ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ପୁଣି ବନ୍ଦ

ପୁରୁଣା ଭୁବନେଶ୍ୱର,୨୬।୨(ଡି.ଏନ୍‌.ଏ.): ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ଶନିବାର ଥିବାବେଳେ ପୂର୍ବ ବର୍ଷ ଭଳି ବନ୍ଦ ହୋଇଛି। ମଲ୍ଲିଆ ସେବାୟତ ପାଳି କରିବାକୁ ନ ଆସିବାରୁ ଅସ୍ବାଭାବିକ ପରିସ୍ଥିତି ଉପୁଜିଛି। ପ୍ରାତଃରୁ କପିଳେଶ୍ୱର ମନ୍ଦିର କବାଟ ତାଲା ପଡ଼ି ରହିଥିବା ବେଳେ ରିପୋର୍ଟ ଲେଖା ହେବା ବେଳକୁ କୌଣସି ନୀତିକାନ୍ତି ହୋଇପାରି ନାହିଁ। ଫଳରେ କପିଳେଶ୍ୱର ଦେବ ଉପବାସରେ ରହିଥିଲେ।
ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ୯ବର୍ଷ ହେବ ବନ୍ଦ ରହିଥିବା ବେଳେ ସୁଚାରୁଭାବେ ପୁଣି ଯାତ୍ରା ସମ୍ପାଦନ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ୫ବର୍ଷ ବିତିଯାଇଥିଲେ ମଧ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇପାରୁ ନାହିଁ। ଚଳିତ ବର୍ଷ ଏହି ଯାତ୍ରା ସମ୍ପାଦନ କରିବା ଲାଗି ପ୍ରଶାସନ ଅଣ୍ଟା ଭିଡ଼ିଥିଲା। ଏନେଇ ପ୍ରଶାସନ ପକ୍ଷରୁ ସର୍କିଟ ହାଉସଠାରେ ମଲ୍ଲିଆ ଓ ଖୁଣ୍ଟିଆ ସେବାୟତଙ୍କ ଉପସ୍ଥିତିରେ ବୈଠକ ହୋଇଥିଲା। ଚଳିତବର୍ଷ ପରମ୍ପରା ଅନୁଯାୟୀ ନୀତି ସ୍ବାଭାବିକ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ଏଥିସହ ଦୁଇ ସେବାୟତ ପ୍ରମୁଖ ମଧ୍ୟ ରାଜି ହୋଇଥିଲେ। ତେବେ ଶନିବାର ପ୍ରତ୍ୟୁଷରୁ ଉପଜିଲାପାଳ, ଦେବୋତ୍ତର ସହକାରୀ ଆୟୁକ୍ତ, ସ୍ଥାନୀୟ ପୋଲିସ ଓ ଖୁଣ୍ଟିଆ ସେବାୟତ କପିଳେଶ୍ୱର ମନ୍ଦିର ସିଂହଦ୍ୱାର ନିକଟରେ ପହଞ୍ଚିଥିଲେ। ଦ୍ୱାରଫିଟା ଦାୟିତ୍ୱରେ ଥିବା ମଲ୍ଲିଆ ସେବାୟତ ମ୍ୟାନେଜରଙ୍କ ନିକଟରେ ଚାବି ରହିଥିଲା। ତେବେ ଉକ୍ତ ଦିନର ପାଳିଆ ମଲ୍ଲିଆ ସେବାୟତ ଅନୁପସ୍ଥିତ ରହିବାରୁ ମନ୍ଦିରର ଦ୍ୱାର ଫିଟା ହୋଇ ନ ଥିଲା। ଏପରିକି ଠାକୁରଙ୍କ ଅନ୍ୟାନ୍ୟ ନୀତିକାନ୍ତି ନ ହେବାରୁ ଦିନତମାମ ଠାକୁର ଉପବାସରେ ରହିଥିଲେ। ଫଳରେ ପ୍ରଶାସନିକ ଅଧିକାରୀମାନେ ଫେରିଯାଇଥିଲେ। ସନ୍ଧ୍ୟାରେ ଜିଲାପାଳ ତଥା ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି କେ.ସୁଦର୍ଶନ ଚକ୍ରବର୍ତ୍ତୀ ସର୍କିଟ ହାଉସକୁ ଉଭୟ ସେବାୟତ ପ୍ରମୁଖଙ୍କୁ ଡକାଇଥିଲେ। ଖୁଣ୍ଟିଆ ସେବାୟତ ଆସିଥିବା ବେଳେ ମଲ୍ଲିଆ ସେବାୟତ ଅନୁପସ୍ଥିତ ଥିଲେ। ଫଳରେ ହାଣ୍ଡିଭଙ୍ଗା ଯାତ୍ରା ଶେଷ ଆଶା ମଉଳିଯାଇଥିଲା। ଏ ସମ୍ପର୍କରେ ଉପଜିଲାପାଳ ଦେବବ୍ରତ ସାହୁ କୁହନ୍ତି, କପିଳେଶ୍ୱର ମନ୍ଦିର ଦ୍ୱାରଫିଟା ଦାୟିତ୍ୱରେ ଥିବା ମଲ୍ଲିଆ ସେବାୟତ ମ୍ୟାନେଜରଙ୍କ ନିକଟରେ ଚାବି ରହିଥିଲା। ଉକ୍ତ ଦିନର ପାଳିଆ ମଲ୍ଲିଆ ସେବାୟତ ଅନୁପସ୍ଥିତ ରହିବାରୁ ନୀତିକାନ୍ତି ହୋଇପାରିଲା ନାହିଁ। ଖିଲାପକାରୀଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଛି। ଏଥିସହ ଦେବୋତ୍ତର ବିଭାଗକୁ ଘଟଣାକ୍ରମ ରିପୋର୍ଟ ମଗାଯାଇଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରାତଃରୁ ମଙ୍ଗଳ ଆଳତି, ଅବକାଶ ନୀତି କରାଯାଇ ଦ୍ୱିପ୍ରହର ଧୂପ ପରେ ଯାତ୍ରା ପୂଜା ନୀତି ହୋଇଥିଲା। ହାଣ୍ଡିଭଙ୍ଗା ଯାତ୍ରା ନ ହେବାରୁ ରିପୋର୍ଟ ଲେଖା ହେବା ବେଳକୁ ବୀରକିଶୋରୀ ବଲ୍ଲଭଠାରୁ ନୀତି ବନ୍ଦ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri