୨ ମିନିଟ୍‌ର ସୂର୍ଯ୍ୟପରାଗ ଦେଖିବାକୁ ଲକ୍ଷେଟଙ୍କା ଟିକେଟ, ଉଡ଼ିବ ସ୍ୱତନ୍ତ୍ର ବିମାନ

ନୂଆଦିଲ୍ଲୀ,୧୨ା୮: ମାତ୍ର ୨ ମିନିଟ୍ ୧୮ ସେକେଣ୍ଡର ଅନ୍ଧାର ଦେଖିବା ପାଇଁ ଲୋକମାନେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛନ୍ତି । ଆଜି ଅର୍ଥାତ୍ ଅଗଷ୍ଟ ୧୨ରେ ହେବାକୁ ଥିବା ସୂର୍ଯ୍ୟପରାଗ (Total Solar Eclipse) ପାଇଁ ୟୁରୋପରେ ଅନେକ ସ୍ୱତନ୍ତ୍ର ବିମାନ ଉଡ଼ାଣର ବ୍ୟବସ୍ଥା କରାଯାଇଛି । ଏହି ବିମାନଗୁଡ଼ିକରେ ଯାତ୍ରୀମାନଙ୍କ ସହିତ ଜ୍ୟୋତିର୍ବିଦମାନେ (Astronomers) ଏବଂ ଏଷ୍ଟ୍ରୋ-ଫଟୋଗ୍ରାଫରମାନେ ମଧ୍ୟ ଉପସ୍ଥିତ ରହିବେ।

ଏହି ଉଡ଼ାଣଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମେଘଠାରୁ ବହୁ ଉପରକୁ ଯାଇ ସୂର୍ଯ୍ୟପରାଗର ଏକ ସ୍ପଷ୍ଟ ଦୃଶ୍ୟ ଦେଖିବା। କେତେକ ବିମାନର ରୁଟ୍ ମଧ୍ୟ ଏପରି ଭାବରେ ପ୍ରସ୍ତୁତ କରାଯାଇଛି ଯେପରି ଯାତ୍ରୀମାନେ ଝରକା ଦେଇ ସୂର୍ଯ୍ୟ, ଚନ୍ଦ୍ରଙ୍କ ଛାୟା ଏବଂ ଆକାଶରେ ସୃଷ୍ଟି ହେଉଥିବା ଦୁର୍ଲଭ ଦୃଶ୍ୟଗୁଡ଼ିକୁ ସହଜରେ ଦେଖିପାରିବେ।NASAର ସୂଚନା ଅନୁଯାୟୀ, ପୂର୍ଣ୍ଣ ସୂର୍ଯ୍ୟପରାଗର ପଥ ଉତ୍ତର ରୁଷିଆରୁ ଆରମ୍ଭ ହୋଇ ଗ୍ରୀନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ, ଆଟଲାଣ୍ଟିକ ମହାସାଗର ଏବଂ ସ୍ପେନ୍ ଦେଇ ଗତି କରିବ । ଉତ୍ତର-ପୂର୍ବ ପର୍ତ୍ତୁଗାଲର ଏକ କ୍ଷୁଦ୍ର ଅଂଶରେ ମଧ୍ୟ ଏହା ସମ୍ପୂର୍ଣ୍ଣ ଭାବରେ ଦୃଶ୍ୟମାନ ହେବ। ୟୁରୋପ, କାନାଡ଼ା, ଉତ୍ତର ଆମେରିକା ଏବଂ ଉତ୍ତର-ପଶ୍ଚିମ ଆଫ୍ରିକାର ବୃହତ ଅଞ୍ଚଳରେ ଆଂଶିକ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ। ତେବେ ଭାରତରେ ଏହି ସୂର୍ଯ୍ୟୋପରାଗ ଦେଖାଯିବ ନାହିଁ।

ଏକ ରିପୋର୍ଟ ଅନୁଯାୟୀ, ବ୍ରସେଲ୍ସ ଏୟାରଲାଇନ୍ସର (Brussels Airlines) ସ୍ୱତନ୍ତ୍ର ଉଡ଼ାଣର ଟିକେଟ୍ ମୂଲ୍ୟ ପ୍ରାୟ ୩୫୦ ଡଲାର ରଖାଯାଇଥିଲା। ASL Group ର Embraer E135 ଫ୍ଲାଇଟରେ ପ୍ରତି ଯାତ୍ରୀଙ୍କ ପାଇଁ ମୂଲ୍ୟ ପ୍ରାୟ ୯୨୦ ଡଲାର ପର୍ଯ୍ୟନ୍ତ ଥିଲା। ସେହିପରି କେତେକ ସ୍ୱତନ୍ତ୍ର ପ୍ୟାକେଜରେ ମୂଲ୍ୟ ପ୍ରାୟ ୧,୨୦୦ ଡଲାର ଅର୍ଥାତ୍ ପ୍ରାୟ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଥିବା କୁହାଯାଉଛି।ଏୟାର ଚାର୍ଟର ସର୍ଭିସ ମଧ୍ୟ ଯାତ୍ରୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଏକ୍ଲିପ୍ସ ଚାର୍ଟର ପ୍ୟାକେଜ୍ (eclipse charter package) ପ୍ରସ୍ତୁତ କରିଛି। ଏହାର ପ୍ରାରମ୍ଭିକ ମୂଲ୍ୟ ପ୍ରତି ବ୍ୟକ୍ତି ପିଛା ୮୯୯ ପାଉଣ୍ଡ ଥିବା କୁହାଯାଇଛି। ଏଥିରେ ଉଡ଼ାଣ ସହିତ ପରାଗ ଦେଖିବା ସ୍ଥାନରେ ପହଞ୍ଚିବାର ବ୍ୟବସ୍ଥା ମଧ୍ୟ ଅନ୍ତର୍ଭୁକ୍ତ।

ଏକ ସମ୍ପୂର୍ଣ୍ଣ ପ୍ରାଇଭେଟ୍ ଜେଟ୍ ବୁକ୍ କରିବାର ଖର୍ଚ୍ଚ ଏହାଠାରୁ ବହୁତ ଅଧିକ ହୋଇପାରେ। ତଥାପି, ବିମାନ, ରୁଟ୍ ଏବଂ ସୁବିଧା ବିଷୟରେ ଜାଣି ନଥିଲେ ୫୦,୦୦୦ ଡଲାରର ମୂଲ୍ୟକୁ ଏକ ପ୍ରମାଣିତ ତଥ୍ୟ କୁହାଯାଇପାରିବ ନାହିଁ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ଲେଇଂ ଇଲେଭେନ୍‌ରେ ସୁଯୋଗ ନମିଳିବାକୁ ରାଗିଗଲେ ଖେଳାଳି, କହିଲେ ମୋର ଆତ୍ମସମ୍ମାନ….

ନୂଆଦିଲ୍ଲୀ, ୧୮।୧୧: ଦୋହାରେ ନଭେମ୍ବର ୧୯ରୁ ଆରମ୍ଭ ହେବ ୨୦୨୬ ପୁରୁଷ ଇମର୍ଜିଂ ଏସିଆ କପ୍‌ । ଏହି ଟୁର୍ଣ୍ଣାମେଣ୍ଟରେ ଇଣ୍ଡିଆ-ଏ ପକ୍ଷରୁ ଖେଳିବେ ଭାରତୀୟ ଅଲରାଉଣ୍ଡର…

Litton Das: ପ୍ରଥମେ ଶତକ, ଏବେ ଉଇକେଟକିପିଂରେ ରଚିଲେ ଇତିହାସ, ଭାଙ୍ଗିଲେ ୪୭ ବର୍ଷ ପୁରୁଣା ବିଶ୍ୱ ରେକର୍ଡ

ଢାକା/ଜୋହାନ୍ସବର୍ଗ,୧୮।୧୧: ଟେଷ୍ଟ କ୍ରିକେଟରେ ବାଂଲାଦେଶର ଖେଳାଳିମାନେ କ୍ରମାଗତ ଭାବେ ନିଜର ଦକ୍ଷତା ପ୍ରମାଣିତ କରୁଛନ୍ତି । ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଭୂମିରେ ଚମତ୍କାର ପ୍ରଦର୍ଶନ ଜାରି…

ବାତ୍ୟା ଅକ୍ବାନ; ଉପକୂଳ ଅଞ୍ଚଳରେ ଆଲର୍ଟ ପ୍ରଶାସନ, ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ଜାରି

ମହାକାଳପଡ଼ା,୧୮ା୧୧(ପ୍ରତାପ ଚନ୍ଦ୍ର ସ୍ୱାଇଁ): ବଙ୍ଗୋସାଗର ସୃଷ୍ଟି ବାତ୍ୟା ଅକ୍ବାନ ଓଡିଶା ମୁହାଁ ହେଉଛି । ଏହା ପ୍ରଭାବରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର କେତେକ…

ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ପ୍ରଥମ ମ୍ୟାଚ୍‌ରେ ମାଲେସିଆକୁ ଭେଟିବ ଭାରତ

ଭୋପାଳ,୧୮।୧୧: ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଚଳିତ ସିଜନରେ ଚମତ୍କାର ଫର୍ମରେ ଥିବା ଭାରତୀୟ ଦଳ ଟୁର୍ନାମେଣ୍ଟ ଜିତିବା…

ବାତ୍ୟା ଅକ୍ବାନ: ଝିପିଝିପି ବର୍ଷା ଆରମ୍ଭ, ଦୁର୍ଗମ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର ଜାରି

ପାତ୍ରପୁର,୧୮ା୧୧(ଉମା ଚରଣ ନେପାକ): ସମ୍ଭାବ୍ୟ ବାତ୍ୟା ଅକ୍ବାନକୁ ନେଇ ପାତ୍ରପୁର ବ୍ଲକ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଜୋରଦାର କରାଯାଇଛି । ପାହାଡ଼ିଆ ଓ ନଦୀ ଅବବାହିକାରେ…

ହକି ଇଣ୍ଡିଆ ନିର୍ବାଚନ ସ୍ଥଗିତ: ଅନ୍ତରୀଣ ରହିତାଦେଶ ହଟାଇବାକୁ ହୋଇଥିବା ଆବେଦନ ଖାରଜ କଲେ ହାଇକୋର୍ଟ

କଟକ,୧୮।୧୧: ହକି ଇଣ୍ଡିଆ ନିର୍ବାଚନ ପ୍ରକ୍ରିୟାକୁ ସ୍ଥଗିତ ରଖିଛନ୍ତି ମାନ୍ୟବର ଓଡ଼ିଶା ହାଇକୋର୍ଟ । ନିର୍ବାଚନ ଉପରେ ପୂର୍ବରୁ ଲାଗିଥିବା ଅନ୍ତରୀଣ ରହିତାଦେଶକୁ ପ୍ରତ୍ୟାହାର କରିବା ପାଇଁ…

ସାନ ନଦୀରେ ବଢ଼ିଛି ଜଳସ୍ତର, ଗାଧୋଇବାକୁ ଯାଇ ନିଖୋଜ ସନ୍ତୋଷ

ଗୁଡାରି,୧୮।୧୧(ପ୍ରମୋଦ କୁମାର ପତି): ଗୁଡାରି ବ୍ଲକ ଅନ୍ତର୍ଗତ ଏମ କେ ରାଇ ଗ୍ରାମପଂଚାୟତର ମେରିଆପାଙ୍ଗା ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି । ସନ୍ତୋଷ ପାଲକା (୩୯) ଗ୍ରାମ…

ମାଡ଼ି ଆସୁଛି ବାତ୍ୟା: ହାଇ ଆଲର୍ଟରେ ରାଜ୍ୟ ପ୍ରଶାସନ,୨୪ ଘଣ୍ଟିଆ ଡ୍ୟୁଟିରେ ୧୦ ବରିଷ୍ଠ IAS ଅଧିକାରୀ

ଭୁବନେଶ୍ୱର,୧୮ା୧୧: ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ସଫଳ ମୁକାବିଲା ତଥା ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି । ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?