ଟିପିସିଓଡିଏଲ୍‌ର ନୂତନ ଅଭିଯାନ ‘ଗାଁ ଚାଲ’

ଭୁବନେଶ୍ବର,୪।୭ (ଅଭୟ ଦାଶ): ଟି ପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ ବା ଟିପିସିଓଡିଏଲ୍‌ର ନୂତନ ଅଭିଯାନ ‘ଗାଁ ଚାଲ’ର ସଫଳତା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ବିଭିନ୍ନ ପ୍ଲାଟ୍‌ଫର୍ମରେ ଭାବ ବିନିମୟ ସହିତ ସେବାର ଗୁଣବତ୍ତା ପାଇଁ ଉପଭୋକ୍ତାଙ୍କ ସହ ସକ୍ରିୟ ଭାବେ ଯୋଗାଯୋଗ କରୁଛି। ଅପରପକ୍ଷରେ ବ୍ୟାପକ ଗ୍ରାମୀଣ ଉପଭୋକ୍ତାଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ସେମାନଙ୍କ ପାଖରେ ସିଧାସଳଖ ସେବା ଯୋଗାଇବାର ଲକ୍ଷ୍ୟରେ ଟିପିସିଓଡିଏଲ୍‌ ଦ୍ୱାରା ପ୍ରସ୍ତୁତ ଏକ ପ୍ରମୁଖ କାର୍ଯ୍ୟକ୍ରମ ହେଉଛି ଗାଁ ଚାଲ ଅଭିଯାନ। ଗାଁ ଏବଂ ପଞ୍ଚାୟତସ୍ତରରେ ଏହି କାର୍ଯ୍ୟକ୍ରମ ଗ୍ରାହକ ସମ୍ପର୍କ କାର୍ଯ୍ୟନିର୍ବାହୀ (ସିଆର୍‌ଇ) ଙ୍କ ନେତୃତ୍ୱରେ ଟିପିସିଓଡିଏଲ୍‌ରେ ପ୍ରଶିକ୍ଷିତ କର୍ମଚାରୀଙ୍କ ଏକ ଉତ୍ସର୍ଗୀକୃତ ଦଳ ମାଧ୍ୟମରେ ଆୟୋଜନ କରାଯାଉଛି।

ଗତ ୧ବର୍ଷ ମଧ୍ୟରେ ୧୦୦୦ରୁ ଅଧିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି, ଯେଉଁଥିରେ ୫୨,୦୦୦ ଉପଭୋକ୍ତା ଉପକୃତ ହୋଇଛନ୍ତି। ଏହି ପଦକ୍ଷେପ ମାଧ୍ୟମରେ ୮,୩୦୦ ନୂତନ ସଂଯୋଗ ଦେବା ପାଇଁ ପଦକ୍ଷେପ ନିଆଯାଇଛି ଏବଂ ୫,୩୦୦ ଡିଜିଟାଲ ପେମେଣ୍ଟ କରାଯାଇଥିବା ବେଳେ ୧୩ ହଜାରରୁ ଅଧିକ ଅଭିଯୋଗ ଓ ପ୍ରଶ୍ନର ସମାଧାନ ହୋଇଛି। ‘ଗାଁ ଚାଲ’ ଅଭିଯାନ ଅନେକ ମାଇଲଖୁଣ୍ଟ ଅତିକ୍ରମ କରିଛି ଏବଂ ଉପଭୋକ୍ତାଙ୍କ ସହ ଟିପିସିଓଡିଏଲ୍‌ର ସମ୍ପର୍କକୁ ସୁଦୃଢ଼ କରିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri