ଜୁନିୟର ଆଥ୍‌ଲେଟ୍‌ଙ୍କୁ ନିର୍ଯାତନା

ଭୁବନେଶ୍ୱର,୧୨।୪(ବ୍ୟୁରୋ):ଷ୍ଟେଟ୍‌ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ଶିପ୍‌ରେ ଅଂଶଗ୍ରହଣ କରିଥିବା ରାଉରକେଲା ଟିମ୍‌ର ଜଣେ ଜୁନିୟର ଖେଳାଳିଙ୍କୁ ନିର୍ଯାତନା ଦିଆଯାଇଛି। ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ନ ହେବାରୁ ସିନିୟର ଆଥ୍‌ଲେଟ୍‌ମାନେ ତାଙ୍କୁ ଉଲଗ୍ନ କରି ମାଡ଼ ମାରିବା ସହ ଅମାନୁଷିକ ଭାବେ ନାନା ନିର୍ଯାତନା ଦେଇଥିବା ଗୁରୁତର ଅଭିଯୋଗ ହୋଇଛି। ତେବେ ଥାନା ପୋଲିସ କାର୍ଯ୍ୟାନୁଷ୍ଠାନ ନ ନେବାରୁ ପୀଡ଼ିତ ନାବାଳକ ଖେଳାଳି ଓ ତାଙ୍କ ପରିବାର ଲୋକେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସଙ୍କୁ ଭେଟି ଜଣାଇଛନ୍ତି। ଏହାପରେ ସମ୍ପୃକ୍ତ ୩ ସିନିୟର ଖେଳାଳିଙ୍କୁ ଇନ୍‌ଫୋସିଟି ଥାନା ପୋଲିସ ସୋମବାର ଗିରଫ କରିଛି। ସେମାନେ ହେଲେ ସୁନ୍ଦରଗଡ ଜିଲା ରାଉରକେଲା ସେକ୍ଟର-୭ ଥାନା ଅନ୍ତର୍ଗତ ବିଦ୍ୟାନଗରର ଆଶିଷ କୁମାର ପାତ୍ର(୨୭), ସେକ୍ଟର-୫ ଗୋଲଘର ବସ୍ତିର ଜଗନ୍ନାଥ ଦାଶ(୨୭) ଓ ସେକ୍ଟର-୧୫ ଥାନା ଅନ୍ତର୍ଗତ ଶିବାଜୀନଗରର ସୁରଜ ଠାକୁର(୨୪)। ପୋଲିସ ଆଇପିସି ଦଫା ୩୪୨, ୩୨୩, ୫୦୬, ୩୪ ଓ ୬୭ ଆଇଟି ଆକ୍ଟ ଏବଂ ୭୫ ଜୁଭେନାଇଲ୍‌ ଜଷ୍ଟିସ୍‌ ଆକ୍ଟରେ ଏକ ମାମଲା (ନଂ.୯୩/୨୦୨୨) ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ପୀଡିତ ନାବାଳକ ଓ ତାଙ୍କ ମା’ ଗଣମାଧ୍ୟମରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ବି ପୋଲିସ ସେଭଳି କୌଣସି ଦଫା ଲଗାଇନାହିଁ। ଏନେଇ ଜୋନ୍‌-୬ ଏସିପି ରମେଶ ଚନ୍ଦ୍ର ବିଶୋଇ କହିଛନ୍ତି, ଯୌନ ନିର୍ଯାତନା ଦିଆଯାଇଥିବା ନେଇ ଏତଲାରେ କିଛି ଉଲ୍ଲେଖ ହୋଇନାହିଁ। ସେଥିରେ ଅଭିଯୋଗକାରୀ ଯାହା ଉଲ୍ଲେଖ କରିଥିଲେ ଏବଂ ତାଙ୍କ ବୟାନ ଆଧାରରେ ଦଫା ଲଗାଯାଇଛି ବୋଲି ସେ କହିଛନ୍ତି।
ଇନ୍‌ଫୋସିଟି ଥାନା ଅଞ୍ଚଳରେ ଏକ ଘରୋଇ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ୪ ଦିନିଆ ୬୮ତମ ଓଡ଼ିଶା ଷ୍ଟେଟ୍‌ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ଶିପ୍‌ ଶୁକ୍ରବାରଠାରୁ ଆରମ୍ଭ ହୋଇଥିଲା। ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପାରାଦୀପ ବନ୍ଦର, ଓଡିଶା ପୋଷ୍ଟ ଆଣ୍ଡ୍‌ ଟେଲିକମ୍‌ ସମେତ ବିଭିନ୍ନ ଜିଲାର ୩୦ ଟିମ୍‌ ଭାଗ ନେଇଥିଲେ। ଉକ୍ତ ଘରୋଇ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଆଥ୍‌ଲେଟ୍‌ଙ୍କ ରହିବା ଓ ଖାଇବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ତେବେ ଏହି ଚାମ୍ପିଅନଶିପ୍‌ରେ ରାଉରକେଲା ଟିମ୍‌ ପକ୍ଷରୁ ୨୩ଜଣ ଜୁନିୟର ଓ ସିନିୟର ଖେଳାଳି ଅଂଶଗ୍ରହଣ କରିଥିଲେ। ଅଭିଯୋଗ ଅନୁଯାୟୀ, ଟିମ୍‌ରେ ଥିବା ୧୦ ବର୍ଷର ଜଣେ ନାବାଳକଙ୍କର ଶନିବାର ୧୯ ବର୍ଷରୁ କମ୍‌ ବର୍ଗରେ ଲଙ୍ଗଜମ୍ପ ଇଭେଣ୍ଟ୍‌ ଥିଲା। ହେଲେ ସେ ଏଥିରେ ଉତ୍ତୀର୍ଣ୍ଣ ହୋଇ ପାରି ନ ଥିଲେ। ତେଣୁ ଉକ୍ତ ଟିମ୍‌ର ସିନିୟରମାନେ ତାଙ୍କୁ ଗାଳିଗୁଲଜ କରିଥିଲେ। ରବିବାର ସକାଳେ ନାବାଳକ ଆଥ୍‌ଲେଟ୍‌ଙ୍କୁ ସମ୍ପୃକ୍ତ ସିନିୟରମାନେ ରୁମ୍‌କୁ ଡାକି ଉଲଗ୍ନ କରି ମାଡ଼ ମାରିଥିଲେ। ତାଙ୍କର ସମ୍ବେଦନଶୀଳ ଅଙ୍ଗରେ ଅମୃତାଞ୍ଜନ ଲଗାଇ ଦେଇଥିଲେ। ଏଥିସହ ତାଙ୍କର ୨ଜଣ ସାଙ୍ଗଙ୍କୁ ଭିଡ଼ିଓ କଲ୍‌ କରି ନିର୍ଯାତନାର ଦୃଶ୍ୟ ଦେଖାଇଥିଲେ। ଏପରିକି ନାବାଳକଙ୍କ ଦୁଇ ସାଙ୍ଗକୁ ମଧ୍ୟ ସେମାନେ ଡାକି ଦେଖାଇଥିଲେ। ନାବାଳକ ଜଣକ ଏପରି କରିବାକୁ ବାରଣ କରିଥିଲେ ମଧ୍ୟ ସିନିୟରମାନେ ଶୁଣି ନ ଥିଲେ। ଏଭଳି ନିର୍ଯାତନାର ଶିକାର ହେବା ଫଳରେ ପୀଡିତ ନାବାଳକ ଜଣକ ସେଠାରୁ ଲଜ୍ଜିତ ହୋଇ ମାନସିକ ଭାରସାମ୍ୟ ହରାଇଥିଲେ। ଘଟଣା ସଂକ୍ରାନ୍ତରେ ମଧ୍ୟ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ରାତିରେ ପରିବାର ଲୋକ ଭୁବନେଶ୍ୱର ଆସି ଇନ୍‌ଫୋସିଟି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ମେଡିକାଲ ରିପୋର୍ଟ ଆଣିବା ପରେ ଅଟକ ରଖିଥିବା ଅଭିଯୁକ୍ତଙ୍କୁ ପୋଲିସ ପଚରାଉଚରା କରି ଛାଡ଼ି ଦେଇଥିବା ନାବାଳକଙ୍କ ମା’ ଗଣମାଧ୍ୟମ ଆଗରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

NDAରେ ବଡ଼ ଫାଟ: କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ଚିରାଗ ପାଶୱାନ, ଦିଲ୍ଲୀରେ ପଡିଲା ଚହଳ…

ନୂଆଦିଲ୍ଲୀ,୨୯।୮: NDAରେ ଦଳିତ ସଂରକ୍ଷଣକୁ ନେଇ ଫାଟ ସ୍ପଷ୍ଟ ଦେଖାଯାଉଛି। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ର ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ମୋଦି କ୍ୟାବିନେଟରେ ଥିବା…

ରାକ୍ଷୀ ପୂର୍ଣ୍ଣିମା ପାଇଁ ବାପଘରକୁ ଆସିଥିଲେ: ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩ ଗୁରୁତର

ବାରିପଦା, ୨୯।୮ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅନ୍ତର୍ଗତ ପଟିସାରି ଗ୍ରାମପଞ୍ଚାୟତର ଜଡ଼ିପଦା ଗାଁରେ ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩…

ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ: ସଚେତନ ନାଗରିକ ହେବାକୁ ଛାତ୍ରୀଛାତ୍ରଙ୍କ ଶପଥ

ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ପିଏମ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଜାଗଡ଼ ଏବଂ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଲାଡ଼ରେ ନିର୍ବାଚନ ସାକ୍ଷରତା…

ଭାରତ ପରି ପାକିସ୍ତାନରେ ବି ମିଳେ ମାଗଣା ରାସନ; ନଗଦ ଟଙ୍କାକୁ ଚାଉଳ,ଅଟା-ଚିନି…

ନୂଆଦିଲ୍ଲୀ,୨୯।୮: ଭାରତରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅଧୀନରେ ପ୍ରାୟ ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳିଥାଏ, ଯାହା ଉପରେ ସରକାର ବାର୍ଷିକ…

ନିଟ୍‌ରେ ୧୫,୨୭୨ ରାଙ୍କ: ଆଦିତ୍ୟଙ୍କୁ ସମ୍ବର୍ଦ୍ଧନା

ରାଇକିଆ, ୨୯।୮ (ପ୍ରଦୀପ ବେହେରା): ଚଳିତ ବର୍ଷ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିଥିବା ରାଇକିଆର ଛାତ୍ର ଆଦିତ୍ୟ ପାତ୍ରଙ୍କୁ ରାଇକିଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର…

ଖାଲଖମାରେ ଭର୍ତ୍ତି ହୋଇଛି ୧୪୩ ନମ୍ବର ଜାତୀୟ ରାଜପଥ, ସ୍ଥାୟୀ ମରାମତି ଦାବି କରି…

କୁଆଁରମୁଣ୍ଡା,୨୯ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଦାମଦାପଡ଼ା ନିକଟରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଫାଟକ ପର୍ଯ୍ୟନ୍ତ ପ୍ରାୟ ୩ କିମିରୁ ଊଦ୍ଧର୍‌ବ ୧୪୩ ନମ୍ବର ଜାତୀୟ ରାଜପଥ…

କୂଅ ଭିତରେ ପଡ଼ିଛି ଦୁଇ ହେଟାବାଘ, ଉଦ୍ଧାର ପାଇଁ ବନ ବିଭାଗର ପ୍ରୟାସ

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ରାଇଘର ବ୍ଲକ ବୋବେଇ ପଞ୍ଚାୟତ ଅନ୍ତର୍ଗତ ବୋବେଇ ଗ୍ରାମରେ ଏକ ଜମି ଭିତରେ ଥିବା କୂଅରେ ଦୁଇଟି ହେଟାବାଘ ପଡ଼ିଛି। ଗ୍ରାମବାସୀ ହେଟାବାଘ…

ସେପ୍ଟେମ୍ୱରରେ ୩,୬ ଓ ୨୬ ତାରିଖ ଭାରି ଖାସ୍‌: ୩ ରାଶିଙ୍କ କ୍ୟାରିୟରରେ ହେବ ଉନ୍ନତି, ଅଚାନକ ଟଙ୍କା…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ସୁଖ, ବୈଭବ, ଭୋଗବିଳାସ, ବିବାହ, ପ୍ରେମ ଏବଂ ସୌନ୍ଦର୍ଯ୍ୟ ଆଦିର କାରକ ଗ୍ରହ ବୋଲି ଧରାଯାଏ। ଶୁକ୍ର ଯେତେବେଳେ ବି ରାଶି ପରିବର୍ତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri