତାହା ଦାନ୍ତ ନୁହେଁ; ତାହା ହାତୀର ଗୋଡ଼ କିମ୍ବା ଅନ୍ୟ କେଉଁ ଅଂଶର ହାଡ଼ ହୋଇଥାଇପାରେ ବୋଲି ଶରଥ କହିଛନ୍ତି।
ଏ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ବଜିତ ମହାନ୍ତି କହିଛନ୍ତି, ଗତବର୍ଷ ବଲାଙ୍ଗୀର ଓ ସୋନପୁରରୁ ଜବତ ୯ ହାତୀଦାନ୍ତର ଫଟୋରେ ମାତ୍ର ଗୋଟିଏ ଅସଲି ଭଳି ଦେଖାଯାଉଥିବା ମୁଁ ଅନୁଭବ କରିଛି। ହାତୀ ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ, ୧୯୭୨ ଅନୁଯାୟୀ ତଫସିଲ-୧ ପ୍ରାଣୀ। ହାତୀର ହାଡ଼କୁ ବିକିବାକୁ ଚେଷ୍ଟା କଲେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ବନ୍ୟପ୍ରାଣୀ ଆଇନର ଧାରା ୯ ଲାଗିବ। ସେହିପରି ହାତୀ ହାଡ଼କୁ ଦାନ୍ତ ବୋଲି ଦେଖେଇ ଯେଉଁମାନେ ବିକିବା ପାଇଁ ଚେଷ୍ଟା କରନ୍ତି, ସେମାନେ ଠକେଇ କରିଥା’ନ୍ତି ଏବଂ ସେମାନଙ୍କ ବିରୋଧରେ ଆଇପିସିର ୪୨୦ ଦଫା ମଧ୍ୟ ଲାଗିପାରିବ।

ଅସଲି କି ନକଲି କେମିତି ଚିହ୍ନିହେବ
୨୦୨୦ରେ ସାଇଟିସ୍‌ ସେକ୍ରେଟାରିଏଟ୍‌ ଏବଂ ୱାଲର୍‌ଡ ୱାଇଲ୍ଡ ଫଣ୍ଡ୍‌ର ମିଳିତ ସହଯୋଗରେ ପ୍ରକାଶ ପାଇଥିବା ‘ଆଇଡେଣ୍ଟିଫିକେଶନ ଗାଇଡ୍‌ ଫର୍‌ ଆଇଭରି ଆଣ୍ଡ୍‌ ଆଇଭରି ସବ୍‌ଷ୍ଟିଚ୍ୟୁଟ୍‌ସ’ ପୁସ୍ତକର ୪ର୍ଥ ସଂସ୍କରଣରେ ହାତୀଦାନ୍ତ ଅସଲି କି ନକଲି ଚିହ୍ନିବା ପାଇଁ ବୁଝାଯାଇଛି। ପୋଲିସ ବା ବନ ଅଧିକାରୀମାନେ ମାଗଣାରେ ସେ ବହିକୁ ଡାଉନ୍‌ଲୋଡ୍‌ କରି ଜ୍ଞାନ ଆହରଣ କରିବା ସହ କ୍ଷେତ୍ର ବିଶେଷରେ କାମରେ ଲଗାଇପାରିବେ। ଭୌତିକ, ରାସାୟନିକ ଏବଂ ଜେନେଟିକ୍ସ ପରୀକ୍ଷା ଦ୍ବାରା ହାତୀଦାନ୍ତ ଅସଲି କି ନକଲି ଜାଣିହେବ। ତେବେ ଫିଲ୍ଡରେ କାମ କଲାବେଳେ ଜେନେଟିକ୍ସ ପରୀକ୍ଷା ସମ୍ଭବପର ହୋଇ ନ ଥାଏ। ତେଣୁ ଅନ୍ୟ ୩ଟି ପଦ୍ଧତିକୁ ଅଧିକାରୀମାନେ ଆପଣାଇପାରିବେ। ଅସଲି ହାତୀଦାନ୍ତ ବା ହାତୀଦାନ୍ତରୁ ନିର୍ମିତ ସାମଗ୍ରୀ ଉପରେ ଅଲ୍‌ଟ୍ରା ଭାଓଲେଟ ଲାଇଟ୍‌ ପଡ଼ିଲେ ତାହା ଫ୍ଲୋରୋସେଣ୍ଟ ରଙ୍ଗ ବିକିରଣ କରିଥାଏ। ସେହିଭଳି ହାତୀର ହାଡ଼କୁ ଘୋରି ପାଲିସ କରି ଦାନ୍ତ ଭଳି ଆକାର ଦିଆଯାଇଥିଲେ ତାହାକୁ ଲେନ୍ସରେ ଭଲ ଭାବରେ ପରୀକ୍ଷା କଲେ ଧରାପଡ଼ିଯିବ। ହାତୀଦାନ୍ତର କ୍ରସ୍‌ ସେକ୍ସନ କରି ତାହାର ଫଟୋ ଉଠାଇ ସେଥିରେ ସ୍ରେଗର ଲାଇନ୍‌ ମପାଯାଇଥାଏ। ଯଦି ସେହି କୋଣ ୧୦୦ ଡିଗ୍ରୀରୁ ଅଧିକ ହୁଏ, ତେବେ ତାହା ହାତୀଦାନ୍ତ ବୋଲି ସ୍ପଷ୍ଟ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ଟ୍ରାଫିକ୍‌ ପୋଲିସ ପିନ୍ଧିବେ AC ହେଲ୍‌ମେଟ୍‌

ଭୁବନେଶ୍ୱର,୨୦ା୪: ପ୍ରଚଣ୍ଡ ଖରାରୁ ରକ୍ଷା ପାଇବା ପାଇଁ କମିଶନରେଟ୍‌ ପୋଲିସରେ କାର୍ଯ୍ୟରତ ସମସ୍ତ ଟ୍ରାଫିକ୍‌ କର୍ମଚାରୀ ଏଣିକି ଏସି ବା ଏୟାର କଣ୍ଡିଶନ ହେଲ୍‌ମେଟ୍‌ ପିନ୍ଧିବେ।...

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

ବିଜେଡି ପ୍ରାର୍ଥୀ ଘୋଷଣା ପରେ ବଡ଼ ବୟାନ ଦେଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ଦଳ ଚିଲିକାରୁ ରଘୁନାଥ ସାହୁଙ୍କୁ ପ୍ରାର୍ଥୀ କରିଛି। ତେବେ ଚିଲିକା...

ବଡଚଣାରୁ ଲଢିବେ ବର୍ଷା, କେଉଁଠୁ ଲଢିବେ ଅନୁଭବ?

ଭୁବନେଶ୍ୱର,୨୦।୪: ବିଜେଡି ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସରପ୍ରାଇଜ କ୍ୟାଣ୍ଡିଡେଟ୍‌ ଭାବେ ବର୍ଷା ପ୍ରିୟଦର୍ଶିନୀଙ୍କୁ...

ଏହି ୨ ବିଧାୟକଙ୍କୁ ମିଳିଲାନି ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ପ୍ରାର୍ଥୀ ଘୋଷଣାରେ ଚମ୍ପୁଆ ବିଧାୟକ ମିନାକ୍ଷୀ ମହାନ୍ତ ଏବଂ ଆନନ୍ଦପୁର...

ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା: ୫ ବିଧାୟକଙ୍କ କଟିଲା ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଟିକେଟ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ତାଲିକାରେ...

ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ୍‌ କାଟି ବର୍ଷାଙ୍କ ଉପରେ ଭରସା

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିଜେଡି ବଡ଼ଚଣାର ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ୍‌ କଟିଛି। ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri