ଜୁନିୟର ଆଥ୍‌ଲେଟ୍‌ଙ୍କୁ ନିର୍ଯାତନା

ଭୁବନେଶ୍ୱର,୧୨।୪(ବ୍ୟୁରୋ):ଷ୍ଟେଟ୍‌ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ଶିପ୍‌ରେ ଅଂଶଗ୍ରହଣ କରିଥିବା ରାଉରକେଲା ଟିମ୍‌ର ଜଣେ ଜୁନିୟର ଖେଳାଳିଙ୍କୁ ନିର୍ଯାତନା ଦିଆଯାଇଛି। ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ନ ହେବାରୁ ସିନିୟର ଆଥ୍‌ଲେଟ୍‌ମାନେ ତାଙ୍କୁ ଉଲଗ୍ନ କରି ମାଡ଼ ମାରିବା ସହ ଅମାନୁଷିକ ଭାବେ ନାନା ନିର୍ଯାତନା ଦେଇଥିବା ଗୁରୁତର ଅଭିଯୋଗ ହୋଇଛି। ତେବେ ଥାନା ପୋଲିସ କାର୍ଯ୍ୟାନୁଷ୍ଠାନ ନ ନେବାରୁ ପୀଡ଼ିତ ନାବାଳକ ଖେଳାଳି ଓ ତାଙ୍କ ପରିବାର ଲୋକେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସଙ୍କୁ ଭେଟି ଜଣାଇଛନ୍ତି। ଏହାପରେ ସମ୍ପୃକ୍ତ ୩ ସିନିୟର ଖେଳାଳିଙ୍କୁ ଇନ୍‌ଫୋସିଟି ଥାନା ପୋଲିସ ସୋମବାର ଗିରଫ କରିଛି। ସେମାନେ ହେଲେ ସୁନ୍ଦରଗଡ ଜିଲା ରାଉରକେଲା ସେକ୍ଟର-୭ ଥାନା ଅନ୍ତର୍ଗତ ବିଦ୍ୟାନଗରର ଆଶିଷ କୁମାର ପାତ୍ର(୨୭), ସେକ୍ଟର-୫ ଗୋଲଘର ବସ୍ତିର ଜଗନ୍ନାଥ ଦାଶ(୨୭) ଓ ସେକ୍ଟର-୧୫ ଥାନା ଅନ୍ତର୍ଗତ ଶିବାଜୀନଗରର ସୁରଜ ଠାକୁର(୨୪)। ପୋଲିସ ଆଇପିସି ଦଫା ୩୪୨, ୩୨୩, ୫୦୬, ୩୪ ଓ ୬୭ ଆଇଟି ଆକ୍ଟ ଏବଂ ୭୫ ଜୁଭେନାଇଲ୍‌ ଜଷ୍ଟିସ୍‌ ଆକ୍ଟରେ ଏକ ମାମଲା (ନଂ.୯୩/୨୦୨୨) ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ପୀଡିତ ନାବାଳକ ଓ ତାଙ୍କ ମା’ ଗଣମାଧ୍ୟମରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ବି ପୋଲିସ ସେଭଳି କୌଣସି ଦଫା ଲଗାଇନାହିଁ। ଏନେଇ ଜୋନ୍‌-୬ ଏସିପି ରମେଶ ଚନ୍ଦ୍ର ବିଶୋଇ କହିଛନ୍ତି, ଯୌନ ନିର୍ଯାତନା ଦିଆଯାଇଥିବା ନେଇ ଏତଲାରେ କିଛି ଉଲ୍ଲେଖ ହୋଇନାହିଁ। ସେଥିରେ ଅଭିଯୋଗକାରୀ ଯାହା ଉଲ୍ଲେଖ କରିଥିଲେ ଏବଂ ତାଙ୍କ ବୟାନ ଆଧାରରେ ଦଫା ଲଗାଯାଇଛି ବୋଲି ସେ କହିଛନ୍ତି।
ଇନ୍‌ଫୋସିଟି ଥାନା ଅଞ୍ଚଳରେ ଏକ ଘରୋଇ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ୪ ଦିନିଆ ୬୮ତମ ଓଡ଼ିଶା ଷ୍ଟେଟ୍‌ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ଶିପ୍‌ ଶୁକ୍ରବାରଠାରୁ ଆରମ୍ଭ ହୋଇଥିଲା। ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପାରାଦୀପ ବନ୍ଦର, ଓଡିଶା ପୋଷ୍ଟ ଆଣ୍ଡ୍‌ ଟେଲିକମ୍‌ ସମେତ ବିଭିନ୍ନ ଜିଲାର ୩୦ ଟିମ୍‌ ଭାଗ ନେଇଥିଲେ। ଉକ୍ତ ଘରୋଇ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଆଥ୍‌ଲେଟ୍‌ଙ୍କ ରହିବା ଓ ଖାଇବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ତେବେ ଏହି ଚାମ୍ପିଅନଶିପ୍‌ରେ ରାଉରକେଲା ଟିମ୍‌ ପକ୍ଷରୁ ୨୩ଜଣ ଜୁନିୟର ଓ ସିନିୟର ଖେଳାଳି ଅଂଶଗ୍ରହଣ କରିଥିଲେ। ଅଭିଯୋଗ ଅନୁଯାୟୀ, ଟିମ୍‌ରେ ଥିବା ୧୦ ବର୍ଷର ଜଣେ ନାବାଳକଙ୍କର ଶନିବାର ୧୯ ବର୍ଷରୁ କମ୍‌ ବର୍ଗରେ ଲଙ୍ଗଜମ୍ପ ଇଭେଣ୍ଟ୍‌ ଥିଲା। ହେଲେ ସେ ଏଥିରେ ଉତ୍ତୀର୍ଣ୍ଣ ହୋଇ ପାରି ନ ଥିଲେ। ତେଣୁ ଉକ୍ତ ଟିମ୍‌ର ସିନିୟରମାନେ ତାଙ୍କୁ ଗାଳିଗୁଲଜ କରିଥିଲେ। ରବିବାର ସକାଳେ ନାବାଳକ ଆଥ୍‌ଲେଟ୍‌ଙ୍କୁ ସମ୍ପୃକ୍ତ ସିନିୟରମାନେ ରୁମ୍‌କୁ ଡାକି ଉଲଗ୍ନ କରି ମାଡ଼ ମାରିଥିଲେ। ତାଙ୍କର ସମ୍ବେଦନଶୀଳ ଅଙ୍ଗରେ ଅମୃତାଞ୍ଜନ ଲଗାଇ ଦେଇଥିଲେ। ଏଥିସହ ତାଙ୍କର ୨ଜଣ ସାଙ୍ଗଙ୍କୁ ଭିଡ଼ିଓ କଲ୍‌ କରି ନିର୍ଯାତନାର ଦୃଶ୍ୟ ଦେଖାଇଥିଲେ। ଏପରିକି ନାବାଳକଙ୍କ ଦୁଇ ସାଙ୍ଗକୁ ମଧ୍ୟ ସେମାନେ ଡାକି ଦେଖାଇଥିଲେ। ନାବାଳକ ଜଣକ ଏପରି କରିବାକୁ ବାରଣ କରିଥିଲେ ମଧ୍ୟ ସିନିୟରମାନେ ଶୁଣି ନ ଥିଲେ। ଏଭଳି ନିର୍ଯାତନାର ଶିକାର ହେବା ଫଳରେ ପୀଡିତ ନାବାଳକ ଜଣକ ସେଠାରୁ ଲଜ୍ଜିତ ହୋଇ ମାନସିକ ଭାରସାମ୍ୟ ହରାଇଥିଲେ। ଘଟଣା ସଂକ୍ରାନ୍ତରେ ମଧ୍ୟ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ରାତିରେ ପରିବାର ଲୋକ ଭୁବନେଶ୍ୱର ଆସି ଇନ୍‌ଫୋସିଟି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ମେଡିକାଲ ରିପୋର୍ଟ ଆଣିବା ପରେ ଅଟକ ରଖିଥିବା ଅଭିଯୁକ୍ତଙ୍କୁ ପୋଲିସ ପଚରାଉଚରା କରି ଛାଡ଼ି ଦେଇଥିବା ନାବାଳକଙ୍କ ମା’ ଗଣମାଧ୍ୟମ ଆଗରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଏଡ୍‌ସମୁକ୍ତ ଓଡ଼ିଶା ଲକ୍ଷ୍ୟ

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ଜିଲା ଏଡ୍‌ସ ପ୍ରତିରୋଧ ଓ ନିୟନ୍ତ୍ରଣ ୟୁନିଟ୍‌ର ସମୀକ୍ଷା ବୈଠକ ମଙ୍ଗଳବାର ଓଡିଶା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି (ଓସାକ୍ସ)ଠାରେ ଅନୁଷ୍ଠିତ ହୋଇଯାଇଛି।...

ଆଜି ରାଜ୍ୟରେ ୧୭୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୫।୯(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ...

କଟକରେ ମାଡୁଛି କରୋନା: ଆଜି ଆଉ ୩୨ ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୨୧।୭: କଟକ ସହରରୁ ମଙ୍ଗଳବାର ୩୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍‌ରୁ ୫, ହୋମ୍‌ କ୍ୱାରାଣ୍ଟାଇନ୍‌ରୁ ୨୧, ଲୋକାଲ କେସ୍‌...

‘ଏବେବି ଡେଲ୍‌ଟା ଭାରିଆଣ୍ଟ ସକ୍ରିୟ’

ଭୁବନେଶ୍ୱର,୨୯।୧(ବ୍ୟୁରୋ): ରାଜ୍ୟରେ ଓମିକ୍ରନ ସହ ଡେଲ୍‌ଟା ଭାରିଆଣ୍ଟ ସକ୍ରିୟ ରହିଛି। କିଛିଦିନ ତଳେ ହୋଇଥିବା ସାମ୍ପଲ ସର୍ଭେରୁ ଏହା ଜଣାପଡିଛି। ରାଜ୍ୟରେ ଏବେ ବି ୨୫ରୁ...

ଖେଳୁଥିବା ବେଳେ ୪ ଶିଶୁ ପୋଡ଼ିଯିବା ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ୩ ଶିଶୁ

ହାତୀଓଟ,୨୩।୨(ଡି.ଏନ୍‌.ଏ.): ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ୩ ଶିଶୁ। ଗଞ୍ଜାମ ଜିଲା ପୋଲସରା ବ୍ଲକ ଅନ୍ତର୍ଗତ ଖଇରଛଟା ଗାଁରେ ରବିବାର ସକାଳେ ନିଆଁରେ ପୋଡ଼ିଯାଇ ଗୁରୁତର ହୋଇଥିବା...

ସୀମା ଉଲ୍ଲଂଘନ କରି ତଦନ୍ତ କରୁଛନ୍ତି ଡିଆଇଜି

ପ୍ରଶ୍ନ-୧: ଗିରଫ ଲୋକଙ୍କୁ ଥାନାରେ ରଖାଯାଏ। ପୋଲିସ ବାରାକ କେବଳ କର୍ମଚାରୀଙ୍କ ରହିବା ପାଇଁ ଉର୍ଦ୍ଦିଷ୍ଟ। ଅପରାଧୀଙ୍କୁ ହାତକଡି ପଡିଲାନି କିମ୍ବା ହାଜତରେ ରଖାଗଲାନି। ପୋଲିସ...

ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ

ଅନୁଗୋଳ ଅଫିସ,୧୦।୫ ଅନୁଗୋଳ ଜିଲାରେ ବିଦ୍ୟୁତ୍‌ କାଟ ଓ ପାନୀୟ ଜଳ ସମସ୍ୟା ସହ ଡିଏମ୍‌ଏଫ୍‌ରେ ହୋଇଥିବା ବ୍ୟାପକ ଦୁର୍ନୀତି ବିରୋଧରେ ଭାଜପା ଆନ୍ଦୋଳନକୁ ଓହ୍ଲାଇବ।...

ବାହାନଗା ଟ୍ରେନ ଦୁର୍ଘଟଣା: ମଙ୍ଗଳବାର, ବୁଧବାର ପାଇଁ ୭୪ଟି ଟ୍ରେନ ବାତିଲ

ଭୁବନେଶ୍ୱର,୬।୬: ବାଲେଶ୍ୱର ବାହାନଗା ନିକଟରେ ଟ୍ରେନ ଦୁର୍ଘଟଣା ପରେ ସେହି ରୁଟ୍‌ରେ ରେଳ ଚଳାଚଳ ସ୍ବାଭାବିକ ହୋଇଥିଲେ ମଧ୍ୟ ମଙ୍ଗଳବାର ଏବଂ ବୁଧବାର ପାଇଁ ୭୪ଟି...

Advertisement
Archives

Model This Week