Posted inଜାତୀୟ

ଜିଅନ୍ତା ଜାଳିବା ପୂର୍ବରୁ ନିର୍ଯାତନା ଦିଆଯାଇଥିଲା

ରାମପୁରହାଟ,୨୪।୩: ୩ ମହିଳା ଏବଂ ୨ ଶିଶୁଙ୍କ ସମେତ ୮ ଜଣଙ୍କୁ ପଶ୍ଚିମବଙ୍ଗର ବୀରଭୁମ ଜିଲାରେ ଜିଅନ୍ତ ଜାଳି ଦିଆଯାଇଥିଲା। ମୃତକଙ୍କ ବ୍ୟବଚ୍ଛେଦ କରାଯିବା ପରେ ସେମାନଙ୍କୁ ଜିଅନ୍ତା ଜାଳିବା ପୂର୍ବରୁ ଖୁବ୍‌ ନିର୍ଦ୍ଦୟ ଭାବେ ମାଡ଼ ମରାଯାଇଥିବା ଜଣାପଡ଼ିଛି।

ଘରୁ ମିଳିଥିବା ଅର୍ଦ୍ଧ ଦଗ୍ଧ ମୃତଦେହ ପରୀକ୍ଷା କରୁଥିବା ଫରେନ୍ସିକ ଅଧିକାରୀ କହିଛନ୍ତି, ପୀଡ଼ିତଙ୍କୁ ପ୍ରଥମେ ନିର୍ଦ୍ଦୟ ଭାବେ ମାଡ଼ ମରାଯାଇଥିଲା। ତା’ପରେ ସେମାନଙ୍କୁ ଜାଳି ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ରାତିରେ ଗୃହଦାହ ଘଟଣାରେ ସମ୍ପୃକ୍ତ ୨୦ ଜଣଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇଛି। ଅନେକ ପୋଲିସ ଅଧିକାରୀଙ୍କୁ କାର୍ଯ୍ୟରେ ହେଳା କାରଣରୁ ନିଲମ୍ବିତ କରାଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବୋଗ୍‌ତୁଇ ଗାଁକୁ ଆସୁଥିବାରୁ ଅଞ୍ଚଳରେ କୌଣସି ପ୍ରକାର ଅପ୍ରତିକର ସ୍ଥିତି ସୃଷ୍ଟି ହେବାରୁ ରୋକିବା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁରେ ପ୍ରବଳ ବର୍ଷା: ୮ ମୃତ, ସ୍କୁଲ୍‌, କଲେଜ ବନ୍ଦ

ଚେନ୍ନାଇ,୨୭।୧୧: ତାମିଲନାଡୁରେ ଶୁକ୍ରବାରଠାରୁ ଲାଗି ରହିଥିବା ପ୍ରବଳ ବର୍ଷାରେ ୮ ଜଣଙ୍କ ଜୀବନ ଯାଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କେକେଏସ୍‌ଏସ୍‌ଆର୍‌ ରାମଚନ୍ଦ୍ରନ୍‌ ଏହି ସୂଚନା...

ନୂଆ ରାଷ୍ଟ୍ର ପିତା ଦେଶ ପାଇଁ କରିଛନ୍ତି କ’ଣ ? ନୀତୀଶଙ୍କ ପ୍ରଶ୍ନ…

ପାଟନା,୧।୧ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଷ୍ଟ୍ର ପିତା କହିବା ନେଇ କଟାକ୍ଷ କରିଛନ୍ତି। କିଛି ଦିନ ତଳେ ଅମୃତା...

ମୋଦି ସରକାରଙ୍କ ଶହେ ଦିନର ବଡ଼ ଯୋଜନା: ୧୬୭ କାର୍ଯ୍ୟକୁ ଗୁୁରୁତ୍ୱ; ୩ ଲକ୍ଷ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୧୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସ୍‌ର ପ୍ରଥମ ଶହେ ଦିନ ପାଇଁ ବଡ଼ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି କ୍ରମରେ ସରକାର ୧୬୭...

ଏତେ ଶୀଘ୍ର ଶେଷ ହେବନାହିଁ ମହାରାଷ୍ଟ୍ରର ରାଜନୈତିକ ସଙ୍କଟ, ସଦସ୍ୟତା ପାଇଁ କୋର୍ଟ ଯିବାକୁ ପ୍ରସ୍ତୁତ ହେଲେଣି ଅସନ୍ତୁଷ୍ଟ ବିଧାୟକ

ମୁମ୍ବାଇ,୨୬ ।୬: ମହାରାଷ୍ଟ୍ର ରାଜନୈତିକ ସଙ୍କଟକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଚାଲିଛି । ଏକନାଥ ସିନ୍ଧେଙ୍କ ଏକଜିଦିଆ ନୀତି ଯୋଗୁ ଏହି ରାଜନୈତିକ...

ଯମୁନେତ୍ରୀ ଧାମରୁ ଫେରିବା ବେଳେ ୨ଯାତ୍ରୀଙ୍କ ମୃତ୍ୟୁ

ଡେରାଡୁନ,୧୩।୫: ଉତ୍ତରାଖଣ୍ଡର ପବିତ୍ର ଚାରିଧାମ ଯାତ୍ରା ଗତ କିଛି ଦିନରୁ ଆରମ୍ଭ ହୋଇଛି। ଯାତ୍ରା ଆରମ୍ଭରୁ କେତେକ ଯାତ୍ରୀଙ୍କ ମୃତ୍ୟୁ ଖବର ମଧ୍ୟ ସାମ୍ନାକୁ ଆସୁଛି।...

ଆଇଇଡି ବିସ୍ଫୋରଣରେ ୬ ସିଆର୍‌ପିଏଫ୍‌ ଯବାନ ଆହତ: ଏୟାର ଲିଫ୍ଟରେ ହସ୍ପିଟାଲରେ ଭର୍ତ୍ତି

ରାଞ୍ଚି,୧୨।୧: କିଛିଦିନର ନୀରବତା ପରେ ପୁଣି ଝାଡ଼ଖଣ୍ଡ ଚାଇବସା ଅଞ୍ଚଳରେ ମାଓବାଦୀ ନିଜ ଉପସ୍ଥିତି ଜାହିର କରିଛନ୍ତି। ଟୋଙ୍କୋ ଥାନା ଅଧୀନ ତୁମ୍ବାହାକା ଅଞ୍ଚଳରେ ମାଓବାଦୀଙ୍କ...

୩୨୫ ଜିଲାରେ ହୋଇନାହିଁ କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୬।୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ ଏହା ୧୨ ହଜାର ଅତିକ୍ରମ କରି ସାରିଲାଣି। ହେଲେ ଦେଶର ପ୍ରାୟ ୩୨୫...

ଶାନ୍ତି ଆଶାରେ କଶ୍ମୀରବାସୀ: ମହିଳା ସୁରକ୍ଷାକର୍ମୀଙ୍କ ସହ ହାତ ମିଳାଇଲେ କଶ୍ମୀର ବାଳକ, ଫଟୋ ଭାଇରାଲ

ଶ୍ରୀନଗର,୯।୮: ଜମ୍ମୁ କଶ୍ମୀରରେ ଧାରା ୩୭୦କୁ ଅଚଳ କରିଦିଆଯିବା ପୂର୍ବରୁ ହିଁ ସେଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜମ୍ମୁ ଓ ଶ୍ରୀନଗରରେ ଧାରା ୧୪୪...

Advertisement
Archives

Model This Week