ହୋଟେଲକୁ ମାଡ଼ିଗଲା ଟ୍ରାକ୍ଟର, ୨ ମୃତ

ସମ୍ବଲପୁର,୮ା୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଭାଲୁପାଲି ଛକରେ ବୁଧବାର ସନ୍ଧ୍ୟାରେ ଇଟା ବୋଝେଇ ଟ୍ରାକ୍ଟର ବିଜୁ ଏକ୍ସପ୍ରେସ୍‌ ୱେ(ରାଜ୍ୟ ରାଜପଥ-୧୦) ପାର୍ଶ୍ୱରେ ଥିବା ଏକ ହୋଟେଲକୁ ମାଡ଼ିଯାଇ ରାସ୍ତାପାର୍ଶ୍ୱସ୍ଥ ଡ୍ରେନରେ ଓଲଟି ପଡ଼ିଥିଲା। ଏଥିରେ ଟ୍ରାକ୍ଟର ଚାଳକଙ୍କ ସହ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଟ୍ରାକ୍ଟର ଚାଳକ ସିନ୍ଦୂରପଙ୍କର ମୂଳ ବାସିନ୍ଦା ତଥା ଅଇଁଠାପାଲି ଥାନା ପଧାନପଡ଼ାରେ ରହୁଥିବା ମୁକେଶ ବାଗ(୨୭) ଓ ହୋଟେଲ ମାଲିକଙ୍କ ନାତି ବିଧାନ୍ତ ସାହୁ(୬)। ଆହତଙ୍କ ମଧ୍ୟରେ ହୋଟେଲ ମାଲିକ ରାଜୁ ସାହୁଙ୍କ ଝିଅ ସୁନନ୍ଦା ସାହୁ(୩୦), ନିତେଶ ସାହୁ (୮) ଓ ସିଦ୍ଧାନ୍ତ ସାହୁ(୯) ଏବଂ ଟ୍ରାକ୍ଟରର ୨ ଶ୍ରମିକ ଝାରସୁଗୁଡ଼ା ଜିଲା ଚନ୍ଦନିମାଲର ଅଜିତ ଖଡ଼ିଆ (୨୩) ଓ ଦିଲୀପ ଖଡ଼ିଆ (୨୪) ରହିଛନ୍ତି। ଆହତ ମହିଳା ଓ ୨ ଶିଶୁଙ୍କୁ ଏକ ଘରୋଇ ନର୍ସିଂହୋମ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ୨ ଶ୍ରମିକଙ୍କୁ ବୁର୍ଲା ଭିମ୍‌ସାରରେ ଭର୍ତ୍ତି କରାଯାଇଛି।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟାରେ ରେଙ୍ଗାଲି ପଟୁ ଇଟା ବୋଝେଇ କରି ଏକ ଟ୍ରାକ୍ଟର (ନଂ.ଓଡି୧୫ଟି-୭୧୩୩) ୨ ଶ୍ରମିକଙ୍କୁ ନେଇ ବିଜୁ ଏକ୍ସପ୍ରେସ୍‌ ୱେରେ ସମ୍ବଲପୁର ପଟକୁ ଆସୁଥିଲା। ଭାଲୁପାଲି ଛକରେ ଜଣେ ସ୍କୁଟି ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଟ୍ରାକ୍ଟର ଭାରସାମ୍ୟ ହରାଇ ଡିଭାଇଡର ଭାଙ୍ଗି ଅପରପାର୍ଶ୍ୱ ରାସ୍ତପାର୍ଶ୍ୱରେ ଥିବା ଏକ ହୋଟେଲ ଭିତରକୁ ମାଡ଼ିଯାଇ ଓଲଟି ପଡ଼ିଥିଲା। ଫଳରେ ହୋଟେଲରେ ବସିଥିବା ମାଲିକଙ୍କ ଝିଅ ଓ ୩ ନାତି ଗୁରୁତର ଆହତ ହୋଇଥିଲେ। ଡ୍ରାଇଭର ମୁକେଶଙ୍କ ସହ ଉଭୟ ଶ୍ରମିକଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟ ନେଇଥିଲା। ହେଲେ ସେଠାରେ ଡାକ୍ତର ମୁକେଶଙ୍କୁ ମୃତ ଘୋଷଣା କରିଥିଲେ। ଅପରପକ୍ଷରେ ଘରୋଇ ନର୍ସିଂହୋମ୍‌ରେ ଭର୍ତ୍ତି ହୋଇଥିବା ହୋଟେଲ ମାଲିକଙ୍କ ନାତି ବିଧାନ୍ତ ସାହୁଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଭାରସାମ୍ୟ ହରାଇ ଟ୍ରାକ୍ଟର ହୋଟେଲକୁ ପଶିଯିବାବେଳେ ବାହାରେ ଥିବା ଏକ ସ୍କୁଟି ଓ ବାଇକ୍‌କୁ ଧକ୍କାଦେଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri