ଗୁରୁତର ରୋଗୀଙ୍କୁ ଟୋସିଲିଜୁମାବ ଇଞ୍ଜେକ୍‌ଶନ

ଭୁବନେଶ୍ୱର, ୮।୫(ବ୍ୟୁରୋ): କରୋନା ରୋଗୀଙ୍କ ଚିକିତ୍ସା ପାଇଁ ନୂଆ ଟୋସିଲିଜୁମାବ୍‌ ଇଞ୍ଜେକ୍ସନ ଓ ଅନୁମୋଦିତ ଅନ୍ୟ ଔଷଧ ବ୍ୟବହାର ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏସ୍‌ଓପି ଜାରି ହୋଇଛି। ଭେଣ୍ଟିଲେଟରରେ ଥିବା ତଥା ଗୁରୁତର ଆକ୍ରାନ୍ତ ରୋଗୀଙ୍କ କ୍ଷେତ୍ରରେ ଟୋସିଲିଜୁମାବ ଇଞ୍ଜେକ୍ସନ ବ୍ୟବହାର କରାଯାଇପାରିବ ବୋଲି କୁହାଯାଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲାପାଳ, ମହାନଗର ନିଗମ କମିଶନର, ଜିଲା ମୁଖ୍ୟ ଚିକିତ୍ସାଧିକାରୀ, ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏଥିସହିତ ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶିକା, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ, ରାଉରକେଲା ଆଇଜିଏଚ୍‌, କଟକ ଏଏଚ୍‌ପିଜିଆଇସି ନିର୍ଦ୍ଦେଶକଙ୍କୁ ମଧ୍ୟ ଅବଗତ କରିଛି ବିଭାଗ। ବିଶେଷକରି ଅକ୍ସିଜେନ ସ୍ତର କମ୍‌ ଥିବା ଆକ୍ରାନ୍ତଙ୍କ କ୍ଷେତ୍ରରେ ଏହାର ପ୍ରୟୋଗ କରାଯିବ। ଏହି ଇଞ୍ଜେକ୍ସନକୁ ବ୍ୟବହାର ପାଇଁ ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ)ର ଅନୁମତି ମିଳିଛି। ଏହାସହ ବିଶେଷଜ୍ଞ ଟିମ୍‌ ବି ଏହାର ବ୍ୟବହାରକୁ ନେଇ ସହମତି ପ୍ରକାଶ କରିଛି। ଏହି ଇଞ୍ଜେକ୍ସନ ଓ ଔଷଧକୁ କିପରି ବ୍ୟବହାର କରାଯିବ ତାହା ନିର୍ଦ୍ଧାରଣ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଏକ କମିଟି ଗଠନ କରିଛି। ଡାକ୍ତରଙ୍କ ପ୍ରେସ୍‌କ୍ରିପଶନ ଅନୁସାରେ ଏହି କମିଟି ଟୋସିଲିଜୁମାବ ଇଞ୍ଜେକ୍ସନ ବ୍ୟବହାର ନେଇ ନିଷ୍ପତ୍ତି ନେବ। ଏହି ନୂଆ ଔଷଧ ବ୍ୟବହାର ନେଇ ଡିସିଜିଆଇ କୌଣସି ସ୍ପଷ୍ଟ ଗାଇଡ୍‌ଲାଇନ ଜାରି କରିନାହିଁ। ଯେହେତୁ ଅନୁମତିପ୍ରାପ୍ତ ନୂଆ ଔଷଧ ପର୍ଯ୍ୟାପ୍ତ ପରିମାଣରେ ମିଳୁନାହିଁ, ତେଣୁ ଡାକ୍ତରଙ୍କ ପରାମର୍ଶ ପରେ ହିଁ ଏହାକୁ ବ୍ୟବହାର ପାଇଁ ଅନୁମତି ଦିଆଯାଇପାରିବ ବୋଲି କୁହାଯାଇଛି।
ହସ୍ପିଟାଲ ପକ୍ଷରୁ ବହୁ ମାତ୍ରାରେ ଏହାର ବ୍ୟବହାର ପାଇଁ ନିବେଦନ କରାଯାଉଛି। କିନ୍ତୁ ଯେଉଁ ରୋଗୀ ପାଇଁ ଏହାର ବ୍ୟବହାର ନିମନ୍ତେ ମାଗୁଛନ୍ତି ତାଙ୍କ ପକ୍ଷରେ ବ୍ୟବହାର ହେଉ ନ ଥିବା ଜଣାପଡ଼ିଛି। ତେଣୁ ବର୍ତ୍ତମାନ ହସ୍ପିଟାଲ କର୍ତ୍ତୃପକ୍ଷ କେଉଁ ରୋଗୀଙ୍କ ଚିକିତ୍ସାରେ ଏହି ଔଷଧ ବ୍ୟବହାର କରାଯିବ ସେ ନେଇ ଜିଲା ଚିକିତ୍ସାଧିକାରୀକୁ ସମ୍ପୂର୍ଣ୍ଣ ତଥ୍ୟ ଦେବେ। ସେମାନଙ୍କୁ ଔଷଧ ନିଗମ ପକ୍ଷରୁ ଏହି ଇଞ୍ଜେକ୍ସନ ମିଳିବ। ଇଞ୍ଜେକ୍ସନ ଦେବା ପୂର୍ବରୁ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରାଯାଇ ଏହାକୁ ପ୍ରୟୋଗ କରାଯିବ। ଏଥିସହ କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ପ୍ରୟୋଗ ହେଉଥିବା ଅନ୍ୟ ଔଷଧ ସମ୍ପର୍କରେ ମଧ୍ୟ ଏସ୍‌ଓପିରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

୩୨ କେଭି ବିଦ୍ୟୁତ୍‌ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ

ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

Video: ନେପାଳରେ ଭୟଙ୍କର ବନ୍ୟାର ୩ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇ ସମସ୍ତଙ୍କୁ ଚକିତ କରିଦେଲେ ଏହି ଶିଶୁ

କାଠମାଣ୍ଡୁ,୩୦।୮: ନେପାଳର ରାସୁୱା ଜିଲାରେ ଭୟଙ୍କର ବନ୍ୟା ଆସିବାର ତିନି ଦିନ ପରେ, ଜଣେ ୨ ବର୍ଷର ଶିଶୁକୁ କାଦୁଅ ଏବଂ ଭଗ୍ନାବଶେଷ ତଳୁ ଜୀବନ୍ତ ବାହାର…

ବଢୁଛି ଅନଲାଇନ ଓ୍ବେଡିଂ ଟ୍ରେଣ୍ଡ, ଚଳିତ ବର୍ଷ ୩୮% ବିବାହ ଅନଲାଇନରେ ଅନୁଷ୍ଠିତ ହୋଇଛି , ଜାଣନ୍ତୁ ଏହାର କାରଣ କ’ଣ

କ୍ୱିଭ,୩୦।୮: ପ୍ରଚଣ୍ଡ ସୂର୍ଯ୍ୟ ତାପ ମଧ୍ୟରେ, ଟେଟିଆନା – ଏକ ବର ପୋଷାକ ପିନ୍ଧିଥିବା ଏବଂ ଓଲେକଜାଣ୍ଡର – ସାମରିକ ପୋଷାକ ପିନ୍ଧି କ୍ରାମଟୋର୍ସ୍କର କେନ୍ଦ୍ରୀୟ ଶାନ୍ତି…

ଲଘୁଚାପ ଆଣିଲା ଆଶଙ୍କା: ପୁଣି ଭୟଙ୍କର ବର୍ଷା, ଏହି ୩ ଜିଲାକୁ ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ…

ଭୁବନେଶ୍ୱର,୩୦ା୮: ବଙ୍ଗୋପସାଗରରେ ସୃଷ୍ଟି ସକ୍ରିୟ ଲଘୁଚାପ ବଳୟ ପ୍ରଭାବରେ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ବର୍ଷାର ତାଣ୍ଡବ। ଅବିଶ୍ରାନ୍ତ ବର୍ଷା ଯୋଗୁ ଉତ୍ତର ଓଡ଼ିଶାର ସ୍ଥିତି ସମ୍ପୂର୍ଣ୍ଣ…

ମୃତ୍ୟୁମୁହଁରୁ ୧୬୪୩ ପିଲାଙ୍କୁ ଟାଣିଆଣିଲେ ଶିକ୍ଷକ; ନେପାଳ ବନ୍ୟାରେ ସାଜିଲେ ହିରୋ, ଚାରିଆଡେ ଚର୍ଚ୍ଚା

କାଠମାଣ୍ଡୁ,୩୦ା୮: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି। ହଠାତ୍ ନଦୀର ପାଣି ବସ୍ତି ଓ ରାସ୍ତାରେ ପଶିଯିବାରୁ ଚାରିଆଡ଼େ ଆତଙ୍କ…

ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍‌ ସାଙ୍ଗକୁ ଅଚାନକ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri