ଟିପିସିଓଡିଏଲର ଉଦ୍ୟମୀ ସଶକ୍ତିକରଣ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୯।୯(ଅନୁରାଧା ମହାରଣା)- ଟାଟା ପାୱାର ଓ ରାଜ୍ୟ ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓ ଡିଷ୍ଟ୍ରିବ୍ୟୁଶନ ଲିମିଟେଡ (ଟିପିସିଓଡିଏଲ) ଦ୍ୱାରା ଏମଡିସି ଭୁବନେଶ୍ୱରରେ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ‘ଆଫିରମେଟିଭ କମ୍ୟୁନିଟି’ରୁ ଆସିଥିବା ଉଦ୍ୟମୀମାନଙ୍କୁ ସଶକ୍ତ କରିବା ଓ ସେମାନଙ୍କ ବ୍ୟବସାୟିକ ଉନ୍ନତି ଓ ବିକାଶକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଦଳିତ ଇଣ୍ଡିଆନ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଡିକ୍କି)ର ଜାତୀୟ ଅଧ୍ୟକ୍ଷ ପଦ୍ମଶ୍ରୀ ରବି କୁମାର ନାରା, ଉତ୍ତର ଭାରତ ଅଧ୍ୟକ୍ଷ କୁୱଂର ଶଶାଙ୍କ ଟିପିସିଓଡିଏଲର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । ଏହି ଅବସରରେ ପଦ୍ମଶ୍ରୀ ରବି କୁମାର ନାରା ସମାଜିକ ଓ ଆର୍ଥିକ ବିକାଶରେ ସମାବେଶୀ ଉଦ୍ୟମିତାର ଗୁରୁତ୍ୱକୁ ଉଲ୍ଲେଖ କରିଥିଲେ। ଟିପିସିଓଡିଏଲର ବରିଷ୍ଠ କର୍ମକର୍ତ୍ତାମାନେ ମଧ୍ୟ ଏହି ମହତ ପଦକ୍ଷେପରେ ସହଭାଗୀ ହେବା ଗୌରବର ବିଷୟ ବୋଲି କହିବା ସହ ସମାଜର ସବୁ ବର୍ଗର ଲୋକଙ୍କୁ ସମାନ ସୁଯୋଗ ଦେବା ପାଇଁ କମ୍ପାନୀଙ୍କ ଦୃଷ୍ଟିକୋଣକୁ ପ୍ରକାଶ କରିଥିଲେ। ଏହି ଅବସରରେ କୁୱଂର
ଶଶାଙ୍କ ଟିପିସିଓଡିଏଲର ସମାବେଶୀ ଓ ବିଭିନ୍ନତାପୂର୍ଣ୍ଣ ନୀତିକୁ ଗ୍ରହଣ କରିବା ସହ ଟାପ ଅଧୀନରେ ସକାରାତ୍ମକ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ସାମଗ୍ରିକ ବିକାଶ ଦ୍ୱାରା ହିଁ ପ୍ରକୃତ ବିକାଶ ହୋଇଥାଏ। ଆଫିରମେଟିଭ କମ୍ୟୁନିଟିର ଉଦ୍ୟମୀମାନଙ୍କୁ ସଶକ୍ତ କରିବା ଆମର ଲକ୍ଷ୍ୟ। ଏହି ପଦକ୍ଷେପ ସେମାନଙ୍କୁ କେବଳ ବ୍ୟବସାୟିକ ସୁଯୋଗ ଦେବ ନାହିଁ ବରଂ ଓଡ଼ିଶାର ସାମାଜିକ ବିକାଶ ପାଇଁ କାର୍ଯ୍ୟ କରିବ ବୋଲି ଟିପିସିଓଡିଏଲର ସିଇଓ ଅରିଭିନ୍ଦ ସିଂହ ମତ ଦେଇଛନ୍ତି। ସମାଜର ସମସ୍ତ ଶ୍ରେଣୀର ଉଦ୍ୟମୀ ପ୍ରତିଭା ମାନଙ୍କୁ ଆଗକୁ ବଢିବାର ସୁଯୋଗ ଦେବା ପାଇଁ ଏକ ମଞ୍ଚ ପ୍ରଦାନ କରିବ, ଏଥି ପାଇଁ ପାଇଁ ଆମେ ଗର୍ବିତ ଥିବା ଟିପିସିଓଡିଏଲର ସିଓଓ ଦୁଷ୍ୟନ୍ତ ତ୍ୟାଗୀ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ତିଖିରି ସରପଞ୍ଚ ଚାମେଲିଙ୍କୁ ମିଳିଲା ଜାମିନ୍‌, କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ପୋଲିସକୁ ଆକ୍ରମଣ କରିବା ଭଳି…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

୧୬ମାସ ପରେ ଟ୍ରମ୍ପଙ୍କୁ ଭେଟିଲେ ମୋଦି, ଦେଖୁଦେଖୁ କରିଦେଲେ…

ନୂଆଦିଲ୍ଲୀ,୧୬।୬: ଫ୍ରାନ୍ସର ଏଭିଆନଠାରେ ଆୟୋଜିତ G7 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri