Posted inଫୁରସତ

ପର୍ଯ୍ୟଟନସ୍ଥଳୀ: ବ୍ରାହ୍ମଣ କୁଣ୍ଡ

ମୟୂରଭଞ୍ଜ ଜିଲା ଶିମିଳିପାଳର ମନଲୋଭା ପ୍ରାକୃତିକ ପରିବେଶ ସାଙ୍ଗକୁ ସୁଉଚ୍ଚ ବୃକ୍ଷର ଘଞ୍ଚ ଜଙ୍ଗଲ ପରିପୂର୍ଣ୍ଣ ସବୁଜିମା ଆକର୍ଷିତ କରେ ପର୍ଯ୍ୟଟକଙ୍କୁ। ଏହାରି ମଧ୍ୟରେ ଅପୂର୍ବ ଶୋଭା ଓ ସୁଷମାର ଗନ୍ତାଘର ପାଲଟିଛି ‘ବ୍ରାହ୍ମଣକୁଣ୍ଡ’। ବାଙ୍ଗିରିପୋଷି ବ୍ଲକ ଚାକିଡ଼ି ପଞ୍ଚାୟତର ବଣ-ଜଙ୍ଗଲ ଘେରା ପାହାଡ଼ିଆ ରାସ୍ତାର ଅଙ୍କାବଙ୍କା ପଥ ଦେଇ ରହିଛି ଏହାର ସ୍ଥିତି। ଚତୁର୍ଦ୍ଦିଗରେ ପରିବେଷ୍ଟିତ ହୋଇଛି ବୃହଦାକାୟ ପଥର ଏବଂ ତା’ ମଧ୍ୟରେ ପାହାଡ଼ିଆ ଝରଣା। ଝରଣାର କାଚକେନ୍ଦୁ ପାଣି ଉପରୁ ଝରି ପଡ଼ି ତଳେ ଜମା ହେବା ପରେ ସୃଷ୍ଟି ହୋଇଛି ଏକ ବିରାଟ ପାଣିକୁଣ୍ଡ। ଆଉ ସେହି କୁଣ୍ଡରେ ଶୋଭା ମଣ୍ଡନ କରୁଛନ୍ତି ଦୀର୍ଘବର୍ଷ ଧରି ସଂରକ୍ଷିତ ରହିଥିବା ଶହ ଶହ ବଡ଼ ମାଛ। ନୀଳ ରଙ୍ଗର ଶୀତଳ ଜଳରାଶି ମଧ୍ୟରେ ମାଛଙ୍କ ପହଁରିବା ଦୃଶ୍ୟ ଦେଖଣାହାରୀଙ୍କ ପାଇଁ ପାଲଟିଯାଏ ଅଭୁଲା ସ୍ମୃତି। ନିକଟସ୍ଥ ପାହାଡ଼ ମଧ୍ୟରେ ରହିଛି ଆରାଧ୍ୟ ଦେବୀଦେବଙ୍କ ଏକ ପୂଜାସ୍ଥଳୀ। ଆଦିବାସୀ-ଦେହୁରୀ ପରମ୍ପରାରେ ସେଠାରେ ପ୍ରତ୍ୟେକ ଦିନ ପୂଜା କରାଯାଏ। ଆଖପାଖ ୩ଟି ଗ୍ରାମର ଗ୍ରାମବାସୀ ମିଳିତ ଭାବେ ବାବା ବାଘଜୋଡ଼ା ପୂଜା କମିଟି ଗଠନ କରି ଉକ୍ତ ସ୍ଥାନର ବିକାଶ ପାଇଁ ସଂଗ୍ରାମ ଜାରି ରଖିଛନ୍ତି। ସ୍ଥାନଟିର ରକ୍ଷଣାବେକ୍ଷଣ ସହିତ ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଉକ୍ତ କମିଟିର ଉପସ୍ଥିତି ଦେଖିବାକୁ ମିଳିଥାଏ। ରାତ୍ରି ଯାପନ ପାଇଁ ଶିମିଳିପାଳ ରିସୋର୍ଟ, ଖଇରି ରିସୋର୍ଟ ସହ ହୋଟେଲ ବାଙ୍ଗିରିପୋଷୀ ନାମକ ୩ଟି ଲଜିଂ ବ୍ୟବସ୍ଥା ରହିଛି।

କେମିତି ଯିବେ
ବାରିପଦାଠାରୁ ଏହି ସ୍ଥାନର ଦୂରତା ୬୦ କି.ମି.। ଭୁବନେଶ୍ୱର-ବାଙ୍ଗିରିପୋଷି ସୁପରଫାଷ୍ଟ ଟ୍ରେନ୍‌ ଯୋଗେ ଆସି ବାଙ୍ଗିରିପୋଷିରେ ଓହ୍ଲାଇ ହେବ। ବାଙ୍ଗିରିପୋଷି ବଜାରରୁ ବ୍ରାହ୍ମଣକୁଣ୍ଡ ଯିବା ପାଇଁ ସବୁ ସମୟରେ ଟ୍ୟାକ୍ସି ଓ ଅଟୋ ଉପଲବ୍ଧ ରହିଥାଏ। ଏହି ବଜାରଠାରୁ ୨ଟି ରାସ୍ତା ଦେଇ ଯିବାକୁ ପଡ଼ିଥାଏ। କୁସୁମବନ୍ଧ ପଞ୍ଚାୟତ ଦେଇ ୨୦ କି.ମି. ଓ ସୋରିଷପାଳ ଦେଇ ୩୫ କି.ମି. ପର୍ଯ୍ୟନ୍ତ ଦୂରତା ଅତିକ୍ରାନ୍ତ କରିବାକୁ ପଡ଼ିଥାଏ। ୪୯ ନଂ. ଜାତୀୟ ରାଜପଥରେ ବାଙ୍ଗିରିପୋଷି ଅବସ୍ଥିତ ଥିବାରୁ ଏଠାକୁ ସବୁ ସ୍ଥାନରୁ ଯାତ୍ରୀବାହୀ ଯାନର ଚଳପ୍ରଚଳ ସୁବିଧା ରହିଛି।

– ରିପୋର୍ଟ: ନୀଳାଦ୍ରି ବିହାରୀ ଦଣ୍ଡପାଟ, ବାରିପଦା ଅଫିସ


Enter your email to get our daily news in your inbox.

All Right Reserved By Dharitri.Com

ଶହେ ବର୍ଷ ହେବ ଏଠି ହେଉଛି ମାଛ ବର୍ଷା

କୁଆପଥର ବର୍ଷା କଥା ସମସ୍ତେ ଜାଣିଥିବେ। ହେଲେ ମାଛ ବର୍ଷା କଥା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗେ। କିନ୍ତୁ ବିଶ୍ୱରେ ଏମିତି ଏକ ସହର ଅଛି...

ଦାମୀ ବ୍ୟାଗ୍‌

ଡିଜାଇନର୍‌ ତଥା ବ୍ରାଣ୍ଡେଡ୍‌ ହ୍ୟାଣ୍ଡବ୍ୟାଗ୍‌ର ସଉକ ଅଧିକାଂଶ ମହିଳାଙ୍କ ଭିତରେ ରହିଛି। କିନ୍ତୁ ଏମିତି କିଛି ହ୍ୟାଣ୍ଡବ୍ୟାଗ୍‌ ଅଛି, ଯାହାର ଦାମ୍‌ କାହାକୁ ବି କରିଦେବ...

ଗାନ୍ଧିଜୀଙ୍କ ପ୍ରିୟ ଖାଦ୍ୟ

ଜାତିର ପିତା ମହାତ୍ମା ଗାନ୍ଧୀ। ସେ ଚିର ନମସ୍ୟ। ସମୟ ସିନା ବଦଳୁଥିବ, ହେଲେ ବଦଳିବ ନାହିଁ ତାଙ୍କ ପାଇଁ ସମସ୍ତଙ୍କ ମନରେ ଥିବା ଭଲ...

ଆଖି ନ ଥାଇ ଏଭରେଷ୍ଟ ଚଢ଼ିଲେ

ଚାଇନାର ଜଣେ ପର୍ବତାରୋହଣକାରୀ ବିନା ଦୃଷ୍ଟିଶକ୍ତିରେ ବିଶ୍ୱର ସର୍ବୋଚ୍ଚ ପର୍ବତ ଶୃଙ୍ଗ ଏଭରେଷ୍ଟ ଚଢ଼ିବାରେ ସଫଳ ହୋଇଛନ୍ତି। ୪୪ ବର୍ଷୀୟ ଝାଙ୍ଗ ହୋଙ୍ଗ୍‌ ଏପରି କରିବାରେ...

ପର୍ଯ୍ୟଟନସ୍ଥଳୀ: ଫୁଲରେ ସଜ୍ଜିତ କାସ୍‌ ମାଳଭୂମି

ମହାରାଷ୍ଟ୍ରର ସତାରା ନାମକ ସହରଠାରୁ ପ୍ରାୟ ୨୫ କି.ମି. ଦୂରରେ ରହିଛି ଏକ ଆକର୍ଷଣୀୟ ମାଳଭୂମି, ଯାହାର ନାଁ ହେଉଛି କାସ୍‌ ମାଳଭୂମି। ଏହାକୁ କେହି...

ପାହାଡ଼ର ୩ ହଜାର ଫୁଟ ଉପରେ ରହିଛି ହଜାରେ ବର୍ଷ ପୁରୁଣା ଗଣେଶଙ୍କ ମୂର୍ତ୍ତି

ରାୟପୁର: ଭାରତର ବିଭିନ୍ନ ସ୍ଥାନରେ ବହୁ ସାଂସ୍କୃତିକ ସ୍ଥାନ ରହିଛି। ସେଥିମଧ୍ୟରେ ଛତିଶଗଡ଼ ଦନ୍ତଓ୍ବାଡା ଜିଲାର ଦନ୍ତେଶ୍ୱରୀ କାଳି ଏବଂ ଗଣେଶଙ୍କ ପାଖରେ ଶ୍ରଦ୍ଧାଳୁଙ୍କ ଭିଡ଼...

ଅଚେତ ନ କରି ଯୁବତୀର ବ୍ରେନ ସର୍ଜରୀ କଲେ ଡାକ୍ତର, ହଜାର ହଜାର ଲୋକ ଦେଖିଲେ ଫେସବୁକ୍‌ ଲାଇଭ

ଲଣ୍ଡନ,୨।୧୧: ଚିକିତ୍ସା ଇତିହାସରେ ପ୍ରଥମ ଥର ରୋଗୀକୁ ଅଚେତ ନ କରି ବ୍ରେନ ସର୍ଜରୀ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଶୁଣିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଥିଲେ...

୭୦ ଚଢ଼େଇ ବଜାଉଛନ୍ତି ଗୀଟାର, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଚଢ଼େଇଙ୍କ କିଚିରିମିଚିରି ଶବ୍ଦ ନିଶ୍ଚିତ ଶୁଣିଥିବେ। ଚଢ଼େଇମାନଙ୍କ ଏହି ଶବ୍ଦ ବେଶ୍‌ ମନମୁଗ୍ଧକର। ମାତ୍ର ଚଢ଼େଇ କେବେ ଗୀଟାର ବଜାଇବା ଶୁଣିଛନ୍ତି କି? ଯଦି ନା...

Advertisement
Archives

Model This Week